ନୂଆଗାଁରେ ସୁବ୍ରତ, ପଣ୍ଡଶୁଣିରେ ରାଜଶ୍ରୀ ବିଜୟୀ

ବାଲେଶ୍ୱର ଅଫିସ/ ବାହାନଗା,୨୯।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅଧୀନ ନୂଆଗାଁ ପଞ୍ଚାୟତରେ ସରପଞ୍ଚ ଏବଂ ବାହାନଗା ବ୍ଲକ ପଣ୍ଡାଶୁଣି ପଞ୍ଚାୟତରେ ସମିତିସଭ୍ୟ ପଦବୀ ଉପ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ନୂଆଗାଁରେ ସରପଞ୍ଚ ଭାବେ ସୁବ୍ରତ ଦାସ ଏବଂ ପଣ୍ଡାଶୁଣିରେ ସମିତିସଭ୍ୟା ଭାବେ ରାଜଶ୍ରୀ ମଲ୍ଲିକ ବିଜୟୀ ହୋଇଛନ୍ତି।
ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ମୋଟ୍‌ ୯ଜଣ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ମୁଖ୍ୟତଃ ଭାଜପା ସମର୍ଥିତ ପ୍ରାର୍ଥୀ ସୁବ୍ରତ ଦାସ ଏବଂ ବିଜେଡି ସମର୍ଥିତ ପ୍ରାର୍ଥୀ କାର୍ତ୍ତିକ ବାରିକଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା। ଏଥିରେ ସୁବ୍ରତ ୧୯୫୫ ଖଣ୍ଡ ଭୋଟ୍‌ ପାଇ ବିଜୟୀ ହୋଇଥିବା ବେଳେ କାର୍ତ୍ତିକ ୧୫୩୨ ଖଣ୍ଡ ଭୋଟ୍‌ ପାଇଥିବା ନିର୍ବାଚନ ଅଧିକାରିଣୀ ଛବିରାଣୀ ସାହୁ ପ୍ରକାଶ କରିଛନ୍ତି। ସେହିପରି ପଣ୍ଡାଶୁଣି ପଞ୍ଚାୟତର ସମିତି ସଭ୍ୟ ଉପ ନିର୍ବାଚନରେ ଅସନ୍ତୁଷ୍ଟ ବିଜେଡି ସମର୍ଥିତ ପ୍ରାର୍ଥତ୍ନୀ ରାଜଶ୍ରୀ ମଲ୍ଲିକ ୧୪୦୬ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ସମର୍ଥିତ ସୀତା ମଲ୍ଲିକ ୬୦୯ ଖଣ୍ଡ ଭୋଟ ପାଇଥିବାର ନିର୍ବାଚନ ଅଧିକାରୀ ଗୌରାଙ୍ଗ ଚରଣ ଘୋଷ ପ୍ରକାଶ କରିଛନ୍ତି। ସୂଚନା ଯେ, ଚଳିତ ପଞ୍ଚାୟତ ନିର୍ବାଚନରେ ରାଜଶ୍ରୀ ମଲ୍ଲିକଙ୍କ ଶ୍ୱଶୁର ଲୋକନାଥ ମଲ୍ଲିକ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ହୃଦ୍‌ଘାତରେ ମୃତ୍ୟୁବରଣ କରିଥିଲେ। ଫଳରେ ସମିତି ସଭ୍ୟ ନିର୍ବାଚନ ବାତିଲ୍‌ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?