୨୯ ବର୍ଷ ହେଲା ଚାଲିଛି ମାନସିକ ପୂରଣ

ବଇଣ୍ଡା,୨୪।୧୧: ଟିଏ ପଟେ ବୁଡ଼ି ଯାଉଥିବା କଳା, ସଂସ୍କୃତିକୁ ଉଜ୍ଜୀବିତ କରିବାକୁ ପ୍ରୟାସ ତ ଅନ୍ୟପଟେ ଧାର୍ମିକ ଭାବନା ବା ମାନସିକ ପୂରଣ ପାଇଁ ଚାଲିଛି ପ୍ରଚେଷ୍ଟା। ଏମିତି ବର୍ଷ ପରେ ବର୍ଷ ୨୯ ବର୍ଷ ଧରି ପାଲା ପରିବେଷଣ କରିଆସୁଛନ୍ତି ଅନୁଗୋଳ ଜିଲା କିଶୋରନଗର ବ୍ଲକ ନୁନୁକାପଶି ବଇଣ୍ଡା ଗ୍ରାମର ଜଗତ ମୋହନ ମିଶ୍ର।

ଜଗତ ମୋହନ କହିଛନ୍ତି, ୧୯୮୬ରେ ସେ ବିବାହ କରିଥିଲେ। ୪ ବର୍ଷ ବିତିଯିବା ପରେ ବି ପିଲାଟିଏ ନ ହେବାରୁ ସେ ଚିନ୍ତିତ ହୋଇପଡ଼ିଥିଲେ। ପୁଅଟିଏ ହେଲେ ଆଜୀବନ ପାଲା ପରିବେଷଣ କରିବେ ବୋଲି ପ୍ରଭୁ ସତ୍ୟନାରାୟଣଙ୍କ ନିକଟରେ ମାନସିକ କରିଥିଲେ। ଈଶ୍ୱରଙ୍କ କୃପାରୁ ୧୯୯୧ରେ ତାଙ୍କୁ ପୁତ୍ର ସନ୍ତାନଟିଏ ପ୍ରାପ୍ତ ହେଲା। ତେଣୁ ଠାକୁରଙ୍କ ନିକଟରେ କରିଥିବା ମାନସିକ ପୂରଣ ପାଇଁ ସେ ପାଲା ପରିବେଷଣ କ୍ଷେତ୍ରରେ ପାଦ ଦେଲେ। ଗୁରୁ ନବୀନ କୁମାର ରଥଙ୍କଠାରୁ ଶିକ୍ଷା ନେଇ ସେ ୫ଜଣ ସାଥୀଙ୍କୁ ଧରି ପାଲା ଗାୟନ ଆରମ୍ଭ କଲେ। ବର୍ଷକୁ ୧୦୦ରୁ ଅଧିକ ପାଲା ପରିବେଷଣ କରୁଛନ୍ତି। ପାରିଶ୍ରମିକ ବାବଦରେ କଳାକାର ପିଛା ମାତ୍ର ୪ରୁ ୫ଶହ ଟଙ୍କା ପାରିଶ୍ରମିକ ମିଳୁଥିବାରୁ ପରିବାର ଚଳାଇବା ବଡ଼ କଷ୍ଟକର ହେଉଛି। ତଥାପି ଏହାକୁ ନେଇ ସେ କେବେ ନିରାଶ ହୋଇନାହାନ୍ତି କି କାର୍ଯ୍ୟ ପ୍ରତି ବିମୁଖ ଭାବ ପ୍ରକଟ କରିନାହାନ୍ତି। କାରଣ ଈଶ୍ୱରଙ୍କ ଆଶୀର୍ବାଦ ତାଙ୍କ ସହ ପରିବାର ଉପରେ ଥିବାରୁ ସେ ମାନସିକ ପୂରଣ କରିବାକୁ ଜିଇଁଥିବା ଯାଏ ସତ୍ୟନାରାୟଙ୍କ ପାଲା ଗାନ କରି ଚାଲିଥିବେ। ଏହାଛଡ଼ା ସାମାଜିକ, ଧାର୍ମିକ ସଚେତନତା ସୃଷ୍ଟିରେ ପାଲାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ହେଲେ ଏହି କଳା, ସଂସ୍କୃତି ଧୀରେ ଧୀରେ ତା’ର ଦିଗ ହରାଉଥିବାରୁ ତାହାକୁ ବଞ୍ଚାଇ ରଖିବା ନିମନ୍ତେ ତାଙ୍କ ଉଦ୍ୟମ ଫଳପ୍ରସୂ ହେଉ ବୋଲି ସେ ଚାହାନ୍ତି। କିଶୋରନଗର ବ୍ଲକ ଅଞ୍ଚଳରେ ସେ ପାଲା ପରିବେଷଣ କରି ୨୧ଟି ପୁରସ୍କାର ପାଇଛନ୍ତି। ଏହାଛଡ଼ା ଜିଲାରୁ ୨୨ଟି ଶେଷ୍ଠ ପୁରସ୍କାର ତାଙ୍କୁ ମିଳିଛି। ଗ୍ରାମାଞ୍ଚଳରେ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାର ପ୍ରଚାର ପ୍ରସାର କରାଯାଉଥିବା ବେଳେ ତାଙ୍କ ସାଥୀଙ୍କୁ ଏପରି କିଛି କାର୍ଯ୍ୟ ଦିଆଯାଇଛି। କିନ୍ତୁ କଳାକାରଟିଏ ବଞ୍ଚିବା ପାଇଁ ସେଥିରୁ ମିଳୁଥିବା ପ୍ରାପ୍ୟ ପର୍ଯ୍ୟାପ୍ତ ହେଉନାହିଁ। ଏ ଦିଗରେ ସରକାର ଦୃଷ୍ଟି ଦେବା ସହ କଳାକାରଙ୍କ ଉନ୍ନତି ପାଇଁ ଅଧିକ ଯୋଜନା କଲେ ତାଙ୍କ ପରି ଅନ୍ୟମାନେ ଉପକୃତ ହେବା ସହ କଳା, ସଂସ୍କୃତିକୁ ଅବକ୍ଷୟ ମୁହଁରୁ ଫେରାଇ ଅଣାଯାଇପାରିବ ବୋଲି ଜଗତମୋହନ ପ୍ରକାଶ କରିଛନ୍ତି।

ପରିକ୍ଷିତ ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବ୍ୟକ୍ତିଙ୍କ ମୃତ୍ୟୁ

ପାଟଣା, ୯।୯ (ବୀର କିଶୋର ଦାଶ): ପାଟଣା ଥାନା ଅନ୍ତର୍ଗତ ମୂଷାଖୋରୀ ପଞ୍ଚାୟତର ମୂଷାନାଳି ଗ୍ରାମରେ ବିଦ୍ୟୁତ୍ ଆଘାତ ଲାଗି ବୁଧବାର ସକାଳେ ଦୟାନିଧି ମହାନ୍ତ (୪୮)ଙ୍କ…

ଭଦ୍ରକ-ଧାମରା ରେଳପଥ ଅବରୋଧ ଡିପିସିଏଲ୍‌ର ଅନ୍ୟାୟ: ଅନୀତି ବିରୋଧରେ ଜନଆକ୍ରୋଶ

ତିହିଡ଼ି, ୯।୯ (ସଞ୍ଜିତ ବଳ): ଭଦ୍ରକ-ଧାମରା ରେଳପଥର ତିହିଡ଼ି ବ୍ଲକ ଅଧୀନ ପୀରହାଟ ଥାନା ଅନ୍ତର୍ଗତ ଗୁରୁଦାସପୁରଠାରେ ବୁଧବାର ସକାଳଠାରୁ ରେଳପଥ ଅବରୋଧ କରାଯାଇଛି। ଧାମରା ପୋର୍ଟ…

ସ୍କୁଲରେ ତାଲା ପକାଇଲେ ଅଭିଭାବକ:ବାତ୍ୟା ଆଶ୍ରୟସ୍ଥଳୀରେ ପାଠପଢ଼ିଲେ ଛାତ୍ରୀଛାତ୍ର

ମହାକାଳପଡ଼ା,୯।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳବର୍ତ୍ତୀ ସୁନିତି ପଞ୍ଚାୟତ ଅନ୍ତର୍ଗତ ଓଲ୍ଡ ଫିଲ୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକମାନେ ତାଲା ପକାଇବା ଘଟଣାକୁ…

ପ୍ରଧାନ ଶିକ୍ଷକଙ୍କ ବଦଳି ନିଷ୍ପତ୍ତି ପ୍ରତ୍ୟାହାର ଦାବି: ଧାରଣାରେ ବସିଲେ ଅଭିଭାବକ

ବରୀ,୯।୯(ମହେନ୍ଦ୍ର ସ୍ବାଇଁ):ସରକାର ଶିକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ ଦେଉଥିବାବେଳେ ବରୀ ଶିକ୍ଷାମଣ୍ଡଳ ଅଧୀନସ୍ଥ କୃଷ୍ଣନଗର ପ୍ରାଥମିକ ବିଦ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ,…

ଅଧ୍ୟାପକ ନିଯୁକ୍ତି ଓ ବିଭିନ୍ନ ଦାବିରେ କଲେଜ ଫାଟକରେ ତାଲା: ଧାରଣାରେ ୫ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର

ପାଟଣା, ୯/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ୱାମପାଟଣାରେ ଅଧ୍ୟାପକ ନିଯୁକ୍ତି ସହ କଲେଜର ବିଭିନ୍ନ ସମସ୍ୟାର ସମାଧାନ…

ମଦ ନିଶାରେ ବାପାଙ୍କୁ ପିଟି ହତ୍ୟା, ଥାନାରେ ଆତ୍ମସମର୍ପଣ କଲା ପୁଅ

ପାଟଣା, ୯/୯ (ବୀର କିଶୋର ଦାଶ): ପାରିବାରିକ କଳହକୁ କେନ୍ଦ୍ର କରି କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ନୁଆଖମଣ ଗ୍ରାମରେ ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି।…

ବ୍ଲାକ୍‌ରୋଜ୍‌ ଜାହାଜ ବୁଡ଼ି ଘଟଣାକୁ ୧୭ ବର୍ଷ ପୂରିଲା: କାରଣ ଏବେବି ଅସ୍ପଷ୍ଟ

ପାରାଦୀପ, ୯।୯(ଶରତ ରାଉତ):ପାରାଦୀପ ବନ୍ଦରରୁ ଚାଇନା ଅଭିମୁଖେ ଯାଉଥିବା ଏମ୍‌ଭି ବ୍ଲାକରୋଜ୍‌ ଜାହାଜ ବୁଡ଼ିବା ଘଟଣାକୁ ଇତିମଧ୍ୟରେ ୧୭ ବର୍ଷ ପୂରିଗଲାଣି। ଉକ୍ତ ବ୍ଲାକରୋଜ୍‌ ବୁଡ଼ି ଘଟଣାକୁ…

ମଦ ବିରୋଧରେ ତାତିଲେ ମହିଳା: ଦୋକାନରେ ପକାଇଲେ ତାଲା

ମହାକାଳପଡ଼ା, ୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାଙ୍କୀଛନ୍ଦା ଗ୍ରାମରେ ବେଆଇନ ଦେଶୀ ଓ ବିଦେଶୀ ମଦ ଦୋକାନରେ ମହିଳା ଗୋଷ୍ଠୀ ମଙ୍ଗବଳାର ତାଲା ପକାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri