ଅପରାଧ

ବରଗଡ଼ ଗୁଳିକାଣ୍ଡ ଘଟଣା: ଆଉ ୩ ଅଭିଯୁକ୍ତ ଗିରଫ

ବରଗଡ଼ ଅଫିସ,୨୨ା୩: ବରଗଡ଼ ସହରର ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ଗତ ୯ ତାରିଖ ରାତିରେ ସଂଘଟିତ ଗୁଳିକାଣ୍ଡ, ଭୁଜାଲି ମାଡ଼ ଘଟଣାରେ ସମ୍ପୃକ୍ତ ଆଉ ୩ ଅଭିଯୁକ୍ତଙ୍କୁ ସ୍ଥାନୀୟ ଟାଉନ ଥାନା ପୋଲିସ ବୁଧବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ,…

ସ୍ତ୍ରୀଙ୍କୁ ହତ୍ୟା କରି ଆତ୍ମହତ୍ୟା କଲେ ସ୍ବାମୀ

ସବ୍‌ଡେଗା,୨୨ା୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ସବ୍‌ଡେଗା ବ୍ଲକ ଡମକୁଡ଼ା ଗ୍ରାମର ଗାନ୍ଧୀପଡ଼ାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ତ୍ରୀ ରେଶମା ଡନସନା(୨୦)ଙ୍କ ମୁହଁରେ ତକିଆ ପକାଇ ହତ୍ୟା କଲା ପରେ ସ୍ବାମୀ ହେମନ୍ତ ଡନସନା(୨୭) ଦୁଇଦିନ ପରେ ନିଜ ଘରେ ବେକରେ ଗାମୁଛା…

ଖାକିରେ ଲାଗିଲା ଦାଗ: ଗଞ୍ଜେଇ ଚାଲାଣ କରି କନଷ୍ଟେବଳ ଗିରଫ

ମାଲକାନଗିରି,୨୦ା୩(ଡି.ଏନ୍‌.ଏ.): ପୁଣି ଜଣେ ଖାକି ବର୍ଦ୍ଧିଧାରୀ ପୋଲିସ କନଷ୍ଟେବଳ ଗଞ୍ଜେଇ ଚାଲାଣ କରି ଗିରଫ ହୋଇଛନ୍ତି। ମିଳିଥିବା ସୂଚନାନୁଯାୟୀ, ମାଲକାନଗିରି ଥାନା ମାର୍କାପାଲ୍ଲୀଠାରେ ଜଣେ ଗଞ୍ଜେଇ ବେପାରୀ ଶରତ ଚନ୍ଦ୍ର ହନ୍ତାଳ ଗଞ୍ଜେଇ ଚାଲାଣ କରୁଥିବା ଖବର ମିଳିବା ପରେ ମାଲକାନଗିରି…

କୂଅରୁ ମିଳିଲା ଯୁବକଙ୍କ ମୃତଦେହ

ପାଟଣା,୨୦ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଝାରବେଡ଼ା ଗାଁର ଏକ କୂଅ ଭିତରୁ ସୋମବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଉଛନ୍ତି ତୁରୁମୁଙ୍ଗା ଗ୍ରାମର ମାନସ କୁମାର ପୃଷ୍ଟି ଓରଫ ବାବୁଲ। ସୂଚନା ଯେ, ମାନସ ଦୁଇଦିନ…

‘ଡିଜେ ଆଜେକ୍ସ’ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଭୁବନେଶ୍ୱର,୧୯।୩(ବ୍ୟୁରୋ): ଲୋକପ୍ରିୟ ଓଡ଼ିଆ ଡିଜେ ‘ଡିଜେ ଆଜେକ୍ସ’ ଓରଫ ଅକ୍ଷୟ କୁମାରଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ଭୁବନେଶ୍ୱରର ଖାରବେଳନଗରସ୍ଥିତ ନିଜ ଘରୁ ତାଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଛି। ତେବେ ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିନାହିଁ। ପରିବାରଲୋକଙ୍କଠାରୁ ମିଳିଥିବା ସୂଚନା…

ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ଡାକ୍ତର ମାଗୁଥିଲେ ଲାଞ୍ଚ, ସାମ୍ନାକୁ ଆସିଲା ଘଟଣା

କେନ୍ଦୁଝର,୧୮ା୩(ସ୍ବ.ପ୍ର.): ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଦେବା ପାଇଁ ଡାକ୍ତର ଲାଞ୍ଚ ନେବା ଘଟଣାର ଭିଡିଓ ଭାଇରାଲ ହେବା ଚର୍ଚ୍ଚାର ବିଷୟ ହୋଇଛି। ଷ୍ଟିଙ୍ଗ ଅପରେଶନରେ ଜଣେ ଡାକ୍ତର ଲାଞ୍ଚ ନେଉଥିବା ଘଟଣା ପଦାକୁ ଆସିଛି। ମୋବାଇଲରେ ଏହି ଭିଡିଓ ରେକର୍ଡ ହୋଇଛି।…

ଅଳଙ୍କାର ଚୋରି ପରେ ବୃଦ୍ଧାଙ୍କୁ ବଳାତ୍କାର: ଯୁବକ ଗିରଫ

ଗୋପ,୧୬।୩ (ଡି.ଏନ୍‌.ଏ.): ଗୋପ ଥାନା ଅନ୍ତର୍ଗତ ଶୋରଭା ପାଇକସାହି ଗ୍ରାମର ଜଣଙ୍କ ଘରେ ପଶି ସୁନା ଅଳଙ୍କାର ଚୋରି କରିବା ପରେ ଉପସ୍ଥିତ ବୃଦ୍ଧାଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ସେ…

ବୁଲିଲା ବୁଲ୍‌ଡୋଜର, ମାଟିରେ ମିଶିଲା ଟିମନଙ୍କ କଳା ସାମ୍ରାଜ୍ୟ

ବଲାଙ୍ଗୀର ଅଫିସ,୧୧ା୩: ବଲାଙ୍ଗୀର ସହର ଲର୍କିପାଲି ଓ ପଥରଚେପାଠାରେ ଶନିବାର ପୋଲିସ ଏବଂ ପ୍ରଶାସନିକ ଟିମ୍‌ ଦୁର୍ଦ୍ଦାନ୍ତ ଅପରାଧୀ ଟିମନ କୁମ୍ଭାରଙ୍କ ଘର ଓ ଆଡ୍ଡାରେ ଉଚ୍ଛେଦ କାର୍ଯ୍ୟ ଜାରି ରଖିଛନ୍ତି। ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହି ବାରମ୍ବାର ଜେଲ୍‌ ଯାଇ…

ଲିଫ୍ଟ ଦେବା ଆଳରେ ଯୁବତୀଙ୍କୁ ବଳାତ୍କାର: ଅଭିଯୁକ୍ତ ଯୁବକ ଗିରଫ

ଭୁବନେଶ୍ୱର,୧୦।୩(ବ୍ୟୁରୋ): ଲିଫ୍ଟ ଦେବା ଆଳରେ ଜଣେ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱରର ମୈତ୍ରୀବିହାର ଥାନା ଅଞ୍ଚଳରେ ମଙ୍ଗଳବାର ରାତିରେ ଏହି ଘଟଣା ଘଟିଥିବାବେଳେ ବୁଧବାର ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେ ହେଲେ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ…

ଫୁଟ୍‌ବଲ ବେଟିଂ ଆପ୍‌ ଠକେଇ ମାମଲା : ଦୁବାଇ ମାଷ୍ଟରମାଇଣ୍ଡ ବିରୋଧରେ ଲୁକ୍‌ଆଉଟ୍‌ ସର୍କୁଲାର

ଭୁବନେଶ୍ୱର,୧୦।୩(ବ୍ୟୁରୋ): ଫୁଟବଲ୍‌ ବେଟିଂ/ଗେମିଙ୍ଗ୍‌ ଆପ୍‌ (18football.com)ରେ ଦେଶବ୍ୟାପୀ ୧ହଜାର କୋଟିରୁ ଊର୍ଦ୍ଧ୍ୱ ଠକେଇ ଘଟଣାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଅଧିକ ତଦନ୍ତ ଜାରି ରଖିଛି। ଏହି ମାମଲାରେ ମାଷ୍ଟରମାଇଣ୍ଡଙ୍କ ୨ ସହଯୋଗୀଙ୍କୁ ଇଓଡବ୍ଲ୍ୟୁ ୨ ସପ୍ତାହ ତଳେ ପଶ୍ଚିମବଙ୍ଗରୁ…

ଚାବ୍ରିପାଲିରେ ଚାଞ୍ଚଲ୍ୟ: ଜ୍ୱାଇଁଙ୍କୁ ହତ୍ୟା ପରେ ମୃତଦେହ ଫିଙ୍ଗିବା ଉଦ୍ୟମ ବିଫଳ, ୫ ଅଟକ

ବଲାଙ୍ଗୀର ଅଫିସ/ଖପ୍ରାଖୋଲ,୯ା୩(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଚାବ୍ରିପାଲି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ବୁଧବାର ବିଳମ୍ବିତ ରାତିରେ ଖପ୍ରାଖୋଲ ପୋଲିସ ଏକ ଭ୍ୟାନ ଭିତରୁ ବସ୍ତାରେ ଭର୍ତ୍ତି ହୋଇଥିବା ମୃତଦେହ ଉଦ୍ଧାର କରିଛି। ଏହି ଘଟଣାରେ ୫…

କାଲି ହୋଇଥିଲା ଭିଜିଲାନ୍ସ ଚଢ଼ାଉ, ଆଜି ବନ୍ଧାହେଲେ ୨ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର,୪ା୩(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୁଇ ବରିଷ୍ଠ ଅଧିକାରୀ ଗିରଫ ହୋଇଛନ୍ତି। ସେମାନେ ହେଲେ ଖଣି ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନା ଓ ଭବାନୀପାଟଣାରେ ଅବସ୍ଥାପିତ କେବିକେ କ୍ଷୁଦ୍ର ଜଳସେଚନ ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ କନ୍ଦର୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?