୬ ମାସ ତଳୁ ଶେଷ ହେଲାଣି ଇକୋ ପାର୍କ ପରିଚାଳନା ଚୁକ୍ତି: ନାଲି ଫିତା ତଳେ ନବୀକରଣ
ଅନୁଗୋଳ ଅଫିସ, ୧୩।୧୧-ସହରବାସୀଙ୍କୁ ସତେଜ ରଖିବା ତଥା ଏକ ସୁସ୍ଥ ପରିବେଶ ଭେଟିଦେବାକୁ ଅନୁଗୋଳ ପୌରପାଳିକା ପକ୍ଷରୁ ଶିକ୍ଷକପଡ଼ାଠାରେ ଇକୋ ପାର୍କର ପରିକଳ୍ପନା କରାଯାଇଥିଲା। ପ୍ରଥମେ ପୌରପାଳିକା ଏହାକୁ ନିଜେ ପରିଚାଳନା କରୁଥିଲା। କିନ୍ତୁ ପରେ ଚୁକ୍ତିଭିତ୍ତିରେ ଏକ ଘରୋଇ...
ଆଦିବାସୀ ଛାତ୍ରୀ ହଷ୍ଟେଲ ଛାଡ଼ିବା ଘଟଣା: ତଦନ୍ତ କଲେ ଉପଜିଲାପାଳ
ପାଲଲହଡା,୧୩।୧୧(ଡି.ଏନ.ଏ.)- ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ନଗିରା ପଞ୍ଚାୟତରେ ଥିବା ସିବିଡ଼ା ଶିକ୍ଷା ନିକେତନର ୧୫୦ରୁ ଊର୍ଦ୍ଧ୍ୱ ଆଦିବାସୀ ଛାତ୍ରୀ ସୋମବାର ହଷ୍ଟେଲ ଛାଡିବା ଘଟଣାରେ ମଙ୍ଗଳବାର ପାଲଲହଡ଼ା ଉପଜିଲାପାଳ ଅଜିତ କୁମାର ପ୍ରଧାନ ସେଠାକୁ ଯାଇ ତଦନ୍ତ କରିଛନ୍ତି।...
ଆଜିଠାରୁ ମା’ ଲୋଭୀ ଠାକୁରାଣୀଙ୍କ ଯାତ୍ରା
(ଉପେନ୍ଦ୍ର ରାଉତ) ବଅଁରପାଳ, ୧୨।୧୧ ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଗଡ଼ସନ୍ତ୍ରୀ ଠାରେ ଥିବା ମା’ ଲୋଭୀ ଠାକୁରାଣୀଙ୍କ ଯାତ୍ରା ମଙ୍ଗଳବାରଠାରୁ ଆରମ୍ଭ ହେବ। ଗଡ଼ସନ୍ତ୍ରୀ ଓ ତୁଳସୀପାଳ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ଲୋଭୀ। ତେଣୁ ମା’ଙ୍କ...
ଜିଲା ଖଣିଜ ପାଣ୍ଠି ସପ୍ତମ ବୋର୍ଡ ଅଫ୍ ଟ୍ରଷ୍ଟି ବୈଠକ:ଅଧାପନ୍ତରିଆ କାର୍ଯ୍ୟ ନେଇ ଅସନ୍ତୋଷ
ଅନୁଗୋଳ ଅଫିସ, ୧୨।୧୧ଖଣି ପ୍ରଭାବିତ ଅଞ୍ଚଳର ଲୋକଙ୍କ ବିକାଶ ଓ କଲ୍ୟାଣ ପାଇଁ ଜିଲା ଖଣିଜ ପାଣ୍ଠିର ସପ୍ତମ ବୋର୍ଡ ଅଫ୍ ଟ୍ରଷ୍ଟି ବୈଠକ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସଭାଗୃହଠାରେ ସୋମବାର...
ମୌଳିକ ସୁବିଧା କଥା ବୁଝିଲାନି ପ୍ରଶାସନ:ହଷ୍ଟେଲ ଛାଡ଼ିଲେ ୧୫୦ରୁ ଊର୍ଦ୍ଧ୍ୱ ଆଦିବାସୀ ଛାତ୍ରୀ
ପାଲଲହଡା,୧୨।୧୧(ଡି.ଏନ.ଏ.) ଅନୁଗୋଳ ଜିଲା ପାଲଲହଡା ବ୍ଲକ ନଗିରା ପଞ୍ଚାୟତରେ ଥିବା ସିବିଡା ଶିକ୍ଷା ନିକେତନର ୧୫୦ରୁ ଊର୍ଦ୍ଧ୍ୱ ଆଦିବାସୀ ଛାତ୍ରୀ ଦୀର୍ଘଦିନରୁ ଲାଗି ରହିଥିବା ଅବ୍ୟବସ୍ଥା ପାଇଁ ସୋମବାର ହଷ୍ଟେଲ ଛାଡିଛନ୍ତି। ବାରମ୍ବାର ଦାବି ପରେ ବି ପ୍ରଶାସନ ମୌଳିକ...
ଭୁବନେଶ୍ୱର ଚାଲାଣ ବେଳେ ମଦ ଜବତ: ଡ୍ରାଇଭର, ବେପାରୀ ଅଟକ
ବନ୍ତଳା,୧୧।୧୧(ଡି.ଏନ୍.ଏ.): ଅନୁଗୋଳ ଜିଲା ବନ୍ତଳା ଥାନା ଅନ୍ତର୍ଗତ ଶଙ୍ଖପୁର-ବନ୍ଦଣପଶି ରାସ୍ତାରେ ସୋମବାର ପୋଲିସ ଚଢ଼ାଉ କରି ୩୦୦ ଲିଟର ମଦ ଜବତ କରିଛି। ବେଆଇନ ମଦ ଚାଲାଣ କାରବାରରେ ସମ୍ପୃକ୍ତ ଏକ ସ୍କର୍ପିଓ ଗାଡ଼ି (ଓଆର୍ ୦୨ ଏଏ୦୫୮୬)କୁ ଜବତ...
ଅନୁଗୋଳ ପୋଲିସ ହାତରେ ୮ ଜଣିଆ ଗ୍ୟାଙ୍ଗ; ୩ ଘରେ ବୁଲାଇଥିଲେ କଳାକନା
ଅନୁଗୋଳ ଅଫିସ, ୧୧।୧୧: ସହରର ବିଭିନ୍ନ ସ୍ଥାନରୁ ଚୋରି କରି ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ଏକ ୮ ଜଣିଆ ଗ୍ୟାଙ୍ଗକୁ ଧରିବାରେ ସଫଳତା ପାଇଛି ଅନୁଗୋଳ ପୋଲିସ। ସେମାନଙ୍କ ନିକଟରୁ ଗୋଟିଏ ସୁନା ହାର, ମୁଦି, ମଙ୍ଗଳସୁତ୍ର, ୪ଟି...
ରାସ୍ତା ପାର୍ଶ୍ୱରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା; ଖୁବ୍ଶୀଘ୍ର ପର୍ଦ୍ଦାଫାଶ କରିବ ପୋଲିସ
ଅନୁଗୋଳ ଅଫିସ, ୧୧।୧୧: ଅନୁଗୋଳ ବ୍ଲକ ବନ୍ତଳା ଥାନା ଗୁରଙ୍ଗ ଗ୍ରାମର ତ୍ରିପୁରା ନାଏକ(୧୯)ଙ୍କ ମୃତଦେହ ସାକସିଙ୍ଗା ରାସ୍ତା ପାର୍ଶ୍ୱରୁ ଶୁକ୍ରବାର ଅନୁଗୋଳ ପୋଲିସ ଉଦ୍ଧାର କରିବା ଘଟଣାର ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପରିବାର ଲୋକଙ୍କ ହତ୍ୟା ଅଭିଯୋଗକୁ ଆଧାର...
ପାହାଡ଼ରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର
ପାଲଲହଡ଼ା, ୧୦ା୧୧(ଡି.ଏନ.ଏ.) – ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡ ଆଲୁରି ପଞ୍ଚାୟତ ବୁରୁବୁରା ଗ୍ରାମର କୁଲାଡେରା ଜଙ୍ଗଲ ନିକଟ ପାହାଡ଼ ଉପରୁ ଶନିବାର ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହକୁ ଖମାର ପୋଲିସ ଉଦ୍ଧାର କରିଛି। ମହିଳାଙ୍କ ମୁହଁଠାରୁ ଅଣ୍ଟା ପର୍ଯ୍ୟନ୍ତ...
୩୪ତମ ବୋଇତ ବନ୍ଦାଣ ମହୋତ୍ସବ ଉଦ୍ଘାଟିତ: ସୁଦୃଢ଼ ପାଇଁ ସହଯୋଗ କରିବ ସଂସ୍କୃତି ବିଭାଗ
ଅନୁଗୋଳ ଅଫିସ, ୧୦।୧୧ – ଅନୁଗୋଳର ସେବା ଓ ସାଂସ୍କୃତିକ ଅନୁଷ୍ଠାନ ‘କଳାକାର’ ପକ୍ଷରୁ ୩୪ତମ ବୋଇତ ବନ୍ଦାଣ ମହୋତ୍ସବ ୨୦୧୯ ଶନିବାର ଉଦ୍ଘାଟିତ ହୋଇଯାଇଛି। ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶରତ ଚନ୍ଦ୍ର ସେଠୀ ମୁଖ୍ୟଅତିଥି, ଜିଲା...
ଘରଭଙ୍ଗା କାର୍ଯ୍ୟରେ ଲଗାଇଲେ ପ୍ରଧାନ ଶିକ୍ଷକ: ଛାତ୍ରୀଛାତ୍ରଙ୍କ ହାତରେ ଶାବଳ, କୋଡ଼ି
ବନ୍ତଳା,୧୦ା୧୧(ଡି.ଏନ.ଏ.) – ଅନୁଗୋଳ ଜିଲା ବନ୍ତଳା ଥାନା ବଡ଼କଣ୍ଟକୁଳ ପଞ୍ଚାୟତ ଜମ୍ବୁଗଡ଼ିଆ ପ୍ରକଳ୍ପ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶନିବାର ଛାତ୍ରୀଛାତ୍ରମାନଙ୍କୁ ଘର ଭଙ୍ଗା କାର୍ଯ୍ୟରେ ଲଗାଇଥିବା ଅଭିଭାବକମାନେ ଅଭିଯୋଗ କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି। ସରକାର ବିଦ୍ୟାଳୟର...
ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ଜିଲା ଶିକ୍ଷା ଅଧିକାରୀ: ପିଲାଙ୍କ ସହ କଲେ ମଧ୍ୟାହ୍ନଭୋଜନ
ବନ୍ତଳା,୧୦ା୧୧(ଡି.ଏନ.ଏ.) – ଅନୁଗୋଳ ଜିଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା ଶନିବାର ବନ୍ତଳା ଥାନା ଅଞ୍ଚଳରେ ଥିବା କେତେକ ସ୍କୁଲକୁ ଅଚାନକ ପରିଦର୍ଶନରେ ଯାଇଥିଲେ। ତାଙ୍କ ସହ ଜିଲା ବିଜ୍ଞାନ ପର୍ଯ୍ୟବେକ୍ଷକ କେଦାର ବେହେରା ଉପସ୍ଥିତ ଥିଲେ। ଜିଲା ଶିକ୍ଷା...
Archives


