ବଲାଙ୍ଗୀର

ଟିଟିଲାଗଡ଼ କୋଭିଡ କେୟାର ସେଣ୍ଟର ଉଦ୍‌ଘାଟିତ

ଟିଟିଲାଗଡ଼, ୧।୬ (ଡି.ଏନ.ଏ): ବଲାଙ୍ଗୀର ଜିଲା ଟିଟିଲାଗଡ ମାତୃ ଓ ଶିଶୁ ଡାକ୍ତରଖାନା କୋଭିଡ କେୟାର ସେଣ୍ଟର ଭାବରେ କାର୍ଯ୍ୟ ଆରମ୍ଭ କରିଛି। ସୋମବାର ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ…

ଟୋକନ ପାଇ ଟାର୍ଗେଟକୁ ଚାହିଁ ବସିଛି ଚାଷୀ

ଖପ୍ରାଖୋଲ, ୩୧ା୫(ଡି.ଏନ.ଏ)-ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକର ଅପର ସୁକତେଲ ମଧ୍ୟମ ଜଳସେଚନ ପ୍ରକଳ୍ପ ଜଳ ସେଚିତ ଅଞ୍ଚଳ ଓ ସୁକତେଲ ନଦୀକୂଳେ ଥିବା ଦମେଇପାଲି, ଯୁରିଆ, ଗୌଡପାଲି ପ୍ରମୁଖ ଲୁହାସିଂହା କୃଷି ସମବାୟ ସମିତି ଅଞ୍ଚଳର ଚାଷୀ ରବି ଧାନ ଅମଳ…

ତେଲଙ୍ଗାନାରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ

ଖପ୍ରାଖୋଲ, ୩୧ା୫(ଡି.ଏନ.ଏ.)-ତେଲଙ୍ଗାନା ରାଜ୍ୟକୁ ଦାଦନ ଶ୍ରମିକଭାବେ କାମ କରିବାକୁ ଯାଇ ଜୀବନ ହରାଇଛନ୍ତି ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ ଭରୁଆମୁଣ୍ଡା ଗାଁର ବାଲେଶ୍ୱର ମାଝୀ(୨୦)। ରବିବାର ତାଙ୍କ ମୃତଦେହ ଏଠାକୁ ଆସିବା ପରେ ଶୋକର ଛାୟା ଖେଳିଯାଇଛି।…

ବଲାଙ୍ଗୀରରେ ଗାଇଲେ ବନ୍ଦେ ଉତ୍କଳ ଜନନୀ ଗୀତ

ବଲାଙ୍ଗୀର ଅଫିସ, ୩୦ା୫-ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ ମୁତାବକ ଶନିବାର ଅପରାହ୍ଣ ସାଢ଼େ ୫ଟାରେ ବଲାଙ୍ଗୀର ଜିଲାର ବିଭିନ୍ନ ସ୍ଥାନରେ ସରକାରୀ ଅଧିକାରୀ ଓ ଜନସାଧାରଣ ବନ୍ଦେ ଉତ୍କଳ ଜନନୀ ଗୀତ ଗାଇ କରୋନା ଯୋଦ୍ଧାଙ୍କୁ ସମ୍ମାନ ଓ ସମର୍ଥନ ଜଣାଇଛନ୍ତି ା ବଲାଙ୍ଗୀର…

ଦାଣ୍ଡରେ ଶୋଇବା କାଳ ହେଲା, ଗାଈ ମାଡି ଦେବାରୁ ଗଲା ଶିଶୁକନ୍ୟାଙ୍କ ଜୀବନ

ଟିକ୍ରାପଡା,୩୦ା୫(ଡି.ଏନ.ଏ.) -ବଲାଙ୍ଗୀର ଜିଲା ସଇଁତଳା ଥାନା ଟିକ୍ରାପଡା ଫାଣ୍ଡି ଅଧିନ ଝିଙ୍କିଡୁଙ୍ଗୁରି ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଘର ସମ୍ମୁଖ ଦାଣ୍ଡରେ ଶୋଇଥିବା ବେଳେ ଗାଈ ମାଡି ଦେବାରୁ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଜଣେ ଶିଶୁର ଜୀବନ ଯାଇଛି…

ଟିଟିଲାଗଡ଼ରେ କୋଭିଡ ଯୋଦ୍ଧାଙ୍କ ତ୍ୟାଗକୁ ସମ୍ମାନ

ଟିଟିଲାଗଡ଼, ୩୦।୫ (ଡି.ଏନ.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ବଲାଙ୍ଗୀର ଜିଲା ଟିଟିଲାଗଡ଼ରେ କୋଭିଡ ଯୋଦ୍ଧା ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପୋଲିସଙ୍କୁ ସମ୍ମାନ ନେଇ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ମହିଳା ଓ ଶିଶୁ…

କରୋନା ଯୋଦ୍ଧାଙ୍କ ସମ୍ମାନରେ ସମସ୍ତେ ଗାଇଲେ ‘ବନ୍ଦେ ଉତ୍କଳ ଜନନୀ’

ସଇଁତଲା, ୩୦।୫ (ଡି.ଏନ.ଏ.): କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ତଥା ଅନୁରୋଧ କ୍ରମେ ଶନିବାର ସନ୍ଧ୍ୟାରେ ବିଭିନ୍ନ କାର୍ଯ୍ୟାଳୟ ଓ ଘରେ ‘ବନ୍ଦେ ଉତ୍କଳ ଜନନୀ‌’ ଗାନ କରାଯାଇଛି। ଏହିକ୍ରମରେ ବଲାଙ୍ଗୀର ଜିଲା ସଇଁତଲା…

ବଲାଙ୍ଗୀର ଜିଲା: ଜୁନ୍‌ ୧ରୁ ଚାଲିବ ଘରୋଇ ବସ୍‌

ବଲାଙ୍ଗୀର ଅଫିସ, ୨୯।୫-ବଲାଙ୍ଗୀର ଜିଲାରେ ଜୁନ ୧ତାରିଖରୁ ଘରୋଇ ବସ୍‌ ଚଳାଚଳ ଆରମ୍ଭ କରିବ। ଜିଲା ଘରୋଇ ବସ୍‌ ମାଲିକ ସଂଘର ଏକ ଗୁରୁତ୍ୱପୂର୍ଣ ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଜୁନ୍‌ ୧ତାରିଖ ପୂର୍ବରୁ ସମସ୍ତ ବସ୍‌କୁ ସଂଘ…

ମାଲ୍‌ବାହୀ ଟ୍ରେନ୍‌ରୁ ସାର ଚୋରି

ବଲାଙ୍ଗୀର ଅଫିସ, ୨୯ା୫-ବଲାଙ୍ଗୀର ରେଳ ଷ୍ଟେଶନ୍‌ରେ ଲାଗିଥିବା ମାଲ୍‌ବାହୀ ଟ୍ରେନ୍‌୍‌ରୁ ସାର ଚୋରି ହୋଇଥିବା ଶୁକ୍ରବାର ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଉଭୟ ସାର ଯୋଗାଣ ଠିକାଦାର ଓ ରେଳ ସୁରକ୍ଷା ବଳ ପରସ୍ପର ବିରୋଧରେ ଦୋଷାରୋପ କରିଛନ୍ତି। ବିଶାଖାପାଟଣା…

କରୋନା ଯୋଦ୍ଧାଙ୍କ ଘୋଷିତ ସୁବିଧା ଦିଅ

ବଲାଙ୍ଗୀର ଅଫିସ, ୨୮ା୫- ଚୁକ୍ତିଭିତ୍ତିକ ବହୁମୁଖୀ ସ୍ବାସ୍ଥ୍ୟକର୍ମୀ (ମହିଳା) ଓ ଏଏନ୍‌ଏମ୍‌ମାନେ ଗୁରୁବାର ବଲାଙ୍ଗୀର ସିଡିଏମ୍‌ଓଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୪ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି ା ଏହି ଦାବି ଆଗାମୀ ୩୦ ଦିନ୍‌ ମଧ୍ୟରେ ପୂରଣ ନହେଲେ ସେମାନେ…

ସ୍କୁଲ, କଲେଜ ଫି ଛାଡ ଦାବିକଲା ଛାତ୍ର କଂଗ୍ରେସ

ବଲାଙ୍ଗୀର ଅଫିସ, ୨୮ା୫-କରୋନା ମହାମାରୀ ଓ ଲକ୍‌ଡାଉନ୍‌ ଯୋଗୁଁ ଲୋକଙ୍କ ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ଜୀବନ ସହ ଶିକ୍ଷାକ୍ଷେତ୍ର ବହୁଳ ଭାବେ ପ୍ରଭାବିତ ହୋଇଛି ା ଦୀର୍ଘ ସମୟ ଧରି ଲକ୍‌ଡାଉନ ଯୋଗୁଁ ଦେଶ, ରାଜ୍ୟ ତଥା ବଲାଙ୍ଗର ଜିଲାର…

୪ମାସ ବିତିଲା, ମୃତ୍ୟୁ ରହସ୍ୟ ଉନ୍ମୋଚିତ ହେଲାନି

ଦେଓଗାଁ, ୨୮ା୫(ଡି.ଏନ.ଏ.)-ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ସିଲେଟକାନୀ ଗାଁ ନିକଟ ସୋନଗଡ ନଦୀପଠାରୁ ୧୧ବର୍ଷର ବାଳକ ବାବୁଲାଲ ବଗର୍ତ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ହେବା ୪ମାସ ବିତିଯାଇଛି। ହେଲେ ଏ ଯାଏ ମୃତ୍ୟୁର ରହସ୍ୟ ଉନ୍ମୋଚନ ହୋଇ ପାରିନାହିଁ। ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?