ଟ୍ରାଫିକ୍‌ ଜଗିବ ୪୮ କ୍ୟାମେରା, ଖୁବ୍‌ଶୀଘ୍ର ଉଦ୍‌ଘାଟନ

ଅନୁଗୋଳ ଅଫିସ, ୯।୭ ଅନୁଗୋଳର ଅସଜଡ଼ା ଟ୍ରାଫିକ୍‌ ବ୍ୟବସ୍ଥା ସୁଧାରିବା ପାଇଁ ପୋଲିସ ପକ୍ଷରୁ ସହରର ବିଭିନ୍ନ ଛକରେ କ୍ୟାମେରା ଲଗାଯାଉଛି। ଏହି କ୍ୟାମେରା ଟ୍ରାଫିକ ବ୍ୟବସ୍ଥା ସହ ଅପରାଧୀଙ୍କ ଉପରେ ମଧ୍ୟ ନଜର ରଖିବ। ପ୍ରଥମ ପର୍ଯ୍ୟାୟରେ ୪୮ଟି କ୍ୟାମେରା ଲଗାଯାଉଥିବାବେଳେ ଜିଲା ପୋଲିସ ମୁଖ୍ୟାଳୟରେ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ବାହୁଡ଼ାଯାତ୍ରା ଶେଷ ହେବା ପରେ ଏହି ବ୍ୟବସ୍ଥାକୁ ରାଜ୍ୟ ପୋଲିସର ଜଣେ ବରିଷ୍ଠ ଅଧିକାରୀ ଉଦ୍‌ଘାଟନ କରିବେ ବୋଲି ସୂଚନା ମିଳିଛି।
ଅନୁଗୋଳ ସହରରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ସିସିଟିଭି ଲଗାଯିବା କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ଥାନା ଛକ, ରାଜ ହୋଟେଲ ଛକ, ହୁଲୁରିସିଂହା ଛକ, ହରିମହୁରୀ ଛକ, ସେଣ୍ଟ୍ରାଲ ଲଜ ଛକ ଓ ବଜାର ଛକରେ ପ୍ରଥମ ପର୍ଯ୍ୟାୟରେ ୪୮ଟି କ୍ୟାମେରା ଲଗାଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ୬ଟି ଛକରେ ସିସିଟିଭି ଖଞ୍ଜାଯିବ। ବର୍ତ୍ତମାନ ସୁଦ୍ଧା ୩୮ଟି କ୍ୟାମେରା ଲଗାଯାଇଥିବା ବେଳେ ପରେ ଉକ୍ତ ସଂଖ୍ୟା ଶହେକୁ ବୃଦ୍ଧି କରାଯିବ ବୋଲି ଅନୁଗୋଳ ଏସ୍‌ପି ମିତ୍ରଭାନୁ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଉକ୍ତ ୩୮ ମଧ୍ୟରୁ ପ୍ରତି ଛକରେ ଗୋଟିଏ ଲେଖାଏ ପିଟିଜେଡ ଓ ଛକ ଚାରି ପାଖରେ ବୁଲେଟ କ୍ୟାମେରା ଲଗାଯାଇଛି। ଏହି ପିଟିଜେଡ କ୍ୟାମେରା ପ୍ରତି ୩ ସେକେଣ୍ଡରେ ୩୬୦ ଡିଗ୍ରୀରେ ବୁଲି ସହର ଉପରେ ନଜର ରଖିବ। ସେହିପରି ବୁଲେଟ କ୍ୟାମେରା ଗୁଡ଼ିକ ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କ ଉପରେ ନଜର ରଖିବ। ଅଗଷ୍ଟ ପ୍ରଥମ ସପ୍ତାହରେ ସହରର ୪ଟି ସ୍ଥାନରେ ୬ଟି ଅଟୋମେଟିକ ନମ୍ବର ପ୍ଲେଟ ରେକୋନାଇଜେଶନ୍‌ କ୍ୟାମେରା ଓ ୪ଟି ଆଡଭାନ୍ସ କ୍ୟାମେରା ଲଗାଯିବ। ଏହି କ୍ୟାମେରାରେ ଟ୍ରାଫିକ ନିୟମ ଉଂଲ୍ଲଘନ କରୁଥିବା ଲୋକଙ୍କୁ ଧରାଯିବ। ଏଥିସହ ବିଭିନ୍ନ ସମୟରେ ଗଣ୍ଡଗୋଳ ପାଇଁ ପ୍ରତ୍ସୋହିତ କରୁଥିବା ଲୋକଙ୍କ ଉପରେ ନଜର ରଖିବା, ବେଆଇନ ପାର୍କିଂ, ଜେବ୍ରା କ୍ରସିଂ ନ ମାନିଲେ ସେମାନଙ୍କ ଚିତ୍ର କ୍ୟାମେରାରେ କଏଦ କରାଯିବ ବୋଲି ଏସ୍‌ପି କହିଛନ୍ତି। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ୱେବସାଇଟ୍‌କୁ ଜିଲା ପୋଲିସ ମୁଖ୍ୟାଳୟ ସହ ଲିଙ୍କ୍‌ କରାଯିବ। ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ନିକଟକୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜରିମାନା ପାଇଁ ରସିଦ୍‌ ପଠାଯିବ। ଏହାପରେ ଏକ ନିର୍ଦ୍ଧିଷ୍ଟ ତାରିଖରେ ସମ୍ପୃକ୍ତ ବ୍ୟକ୍ତିମାନେ ଆସି ପୋଲିସ ମୁଖ୍ୟାଳୟରେ ଜରିମାନା ରସିଦ କାଟିବେ। ତେବେ ରାଜ୍ୟରେ ପ୍ରଥମ ଥର ଟ୍ରାଫିକ ନିୟନ୍ତ୍ରଣ ପାଇଁ ଅନୁଗୋଳରେ ପୋଲିସ ପକ୍ଷରୁ କମାଣ୍ଡ କଣ୍ଟ୍ରୋଲ ସଫ୍ଟୱେର ବ୍ୟବହାର କରାଯାଇଛି। ପୂର୍ବରୁ ଏହି ସଫ୍ଟୱେର ତେଲେଙ୍ଗାନା ପୋଲିସ ବ୍ୟବହାର କରିଥିଲା। ସେହିପରି ଅପରାଧ ନିୟନ୍ତ୍ରଣ ପାଇଁ ଆପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବା ବ୍ୟକ୍ତିଙ୍କ ଫଟୋ ସଂଗ୍ରହ କରାଯାଇଛି। ସିସିଟିଭି କ୍ୟାମେରାରେ ଉତ୍ତୋଳିତ ଫଟୋ ଡାଟାବେସ୍‌ରେ ଥିବା ଫଟୋ ସହିତ ମେଳ ଖାଇଲେ ସଙ୍ଗେ ସଙ୍ଗେ ନିୟନ୍ତ୍ରଣ କକ୍ଷକୁ ସେହି ସୂଚନା ମିଳିଯିବ। ଏହା ଦ୍ୱାରା ଅପରାଧୀଙ୍କୁ ଧରିବା ସହଜ ହେବ। ଅନୁଗୋଳରେ କାର୍ଯ୍ୟ ସରିବା ପରେ ବଅଁରପାଳ ଓ ନାଲ୍‌କୋରେ ମଧ୍ୟ ସିସିଟିଭି ଖଞ୍ଜାଯିବ। ଏହାର ଲିଙ୍କ୍‌ ଜିଲା ପୋଲିସ ମୁଖ୍ୟାଳୟ ସହ ରହିବ। ପରବର୍ତ୍ତୀ ସମୟରେ ତାଳଚେର ଠାରେ ଏକ ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ୍‌ ଖୋଲାଯାଇ ସହରକୁ ସିସିଟିଭି ନଜରରେ ରଖାଯିବା ଯୋଜନା ଥିବା ଏସ୍‌ପି ମହାପାତ୍ର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ସହରରେ ଥିବା ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ, ବ୍ୟକ୍ତିଙ୍କ ଘର ସମ୍ମୁଖରେ ଲଗାଯାଇଥିବା ସିସିଟିଭିକୁ ଜିଲା ପୋଲିସ ମୁଖ୍ୟାଳୟ କଣ୍ଟ୍ରୋଲରୁମ୍‌ ସହ ଯୋଡ଼ାଯିବା ପାଇଁ ଅନୁଗୋଳ ପୋଲିସ ଅନୁରୋଧ କରିବ। ଏବେ ଜିଲା ପୋଲିସ ମୁଖ୍ୟାଳୟ କଣ୍ଟ୍ରୋଲ ରୁମ୍‌ରେ ଫେସିଆଲ ଅପ୍‌ଡେଟ୍‌ ହେଉଛି। ଏହା ଦୁଇ ତିନି ଦିନ ମଧ୍ୟରେ ଶେଷ ହେବ ବୋଲି ଏସ୍‌ପି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝୁଲିଲା ଅନୁଗୋଳ, ତାଳଚେର, ଆଠମଲ୍ଲିକ

ଅନୁଗୋଳ, ୨୮ା୩ (ଅମିତ କୁମାର ସାମଲ)ବିଜୁ ଜନତା ଦଳ ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟରେ ୭୧ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ଏଥିରେ...

ରାସ୍ତା ପାର୍ଶ୍ୱରେ ବିପଜ୍ଜନକ ଅବସ୍ଥାରେ ଚାଲୁଛି ପରିବା ବଜାର

ବଅଁରପାଳ/ଅନୁଗୋଳ,୨୫ା୩(ଅମିତ କୁମାର ସାମଲ): ବଅଁରପାଳ ବ୍ଲକ କୁଲା଼ଡ ଏଫ୍‌ସିଆଇ ଛକରୁ ନାଲ୍‌କୋ ସିପିପିକୁ ସଂଯୋଗ କରୁଥିବା ରାସ୍ତାର ଉଭୟ ପାଖରେ ଚାଲିଛି ପରିବା ବଜାର। କରୋନା...

ଲୁଚାଚୋରାରେ ଘରୋଇ ଜାଗାରେ ପଡ଼ୁଛି ଅଳିଆ

ଅନୁଗୋଳ, ୨୨ା୩ (ଅମିତ କୁମାର ସାମଲ): ଅନୁଗୋଳ ସହରରୁ ବାହାରୁଥିବା ଆବର୍ଜନା କେଉଁଠାରେ ପକାଯିବ ତାହାକୁ ନେଇ ସୃଷ୍ଟି ହୋଇଥିବା ସମସ୍ୟାର ଏଯାଏ ସମାଧାନ ହୋଇପାରୁ...

ରାଜନୈତିକ ସମୀକରଣ ଦେଖି ରଣନୀତି

ଆଠମଲ୍ଲିକ,୨୨।୩(ଉଦୀପ୍ତ ପୁରୋହିତ): ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ପରଠାରୁ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନେଇ ସାଧାରଣରେ ବହୁ ଆଲୋଚନା ଚାଲିଛି। ଅନୁଗୋଳ ଜିଲାର ୫ଟି ବିଧାନସଭା...

ଜଙ୍ଗଲ ନିଆଁ ଆୟତ୍ତ କଲେ ଗାଁ ପିଲା

ପାଲଲହଡ଼ା,୨୦ା୩ (ଦିବ୍ୟଜ୍ୟୋତି ଦାଶ): ଖେଳକୁଦ କରିବା ବୟସରେ ୭ ଜଣ ପିଲା ଦେଖାଇଛନ୍ତି ସାହସିକତା। ସଚେତନ ମଣିଷଙ୍କ ପରି ସେମାନେ ବୁଦ୍ଧି ଖଟାଇ ଜଙ୍ଗଲ ନିଅଁାକୁ...

ଅନୁଗୋଳରେ ୨୭, ୬୨୫ ନୂଆ, ୭, ୭୪୮ ବରିଷ୍ଠ ମତଦାତା

ଅନୁଗୋଳ, ୧୮ା୩ (ଅମିତ କୁମାର ସାମଲ): ଅନୁଗୋଳ ଜିଲାରେ ଥିବା ବିଧାନସଭା ଆସନ ଏବଂ ଢେଙ୍କାନାଳ ଓ ସମ୍ବଲପୁର ଲୋକ ସଭା ଅଧୀନରେ ଆସୁଥିବା ନିର୍ବାଚନମଣ୍ଡଳୀରେ...

ଅନୁଗୋଳ ଜିଲାରେ ୧୬୫ ବୁଥ୍‌ ସମ୍ବେଦନଶୀଳ

ଅନୁଗୋଳ, ୧୮ା୩ (ଅମିତ କୁମାର ସାମଲ): ଅନୁଗୋଳ ଜିଲାରେ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ମହମ୍ମଦ ଅବଦଲ ଅଖତାର ରବିବାର...

ଅନୁଗୋଳରେ ବିଗୁଡୁଛି ଆଇନଶୃଙ୍ଖଳା ସ୍ଥିତି

ଅନୁଗୋଳ, ୧୩।୩ (ଅମିତ କୁମାର ସାମଲ): ଅନୁଗୋଳ ଦେଇ ଯାଇଥିବା କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଶେଷ ହେବାରେ ଅହେତୁକ ବିଳମ୍ବ ହେଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri