ଅନୁଗୋଳ

‘ସରଳ ଜୀବନଯାପନ ମହିମା ଧର୍ମର ଆଦର୍ଶ’

ଅନୁଗୋଳ ଅଫିସ/ଢେଙ୍କାନାଳ ଅଫିସ, ୬।୨:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଢେଙ୍କାନାଳ ଯୋରନ୍ଦାସ୍ଥିତ ମହିମା ଗାଦି ଏବଂ ଅନୁଗୋଳ ଅଙ୍ଗାରବନ୍ଧସ୍ଥିତ ମହିମା ପୀଠ ପରିଦର୍ଶନ କରି ସାଧୁସନ୍ଥଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି। ଅଙ୍ଗାରବନ୍ଧରେ ଶୂନ୍ୟଦିଅଁଙ୍କ ଦର୍ଶନ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଧର୍ମେନ୍ଦ୍ର…

ଅଧା ହିତାଧିକାରୀ ଅଯୋଗ୍ୟ

ଅନୁଗୋଳ ଅଫିସ, ୫।୨: ଆବାସ ତାଲିକାରୁ କଟିଗଲା ପ୍ରାୟ ଅଧା ହିତାଧିକାରୀଙ୍କ ନାମ। ଅନୁଗୋଳ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ ସମ୍ପର୍କିତ ସୂଚନା ସାଧାରଣରେ ପ୍ରକାଶ କରାଯିବା ପରେ ଜିଲାରେ ଏହା ଚର୍ଚ୍ଚାର…

ନାଲ୍‌କୋ ସିପିପିର ୩ ୟୁନିଟ୍‌ ଅଚଳ

ବଅଁରପାଳ, ୩ା୨ (ଡି.ଏନ.ଏ.):ଅନୁଗୋଳ ଜିଲା ନାଲ୍‌କୋରେ ଜଳ ସଙ୍କଟ ଦେଖା ଦେଇଛି। ବ୍ରାହ୍ମଣୀରୁ ଆବଶ୍ୟକତା ଅନୁଯାୟୀ କାରଖାନାକୁ ପାଣି ଆସିପାରୁ ନ ଥିବାରୁ କ୍ୟାପଟିଭ୍‌ ପାଓ୍ବାର ପ୍ଲାଣ୍ଟ (ସିପିପି)ର ୩ଟି ୟୁନିଟ୍‌ ଅଚଳ ହୋଇପଡ଼ିଛି। ଫଳରେ ବିଦ୍ୟୁତ୍‌ ଉତ୍ପାଦନ ହ୍ରାସ ପାଇଛି।…

ଧାନ କିଣା ନ ଗଲେ ଆନ୍ଦୋଳନ

ବଇଣ୍ଡା, ୩୧ା୧ (ଡି.ଏନ.ଏ.): ଅନୁଗୋଳ ଜିଲା କିଶୋରନଗର ବ୍ଲକ ଅଞ୍ଚଳର ବିଭିନ୍ନ ସୋସାଇଟିରେ ଏବେ ଧାନ କିଣିବାରେ ଅବ୍ୟବସ୍ଥା ଦେଖାଦେଇଛି। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଟାର୍ଗେଟ ଅନୁସାରେ ଧାନ କିଣାଯାଉ ନ ଥିବା ଯୋଗୁ ବାମୁର ସୋସାଇଟିରେ ଅସନ୍ତୋଷ ସୃଷ୍ଟି ହୋଇଛି।…

ଶିକ୍ଷକ ନିଯୁକ୍ତି ଦାବିରେ ଆନ୍ଦୋଳନ

ଛେଣ୍ଡିପଦା/ବଅଁରପାଳ,୩୧ା୧(ସ୍ବ.ପ୍ର.): ଅନୁଗୋଳ ଜିଲା ଜରପଡା ଥାନା ମରାତିରା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି ଦାବି ନେଇ ସୋମବାର ବିଦ୍ୟାଳୟର ପରିଚାଳନା କମିଟି, ଅଭିଭାବକ, ଛାତ୍ରୀଛାତ୍ର ଓ ଗ୍ରାମବାସୀ ମିଳିତ ଭାବେ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ…

ଟ୍ରକ୍‌ ଧକ୍କାରେ ଭାଇ ମୃତ, ଭଉଣୀ ଗୁରୁତର

ବଅଁରପାଳ, ୨୮ା୧ (ଡି.ଏନ.ଏ.): ସମ୍ପର୍କୀୟ ଭାଇଙ୍କ ମଙ୍ଗନ ଉତ୍ସବରୁ ଫେରୁଥିବା ବେଳେ ଏକ ଟ୍ରକ୍‌ ଧକ୍କାରେ ଭାଇଙ୍କ ମୃତ୍ୟୁ ହୋଇଛି। ତାଙ୍କ ସହ ସ୍କୁଟିରେ ଥିବା ଦାଦା ଝିଅ ଭଉଣୀ ଗୁରୁତର ହୋଇଛନ୍ତି। ଅନୁଗୋଳ ଜିଲା ବଅଁରପାଳ ଥାନା ନିକଟରେ ଶୁକ୍ରବାର…

ଆପେ ଇଲେକ୍ଟ୍ରିକ ୩ ଚକିଆ ଯାନର ବଜାର ପ୍ରବେଶ

ଅନୁଗୋଳ ଅଫିସ, ୨୮ା୧: ଅନୁଗୋଳ ପଞ୍ଚମହାଲସ୍ଥିତ ଲକ୍ଷ୍ମୀ ଅଟୋ କମ୍ବାଇନଠାରେ ଆପେ ଇଲେକ୍ଟ୍ରିକ ତିନି ଚକିଆ ଯାନର ବଜାର ପ୍ରବେଶ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଲକ୍ଷ୍ମୀଜୀ ଗ୍ରୁପ୍‌ର ଉପଦେଷ୍ଟା ରମେଶ ଚନ୍ଦ୍ର ଅଗ୍ରଓ୍ବାଲା ଓ ଲକ୍ଷ୍ମୀଦେବୀ ଅଗ୍ରଓ୍ବାଲା ପ୍ରଦୀପ ପ୍ରଜ୍ବଳନ…

ମେଶିନରେ କାମ, ଶ୍ରମିକ ହତାଶ

ବଇଣ୍ଡା, ୨୫।୧(ଡି.ଏନ୍‌.ଏ.): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌) ମାଧ୍ୟମରେ ଶ୍ରମିକଙ୍କୁ କାମ ଯୋଗାଇଦେବାର ସୁବିଧା କରିଛନ୍ତି କେନ୍ଦ୍ର ସରକାର। ହେଲେ ଗ୍ରାମାଞ୍ଚଳରେ ଶ୍ରମିକଙ୍କ ବଦଳରେ ମେଶିନରେ କାମ କରି ଅର୍ଥ ହରିଲୁଟ୍‌ କରାଯାଉଛି। ଫଳରେ ଶ୍ରମିକମାନେ…

ସ୍ବତନ୍ତ୍ର ଡାକ ଲଫାପା ଉନ୍ମୋଚିତ

ଛେଣ୍ଡିପଦା,୨୪ା୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବାଗଡିଆ ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ ଜୁବିଲି ପାଳନ ହେଉଛି। ସୋମବାର ଦ୍ୱିତୀୟ ଦିବସରେ ଡାକ ଲଫାପା ଉନ୍ମୋଚିତ ହୋଇଛି। ଜୁବିଲି କମିଟି ସଭାପତି ତଥା ପୁରାତନ ଛାତ୍ର ପ୍ରାଧ୍ୟାପକ ପ୍ରଦୀପ କୁମାର କରଙ୍କ ତତ୍ତ୍ୱାବଧାନରେ…

ପାଇପ୍‌ ଲାଇନ୍‌ ବିଛାଯିବାକୁ ଖୋଳାଯାଇଥିଲା ଗାତ: ବାଇକ୍‌ ସହ ପଡ଼ି ଆଖି ବୁଜିଲେ ବ୍ୟକ୍ତି

ଖମାର,୨୨।୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ସମଲ ଥାନା ଅନ୍ତର୍ଗତ ଗହମଠାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଏକ ଠିକା ସଂସ୍ଥା ଦ୍ୱାରା ରାସ୍ତା କଡରେ ଖୋଳାଯାଇଥିବା ଗାତରେ ପଡି ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପରାବିଲ ଗ୍ରାମର ଦୁଷ୍ମନ୍ତ…

ଯାଯାବର, ମନ ମୋର..

ଅନୁଗୋଳ ଅଫିସ, ୨୧ା୧: ଯାଯାବର, ମନ ମୋର.., ଏକ୍‌ ହୋ ଗୟେ ହମ୍‌ ଔର ତୁମ୍‌.., ଟିକ୍‌ ଟିକ୍‌ ହୁଏ ମୋ ଛାତି.., କମଲି କମଲି..। ଓଲିଉଡ୍‌ କଣ୍ଠଶିଳ୍ପୀଙ୍କ କଣ୍ଠରୁ ଝରିପଡ଼ିଥିବା ଏହିସବୁ ଚିର ସବୁଜ ଗୀତ ଶୁକ୍ରବାର ଅନୁଗୋଳ ଷ୍ଟାଡିୟମରେ…

୨୩ରୁ ତାଳଚେର ପୁସ୍ତକମେଳା

ତାଳଚେର, ୧୯ା୧ (ନି.ପ୍ର.): ବିଂଶତମ ତାଳଚେର ପୁସ୍ତକ ମେଳା ଆସନ୍ତା ୨୩ ତାରିଖରୁ ହାଟତୋଟାସ୍ଥିତ ପ୍ରଜାମଣ୍ଡଳ ଭବନ ପରିସରରେ ଆରମ୍ଭ ହେବ। ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟଠାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପଜିଲାପାଳ ତଥା ପୁସ୍ତକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri