ଯୁବତୀଙ୍କୁ ବଳାତ୍କାର ଅଭିଯୋଗରେ ଯୁବକ ଅଟକ

କୋକସରା,୨୩ା୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ଥାନା ଫୁପଗାଁ ପଞ୍ଚାୟତ ଗତାବନ୍ଧ ଗ୍ରାମର ଜଣେ ଯୁବତୀଙ୍କୁ ସେହି ଗ୍ରାମର ଜଣେ ଯୁବକ ବଳାତ୍କାର କରିଥିବା ଅଭିଯୋଗରେ କୋକସରା ପୋଲିସ ସଂପୃକ୍ତ ଯୁବକଙ୍କୁ ଅଟକ ରଖି ତଦନ୍ତ କରୁଥିବା ସୂଚନା ମିଳିଛି। ଗତାବନ୍ଧ ଗାଁର ସାମନ୍ତ ଭାଟି (୨୪) ସେହି ଗ୍ରାମର ୨୫ ବର୍ଷୀୟା ଜଣେ ଯୁବତୀଙ୍କୁ ଗତ ୫ ବର୍ଷ ହେବ ଏକତରଫା ଭଲ ପାଉଥିଲେ। ହେଲେ ଯୁବତୀଙ୍କୁ ଅନେକ ସମୟରେ ଯୁବକ ପ୍ରେମ ନିବେଦନ କରିଥିବା ବେଳେ ଯୁବତୀ ଏହାକୁ ବିରୋଧ କରି ଆସୁଥିଲେ। ତେବେ ଗତ ୨୦ ତାରଖାରେ ଯୁବତୀ ରାତି ପ୍ରାୟ ୧୧ଟାରେ ଘରେ ଏକୁଟିଆ ଥିବା ସୁଯୋଗ ନେଇ ସାମନ୍ତ ଘରେ ପଶି ଜୋର ଜବରଦସ୍ତ ଯୁବତୀଙ୍କ ବିରୋଧ ସତ୍ତ୍ୱେ ବଳାତ୍କାର କରିଥିବା ନେଇ ଯୁବତୀ ଜଣକ କୋକସରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପରେ ପୋଲିସ ତ୍ୱରିତ ପଦକ୍ଷେପ ନେଇ ଗତାବନ୍ଧ ଗାଁରୁ ଅଭିଯୁକ୍ତ ଯୁବକ ସାମନ୍ତ ଭାଟିଙ୍କୁ ଆଣି ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି। ଯୁବତୀଙ୍କ ଅଭିଯୋଗ କ୍ରମେ କୋକସରା ଥାନାରେ ଏହି ସଂକ୍ରାନ୍ତରେ ୯୩/୨୨ରେ ଏକ ମାମଲା ରୁଜୁ କରାଯାଇଛି। ଘଟଣାର ତଦନ୍ତ ଜାରି ରହିଥିବା ନେଇ ତଦନ୍ତକାରୀ ପୋଲିସ ଅଧିକାରୀ ଗୋପବନ୍ଧୁ ନାଏକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସମ୍ପର୍କରେ ତାଲିମ ଦେଲେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ସଂଯୋଜକ

ଟିଟିଲାଗଡ଼, ୨।୫ (ଡି.ଏନ.ଏ): ବଲାଙ୍ଗୀର ଜିଲା ଲିଖରିଆରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛି। ଏନେଇ ପ୍ରଶାସନିକ ତପତ୍ରତା ଆରମ୍ଭ ହୋଇଛି। ଶନିବାର ବିଶ୍ୱ ସ୍ବାସ୍ଥ୍ୟ...

ନିଯୁକ୍ତି ଦାବିରେ ମେଳି ବାନ୍ଧିଲେ ବିସ୍ଥାପିତ

ଯାଜପୁର ଅଫିସ/କଳିଙ୍ଗନଗର,୭ା୧୧ (ଡି.ଏନ.ଏ.):ଶିଳ୍ପ, ଖଣି ଓ ଅନ୍ୟାନ୍ୟ ପ୍ରକଳ୍ପରେ ବିସ୍ଥାପିତ ହୋଇଥିବା ଲୋକଙ୍କ ସମସ୍ୟାକୁ ନେଇ ବିଭିନ୍ନ ସମୟରେ ଅଶାନ୍ତକର ପରିସ୍ଥିତି ଉପୁଜୁଛି। ଆନ୍ତରିକତାର ସହ...

କୁମ୍ଭୀରଭରା ନଦୀରେ ପେଟ ପାଇଁ ଜୀବନ ବିପଦ

ମହାକାଳପଡ଼ା,୧୧।୫ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀଗୁଡିକରୁ ବାଗଦା ଚିଙ୍ଗୁଡ଼ି ଯାଅଁାଳ (ପିନ୍‌ ସଦୃଶ)କୁ ମହିଳାମାନେ ସଂଗ୍ରହ କରିଥାନ୍ତି। ସମୁଦ୍ର ଜଳ...

୪ ଅଭିଯୁକ୍ତ ଗିରଫ: ମାରଣାସ୍ତ୍ର ଜବତ

ଯୋଡ଼ା,୧୧।୨(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ବାମେବାରୀ ଥାନା ପୋଲିସ୍‌ ଏକ ବଡ ଧରଣର ଡକାୟତି ଯୋଜନାକୁ ପଣ୍ଡ କରି ଏଥିରେ ସମ୍ପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ଗିରଫ...

ଲଗାଣ ବର୍ଷାରେ ଧୋଇଗଲା ପିସୁବାନ୍ଦା ନାଳ ପୋଲର ଦୁଇ ପାର୍ଶ୍ୱ ରାସ୍ତା: ଯାତାୟାତ ଠପ୍‌

କୋଟଗଡ଼, ୯।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା କୋଟଗଡ଼ ବ୍ଲକରେ ଗତ ୪ଦିନଧରି ଲଗାଣ ବର୍ଷା ଲାଗିରହିଛି। ଏଥିରେ ପିସୁବାନ୍ଦା ନାଳ ଉପରେ ନୂତନଭାବେ ଏକ ପୋଲ ଠିକା...

ବିନା ଟେଣ୍ଡରରେ ଚାଲିଛି ସରକାରୀ କାମ

ନାଉଗାଁ,୨୧ା୫(ସ୍ବ.ପ୍ର): ନାଉଗାଁ ବ୍ଲକରେ ଜଗତ୍‌ସିଂହପୁର ପୂର୍ତ୍ତ ବିଭାଗ ତରଫରୁ ବିଭିନ୍ନ ରାସ୍ତା ମରାମତି, ଗାଡ୍‌ଓ୍ବାଲ ନିର୍ମାଣ କାର୍ଯ୍ୟ ଚାଲିଛି। ଏସବୁ କାର୍ଯ୍ୟ ପାଇଁ ଲକ୍ଷାଧିକ ଟଙ୍କା...

ନବବିବାହିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର:ଯୌତୁକ ପାଇଁ ହତ୍ୟା ଅଭିଯୋଗ

ଧାମନଗର, ୧୩।୮ (ଡି.ଏନ.ଏ.)- ଭଦ୍ରକ ଜିଲା ଧାମନଗର ବ୍ଲକ ଧୂଷୁରୀ ଥାନା ଅଧୀନ ଗୋଡ଼ିପୋଖରୀ ସୟଦଜାଫର ଗ୍ରାମର ରିତାଞ୍ଜଳି ମଳିକ ନାମକ ଜଣେ ନବବିବାହିତା ମହିଳାଙ୍କ...

ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପରଲୋକ

ଧାମନଗର,୧।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଅସୁରାଳିର ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ପ୍ରଧାନ ଶିକ୍ଷକ ଗୌରାଙ୍ଗ ଚରଣ ଦାସଙ୍କର ଶନିବାର ପରଲୋକ ହୋଇଛି। ମୃତ୍ୟୁବେଳକୁ...

Advertisement
Archives

Model This Week