ଅନୁଗୋଳ

ପାଠ୍ୟପୁସ୍ତକ, ଔଷଧ ପୋଡ଼ି ଅଭିଯୋଗ: ତଦନ୍ତ ନିର୍ଦ୍ଦେଶ ଦେଲେ ବ୍ଲକ ଶିକ୍ଷା ଅଧିକାରୀ

ଛେଣ୍ଡିପଦା,୧୦ା୭(ସ୍ବ.ପ୍ର.)-ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ରାଜ୍ୟ ସରକାର ମାଗଣାରେ ପାଠ୍ୟ ପୁସ୍ତକ ଯୋଗାଇ ଦେଉଛନ୍ତି। ସେହିପରି ସ୍ବାସ୍ଥ୍ୟର ଯତ୍ନ ପାଇଁ ଆଇରନ ଓ କୃମି ନାଶକ ଔଷଧ ମଧ୍ୟ ସ୍କୁଲଗୁଡ଼ିକରେ ବଣ୍ଟନ କରାଯାଉଛି। ହେଲେ ଛେଣ୍ଡିପଦା ସଦର ମହକୁମାରେ ବନ୍ଦ…

ଦେଢ଼ଲକ୍ଷରେ ମହାଲକ୍ଷ୍ମୀଙ୍କ ଆଜ୍ଞାମାଳ, ଲଡ଼ୁ ନିଲାମ

ତାଳଚେର, ୯ା୭(ନି.ପ୍ର.)- ତାଳଚେର ଭଜନସନ୍ଧ୍ୟା କମିଟି ପକ୍ଷରୁ ସୋମବାର ହେରା ପଞ୍ଚମୀ ଉପଲକ୍ଷେ ମା’ ମହାଲକ୍ଷ୍ମୀଙ୍କ ଆଜ୍ଞାମାଳ ଓ ଲଡୁ ନିଲାମ କରାଯାଇଥିଲା। ମୁଖ୍ୟଅତିଥି ଭାବେ ବିଡିଓ ନେତ୍ରାନନ୍ଦ ମଲ୍ଳିକ, ପୂର୍ବତନ ନଗରପାଳ ପବିତ୍ର ଭୂତିଆ, ସାମାଜିକ କର୍ମୀ ମହେଶ ଅଗ୍ରୱାଲ,…

ମା’ ହିଙ୍ଗୁଳାଙ୍କ ମନ୍ଦିର ନିମନ୍ତେ ଭକ୍ତଙ୍କ ଦାନ, ରତ୍ନମୁଦ ଉତ୍ସବରୁ ମିଳିଲା ୨୩ ଲକ୍ଷ

ତାଳଚେର,୯ା୭(ନି.ପ୍ର.)- ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନୂତନ ମନ୍ଦିରର ରତ୍ନମୁଦ ଉତ୍ସବ ସୋମବାର ଅନୁଷ୍ଠିତ ହୋଇଥିଲା। ଏଥିରେ ଲକ୍ଷାଧିକ ଶ୍ରଦ୍ଧାଳୁ ଯୋଗ ଦେବା ସହ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଅକୁଣ୍ଠ ଚିତ୍ତରେ ଅର୍ଥ ଦାନ କରିଥିଲେ। ରତ୍ନମୁଦ ଉତ୍ସବ…

ଭାଗବତ ଟୁଙ୍ଗି ନିର୍ମାଣ କଲେ ମହିଳା

ବନ୍ତଳା, ୯।୭ (ଡି.ଏନ୍‌.ଏ.) ଅନୁଗୋଳ ବ୍ଲକ ବଡ଼କେରା ପଞ୍ଚାୟତ ପାଞ୍ଜିଆସାହି ଗ୍ରାମବାସୀଙ୍କ ଦୀର୍ଘ ବର୍ଷର ସ୍ବପ୍ନ ସାକାର ହୋଇଛି। ଗ୍ରାମ୍ୟ ମହିଳା ପରିଚାଳନା କମିଟି ସଦସ୍ୟାମାନେ ଗ୍ରାମରେ ଏକ ଭାଗବତ ଟୁଙ୍ଗି ନିର୍ମାଣ କରିବାରେ ସଫଳ ହୋଇଛନ୍ତି। ସେହି ଟୁଙ୍ଗିରେ ଦୈନିକ…

ଅନୁଗୋଳ କଲେଜ ଛାତ୍ରଙ୍କ ସାହିତ୍ୟ କୃତି:ପ୍ରକାଶ କଲେ ୨୨୪ ପୃଷ୍ଠାର ଉପନ୍ୟାସ

ଅନୁଗୋଳ ଅଫିସ, ୯।୭ ମାତ୍ର ୨୦ ବର୍ଷ ବୟସରେ ୨୨୪ ପୃଷ୍ଠାର ଉପନ୍ୟାସ ଲେଖିଛନ୍ତି ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ର ପ୍ରଭୁ କଲ୍ୟାଣ ସିଂ। ସେ ଏବେ ଯୁକ୍ତ ୩ ଦ୍ୱିତୀୟ ବର୍ଷ (ଇଂଲିଶ ସମ୍ମାନ)ରେ ଅଧ୍ୟୟନ କରୁଛନ୍ତି। ପ୍ରେମକାହାଣୀ…

ଅନ୍ତୁଳିଆ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ନାହାନ୍ତି ଆବଶ୍ୟକ ଶିକ୍ଷକ:ପ୍ରଶାସନକୁ ୭ ଦିନ ସମୟ ଦେଲେ ଗ୍ରାମବାସୀ

ଅନୁଗୋଳ ଅଫିସ, ୯।୭ ଅନୁଗୋଳ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧୀନରେ ଆସୁଥିବା ଅନ୍ତୁଳିଆ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ତୁଳନାରେ ଶିକ୍ଷକ ନାହାନ୍ତି। ଏ ନେଇ ବହୁବାର ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ କରାଯାଇଥିଲେ ବି ସମସ୍ୟାର ସମାଧାନ ହୋଇପାରି…

ଟ୍ରାଫିକ୍‌ ଜଗିବ ୪୮ କ୍ୟାମେରା, ଖୁବ୍‌ଶୀଘ୍ର ଉଦ୍‌ଘାଟନ

ଅନୁଗୋଳ ଅଫିସ, ୯।୭ ଅନୁଗୋଳର ଅସଜଡ଼ା ଟ୍ରାଫିକ୍‌ ବ୍ୟବସ୍ଥା ସୁଧାରିବା ପାଇଁ ପୋଲିସ ପକ୍ଷରୁ ସହରର ବିଭିନ୍ନ ଛକରେ କ୍ୟାମେରା ଲଗାଯାଉଛି। ଏହି କ୍ୟାମେରା ଟ୍ରାଫିକ ବ୍ୟବସ୍ଥା ସହ ଅପରାଧୀଙ୍କ ଉପରେ ମଧ୍ୟ ନଜର ରଖିବ। ପ୍ରଥମ ପର୍ଯ୍ୟାୟରେ ୪୮ଟି କ୍ୟାମେରା…

ସପ୍ଲିମେଣ୍ଟାରୀ ପରୀକ୍ଷା ଦେଲେ ୨୬୩ ଛାତ୍ରୀଛାତ୍ର

ବଇଣ୍ଡା,୮।୭(ଡି.ଏନ.ଏ.)-କିଶୋରନଗର ବ୍ଲକ ବଇଣ୍ଡା ରାମଦେଓ ଉଚ୍ଚ ବିଦ୍ୟାଳୟ ପରିସରରେ ସୋମବାର ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଏଥିରେ କିଶୋରନଗର ଓ ଆଠମଲ୍ଲିକ ବ୍ଲକର ୨୬ଟି ହାଇସ୍କୁଲର ୨୬୩ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଛନ୍ତି। ସମୟ ନିର୍ଦ୍ଧାରଣ ପୂର୍ବରୁ ସମସ୍ତ ଛାତ୍ରୀଛାତ୍ରମାନେ…

ବାଗଡ଼ିଆ-ପୁରୁଣାଗଡ଼ ରାସ୍ତା ଶୋଚନୀୟ

ଛେଣ୍ଡିପଦା,୮ା୭(ଡି.ଏନ.ଏ.)  ଛେଣ୍ଡିପଦା ବ୍ଲକ ବାଗଡିଆ-ପୁରୁଣାଗଡ ଦଳିତ ସାହି ଗ୍ରାମ ରାସ୍ତା ରକ୍ଷଣାବେକ୍ଷଣ ତଥା ମରାମତି ଅଭାବରୁ ଶୋଚନୀୟ ହୋଇପଡିଛି। ପ୍ରାୟ ୨ କିମି ବିଶିଷ୍ଟ ଏହି ମାଟି ରାସ୍ତା ବର୍ଷା ହେଲେ କଦର୍ଯ୍ୟ ହୋଇପଡୁଛି। ଫଳରେ ଲୋକେ ଯାତାୟାତବେଳେ ନାହିଁ ନ…

ଇଣ୍ଡିଆନ ବ୍ୟାଙ୍କ ଡକାୟତି ଘଟଣାକୁ ପୂରିଲା ବର୍ଷେ; ଏଯାଏ ଧରାପଡ଼ିନାହାନ୍ତି ୪ ଡକାୟତ

ଅନୁଗୋଳ ଅଫିସ, ୮।୭:  ଗତବର୍ଷ ଅନୁଗୋଳର ଦୁଇଟି ବ୍ୟାଙ୍କରେ କଳାକନା ବୁଲାଇଥିଲେ ଡକାୟତ। ପ୍ରଥମେ ୨୦୧୮ ଏପ୍ରିଲ ୬ରେ ସହରର ଶଙ୍କର ସିନେମା ହଲ ନିକଟ ଆନ୍ଧ୍ର ବ୍ୟାଙ୍କରୁ ୨୩ ଲକ୍ଷ ଟଙ୍କା ଓ ୩ କେଜି ସୁନା ଡକାୟତି ହୋଇଥିଲା। ସେହିପରି…

ଖଇରନାଳୀ ବନ ସଂରକ୍ଷଣ ସମିତି ପୁରସ୍କୃତ

କଣିହାଁ, ୭ା୭ (ଡି.ଏନ.ଏ.)- ଅନୁଗୋଳ ଜିଲା ଡେରଜାଙ୍ଗ ଡ୍ୟାମ ସାଇଟରେ ରବିବାର ଉପଖଣ୍ଡସ୍ତରୀୟ ବନ ମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ତାଳଚେର ଉପଖଣ୍ଡରେ କଣିହାଁ ବ୍ଳକ କମରେଇ ପଞ୍ଚାୟତର ଖଇରନାଳୀ ବନ ସଂରକ୍ଷଣ ସମିତିକୁ ରାଜ୍ୟ ଜଙ୍ଗଲ ଓ ପରିବେଶ…

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ବୁଲିଲେ ବିଧାୟକ

ପାଲଲହଡ଼ା, ୭ା୭(ଡି.ଏନ.ଏ.)- ପାଲଲହଡ଼ା ବିଧାୟକ ମୁକେଶ କୁମାର ପାଲ ରବିବାର ପାଲଲହଡ଼ା ବ୍ଲକ ଆଦିବାସୀ ଅଧ୍ୟୁଷିତ ଓ ମାଓ ଅଞ୍ଚଳ ନାଗିରା ପଞ୍ଚାୟତର ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କ ସମସ୍ୟା ପଚାରି ବୁଝିଛନ୍ତି। ପ୍ରଥମେ ବିଧାୟକ ନଗିରା ଗ୍ରାମରେ ପହଞ୍ଚି ଲୋକଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri