ଅନୁଗୋଳ

ଜେଏସ୍‌ପିଏଲ୍‌ର ବ୍ୟାପକ ପ୍ରସ୍ତୁତି

ଅନୁଗୋଳ ଅଫିସ, ୨୫।୩- କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ୍‌ (ଜେଏସ୍‌ପିଏଲ୍‌) ପକ୍ଷରୁ ଅନୁଗୋଳସ୍ଥିତ ଇସ୍ପାତ କାରଖାନା ସମେତ ଏହାର ସମସ୍ତ କାରଖାନାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଜିଲା ପ୍ରଶାସନ ଅନୁମୋଦନ କ୍ରମେ ସର୍ବନିମ୍ନ…

ଅଗ୍ନିକାଣ୍ଡରେ ତିନି ବଖରା ଜଳିଗଲା

ମାଧପୁର, ୨୫।୩(ଡି.ଏନ୍‌.ଏ.): ଆଠମଲ୍ଲିକ ବ୍ଲକ ବାସୁଦେବପୁର ପଞ୍ଚାୟତ ନକଟିଦେଉଳ ଗ୍ରାମରେ ବୁଧବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରାଜନ ପେରେକଙ୍କ ଦୁଇ ବଖରା ଏବଂ ମୁରଲୀ ପେରେକଙ୍କ ଏକ ବଖରା ଘର ଜଳିଯାଇଛି। ଖବର ପାଇ ଆଠମଲ୍ଲିକ ଅଗ୍ନିଶମ କର୍ମଚାରୀ ଦୁଇଟି…

ଡାକ୍ତରଖାନା କର୍ମଚାରୀ ମୃତ

ଅନୁଗୋଳ ଅଫିସ୍, ୨୫ା୩- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ଜଣେ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ବୁଧବାର ସକାଳେ ସେ ରହୁଥିବା ଭଡ଼ା ଘରୁ ଉଦ୍ଧାର କରାଯାଇଛି। ମୃତକ ଯକ୍ଷ୍ମା ବିଭାଗର ଲାବୋରେଟାରି ଟେକ୍ନିସିଆନ ସୁରେଶ ସାହୁ ବୋଲି ଜଣାପଡିଛି । ତାଙ୍କ…

ବାହାନା କରି ବାହାରୁଛନ୍ତି ଲୋକେ, ୨୪ ଜଣଙ୍କ ନାମରେ ମାମଲା

ଅନୁଗୋଳ ଅଫିସ୍, ୨୫ା୩- କରୋନା ସଂକ୍ରମଣକୁ ଅଟକାଇବା ପାଇଁ ସାରା ଦେଶରେ ସରକାର ଲକଡାଉନ ଘୋଷଣା କରିଥିଲେ ହେଁ ଅନେକେ ଏହାକୁ ପାଳୁ ନ ଥିବା ଦେଖିବାକୁ ମିଳିଛି। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବାକୁ ଲୋକଙ୍କୁ ଅନୁମତି ଦିଅଆଯାଇଥିବାବେଳେ ଲୋକେ ଏହି…

୫ ବଖରା ଜଳିଗଲା

ଭୁବନ/ମାଧପୁର, ୨୫ା୩(ଡି.ଏନ.ଏ.)- ଅଗ୍ନିକାଣ୍ଡ ଘଟି ଢେଙ୍କାନାଳ ଜିଲା ଭୁବନ ବ୍ଲକ ବର୍ଣ୍ଣାଳି ଗ୍ରାମର ଈଶ୍ୱର ମାହୁନ୍ତଙ୍କ ୨ ବଖରା ଘର ମଙ୍ଗଳବାର ରାତିରେ ଜଳିଯାଇଛି । ସମସ୍ତେ ଘରେ ଶୋଇଥିବାବେଳେ ହଠାତ୍ ନିଆଁ ଲାଗି ଯାଇଥିଲା। ଈଶ୍ୱରଙ୍କ ପରିବାର ଲୋକେ ବାହାରକୁ…

ଏକାଦଶାହରେ କଲେ ଦଶାହ କାର୍ଯ୍ୟ: ଜନତା କର୍ଫ୍ୟୁକୁ ସମର୍ଥନ କରି ଚର୍ଚ୍ଚାରେ ପରିବାର

ଅନୁଗୋଳ ଅଫିସ, ୨୫।୩ – କରୋନା ଭାଇରସ୍‌ ସଂକ୍ରମଣ ରୋକିବା ଉଦ୍ଦେଶ୍ୟରେ ଗତ ୨୨ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକ୍ରମେ ଦେଶରେ ଜନତା କର୍ପ୍ୟୁ ପାଳନ କରାଯାଇଥିଲା। ଏହାକୁ ଦେଶବ୍ୟାପୀ ସ୍ବାଗତ କରାଯାଇଥିବା ବେଳେ ଅନୁଗୋଳ ଜିଲା ସୁନାଭୁଇ ଗ୍ରାମର ଏକ ପରିବାର…

ପରିବହନ ସଂଘ ସହ ପ୍ରଶାସନର ବୈଠକ: ମାଲ୍‌ ପରିବହନ ପାଇଁ ସଜାଗ ରୁହ

ଅନୁଗୋଳ ଅଫିସ, ୨୫।୩ – ଅନୁଗୋଳ ଜିଲାରେ ଲକ୍‌ଡାଉନ ସହ ୧୪୪ ଧାରା ବଳବତ୍ତର ଥିବାରୁ ଲୋକମାନଙ୍କୁ କିପରି ଅତ୍ୟାବଶ୍ୟକ ସାମଗ୍ରୀ ସହଜରେ ଉପଲବ୍ଧ କରାଯାଇପାରିବ ସେଥିପାଇଁ ମଙ୍ଗଳବାର ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।…

ଘରେ ପହଞ୍ଚି ପାରିଲେନି: ଦୁର୍ଘଟଣାରେ ସ୍ବାମୀ ମୃତ, ସ୍ତ୍ରୀ ଓ ୨ ଶିଶୁ ଗୁରୁତର

ଛେଣ୍ଡିପଦା, ୨୪।୩(ସ୍ବ.ପ୍ର.): ଅନୁଗୋଳ ଜିଲା ଜରପଡ଼ା ଥାନା ଅଞ୍ଚଳ ଦେଇଯାଇଥିବା ୫୫ନଂ. ଜାତୀୟ ରାଜପଥ ତୁକୁଡା ମୁଣ୍ଡାସାହି ନିକଟରେ ମଙ୍ଗଳବାର ଭୋର୍‌ ସମୟରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ସ୍ତ୍ରୀ ଏବଂ ଦୁଇ…

ଓଲଟିଲା ଟ୍ରକ୍‌: ବର୍ତ୍ତିଲେ ଡ୍ରାଇଭର, ହେଲ୍‌ପର

ବଅଁରପାଳ, ୨୪।୩(ଡି.ଏନ.ଏ.): ନାଲ୍‌କୋ ଥାନା କୁଲାଡ଼ ଥର୍ମାଲ ରାସ୍ତାର ବଳରାମପ୍ରସାଦ କେନ୍ଦୁଢ଼ିପ ସାହି ନିକଟରେ ମଙ୍ଗଳବାର ଏକ ଟ୍ରକ୍‌ ଓଲଟି ପଡ଼ିଛି। ତେବେ ଟ୍ରକ୍‌ ଡ୍ରାଇଭର ଏବଂ ହେଲ୍‌ପର ଏଥିରୁ ବର୍ତ୍ତିଯାଇଛନ୍ତି। ଉକ୍ତ ଟ୍ରକ୍‌ଟି ତାଳଚେରରୁ କୋଇଲା ନେଇ ଜିଏମ୍‌ଆର୍‌ ଅଞ୍ଚଳକୁ…

କରୋନା ପ୍ରଭାବ: ନାଲ୍‌କୋରେ ଉତ୍ପାଦନ କମିବା ଆଶଙ୍କା

ବଅଁରପାଳ, ୨୪।୩(ଡି.ଏନ.ଏ.): କରୋନା ସଂକ୍ରମଣ ପ୍ରତିହତ କରିବାକୁ ସାରା ଦେଶରେ ଲାଗୁ କରାଯାଇଛି ଲକ୍‌ଡାଉନ୍‌। ଏହାର ଗଭୀର ପ୍ରଭାବ ପଡ଼ିଛି ଶିଳ୍ପାନୁଷ୍ଠାନ ଉପରେ। ନବରତ୍ନ ମାନ୍ୟତାପ୍ରାପ୍ତ କମ୍ପାନୀ ନାଲ୍‌କୋ ମଧ୍ୟ ଏଥିରୁ ବାଦ୍‌ପଡ଼ିନି। ସଂକ୍ରମଣ ରୋକିବାକୁ ଗାଇଡ୍‌ଲାଇନ ଅନୁଯାୟୀ କମ୍ପାନୀ ପରିଚାଳିତ…

ସାନ୍ତରାପୁରରେ ହାତୀ ଆତଙ୍କ

ବଅଁରପାଳ, ୨୪।୩(ଡି.ଏନ.ଏ.): ବଅଁରପାଳ ବ୍ଲକ ସାନ୍ତରାପୁର ପଞ୍ଚାୟତରେ ହାତୀ ଆତଙ୍କ ଦେଖାଦେଇଛି। ସୋମବାର ରାତିରେ ଏକ ହାତୀ ଜନବସତିରେ ପଶି ବ୍ୟାପକ କ୍ଷୟକ୍ଷତି କରିଛି। ହାତୀଟି ଫୁଲପଡ଼ା ଅଞ୍ଚଳରେ ସୋମବାର ନିଜର ଉପସ୍ଥିତି ଜାହିର କରିଥିଲା। ରାତିରେ ଶରତ ମହାଳିକଙ୍କ କଦଳୀ…

କ୍ୱାରାଣ୍ଟାଇନରେ ନ ରହିଲେ କାର୍ଯ୍ୟାନୁଷ୍ଠାନ

ଅନୁଗୋଳ ଅଫିସ, ୨୩।୩ କରୋନା ଭୂତାଣୁ ରୋକିବା ପାଇଁ ଅନୁଗୋଳ ଜିଲାରେ ରାଜ୍ୟ ସରକାରଙ୍କ ନିୟମାବଳୀ ଆଧାରରେ ବିଭିନ୍ନ ପଦକ୍ଷେପ ନିଆଯାଉଛି। ସୋମବାର ଏ ନେଇ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲା ଗ୍ରାମ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?