ଅପରାଧ

ପୁଣି ଜଣେ ରସିକିଆ ଡାକ୍ତର ଗିରଫ, ମିଛ କହି କରିଛନ୍ତି ୪ ବିବାହ

ଭୁବନେଶ୍ୱର,୨୩ା୪(ବ୍ୟୁରୋ): ଧରାପଡ଼ିଛନ୍ତି ଆଉ ଜଣେ ରସିକିଆ ଡାକ୍ତର। ଏକେ କିନ୍ତୁ ନକଲି ନୁହେଁ, ଅସଲି ଡାକ୍ତର ଧରା ପଡ଼ିଛନ୍ତି। ଏହି ଡାକ୍ତର ଜଣକ ୪ ଜଣ ମହିଳାଙ୍କୁ ବିବାହ କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ କଟକ ବଡ଼ ମେଡିକାଲର ଡାକ୍ତର…

ଯୁବତୀଙ୍କୁ ବଳାତ୍କାର ଅଭିଯୋଗରେ ଯୁବକ ଅଟକ

କୋକସରା,୨୩ା୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ଥାନା ଫୁପଗାଁ ପଞ୍ଚାୟତ ଗତାବନ୍ଧ ଗ୍ରାମର ଜଣେ ଯୁବତୀଙ୍କୁ ସେହି ଗ୍ରାମର ଜଣେ ଯୁବକ ବଳାତ୍କାର କରିଥିବା ଅଭିଯୋଗରେ କୋକସରା ପୋଲିସ ସଂପୃକ୍ତ ଯୁବକଙ୍କୁ ଅଟକ ରଖି ତଦନ୍ତ କରୁଥିବା ସୂଚନା ମିଳିଛି। ଗତାବନ୍ଧ ଗାଁର…

ରାଜସ୍ବ କର୍ମଚାରୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ: ୨ ଭାଇ ଗିରଫ

ପୁରୁଷୋତ୍ତମପୁର,୨୩ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ବାଲି ମାଫିଆମାନେ ଦିନକୁ ଦିନ ସେମାନଙ୍କ ପତିଆରା ବିସ୍ତାର କରି ଋଷିକୂଲ୍ୟା ନଦୀରୁ ବେଆଇନ ଭାବେ ବାଲି ଚୋରି କରି ମୋଟା ଅଙ୍କର ଅର୍ଥ ରୋଜଗାର କରୁଛନ୍ତି। ଏହାକୁ ରାଜସ୍ବ ବିଭାଗୀୟ ଅଧିକାରୀମାନେ ଧରପଗଡ଼…

ନାବାଳିକାଙ୍କୁ ଅସଦାଚରଣ କରି ବୃଦ୍ଧ ଗିରଫ

କେନ୍ଦୁଝର,୨୩ା୪(ସ୍ବ.ପ୍ର.): ବଡ଼ବିଲ ଥାନା ଅନ୍ତର୍ଗତ ସାଧୁସିଂ ହାଟିଂରେ ଶୁକ୍ରବାର ଅପରାହ୍ନରେ ଜଣେ ୧୦ ବର୍ଷର ନାବାଳିକାକୁ ଉକ୍ତ ଅଞ୍ଚଳର ୬୭ ବର୍ଷୀୟ ବୃଦ୍ଧ କ୍ରୀଷ୍ଣା ପ୍ରସାଦ କେଶରୀ ଉଲଗ୍ନ କରି ଅସଦାଚରଣ କରିବା ସହ ମାଡ଼ ମାରିବା ଅଭିଯୋଗ ହୋଇଛି। ଗତକାଲି…

ଘର ସାମ୍ନାରୁ ଯୁବକ ଚୋରି କରିଥିଲେ ବାଇକ୍‌, ଆଜି ପଡ଼ିଲେ ଧରା

କେନ୍ଦୁଝର,୨୩ା୪(ସ୍ବ.ପ୍ର.): କେନ୍ଦୁଝର ଟାଉନ ପୋଲିସ ମୋଟର ସାଇକେଲ ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। କେନ୍ଦୁଝର ସହର ଗାୟତ୍ରୀ ମନ୍ଦିର ଲେନ୍‌ରେ ରହୁଥିବା ସନ୍ତୋଷ ବେହେରାଙ୍କ ଏକ ମୋଟରସାଇକେଲ ଓଡି-୦୯ ଏଫ୍‌ ୧୩୯୯ ତାଙ୍କ…

ଅପ୍ରମୟୀଙ୍କ ଗୋଟିଏ ଫୋନ୍‌ କଲ୍‌ ଧରାଇଲା ବଡ଼ ଡକାୟତ ଗ୍ୟାଙ୍ଗ

କେନ୍ଦ୍ରାପଡା ଅଫିସ,୨୩ା୪: କେନ୍ଦ୍ରାପଡ଼ା ଜିଲା ତନ୍ତିଆପାଳ ଥାନା କାକଟପୁର ଗ୍ରାମର ଅପ୍ରମୟୀ ସ୍ବାଇଁଙ୍କ ଗୋଟିଏ ଫୋନ୍‌ କଲ୍‌ ଏକ ଆନ୍ତଃରାଜ୍ୟ ଡକାୟତ ଦଳର ପର୍ଦ୍ଦାଫାଶ କରିଛି। ଏହି ଡକାୟତ ଦଳର ୧୮ ଅଭିଯୁକ୍ତଙ୍କୁ କେନ୍ଦ୍ରାପଡ଼ା ଜିଲା ପୋଲିସ ଗିରଫ କରିଛି। ନିକିରାଇ…

ଦୁର୍ଘଟଣା ପରେ ସର୍ଭେ ସଂସ୍ଥାର ଅଫିସରଙ୍କୁ ପିଟି ମାରିଥିଲେ, ଚଢ଼ାଉ କରି ୪ ଜଣଙ୍କୁ ବାନ୍ଧିଲା ପୋଲିସ

ବାଙ୍ଗିରିପୋଷି,୨୨।୪(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଜାତୀୟ ରାଜପଥ ୪୯ କତରା ଛକ ନିକଟରେ ମଙ୍ଗଳବାର ଏକ ସଡ଼କ ଦୁର୍ଘଟଣାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଥିଲା। ଏହାକୁ କେନ୍ଦ୍ର କରି ଉତ୍ୟକ୍ତ ଜନତା ଓ ସ୍ଥାନୀୟ ଗ୍ରାମବାସୀ ସ୍କର୍ପିଓରେ ଥିବା…

ଶିଶୁକନ୍ୟାଙ୍କୁ ଅପହରଣ ପରେ ବିକ୍ରି ଉଦ୍ୟମ

ଭୁବନେଶ୍ୱର,୨୨।୪(ବ୍ୟୁରୋ): ରାଜଧାନୀରେ ୪ବର୍ଷର ଶିଶୁକନ୍ୟାଙ୍କୁ ଅପହରଣ ପରେ ବିକ୍ରି ଉଦ୍ୟମ ହୋଇଛି। ଘଟଣାର ୪ ଦିନ ପରେ ଇନ୍‌ଫୋସିଟି ଥାନା ପୋଲିସ ବୁଧବାର ସନ୍ଧ୍ୟାରେ ଶିଶୁକନ୍ୟାଙ୍କୁ ଉଦ୍ଧାର କରିବା ସହ ଅପହର୍ତ୍ତାଙ୍କୁ ଗିରଫ କରିଛି। ସେ ହେଲେ ଜଟଣୀ ଥାନା ଅନ୍ତର୍ଗତ…

ଦୋକାନୀଙ୍କଠାରୁ ୬ ଲକ୍ଷର ସୁନାଗହଣା ଲୁଟ୍‌: ବର୍ଷକରେ ୮ଥର ଲୁଟ୍‌ର ଶିକାର

ଭୁବନେଶ୍ୱର,୨୨।୪(ବ୍ୟୁରୋ): ରାଜଧାନୀରେ ରାତି ହେଲେ ଲୁଟେରାମାନେ ଆତଙ୍କ ଖେଳାଉଛନ୍ତି। ପୋଲିସର କଡ଼ା ପାଟ୍ରୋଲିଂ ସତ୍ତ୍ୱେ ଗୁରୁବାର ରାତିରେ ଶତାବ୍ଦୀ ନଗରସ୍ଥିତ ଡେଲ୍ଟା ଛକ ନିକଟରେ ଜଣେ ସୁନା ଦୋକାନୀଙ୍କଠାରୁ ଦୁର୍ବୃତ୍ତମାନେ ୬ଲକ୍ଷ ଟଙ୍କାର ସୁନାଗହଣା ଲୁଟି ନେଇଥିବା ଖଣ୍ଡଗିରି ଥାନାରେ ଅଭିଯୋଗ…

ମା’କୁ କୁରାଢ଼ିରେ ହାଣିଲା ପୁଅ

ବାରିପଦା ଅଫିସ,୨୧ା୪: ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଚକୁଳିଆ ଗ୍ରାମରେ ଜନ୍ମ କଲା ମା’ଙ୍କୁ କୁରାଢ଼ିରେ ହାଣିଛି ପୁଅ। ଅଭିଯୁକ୍ତ ପୁଅ ହେଲେ ଲୋସ ହେମ୍ବ୍ରମ। ମୃତକ ମା’ ଗୁରୁବାରି ହେମ୍ବ୍ରମ। ରାସଗୋବିନ୍ଦପୁର ଥାନା ଅଧିକାରିଣୀ ଲୋପାମୁଦ୍ରା ନାୟକ ଘଟଣାସ୍ଥଳରେ ପହଞ୍ଚି…

ଲାଞ୍ଚ ନେବା ଘଟଣା: କୋର୍ଟ ଚାଲାଣବେଳେ ଡାକ୍ତରଖାନାରେ ଭର୍ତ୍ତି ହେଲେ ଜନସ୍ବାସ୍ଥ୍ୟ ଅଧିକାରୀ

ବରଗଡ଼ ଅଫିସ,୨୦ା୪: ଲାଞ୍ଚ ନେବାବେଳେ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଥିବା ବରଗଡ଼ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଚୂଳବତୀ ସାହୁ ଅସୁସ୍ଥ ହୋଇ ପଡ଼ିଛନ୍ତି। ତାଙ୍କୁ ବୁଧବାର ପୂର୍ବାହ୍ନରେ ସମ୍ବଲପୁର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଚ୍ଚ ରକ୍ତଚାପ ଯୋଗୁ ଡା.…

ବୈତରଣୀରୁ ବାଲି ଚୋରାଚାଲାଣ

କେନ୍ଦୁଝର,୨୦ା୪(ସ୍ବ.ପ୍ର.): ପାଟଣା ଓ ସାହାରପଡ଼ା ତହସିଲ ଅଞ୍ଚଳ ଦେଇଯାଇଥିବା ବୈତରଣୀ ନଦୀପଠାରୁ ବେଆଇନ ଭାବରେ ବାଲି ଚୋରାଚାଲାଣ ଚାଲିଥିବା ଜଣାପଡ଼ିଛି। ଏବେ ମଧ୍ୟ କିଆପଡ଼ା ଓ ପାଟନାଳି ଗ୍ରାମ ନିକଟରେ ବହୁ ପରିମାଣରେ ବାଲି ଗଛିତ ରହିଛି। ଏନେଇ ଧରପଗଡ଼ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?