କଚ୍ଛପ ଗତିରେ ଚାଲିଛି ଟିକିରା ସେତୁ ନିର୍ମାଣ : ୧୫ ମାସରେ ୧୦ ପ୍ରତିଶତ କାର୍ଯ୍ୟ

ତାଳଚେର, ୧୮ା୭(ନି.ପ୍ର.) – କଣିହଁ। ବ୍ଲକର ୧୦ରୁ ଊର୍ଦ୍ଧ୍ୱ ପଞ୍ଚାୟତବାସୀଙ୍କ ଲାଇଫ୍‌ ଲାଇନ କୁହାଯାଉଥିବା ଟିକରା ସେତୁ କାର୍ଯ୍ୟ କଚ୍ଛପ ଗତିରେ ଚାଲିଛି। ନିର୍ମାଣ ଦାୟିତ୍ୱ ନେଇଥିବା ଠିକାସଂସ୍ଥା ୨ ବର୍ଷରେ ଏହା ଶେଷ କରିବାକୁ ଚୁକ୍ତି କରିଥିଲେ ବି ଗତ ୧୫ ମାସ ମଧ୍ୟରେ କେବଳ ୧୦ ପ୍ରତିଶତ କାର୍ଯ୍ୟ କରିପାରିଛି। ତେଣୁ ସେତୁ କେବେ ସମ୍ପୂର୍ଣ୍ଣ ହେବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଏ ନେଇ ଅଞ୍ଚଳବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।
କଣିହଁା ବ୍ଲକର ଦଲକ, ତାଳପଦା, ହନୁମାନପୁର, ପୋଇପାଳ, କଣ୍ଟପାଳ, କିଆଝାର, ଦୁର୍ଗାପୁର, ନାଲମ, ଟିଟିରିମା, ବୁରୁବାହାଳ, ରଞ୍ଜନାମୁଣ୍ଡୁରୀ ଆଦି ପଞ୍ଚାୟତବାସୀ ଦୈନିକ ଟିକିରା ନଦୀ ପାର ହୋଇ ବ୍ଲକ, ତହସିଲ ଅଫିସ ସହ ଡାକ୍ତରଖାନା, ଏନ୍‌ଟିପିସି ପ୍ଲାଣ୍ଟ, ମାର୍କେଟକୁ ଯାତାୟାତ କରୁଛନ୍ତି। ଏପରି କି ଛାତ୍ରୀଛାତ୍ରମାନେ ଏପରି ବିପଦସଙ୍କୁଳ ଅବସ୍ଥାରେ ଶିକ୍ଷାନୁଷ୍ଠାନକୁ ଆସିବାକୁ ବାଧ୍ୟ ହେଉଛନ୍ତି। ଅଞ୍ଚଳବାସୀଙ୍କ ବହୁ ଦାବି ପରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବିଜିଗୋଳ-କରଡେଇ ରାସ୍ତାର ୨ କିମି ଠାରେ ଏହି ବହୁ ପ୍ରତୀକ୍ଷିତ ଟିକିରା ସେତୁ ନିର୍ମାଣ କାର୍ଯ୍ୟ ପାଇଁ ଠିକା ଦିଆଯାଇଥିଲା। ୨୪ ମାସ ମଧ୍ୟରେ ନିର୍ମାଣ ଶେଷ ହେବ ବୋଲି ସ୍ଥିର ହୋଇଥିଲା। ଏଥିପାଇଁ ବ୍ୟୟ ଅଟକଳ ରଖାଯାଇଥିଲା ୮ କୋଟି ୮୭ ଲକ୍ଷ ୬୪ ହଜାର ଟଙ୍କା। ତତ୍‌କାଳୀନ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ଏହାର ଶୁଭ ଦେଇଥିଲେ। ଚୁକ୍ତି ଅନୁଯାୟୀ ୩୧ ମାର୍ଚ୍ଚ ୨୦୧୮ରେ ଏହାର କାର୍ଯ୍ୟ ଆରମ୍ଭ ହୋଇ ୨୦୨୦ ମାର୍ଚ୍ଚ ୩୦ରେ ଶେଷ ହେବା କଥା। ହେଲେ ୧୫ମାସ ମାସ ବିତି ଯାଇଥିଲେ ମଧ୍ୟ କାମରେ ସେପରି ଅଗ୍ରଗତି ଦେଖିବାକୁ ମିଳିନାହିଁ। କାମ ବିଳମ୍ବ ହେଲେ ପ୍ରକଳ୍ପର ବ୍ୟୟ ଭାର ବୃଦ୍ଧିପାଇବ। କିନ୍ତୁ ଯେପରି ଭାବେ କାମ ଚାଲିଛି ଏହା କେବେ ଶେଷ ହେବ କହିହେବ ନାହିଁ। ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଦାୟିତ୍ୱହୀନତା ଯୋଗୁ ସେତୁ କାମରେ ମନ୍ଥରତା ଦେଖାଦେଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ଏ ସମ୍ପର୍କରେ ବିଭାଗୀୟ ଜେଇ ନିରଞ୍ଜନ ବେହେରା କହିଛନ୍ତି, ଏ ପର୍ଯ୍ୟନ୍ତ ଗୋଟିଏ ଆବୁଟମେଣ୍ଟ, ଗୋଟିଏ ପିଅର କାଷ୍ଟିଙ୍ଗ କାମ ଶେଷ ହୋଇଛି ଓ ଆଉ ଗୋଟିଏ ଆବୁଟମେଣ୍ଟର ରଡ ବନ୍ଧା କାମ ଚାଲିଛି। ବର୍ତ୍ତମାନ ସୁଦ୍ଧା ୧୦ରୁ ୧୨ ପ୍ରତିଶତ କାମ ହୋଇଛି। କୌଣସି ବ୍ରିଜ୍‌ ସମୟ ମଧ୍ୟରେ ଶେଷ ହୁଏନାହିଁ। ଏହା କିଛି ନୂଆ କଥା ନୁହେଁ ବୋଲି ଯନ୍ତ୍ରୀ ମତ ରଖିଛନ୍ତି। ବିଭାଗୀୟ ଯନ୍ତ୍ରୀଙ୍କ ଏପରି ମନ୍ତବ୍ୟରୁ ଠିକଣା ସମୟରେ ସେତୁ ନିର୍ମାଣ ଶେଷ ପାଇଁ ତାଙ୍କ ଆନ୍ତରିକତା କେତେ ତାହା ଜଳ ଜଳ ଦିଶୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ମହିଳା ASI, ଲାଞ୍ଚ ନେଉଥିବା ବେଳେ ପଡ଼ିଲେ ଧରା

ଅନୁଗୋଳ, ୧୩।୬: ଅନୁଗୋଳ ଜିଲାର ଜରପଡ଼ା ଥାନାରେ କାର୍ଯ୍ୟରତ ମହିଳା ASI ସୀତା ନାୟକ ୮,୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନା…

ବ୍ରାହ୍ମଣୀରେ ଭାସିଗଲେ ୩ ସାଙ୍ଗ

ତାଳଚେର,୮।୬; ଅନୁଗୋଳ ଜିଲା ତାଳଚେର ବ୍ରାହ୍ମଣୀ ନଦୀରେ ସୋମବାର ଏକ ଅଘଟଣ ଘଟିଛି। ୩ଜଣ ସାଙ୍ଗ ଗାଧୋଇବା ବେଳେ ଭାସିଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ମୃତ ଅବସ୍ଥାରେ…

ବିଲକୁ ଯାଇଥିଲେ ୨ ଭାଇ, ହଠାତ୍‌ ମାରିଲା ଘଡ଼ଘଡ଼ି: ଆଉ ତା’ପରେ…

ବଇଣ୍ଡା, ୨।୬(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା କିଶୋର ନଗର ବ୍ଲକ ହଣ୍ଡପା ଥାନା ପାପସରା ଗ୍ରାମର ଜଟିଆ ରୁଗୁଡ଼ି ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ…

ବିଳମ୍ବିତ ରାତିରେ ବାଇକ ସହ ଜିଅନ୍ତା ଜଳିଗଲେ ଯୁବକ, କାରଣ ଜାଣିଲେ….

ପାଲଲହଡ଼ା,୨୯।୫(ଦିବ୍ୟଜ୍ୟୋତି ଦାଶ): ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।  ବାଇକ ଦୁର୍ଘଟଣାରେ ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସେହିପରି ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ଖମାର…

ନାତୁଣୀକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଜେଜେଙ୍କ ଜୀବନ

ଅନୁଗୋଳ,୧୨।୫: ଅନୁଗୋଳ ଜିଲା ଆଠମଲ୍ଳିକ ବ୍ଲକ ପାଇକ ସାହିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନାତୁଣୀଙ୍କୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍‌ ଆଘାତରେ ଜେଜେଙ୍କ ମୃତ୍ୟୁ ଘଟିଛି।…

ତାଳଚେର ଉପନଗରପାଳଙ୍କ ବିରୋଧରେ ଅନାସ୍ଥା

ତାଳଚେର,୮ା୫(ମନୋଜ ନନ୍ଦ): ତାଳଚେର ଉପନଗରପାଳ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ପୌରପାଳିକାର ୧୬ କାଉନସିଲର ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଶୁକ୍ରବାର…

ରୋଗୀସେବା ଦାବି, ୧୨ ଘଣ୍ଟିଆ ତାଳଚେର ବନ୍ଦ

ତଳଚେର,୮।୫(ମନୋଜ ନନ୍ଦ): ଅନୁଗୋଳ ଜିଲା ତଳଚେର ପବିତ୍ର ମୋହନ ମେଡିକାଲ କଲେଜରେ ରୋଗୀ ସେବା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳିତ ହୋଇଛି । ଆଗରୁ କ୍ରିୟାନୁଷ୍ଠାନ…

ସ୍ପଞ୍ଜ ଆଇରନ କାରଖାନାରେ ବଡ଼ ଅଘଟଣ, ଚାଲିଗଲା ୩ ଶ୍ରମିକଙ୍କ ଜୀବନ

ଅନୁଗୋଳ,୫।୫(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ଜିଲା ନିଶା ଥାନା ଅଞ୍ଚଳରେ ଥିବା ମେଟାଲିକ ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ବଡ଼ ଧରଣର ଦୁର୍ଘଟଣା ହୋଇଛି । ୩ ଜଣ ଶ୍ରମିକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri