୪ମାସ ବିତିଲା, ମୃତ୍ୟୁ ରହସ୍ୟ ଉନ୍ମୋଚିତ ହେଲାନି

ଦେଓଗାଁ, ୨୮ା୫(ଡି.ଏନ.ଏ.)-ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ସିଲେଟକାନୀ ଗାଁ ନିକଟ ସୋନଗଡ ନଦୀପଠାରୁ ୧୧ବର୍ଷର ବାଳକ ବାବୁଲାଲ ବଗର୍ତ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ହେବା ୪ମାସ ବିତିଯାଇଛି। ହେଲେ ଏ ଯାଏ ମୃତ୍ୟୁର ରହସ୍ୟ ଉନ୍ମୋଚନ ହୋଇ ପାରିନାହିଁ। ଏହାକୁ ନେଇ ଗାଁରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି ା ବୁଧବାର ସନ୍ଧ୍ୟାରେ ଗାଁରେ ଏ ନେଇ ଏକ ବୈଠକ ପରେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଥିଲା। ଗୁରୁବାର ଗ୍ରାମବାସୀ ଦେଓଗଁା ଥାନା ଘେରାଉ କରିଥିଲେ। ଥାନାଧିକାରୀ ରଞ୍ଜନ କୁମାର ବରିହା ମୃତ ବାଳକଙ୍କ ପରିବାରବର୍ଗ, ଗାଁର କେତେକ ବ୍ୟକ୍ତି ଓ ସନ୍ଦେହ କରାଯାଉଥିବା କେତେକଙ୍କୁ ପୃଥକଭାବେ ପଚରାଉଚୁରା ପରେ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିବ ବୋଲି କହିଛନ୍ତି ା ବାଳକ ନିଖୋଜ ହେବାର ୧୪ ଦିନ ପରେ ବୁଲାକୁକୁର କଟାଗୋଡକୁ ଟାଣି ଆଣିବା ଦ୍ୱାରା ଫେବୃୟାରୀ ୫ ତାରିଖରେ ନଦୀପଠାରୁ ଏକ ବାଳକର ଗଳିତ ମୃତଦେହ ଉଦ୍ଧାର ହୋଇଥିଲା। ତେବେ ଶରୀରରେ କ୍ଷତ ନ ଥିବା ଓ ହାଡ ଭାଙ୍ଗି ନ ଥିବା ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଥିଲା। ତେବେ ଦେଶରେ କରୋନା ମହାମାରୀ ଆରମ୍ଭ ହେବାରୁ ପୋଲିସ ତଦନ୍ତରେ ବାଧା ଉପୁଜିଥିଲା।  ଗ୍ରାମବାସୀଙ୍କ ଦାବି ପରେ ପୋଲିସ ପୁଣିଥରେ ତନାଘନା ଆରମ୍ଭ କରିଛି। ବଳି ଉଦ୍ଦେଶ୍ୟରେ ବାଳକଙ୍କୁ ହତ୍ୟା କରାଯାଇ ଥାଇପାରେ ବୋଲି ଗ୍ରାମବାସୀ ସନ୍ଦେହ ପ୍ରକାଶ କରିଛନ୍ତି। ଏ ନେଇ ଥାନାଧିକାରୀ ବରିହାଙ୍କୁ ପଚାରିବାରୁ ପୁଣି ତଦନ୍ତ ଆରମ୍ଭ କରିଛୁ , ଖୁବ୍‌ଶୀଘ୍ର ଘଟଣାର ପର୍ଦ୍ଦାଫାଶ ହେବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଅ ଅନ୍ୟ ଜାତିରେ ବାହା ହୋଇଥିଲେ ବୋଲି ବାପାଙ୍କ ମୃତଦେହକୁ ଛୁଇଁଲେନି କେହି: ୧୦ ଘଣ୍ଟା ପରେ…

ପାଟଣାଗଡ଼,୩।୭(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲାର ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ତୁଳସୀଡୁଙ୍ଗରି ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ବୃଦ୍ଧାଙ୍କ ପୁଅ ଅନ୍ୟଜାତିର ବାହା…

ଅଙ୍ଗନଦୀ ସେତୁରୁ ଉଠିଗଲା କଂକ୍ରିଟ: ଦୁର୍ଘଟଣା ଆଶଙ୍କା

ଲୋଇସିଂହା,୩।୭ (ସୁଶାନ୍ତ ବାରିକ):ବଲାଙ୍ଗୀର-ବରଗଡ୨୬ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ସାଲେଭଟା ଅଙ୍ଗନଦୀ ସେତୁ ମଝି ଅଂଶ ଶୋଚନୀୟ ହୋଇ ପଡିଥିବା ସ୍ଥାନକୁ ଗତ ମଙ୍ଗଳବାର ମରାମତି କରାଯାଇଥିଲା।…

ରାଜ୍ୟ ପାଇଁ ଗୌରବ ଆଣିଲେ ଖୁସିରାମ: ଜାତୀୟ ଜୁନିୟର ପେନ୍‌ଚାକ୍‌ ସିଲାଟ୍‌ ଚାମ୍ପିୟନଶିପ୍‌ରେ…

ବଲାଙ୍ଗୀର,୩ା୭(ବୀରେନ୍ଦ୍ର କୁମାର ଝାଙ୍କର):ମହାରାଷ୍ଟ୍ରର ନାସିକଠାରେ ଗତ ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ୧୪ତମ ସିଙ୍ଗା, ମାକାନ, ପ୍ରି-ଟିନ୍‌, ପ୍ରି-ଜୁନିୟର ଓ ଜାତୀୟ ଜୁନିୟର ପେନ୍‌ଚାକ୍‌ ସିଲାଟ୍‌…

୧୮ ଦଫା ଦାବି ନେଇ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: ରୋଗୀ ସେବା ଠପ୍‌

ବଲାଙ୍ଗୀର, ୩/୭ (ବୀରେନ୍ଦ୍ର କୁମାର ଝାଙ୍କର)- ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ (ଓଏମଏସଏ) ବଲାଙ୍ଗୀର ଶାଖା ପକ୍ଷରୁ ସ୍ଥାନୀୟ ସିଡ଼ିଏମଓ ଅଫିସ ସମ୍ମୁଖରେ ଧାରଣା ଦିଆଯାଉଥିଲା। ଏଥିରେ…

କଲେଜ ଯାଇଥିଲେ ଡାକ୍ତରୀ ଛାତ୍ରୀ, ଛାତରୁ ଡେଇଁ ଆତ୍ମହତ୍ୟା କଲେ ମା’! କାରଣ ଜାଣିଲେ…

ବଲାଙ୍ଗୀର,୨।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତୁଳସୀ ନଗର ପଡାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ଭଡା ଘରେ ରହୁଥିବା ଜଣେ ମହିଳା…

ଘରୋଇ ସ୍କୁଲ ବସ୍‌ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ: ଚାଲିଛି ସିସିଟିଭି ଫୁଟେଜ୍‌ ଯାଞ୍ଚ

ବଲାଙ୍ଗୀର, ୧।୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ସର୍କିଟ ହାଉସ ନିକଟରେ ବୁଧବାର ସକାଳେ ଏକ ଘରୋଇ ସ୍କୁଲ ବସ୍‌ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri