ମା’ ହିଙ୍ଗୁଳାଙ୍କ ମନ୍ଦିର ନିମନ୍ତେ ଭକ୍ତଙ୍କ ଦାନ, ରତ୍ନମୁଦ ଉତ୍ସବରୁ ମିଳିଲା ୨୩ ଲକ୍ଷ

ତାଳଚେର,୯ା୭(ନି.ପ୍ର.)- ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନୂତନ ମନ୍ଦିରର ରତ୍ନମୁଦ ଉତ୍ସବ ସୋମବାର ଅନୁଷ୍ଠିତ ହୋଇଥିଲା। ଏଥିରେ ଲକ୍ଷାଧିକ ଶ୍ରଦ୍ଧାଳୁ ଯୋଗ ଦେବା ସହ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଅକୁଣ୍ଠ ଚିତ୍ତରେ ଅର୍ଥ ଦାନ କରିଥିଲେ। ରତ୍ନମୁଦ ଉତ୍ସବ ବେଳେ ଭକ୍ତମାନେ ମୋଟ୍‌ ୨୨ ଲକ୍ଷ ୮୦ ହଜାର ୬୨୫ ଟଙ୍କା ଦାନ କରିଥିବା ଟ୍ରଷ୍ଟବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ସମସ୍ତ ଭକ୍ତଙ୍କୁ ଧନ୍ୟବାଦ ମଧ୍ୟ ପ୍ରଦାନ କରାଯାଇଛି। ସେହିପରି ମା’ଙ୍କ ପୀଠରେ ଥିବା ସମସ୍ତ ହୁଣ୍ଡିକୁ ଖୋଲାଯାଇ ମଙ୍ଗଳବାର ଗଣତି କରାଯାଇଥିଲା। ଟ୍ରଷ୍ଟବୋର୍ଡ ସଦସ୍ୟ ମୁରଲୀଧର ସାହୁ, ରାଜେନ୍ଦ୍ର କୁମାର ସିଂ, ସନ୍ତୋଷ କୁମାର ପ୍ରଧାନ, ଗଗନ ବିହାରୀ ସାହୁ ପ୍ରମୁଖଙ୍କ ଉପସ୍ଥିତିରେ ମୋଟ୍‌ ୨ ଲକ୍ଷ ୮୬ ହଜାର ୮୬୦ ଟଙ୍କା ସଂଗ୍ରହ କରାଯାଇଥିଲା। ଏଥିରେ ନରେନ୍ଦ୍ର ସିଂ, ଭୁବନାନନ୍ଦ ବିଶ୍ୱାଳ, ଧୂଳେଶ୍ୱର ବେହେରା, ପଞ୍ଚାନନ ବେହେରା, ଜୟନ୍ତ ଦେହୁରୀ, ଅର୍ଜୁନ ବେହେରା, ପ୍ରତାପ ବେହେରା, ବିଭୂତି ସାମଲ, ମିଲୁ ସାମଲ, କିଶୋର ଦେହୁରୀ ଓ ସାମାଜିକ କର୍ମୀ ବିଭୂତି ଭୂଷଣ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସବୁଠୁ ନିଜର

ଏକ ସମୟ ଥିଲା, ଯେତେବେଳେ ମଣିଷ ନିଜର ସୁଖ-ଦୁଃଖ ବାଣ୍ଟିବା ପାଇଁ ପରିବାର, ସାଙ୍ଗସାଥୀ ଓ ପଡ଼ୋଶୀଙ୍କୁ ଖୋଜୁଥିଲା। କିନ୍ତୁ ଆଜି ସକାଳୁ ଆଖି ଖୋଲିବାଠାରୁ ରାତିରେ…

ଦିଲ୍ଲୀ ସତ୍ୟ ନିକେତନ ଘଟଣା: ଭଗ୍ନାବଶେଷରୁ ୧୦ ଉଦ୍ଧାର, ୬ ମୃତ ଘରମାଲିକଙ୍କ ବିରୋଧରେ ଏଫଆଇଆର ରୁଜୁ

ନୂଆଦିଲ୍ଲୀ,୭।୯: ସୋମବାର ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି, ଯେଉଁଠାରେ ଏକ ପୁରୁଣା ତିନି ମହଲା କୋଠା ତାସ ଘର ପରି ଭୁଶୁଡ଼ି…

ଅନୁଦାନ ଅନୁକମ୍ପା ନୁହେଁ, ଅଧିକାର

ଶିକ୍ଷାର ବିକାଶ ନିମନ୍ତେ ଶିକ୍ଷାନୁଷ୍ଠାନ ଖୋଲିବା ସରକାରଙ୍କ ଦାୟିତ୍ୱ। ମାତ୍ର ଛାତ୍ରୀଛାତ୍ରଙ୍କ ଆବଶ୍ୟକତା ଦୃଷ୍ଟିରୁ ସ୍ବାଧୀନତାର କେଇ ଦଶନ୍ଧି ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ନ ଥିଲା ଓଡ଼ିଶାର ଶିକ୍ଷାନୁଷ୍ଠାନ।…

ଲାଭା ଉଦ୍‌ଗିରଣ: ବିମାନ ବାତିଲ କଲା ଇଣ୍ଡୋନେସିଆ

ଜାକର୍ତ୍ତା,୭ା୯: ଇଣ୍ଡୋନେସିଆର ଅନକ କ୍ରକାତାଉ ଆଗ୍ନେୟଗିରିରୁ ରବିବାର ଭୋର ସମୟରେ ଲାଭା ଉଦ୍‌ଗିରଣ ହୋଇଛି। ଲାଭା ପାଉଁଶ ପଶ୍ଚିମ ଇଣ୍ଡୋସେନିଆ ଆକାଶକୁ ଛାଇଯାଇଥିବାରୁ ଜାକର୍ତ୍ତାର ସୁକର୍ଣ୍ଣୋ-ହାଟ୍ଟା ଅନ୍ତର୍ଜାତୀୟ…

Plane Crash: ମିଆମି ବିମାନବନ୍ଦରରେ ବଡ଼ ଦୁର୍ଘଟଣା; ୫ ମୃତ ୫ ଆହତ ଦେଖନ୍ତୁ Video

ଓ୍ବାଶିଂଟନ,୭।୯: ଆମେରିକାର ମିଆମି ବିମାନବନ୍ଦରରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି, ଯାହା ଫଳରେ ଅତି କମରେ ୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ୫ ଜଣ…

ହାଇକୋର୍ଟରେ ଚ୍ୟାଲେଞ୍ଜ ହେବ ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ରାଜ୍ୟରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଭି.କେ. ପାଣ୍ଡିଆନ ଲୋକଙ୍କ ଅଭିଯୋଗ ଶୁଣାଣି ପାଇଁ ବିଭିନ୍ନ ଜିଲାକୁ ହେଲିକପ୍ଟର ଗସ୍ତ କାର୍ଯ୍ୟକ୍ରମ ସଂପର୍କିତ ଖର୍ଚ୍ଚକୁ…

ବିହାରରେ ବନ୍ୟା: ୨୨ ଲକ୍ଷ ପ୍ରଭାବିତ

ପାଟନା,୭ା୯(ପି.ଟି.): ବିହାର ଓ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଲାଗିରହିଥିବାରୁ ନଦୀଗୁଡ଼ିକ ବିପଦ ସଙ୍କେତ ଉପରେ ପ୍ରବାହିତ ହେବା ସହ ୨୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବନ୍ୟା ପ୍ରଭାବିତ…

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri