କଚ୍ଛପ ଗତିରେ ଚାଲିଛି ଟିକିରା ସେତୁ ନିର୍ମାଣ : ୧୫ ମାସରେ ୧୦ ପ୍ରତିଶତ କାର୍ଯ୍ୟ

ତାଳଚେର, ୧୮ା୭(ନି.ପ୍ର.) – କଣିହଁ। ବ୍ଲକର ୧୦ରୁ ଊର୍ଦ୍ଧ୍ୱ ପଞ୍ଚାୟତବାସୀଙ୍କ ଲାଇଫ୍‌ ଲାଇନ କୁହାଯାଉଥିବା ଟିକରା ସେତୁ କାର୍ଯ୍ୟ କଚ୍ଛପ ଗତିରେ ଚାଲିଛି। ନିର୍ମାଣ ଦାୟିତ୍ୱ ନେଇଥିବା ଠିକାସଂସ୍ଥା ୨ ବର୍ଷରେ ଏହା ଶେଷ କରିବାକୁ ଚୁକ୍ତି କରିଥିଲେ ବି ଗତ ୧୫ ମାସ ମଧ୍ୟରେ କେବଳ ୧୦ ପ୍ରତିଶତ କାର୍ଯ୍ୟ କରିପାରିଛି। ତେଣୁ ସେତୁ କେବେ ସମ୍ପୂର୍ଣ୍ଣ ହେବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଏ ନେଇ ଅଞ୍ଚଳବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।
କଣିହଁା ବ୍ଲକର ଦଲକ, ତାଳପଦା, ହନୁମାନପୁର, ପୋଇପାଳ, କଣ୍ଟପାଳ, କିଆଝାର, ଦୁର୍ଗାପୁର, ନାଲମ, ଟିଟିରିମା, ବୁରୁବାହାଳ, ରଞ୍ଜନାମୁଣ୍ଡୁରୀ ଆଦି ପଞ୍ଚାୟତବାସୀ ଦୈନିକ ଟିକିରା ନଦୀ ପାର ହୋଇ ବ୍ଲକ, ତହସିଲ ଅଫିସ ସହ ଡାକ୍ତରଖାନା, ଏନ୍‌ଟିପିସି ପ୍ଲାଣ୍ଟ, ମାର୍କେଟକୁ ଯାତାୟାତ କରୁଛନ୍ତି। ଏପରି କି ଛାତ୍ରୀଛାତ୍ରମାନେ ଏପରି ବିପଦସଙ୍କୁଳ ଅବସ୍ଥାରେ ଶିକ୍ଷାନୁଷ୍ଠାନକୁ ଆସିବାକୁ ବାଧ୍ୟ ହେଉଛନ୍ତି। ଅଞ୍ଚଳବାସୀଙ୍କ ବହୁ ଦାବି ପରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବିଜିଗୋଳ-କରଡେଇ ରାସ୍ତାର ୨ କିମି ଠାରେ ଏହି ବହୁ ପ୍ରତୀକ୍ଷିତ ଟିକିରା ସେତୁ ନିର୍ମାଣ କାର୍ଯ୍ୟ ପାଇଁ ଠିକା ଦିଆଯାଇଥିଲା। ୨୪ ମାସ ମଧ୍ୟରେ ନିର୍ମାଣ ଶେଷ ହେବ ବୋଲି ସ୍ଥିର ହୋଇଥିଲା। ଏଥିପାଇଁ ବ୍ୟୟ ଅଟକଳ ରଖାଯାଇଥିଲା ୮ କୋଟି ୮୭ ଲକ୍ଷ ୬୪ ହଜାର ଟଙ୍କା। ତତ୍‌କାଳୀନ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ଏହାର ଶୁଭ ଦେଇଥିଲେ। ଚୁକ୍ତି ଅନୁଯାୟୀ ୩୧ ମାର୍ଚ୍ଚ ୨୦୧୮ରେ ଏହାର କାର୍ଯ୍ୟ ଆରମ୍ଭ ହୋଇ ୨୦୨୦ ମାର୍ଚ୍ଚ ୩୦ରେ ଶେଷ ହେବା କଥା। ହେଲେ ୧୫ମାସ ମାସ ବିତି ଯାଇଥିଲେ ମଧ୍ୟ କାମରେ ସେପରି ଅଗ୍ରଗତି ଦେଖିବାକୁ ମିଳିନାହିଁ। କାମ ବିଳମ୍ବ ହେଲେ ପ୍ରକଳ୍ପର ବ୍ୟୟ ଭାର ବୃଦ୍ଧିପାଇବ। କିନ୍ତୁ ଯେପରି ଭାବେ କାମ ଚାଲିଛି ଏହା କେବେ ଶେଷ ହେବ କହିହେବ ନାହିଁ। ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଦାୟିତ୍ୱହୀନତା ଯୋଗୁ ସେତୁ କାମରେ ମନ୍ଥରତା ଦେଖାଦେଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ଏ ସମ୍ପର୍କରେ ବିଭାଗୀୟ ଜେଇ ନିରଞ୍ଜନ ବେହେରା କହିଛନ୍ତି, ଏ ପର୍ଯ୍ୟନ୍ତ ଗୋଟିଏ ଆବୁଟମେଣ୍ଟ, ଗୋଟିଏ ପିଅର କାଷ୍ଟିଙ୍ଗ କାମ ଶେଷ ହୋଇଛି ଓ ଆଉ ଗୋଟିଏ ଆବୁଟମେଣ୍ଟର ରଡ ବନ୍ଧା କାମ ଚାଲିଛି। ବର୍ତ୍ତମାନ ସୁଦ୍ଧା ୧୦ରୁ ୧୨ ପ୍ରତିଶତ କାମ ହୋଇଛି। କୌଣସି ବ୍ରିଜ୍‌ ସମୟ ମଧ୍ୟରେ ଶେଷ ହୁଏନାହିଁ। ଏହା କିଛି ନୂଆ କଥା ନୁହେଁ ବୋଲି ଯନ୍ତ୍ରୀ ମତ ରଖିଛନ୍ତି। ବିଭାଗୀୟ ଯନ୍ତ୍ରୀଙ୍କ ଏପରି ମନ୍ତବ୍ୟରୁ ଠିକଣା ସମୟରେ ସେତୁ ନିର୍ମାଣ ଶେଷ ପାଇଁ ତାଙ୍କ ଆନ୍ତରିକତା କେତେ ତାହା ଜଳ ଜଳ ଦିଶୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri