ରାଜସ୍ବ କର୍ମଚାରୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ: ୨ ଭାଇ ଗିରଫ

ପୁରୁଷୋତ୍ତମପୁର,୨୩ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ବାଲି ମାଫିଆମାନେ ଦିନକୁ ଦିନ ସେମାନଙ୍କ ପତିଆରା ବିସ୍ତାର କରି ଋଷିକୂଲ୍ୟା ନଦୀରୁ ବେଆଇନ ଭାବେ ବାଲି ଚୋରି କରି ମୋଟା ଅଙ୍କର ଅର୍ଥ ରୋଜଗାର କରୁଛନ୍ତି। ଏହାକୁ ରାଜସ୍ବ ବିଭାଗୀୟ ଅଧିକାରୀମାନେ ଧରପଗଡ଼ କଲେ ସେମାନଙ୍କୁ ଆକ୍ରମଣ ଓ ହତ୍ୟା କରିବାର ଉଦ୍ୟମ କରାଯାଉଥିବା ଅଭିଯୋଗ ହେଉଛି।

ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ତଥା ହିଞ୍ଜିଳି ତହସିଲ ଅନ୍ତର୍ଗତ ଦୟାନିଧିପୁର ଗ୍ରାମରେ। ଦୁଇ ଆରଆଇଙ୍କୁ ଆକ୍ରମଣ ସହ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ପୋଲିସ ବାଲି ମାଫିଆ ଦୁଇ ଭାଇ ଦୀପକ କୁମାର ତ୍ରିପାଠୀ ଓ ସପନ ତ୍ରିପାଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଦୟାନିଧିପୁର ଗ୍ରାମ ଋଷିକୂଲ୍ୟା ନଦୀରୁ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବାର ଖବର ପାଇ ହିଞ୍ଜଳି ତହସିଲଦାର ପ୍ରଭାତ କୁମାର ପରିଡ଼ାଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦିକ ଆରଆଇ କୃଷ୍ଣଚନ୍ଦ୍ର ଜାନି ଓ ବୁରୁପଡ଼ା ଆରଆଇ ସୁଧାଂଶୁ ଶେଖର ପାଣିଗ୍ରାହୀ ଗୁରୁବାର ରାତିରେ ନଦୀକୁ ଯାଇ ଚଢାଉ କରିଥିଲେ। ଏହି ସମୟରେ ଟ୍ରାକ୍ଟର ଓଡି ୦୭ ଏମ୍‌ ୩୪୭୮ରେ ବାଲି ବୋଝେଇ କରି ନେଉଥିବା ଗାଡ଼ିକୁ ଅଟକାଇବା ବେଳେ ଡ୍ରାଇଭର ଦୟାନିଧିପୁର ଗ୍ରାମର ଦୀପକ କୁମାର ତ୍ରିପାଠୀ ନାମକ ଯୁବକ ଦୁଇ ଆରଆଇଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ଧମକ ଦେଇଥିଲେ। ଏପରିକି ନିଜ ଭାଇ ସପନ ତ୍ରିପାଠୀ ଓ ବାପା ମନୋଜ ତ୍ରିପାଠୀଙ୍କୁ ଘଟଣାସ୍ଥଳକୁ ଡକାଇଥିଲେ। ଉଭୟେ ବାପା ପୁଅ ତିନି ଜଣ ମିଶି ଆରଆଇଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରି ଆକ୍ରମଣ କରିବା ସହ ଗାଡ଼ି ଚଢ଼ାଇ ଜୀବନରେ ମାରି ଦେବାର ଧମକ ଦେଇ ଉପରକୁ ଗାଡ଼ି ଚଢାଇ ହତ୍ୟା ଉଦ୍ୟମ କରିଥିଲେ। ଫଳରେ ଜୀବନ ରକ୍ଷା ଲାଗି ଆରଆଇ ଦୁହେଁ ଦୌଡ଼ି ପଳାଇଥିଲେ। ଆକ୍ରମଣରେ ଆରଆଇ ଆହତ ହୋଇ ହିଞ୍ଜିଳି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି। ଏହାକୁ ନେଇ ଆରଆଇ କୃଷ୍ଣଚନ୍ଦ୍ର ଜାନି ଲିଖିତ ଭାବେ ତହସିଲଦାରଙ୍କୁ ଜଣାଇଥିଲେ। ଫଳରେ ତହସିଲଦାର ପ୍ରଭାତ କୁମାର ପରିଡ଼ା ପୁରୁଷୋତ୍ତମପୁର ପୋଲିସରେ ଶୁକ୍ରବାର ଲିଖିତ ଅଭିଯୋଗ କରିଥିଲେ। ଏହାକୁ ନେଇ ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ କେସ୍‌ ନଂ ୨୧୯/୨୨ ପ୍ରକାରେ ମାମଲା ରୁଜୁ କରିଥିଲେ। ପୁରୁଷୋତ୍ତମପୁର ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ଏହାର ତଦନ୍ତ ଭାର ନେଇ ଶନିବାର ସକାଳୁ ଦୟାନିଧିପୁର ଗ୍ରାମରେ ଚଢ଼ାଉ କରି ଦୁଇ ଭାଇ ଦୀପକ କୁମାର ତ୍ରିପାଠୀ ଓ ସପନ ତ୍ରିପାଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଏହା ସହ ଟ୍ରାକ୍ଟରଟିକୁ ଜବତ କରିଛନ୍ତି। ମାତ୍ର ବାପା ମନୋଜ ତ୍ରିପାଠୀ ଫେରାର ହୋଇଯାଇଥିବାରୁ ତାଙ୍କୁ ଗିରଫ କରାଯାଇ ନାହିଁ। ତାଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

TPWODLର ବଡ଼ ସୂଚନା, ଏହି ସମୟରୁ ହେବ ବିଦ୍ୟୁତ୍‌ କାଟ୍‌…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର କ୍ରମାଗତ ୬ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିବ। ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସହରରେ ବିଦ୍ୟୁତ୍‌ ସରବରାହ…

ବରଗଡ଼ରେ ହେବ ବଡ଼ ବିକ୍ଷୋଭ ସମାବେଶ, ଜାଣନ୍ତୁ…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ବରଗଡ଼ ଜିଲାର ବିଭିନ୍ନ ଜନ ସଂଗଠନ, କୃଷକ ସଂଗଠନ ଓ ନାଗରିକମାନଙ୍କୁ ନେଇ ସମ୍ବିଧାନ ଓ ଗଣତନ୍ତ୍ର…

College Election Suspend: ବାତିଲ ହେଲା କଲେଜ ନିର୍ବାଚନ, ବଡ଼ ନିଷ୍ପତ୍ତି ନେଲେ…

ଭୁବନେଶ୍ୱର,୮।୧୦: ବଡ଼ ଖବର । କଲେଜ ନିର୍ବାଚନ ବାତିଲ । VNରେ ଉତ୍ତେଜନା ପରେ ନିଷ୍ପତ୍ତି । ଯାଜପୁର ବ୍ୟାସନଗରରେ ଥିବା ଭି.ଏନ୍‌. ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର…

୩ ରାଶି ଉପରେ କେତୁଙ୍କ କ୍ରୁର ଦୃଷ୍ଟି! ସାମାନ୍ୟ ଭୂଲ ପଡିବ ଭାରୀ, ଚାକିରିରେ ବଢିବ ଟେନଶନ

୩ ଅକ୍ଟୋବର ୨୦୨୬ରେ କେତୁ ସିଂହ ରାଶିରେ ଥିବା ନିଜର ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିସାରିଛି। ଏହି ନକ୍ଷତ୍ର ଗୋଚର ୫ ଡିସେମ୍ୱର ୨୦୨୬…

ପୋଖରୀରେ ବୁଡ଼ି ଚାଲିଗଲା ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କ ଜୀବନ, ଗାଁରେ ଶୋକ

ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେନଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଦ୍ୱିତୀୟ ଶ୍ରେଣୀରେ ପଢୁୁଥିବା ଖଲିଙ୍ଗି…

ଜୁଆଆଡ୍ଡା ପରିଚାଳନାକୁ ନେଇ ୨ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡି ପଞ୍ଚାୟତ କାଣ୍ଡସର ଗାଁ ନିକଟରେ ଦୀର୍ଘ ଦିନ ହେଲା ଚାଲିଥିବା ଜୁଆଆଡ୍ଡା ପରିଚାଳନାକୁ କେନ୍ଦ୍ରକରି ୨…

ଅକ୍ଟୋବର ୧୭ରେ ସୂର୍ଯ୍ୟଙ୍କ ବଡ଼ ଗୋଚର: ୩ ରାଶି ରୁହନ୍ତୁ ସାବଧାନ! ପାଖରୁ ଚାଲିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଅକ୍ଟୋବର ମଧ୍ୟଭାଗରେ ଗ୍ରହ ସ୍ଥିତିରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ପ୍ରକୃତରେ, ବୈଦିକ କ୍ୟାଲେଣ୍ଡର ଅନୁସାରେ, ଆସନ୍ତା ଅକ୍ଟୋବର ୧୭…

ଲୋକଙ୍କ ଅଭିଯୋଗ ଶୁଣିଲେ ବିଧାୟକ

ପାଟଣା,୮।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ପଞ୍ଚାୟତରେ ଗୁରୁବାର ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?