ଅପ୍ରମୟୀଙ୍କ ଗୋଟିଏ ଫୋନ୍‌ କଲ୍‌ ଧରାଇଲା ବଡ଼ ଡକାୟତ ଗ୍ୟାଙ୍ଗ

କେନ୍ଦ୍ରାପଡା ଅଫିସ,୨୩ା୪: କେନ୍ଦ୍ରାପଡ଼ା ଜିଲା ତନ୍ତିଆପାଳ ଥାନା କାକଟପୁର ଗ୍ରାମର ଅପ୍ରମୟୀ ସ୍ବାଇଁଙ୍କ ଗୋଟିଏ ଫୋନ୍‌ କଲ୍‌ ଏକ ଆନ୍ତଃରାଜ୍ୟ ଡକାୟତ ଦଳର ପର୍ଦ୍ଦାଫାଶ କରିଛି। ଏହି ଡକାୟତ ଦଳର ୧୮ ଅଭିଯୁକ୍ତଙ୍କୁ କେନ୍ଦ୍ରାପଡ଼ା ଜିଲା ପୋଲିସ ଗିରଫ କରିଛି। ନିକିରାଇ ଥାନାର କେସ୍‌ ନଂ ୪୪/୨୨ ଓ ତନ୍ତିଆପାଳ ଥାନାର ୩୯/୨୨ରେ ଏହି ଅଭିଯୁକ୍ତଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି।

ଏଥିସହିତ କାର୍ଯ୍ୟାଳୟ ପରିସରରେ ଏସ୍‌ପି ମଡକର ସମ୍ବିତ ସମ୍ପଦ ଏସମ୍ପର୍କରେ ଏକ ଖବରଦାତା ସମ୍ମିଳନୀ ଆୟୋଜନ କରିଥିଲେ। ଏସ୍‌ପି ସୂଚନା ଦେଇଛନ୍ତି ଯେ, ଗତ ୯ ତାରିଖ ରାତି ପ୍ରାୟ ୧୨.୩୦ ମିନିଟ୍‌ରେ ତନ୍ତିଆପାଳ ଥାନା ଅନ୍ତର୍ଗତ କାକଟପୁର ଗ୍ରାମର କାର୍ତ୍ତିକ ସ୍ବାଇଁଙ୍କ ଘରେ ଏହି ଗ୍ୟାଙ୍ଗର ୬ ଅଭିଯୁକ୍ତ ଚୋରି ଉଦ୍ଦେଶ୍ୟରେ କବାଟ ତାଡ଼ି ପଶିଥିଲେ। ଏହି ସମୟରେ କାର୍ତ୍ତିକ ଓ ପରିବାର ସଦସ୍ୟ ଉଠି ପଡ଼ିବାରୁ ଅଭିଯୁକ୍ତମାନେ କାର୍ତ୍ତିକ, ସ୍ତ୍ରୀ ତୁଳସୀ, ଭାଇ ବାବୁଲା ଓ ଝିଅ କାଜଲଙ୍କୁ ମାଡ଼ ମାରି ଗୁରୁତର କରିଥିଲେ। ତେବେ କାର୍ତ୍ତିକଙ୍କ ଗର୍ଭବତୀ ବୋହୂ ଅପ୍ରମୟୀ ସ୍ବାଇଁ ଖଟ ତଳେ ଲୁଚି ରହି ଗାଁରେ ରହୁଥିବା ଦାଦାଶ୍ୱଶୁର ଗଣେଶଙ୍କୁ ଡକାୟତି ସମ୍ପର୍କରେ ସୂଚନା ଦେଇଥିଲେ। ଗଣେଶ ଓ ସ୍ଥାନୀୟ ଗ୍ରାମବାସୀ ଡକାୟତଙ୍କୁ ଧରିବାକୁ ଚେଷ୍ଟା କରିବାରୁ ଅଭିଯୁକ୍ତମାନେ ଘରୁ ସୁନା ଅଳଙ୍କାର ନେଇ ଫେରାର ହେଉଥିବା ସମୟରେ ୩ ରାଉଣ୍ଡ ଗୁଳି ଚାଳନା କରିଥିଲେ। ଏହାସତ୍ତ୍ୱେ ୨ ଜଣ ଡକାୟତ ଘଟଣାସ୍ଥଳରେ ଧରା ପଡ଼ିଥିଲେ। ଏହି ଡକାୟତଙ୍କୁ ଆଧାର କରି କାକଟପୁର ଓ ନିକାରାଇ ଥାନା ଅନ୍ତର୍ଗତ ଚାରିଗଁାର ଭାବଗ୍ରାହୀ ମହାରଣାଙ୍କ ଗତ ୮ ତାରିଖ ରାତିରେ ଘରୁ ଚୋରି ହୋଇଥିବା ସୁନା ଓ ଟଙ୍କା ଉଦ୍ଧାର ହୋଇଛି। ଅଭିଯୁକ୍ତମାନଙ୍କ ଠାରୁ କାକଟପୁର ମାମଲାରେ ଘଟଣାସ୍ଥଳରୁ ଦୁଇଟି ବାଇକ୍‌, ଗୋଟିଏ ପିସ୍ତଲ ଓ ଖୋକା, ଦୁଇଟି ମୋବାଇଲ, ଭୁଜାଲି, ରଡ୍‌ ଆଦି ଜବତ ହୋଇଥିବା ବେଳେ ୧୨୦ ଗ୍ରାମ ସୁନା ଅଳଙ୍କାର ୮ କେଜି ୩୦୦ ଗ୍ରାମ ରୁପା ଅଳଙ୍କାର, ୨ଟି ଜୀବନ୍ତ ଗୁଳି, ୧୦ଟି ମୋବାଇଲ, ନଗଦ ୯୧,୫୦୦ ଟଙ୍କା, ହନୁମାନ ଛବି ଥିବା ୨ଟି ପୁରୁଣା ପଇସା, ଗୋଟିଏ ପଲସର ବାଇକ ଜବତ ହୋଇଛି।

ସେହିପରି ନିକିରାଇ ଥାନା ମାମଲାରେ ଅଭିଯୁକ୍ତଙ୍କ ଠାରୁ ଗୋଟିଏ ପିସ୍ତଲ, ୨୪.୫ ଗ୍ରାମର ସୁନା, ୩୦୦ ଗ୍ରାମର ରୁପା, ଗୋଟିଏ କାର୍‌, ଗୋଟିଏ ବୁଲେଟ ମୋଟରସାଇକେଲ ଓ ଗୋଟିଏ ମୋବାଇଲ ଜବତ ହୋଇଛି। ଏହି ଦୁଇ ମାମଲାରେ ଟାଉନ ଥାନା ଅନ୍ତର୍ଗତ ଗଉଡ଼ପଡ଼ା ଗ୍ରାମର ସେକ୍‌ ଲତିଫ, ସଦର ଥାନା ଅନ୍ତର୍ଗତ ଖସାପଡ଼ା ଗ୍ରାମର ଜୟଦେବ ସାହୁ ଓରଫ ପାକନ, ହଳଦିଆ ଗ୍ରାମର ଜାକିର ଖଁା, ଛାଞ୍ଚୁଣିଆ ଗ୍ରାମର ପ୍ରହଲ୍ଲାଦ ସେଠୀ ଓରଫ ଗାଣ୍ଡୁ, ରାଜା ମହାନ୍ତ, ପାଟକୁରା ଥାନା ଅନ୍ତର୍ଗତ କଳାବୁଦା ଗ୍ରାମର ବିମଳ ପ୍ରସାଦ ଦାସ ଓରଫ ବାବୁ, ମାର୍ଶାଘାଇ ଥାନା ବଡ଼ପାଳ ଗ୍ରାମର ଭକ୍ତିପ୍ରସାଦ ରାଉତ ଓରଫ ଚିନ୍ତନ, ମହାକାଳପଡ଼ା ଥାନା ଜଗତି ଗ୍ରାମର ପ୍ରତାପ ଚନ୍ଦ୍ର ମଲ୍ଲିକ, ଜଗତସିଂହପୁର ଜିଲା ତିର୍ତ୍ତୋଲ ଥାନା ବାଲିପାଟଣା ଗ୍ରାମର ସୁଶାନ୍ତ ସାହୁ ଓରଫ ଲିପୁ, କଟକ ଜିଲା ଲାଲବାଗ ଥାନା କାଳିଗଳିର ସେକ୍‌ ଫିରୋଜ, ଗଞ୍ଜାମ ଜିଲା ପାଟପୁର ଥାନା ଖୁଲାଡି ଗ୍ରାମର କେଦାର ଦୋରା ଓରଫ ମୁନାଙ୍କୁ ଡକାୟତି ଅଭିଯୋଗରେ ଗିରଫ କରାଯାଇଛି। ଏଥିସହ ଏହି ଚୋରି ସାମଗ୍ରୀ ରଖିଥିବା ଅଭିଯୋଗରେ ସଦର ଥାନା ଅନ୍ତର୍ଗତ ଛାଞ୍ଚୁଣିଆ ଗ୍ରାମର ବଳରାମ ଦାସ, ବଳରାମ ଦାସ ଓରଫ ଲିପୁନି, ଗଞ୍ଜାମ ଜିଲା ଡେଙ୍ଗାଉସ୍ତାର ସାଇଲକ୍ଷ୍ମୀ ଜୁଏଲର୍ସର ମାଲିକ ପାଟପୁର ଥାନା କଂସାମାରୀ ଗ୍ରାମର ସଦାଶୈବାଳ ନାୟକ, କଟକ ଜିଲା ନେମାଳ ଥାନା ଦାମୋଦରପୁର ଗ୍ରାମର ବିକାଶରଞ୍ଜନ ଘଡ଼ାଇ ଓରଫ କାହ୍ନା, ଅନିରୁଦ୍ଧ ମହାରଣା ଓରଫ ଟୁନା, ଜୟାନନ୍ଦ ରାଉତ, ଜ୍ୟୋତିପ୍ରକାଶ ନାୟକ ଓରଫ ବବଲୁ, ସାଲେପୁର ଥାନା ଅନ୍ତର୍ଗତ କୁଶାମ୍ବି ଗ୍ରାମର କୈଳାଶ ଚନ୍ଦ୍ର ସାହୁଙ୍କୁ ଗିରଫ କରାଯାଇଛି। ଏଥିମଧ୍ୟରୁ ଲିପୁଙ୍କ ନାମରେ ବିଭିନ୍ନ ରାଜ୍ୟରେ ୫୨ଟି ମାମଲା ଥିବା ବେଳେ ସେକ୍‌ ଲତିଫ୍‌ଙ୍କ ନାମରେ ୩୪ଟି ମାମଲା ଅଛି। ସେହିପରି ଅନ୍ୟ ଅଭିଯୁକ୍ତ ମଧ୍ୟ ବିଭିନ୍ନ ମାମଲାରେ ଛନ୍ଦି ହୋଇଛନ୍ତି। ଅପ୍ରମୟୀଙ୍କ ପରି ସାହାସିକତା ଦେଖାଇବାକୁ ଏସ୍‌ପି ସମ୍ପଦ ସାଧାରଣ ଲୋକଙ୍କୁ ଆହ୍ବାନ ଦେଇଥିବା ବେଳେ ପରିବାରର ସମସ୍ତ ସଦସ୍ୟଙ୍କୁ ଜିଲା ପୋଲିସ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଖବରଦାତା ସମ୍ମିଳନୀରେ ଏଏସ୍‌ପି ଅନିରୁଦ୍ଧ ବେହେରା, କେନ୍ଦ୍ରାପଡ଼ା ଏସ୍‌ଡିପିଓ ରାଜୀବଲୋଚନ ପଣ୍ଡା, ପଟ୍ଟାମୁଣ୍ଡାଇ ଏସ୍‌ଡିପିଓ ସନ୍ଧ୍ୟାରାଣୀ ବେହୁରିଆ, ତନ୍ତିଆପାଳ ଥାନାଧିକାରୀ ମହେଶ୍ୱର ସେଠୀ, ନିକିରାଇ ଥାନାଧିକାରୀ କାଦମ୍ବିନୀ ପରିଡ଼ା ପ୍ରମୁଖଙ୍କ ଜିଲା ପୋଲିସର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏପର୍ଯ୍ୟନ୍ତ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିପାରୁନାହାନ୍ତି ରାଜ୍ୟର ୩ ପ୍ରମୁଖ ଦଳ:ଜାଣନ୍ତୁ କାହାର କେତେ ଆସନ ବାକି ଅଛି

ଭୁବନେଶ୍ୱର,୨୪।୪(ସୁନିତ୍‌ ମିଶ୍ର):ରାଜ୍ୟରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ବୁଧବାର ପ୍ରାର୍ଥତ୍ପତ୍ର ଦାଖଲର ଶେଷ ଦିନ ରହିଛି। ହେଲେ ଏପର୍ଯ୍ୟନ୍ତ ରାଜ୍ୟର ୩ ପ୍ରମୁଖ...

ପ୍ରଦୀପ୍ତଙ୍କୁ ରୋକିବାକୁ ବିଜେଡିର ମହିଳା କାର୍ଡ

ଭବାନୀପାଟଣା,୨୪।୪(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ବିଧାନସଭା ଆସନ ପାଇଁ ପ୍ରମୁଖ ରାଜନୈତିକ ଦଳ ଭାଜପା, ବିଜେଡି ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି।...

ଭାଜପା ଟି-ଶାର୍ଟରେ ନାହିଁ ମନମୋହନଙ୍କ ଫଟୋ

କାଏମା,୨୪ା୪(ଶିବପ୍ରସାଦ ମହାନ୍ତି):ଯାଜପୁର ଜିଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ମଙ୍ଗଳବାର ଆହୂତ ଏକ ବାଇକ୍‌ ଶୋଭାଯାତ୍ରାରେ କର୍ମୀମାନେ ପିନ୍ଧିଥିବା ଟି-ସାର୍ଟରେ ଭାଜପା ଉଚ୍ଚ ନେତୃବର୍ଗଙ୍କୁ ଉପେକ୍ଷା କରାଯାଇଥିବା...

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri