ଅନୁଗୋଳ କଲେଜ ଛାତ୍ରଙ୍କ ସାହିତ୍ୟ କୃତି:ପ୍ରକାଶ କଲେ ୨୨୪ ପୃଷ୍ଠାର ଉପନ୍ୟାସ

ଅନୁଗୋଳ ଅଫିସ, ୯।୭ ମାତ୍ର ୨୦ ବର୍ଷ ବୟସରେ ୨୨୪ ପୃଷ୍ଠାର ଉପନ୍ୟାସ ଲେଖିଛନ୍ତି ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ର ପ୍ରଭୁ କଲ୍ୟାଣ ସିଂ। ସେ ଏବେ ଯୁକ୍ତ ୩ ଦ୍ୱିତୀୟ ବର୍ଷ (ଇଂଲିଶ ସମ୍ମାନ)ରେ ଅଧ୍ୟୟନ କରୁଛନ୍ତି। ପ୍ରେମକାହାଣୀ ଉପରେ ଆଧାରିତ ଏହି ଉପନ୍ୟାସ ‘ବ୍ରୋକେନ୍‌ ପ୍ରୋମିଜେସ୍‌’ ଚଣ୍ଡିଗଡ଼ର ଏକ ପ୍ରକାଶନ ସଂସ୍ଥା ହ୍ବାଇଟ ଫାଲକନ୍‌ ପବ୍ଲିଶର ପକ୍ଷରୁ ପ୍ରକାଶ କରାଯାଇଛି। ଏହାକୁ ଲେଖିବା ପାଇଁ ୬ମାସ ଲାଗିଥିବା ପ୍ରଭୁ ପ୍ରକାଶ କରିଛନ୍ତି। ନିଜର ଏହି ସାହିତ୍ୟ କୃତିକୁ ନେଇ ବେଶ୍‌ ଉତ୍ସାହିତ ଥିବା ପ୍ରଭୁ ସ୍କୁଲ ସମୟର ଇଚ୍ଛା ପୂରଣ ହୋଇଥିବା କହିଛନ୍ତି।
ପ୍ରଭୁଙ୍କ ଘର ଅନୁଗୋଳ ଜିଲା ତାଳଚେର ବ୍ଲକ ବଳରାମପ୍ରସାଦର ଗଡ଼ସାହିରେ। ବାପା ପ୍ରଦୋଷ କୁମାର ସିଂ ନାଲ୍‌କୋରେ କାର୍ଯ୍ୟ କରୁଥିବାରୁ ସେ ମା’ ଜ୍ୟୋତ୍ସ୍ନାମୟୀ ସିଂଙ୍କ ସହ ନାଲ୍‌କୋ ଟାଉନଶିପ୍‌ରେ ରହୁଛନ୍ତି। ନିଜର ଏହି କୃତି ସମ୍ପର୍କରେ ପ୍ରଭୁ କହିଛନ୍ତି, ଜଣେ ବନ୍ଧୁଙ୍କ ଗ୍ରାମରେ ଜନୈକ ଯୁବକଙ୍କ ସହ ଘଟିଥିବା ଏକ ପାରିବାରିକ ଘଟଣା ତାଙ୍କୁ ଉପନ୍ୟାସ ଆକାରରେ ଉତ୍ତାରିବାକୁ ପ୍ରେରଣା ଯୋଗାଇଥିଲା। ପାରିବାରିକ ଚାପରେ କିପରି ସେହି ଯୁବକ ଜଣକ ନିଜ ବଡ଼ଭାଇଙ୍କ ଦୁଇ ପିଲା ଓ ବିଧବା ଭାଉଜଙ୍କୁ ଆପଣେଇବାକୁ ବାଧ୍ୟ ହୋଇଛନ୍ତି, ତାହାକୁ ସେ ଏଥିରେ ସ୍ଥାନିତ କରିଛନ୍ତି। ହେଲେ ମୁଖ୍ୟ ଚରିତ୍ରରେ ଥିବା ସେହି ଯୁବକଙ୍କ ବାସ୍ତବ ଜୀବନରେ ପ୍ରେମିକା ନ ଥିଲେ ବି ଉପନ୍ୟାସରେ କିନ୍ତୁ ପ୍ରଭୁ ତାଙ୍କୁ ଜଣେ ପ୍ରେମିକ ସଜାଇଛନ୍ତି। ଏହି ପ୍ରେମ ଓ ପାରିବାରିକ ବାଧ୍ୟବାଧକତାର କାହାଣୀକୁ ପୁସ୍ତକର ରୂପ ଦେବାକୁ ତାଙ୍କୁ ୬ ମାସ ଲାଗି ଯାଇଥିଲା। ୪ ମାସ ସେ କେବଳ ଲେଖିଥିଲେ। ତ୍ରୁଟି ସଂଶୋଧନ କରିବାକୁ ଆଉ ୨ ମାସ ନେଇଥିଲେ। ୪ ଥର ପ୍ରକାଶନ ସଂସ୍ଥା ନିକଟକୁ ଲେଖା ପଠାଇବା ପରେ ତାହାକୁ ପ୍ରକାଶ ପାଇଁ ଗ୍ରୀନ୍‌ ସିଗନାଲ ମିଳିଥିଲା ବୋଲି ପ୍ରଭୁ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri