ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ବୁଲିଲେ ବିଧାୟକ

ପାଲଲହଡ଼ା, ୭ା୭(ଡି.ଏନ.ଏ.)- ପାଲଲହଡ଼ା ବିଧାୟକ ମୁକେଶ କୁମାର ପାଲ ରବିବାର ପାଲଲହଡ଼ା ବ୍ଲକ ଆଦିବାସୀ ଅଧ୍ୟୁଷିତ ଓ ମାଓ ଅଞ୍ଚଳ ନାଗିରା ପଞ୍ଚାୟତର ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କ ସମସ୍ୟା ପଚାରି ବୁଝିଛନ୍ତି। ପ୍ରଥମେ ବିଧାୟକ ନଗିରା ଗ୍ରାମରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ। ପରେ ପାଲ ରୁଗୁଡିହ ଗ୍ରାମକୁ ଯାଇଥିଲେ। ସେଠାକାର ଅଧିବାସୀ ପାରମ୍ପରିକ ନୃତ୍ୟଗୀତରେ ତାଙ୍କୁ ସ୍ବାଗତ କରିଥିଲେ। ସ୍ଥାନୀୟ ସ୍କୁଲରେ ଆୟୋଜିତ ଭୂୟାଁ ସମାଜର ବାର୍ଷିକ ବୈଠକରେ ବିଧାୟକ ଯୋଗ ଦେଇ ସେହି ଅଞ୍ଚଳରେ କିପରି ପାନୀୟ ଜଳ, ଗମନାଗମନ, ସ୍ବାସ୍ଥ୍ୟ, ବିଦ୍ୟୁତ୍‌, ଶିକ୍ଷା ଆଦି ସମସ୍ୟାର ସମାଧାନ କରାଯିବ ସେ ଉପରେ ଆଲୋଚନା କରିଥିଲେ। ଆଗାମୀ ୫ ବର୍ଷ ମଧ୍ୟରେ ପାଉଡି ଭୂୟାଁ ସମ୍ପ୍ରଦାୟକୁ ନୂତନ ପରିଚୟ ପ୍ରଦାନ କରାଯିବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଥିଲେ। ଅଖାପାଖ ୫୩ ଗ୍ରାମର ୨ ଶହରୁ ଊର୍ଦ୍ଧ୍ୱ ପାଉଡି ଭୂୟାଁ ସମ୍ପ୍ରଦାୟର ମହିଳା ପୁରୁଷଙ୍କ ସମେତ ନଗର ସରପଞ୍ଚ ପିତ୍ତନ ବାରିକ, ବରଡ଼ିହ ସମିତି ସଭ୍ୟା ଅଇନ ସାଉନ୍ତ, ପୂର୍ବତନ ସରପଞ୍ଚ ସୋନୁ ଦେହୁରୀ ଏବଂ ବରିଷ୍ଠ ବିଜେଡି ନେତା ନରେନ୍ଦ୍ର ଭୁକ୍ତା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼କୁ ଓଲଟିଲା ଜଗନ୍ନାଥ ଏକ୍ସପ୍ରେସ, ୨୫ ଯାତ୍ରୀ…

ପାଳଲହଡା,୨୧।୭(ଦିବ୍ୟଜ୍ୟୋତି ଦାଶ): ରାସ୍ତାକଡ଼କୁ ଓଲଟିଲା OSRTC ଜଗନ୍ନାଥ ଏକ୍ସପ୍ରେସ । ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟିପଡିଥିବା ଜଣାପଡିଛି । ଅନୁଗୁଳ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri