ବଲାଙ୍ଗୀର

ଗଞ୍ଜେଇ ଚାଷ ପାଇଁ ଅନୁମତି ମାଗିଲେ ଚାଷୀ

ବଲାଙ୍ଗୀର ଅଫିସ/ଖପ୍ରାଖୋଲ,୨୦ା୧ (ଡି.ଏନ୍‌.ଏ.): ବାରମ୍ବାର ଅନୁରୋଧ ପରେ ମଧ୍ୟ ଜଣେ ପଞ୍ଜୀକୃତ ଚାଷୀ ଉତ୍ପାଦିତ ଧାନ ବିକ୍ରୟ କରି ପାରିଲେ ନାହିଁ। ଶେଷରେ ପୈତୃକ ଜମିରେ ଧାନ ପରିବର୍ତ୍ତେ ଗଞ୍ଜେଇ ଚାଷ ପାଇଁ ତହସିଲଦାରଙ୍କୁ ଅନୁମତି ମାଗିଛନ୍ତି। ଜାନୁୟାରୀ ୨୦ତାରିଖ...

ବିଡିଓଙ୍କ ବିରୋଧରେ ଗର୍ଜିଲେ କନକ ବର୍ଦ୍ଧନ

ବଲାଙ୍ଗୀର ଅଫିସ,୧୯ା୧: ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକର ଦୁଇ ଜଣ ଜିଲା ପରିଷଦ ସଦସ୍ୟାଙ୍କୁ ଅଣଦେଖା ଓ ବିଡିଓଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ଧାରଣାରେ ବସିଥିଲେ। ଏହି ପ୍ରସଙ୍ଗକୁ ନେଇ ଭାଜପା ନେତା ତଥା ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ...

କଣ୍ଟାବାଞ୍ଜି ବିଧାୟକଙ୍କ ଆଚରଣ ପ୍ରତିବାଦରେ ଓଏଏସ ସଂଘ ସଦସ୍ୟ ପିନ୍ଧିଲେ କଳାବ୍ୟାଚ

ବଲାଙ୍ଗୀର ଅଫିସ, ୧୬।୧: ବଲାଙ୍ଗୀର ଜିଲା ପରିଷଦ ବୈଠକ ଚାଲିଥିବା ବେଳେ ଗତ ୧୨ ତାରିଖରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ବଲାଙ୍ଗୀର ଜିଲାପାଳ ଏବଂ ଜିଲା ପରିଷଦ ଉନ୍ନୟନ ଅଧିକାରୀଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିବା...

ଅଧିକାରୀ ଦେଖିଲେ, ସ୍ଥିତି ସୁଧୁରୁନି

ଲୋଇସିଂହା,୧୬।୧(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା କୃଷି ସମବାୟ ସମିତିରେ ଖରିଫ ଧାନକିଣା ଚର୍ଚ୍ଚାରେ ରହିଛି। ଜାଲିଆତି କରି ଭାଗଚାଷୀ ସାଜି ଧାନ କିଣିବା ଅଭିଯୋଗରେ ପାକ୍ସ ଡିଇଓ ଚନ୍ଦ୍ରକାନ୍ତ ମିଶ୍ରଙ୍କୁ ସମବାୟ ବିଭାଗ ବରଖାସ୍ତ କରିଛି। ଏବେ...

ଗୋଷ୍ଠୀ ସଂଘର୍ଷରେ ଫୁଟିଲା ଗୁଳି

ବଲାଙ୍ଗୀର ଅଫିସ,୧୫ା୧: ବଲାଙ୍ଗୀର ସଦର ଥାନା ଅଧୀନ ସଦାଇପାଲିଠାରେ ଜମି ମାପଚୁପ ବେଳେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଗୁଳି ଫୁଟିଛି। ଏଥିରେ ଦିଲୀପ ପଟ୍ଟନାୟକ ନାମକ ଜଣେ ଯୁବକ ଆହତ ହୋଇଛନ୍ତି। ତାଙ୍କ କାନ୍ଧରେ ଗୁଳି ବାଜିଛି। ରବିବାର...

ଗଭୀର ନଳକୂପ ପାଣିପମ୍ପ୍‌ ଚୋରି

ଲୋଇସିଂହା,୧୫।୧(ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଧୀନ କରକଚିଆ ଛକ ନିକଟରେ ଥିବା ଏକ ଗଭୀର ନଳକୂପର ପମ୍ପ୍‌ ଚୋରି ହୋଇଯାଇଛି। ଏ ନେଇ ମନସାପାଲି ଗ୍ରାମବାସୀ ଲୋଇସିଂହା ଥାନାରେ ଅଭିଯୋଗ କରିଛନ୍ତି। ଏହାପୂର୍ବରୁ ସମ୍ପୃକ୍ତ ଅଞ୍ଚଳର ରାସ୍ତାଘାଟରେ ଲାଗିଥିବା...

ମଣ୍ଡିରେ ପଡିଛି ସାଢେ ୩ ହଜାର କୁଇଣ୍ଟାଲ ଧାନ

ଲୋଇସିଂହା,୧୪।୧(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା ସମବାୟ ମସିତି(ପାକ୍ସ)ରେ ସାଢେ ୩ ହଜାର କୁଇଣ୍ଟାଲ ଧାନ ବିକ୍ରି ପାଇଁ ପଡି ରହିଛି । ପାକ୍ସରେ ଜାଗା ଅଭାବରୁ ୩ କିମି ଦୂର ଭାଲିଆମୁଣ୍ଡା ସାପ୍ତାହିକ ବଜାରରେ ଗତ ୩...

ଜାତୀୟସ୍ତରୀୟ ପ୍ରତିଯୋଗିତା ଆୟୋଜନ ପାଇଁ ପ୍ରସ୍ତୁତ: ଜିଲାପାଳ

ବଲାଙ୍ଗୀର ଅଫିସ,୧୩।୧: ସ୍ଥାନୀୟ ପିଆର୍‌ ହାଇସ୍କୁଲ ବ୍ୟାଡମିଣ୍ଟନ ଇନ୍‌ଡୋର ଷ୍ଟାଡିୟମରେ ଶୁକ୍ରବାର ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି। ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାର ଶୁଭାରମ୍ଭ କରିଛନ୍ତି। ୯, ୧୧, ୧୫ ଓ...

ଟ୍ରଲରକୁ ପିଟିଲା ସ୍କର୍ପିଓ: ଜଣେ ମୃତ, ୪ ଗୁରୁତର

ଲୋଇସିଂହା,୧୧।୧(ଡି.ଏନ.ଏ.): ବଲାଙ୍ଗୀର-ବରଗଡ଼ ୨୬ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ବୁର୍ଡା ଛକରେ ବୁଧବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ ଛିଡା ହୋଇଥିବା ଟ୍ରଲର ଗାଡିକୁ ଏକ ସ୍କର୍ପିଓ ପିଟହେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ...

ରାସ୍ତାରେ ଭାସୁଛି ଡ୍ରେନ୍‌ ପାଣି

ଲାଠୋର,୯ା୧(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟ ମୁଖ୍ୟରାସ୍ତାରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ପ୍ରାୟ ୨୦ ମିଟର ଡ୍ରେନ ପୋତି ହୋଇ ଯିବାରେ ମଇଳା ପାଣି ମୁଖ୍ୟରାସ୍ତାରେ ଭାସୁଛି। ସେହି...

ଆନ୍ଧ୍ରପ୍ରଦେଶରେ ଦାଦନ ଶ୍ରମିକ ନିଖୋଜ

ଖପ୍ରାଖୋଲ,୮ା୧(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ସଦର ମହକୁମା ଗାଁର ଜଣେ ଦାଦନ ଶ୍ରମିକ କାମ ପାଇଁ ଟ୍ରେନ ଯୋଗେ ଗତ ୫ତାରିଖ ମାଡ୍ରାସକୁ ଇଟା ଗଢିବା ପାଇଁ ପରିବାର ସହ ଯାଉଥିଲେ। ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡା ରେଳଷ୍ଟେଶନରୁ ସେ ନିଖୋଜ...

ଗାଁରେ ପଶି ଘର ଭାଙ୍ଗିଲେ ହାତୀପଲ

ଗୁଡ଼ଭେଲା,୮ା୧ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଗୁଡଭେଲା ବ୍ଳକ ଅଧୀନ ଜାମୁଟ, ରହେନମାଳ ଓ ତରଙ୍ଗମୁଣ୍ଡାରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ରବିବାର ସକାଳେ ଏହିସବୁ ଗ୍ରାମର ଚାଷୀଙ୍କ ରାହାଡି, ଧାନ ଓ ପରିବାର ଫସଲକୁ ହାତୀପଲ ନଷ୍ଟ କରିଦେଇଥିବା ଅଭିଯୋଗ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri