ଅଳଙ୍କାର ଚୋରି ପରେ ବୃଦ୍ଧାଙ୍କୁ ବଳାତ୍କାର: ଯୁବକ ଗିରଫ

ଗୋପ,୧୬।୩ (ଡି.ଏନ୍‌.ଏ.): ଗୋପ ଥାନା ଅନ୍ତର୍ଗତ ଶୋରଭା ପାଇକସାହି ଗ୍ରାମର ଜଣଙ୍କ ଘରେ ପଶି ସୁନା ଅଳଙ୍କାର ଚୋରି କରିବା ପରେ ଉପସ୍ଥିତ ବୃଦ୍ଧାଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ସେ ହେଲେ ଉକ୍ତ ଗ୍ରାମର ପିଣ୍ଟୁ ଲେଙ୍କା (୩୦)। ଏନେଇ ଗୋପ ଥାନାରେ ଏକ ମାମଲା (ନଂ. ୧୩୩/୨୩) ରୁଜୁ ହୋଇଛି। ଗିରଫ ପରେ ଅଭିଯୁକ୍ତ ଓ ବୃଦ୍ଧାଙ୍କ ଡାକ୍ତରୀ ମାଇନା କରାଯାଇଥିଲା। ପୋଲିସ ଅଭିଯୁକ୍ତଙ୍କ ପାଖରୁ ଚୋରି ହୋଇଥିବା ସୁନା ଜବତ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ସୂଚନା ମୁତାବକ, ପିଣ୍ଟୁ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ୭୦ ବର୍ଷୀୟା ବୃଦ୍ଧାଙ୍କ ଘରେ ପଶି ଟ୍ରଙ୍କ, ଆଲମାରି ଭାଙ୍ଗି ସୁନା, ରୁପା ଅଳଙ୍କାର ସହ ନଗଦ ୩୦ ହଜାର ଟଙ୍କା ନେଇଥିଲେ। ଶେଷରେ ବୃଦ୍ଧାଙ୍କ କାନରେ ଥିବା ସୁନା କାନଫୁଲ ନେବାବେଳେ ତାଙ୍କର ନିଦ ଭାଙ୍ଗିଥିଲା। ହେଲେ ଯୁବକ ଜୋର ଜବରଦସ୍ତି ତାଙ୍କ କାନଫୁଲ ନେବା ସହ ତାଙ୍କୁ ବଳାତ୍କାର କରିଥିଲେ। ପରେ ସେ ସେଠାରୁ ଚମ୍ପଟ ମାରିଥିଲେ। ବୃଦ୍ଧା ପଡ଼ିଶା ଲୋକଙ୍କୁ ଡାକି ଏ ଘଟଣା ସମ୍ପର୍କରେ କହିବା ସହ ବୁଧବାର ସକାଳେ ନୟାହାଟ ଫାଣ୍ଡିରେ ଅଭିଯୋଗ କରିଥିଲେ। ତେବେ ମହିଳାଙ୍କ ସ୍ବାମୀ ମରିଯାଇଥିବାବେଳେ ତାଙ୍କର ୨ଟି ପୁଅ ଅଛନ୍ତି। ହେଲେ ଦୁହେଁ ବାହାରେ ରହୁଥିବାବେଳେ ବୃଦ୍ଧା ଜଣଙ୍କ ଏଠାରେ ଏକୁଟିଆ ରହୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତ୍ରିନାଥକଁର ଅଜବ୍‌ ବଏସିରା:ସବୁବେଲେ ହାତେ ଖଜୁର ପତେଇ

ଲୋଇସିଂହା,୧୯।୫(ଡି.ଏନ.ଏ): ସବୁ ମୁନୁସ୍‌ର ଶରୀରକେ ଦେଖ୍‌ଲେ ପାଖାପାଖି ସଭେ ସମାନ ଆଏ। ସମକର ରକତ୍‌, ହାତ୍‌ଗୋଡ଼, ନାକ୍‌କାନ୍‌, ଆଏଁଖ୍‌ ଅଛେ। ହେଲେ ସମକର ଚାଲିଚଲନ, ବେଭାର...

କୋଭିଡ୍‌-୧୯ରୁ ମୁକ୍ତି ପାଇଁ ଗ୍ରାମଦେବତୀଙ୍କ ନିକଟରେ ପୂଜା

ବେଗୁନିଆପଡ଼ା,୨୯ା୪(ଡି.ଏନ.ଏ.)-କରୋନା ଭୂତାଣୁ ଲୋକଙ୍କ ନିଦ ହଜାଇଦେଇଥିବା ବେଳେ ଏଥିପାଇଁ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯାଉଛି। ମଙ୍ଗଳବାର ବେଗୁନିଆପଡ଼ା ବ୍ଲ୍ଳକ ଏସ୍‌.ଛଚିନା...

ଉଦ୍‌ଘାଟନ ହେଉଛି, କାମରେ ଲାଗୁନି

କଣ୍ଟାବାଞ୍ଜି, ୨୯। ୧(ଡି.ଏନ.ଏ.): ସରକାରୀ ତହବିଲରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ ନିର୍ମାଣ ହୋଇଛି କୋଠା। ଉଦ୍‌ଘାଟନ ବି ହୋଇଛି ବିଧିବଦ୍ଧଭାବେ। ହେଲେ କୌଣସି ନା...

‘ଆଦିବାସୀଙ୍କ ଲୋକନୃତ୍ୟ, ସଙ୍ଗୀତ ବିଦେଶରେ ପହଞ୍ଚିଛି’

ଜୁନାଗଡ଼,୧୨।୨: କଳାହାଣ୍ଡି ଜିଲା ଜୁନାଗଡ଼ ହାଇସ୍କୁଲ ପଡ଼ିଆରେ ଶୁକ୍ରବାର ସନ୍ଧ୍ୟାରେ ଜାତୀୟସ୍ତରୀୟ ଆଦିବାସୀ ଲୋକନୃତ୍ୟ ଓ ଲୋକ ସଙ୍ଗୀତ ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଓଡ଼ିଶା ସଙ୍ଗୀତ...

ଅବ୍ୟବସ୍ଥା ନେଇ ଅସନ୍ତୋଷ

ଅନୁଗୋଳ ଅଫିସ, ୧୮।୩:  ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ମହିଳା ଓ ପ୍ରସୂତି ବିଭାଗ ରୋଗୀଙ୍କୁ ଠିକ୍‌ ଭାବେ ଅଲଟ୍ରାସାଉଣ୍ଡ ସେବା ମିଳୁନାହିଁ। ଦାୟିତ୍ୱରେ ଥିବା ମହିଳା...

ଜବତ ପଲିଥିନ ଛଡ଼ାଇ ନେଲେ

ଚାନ୍ଦବାଲି, ୧।୧୧ (ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ଏନ୍‌ଏସି ପକ୍ଷରୁ ଗୁରୁବାର ଅପରାହ୍ନରେ କେତେକ ଦୋକାନରୁ ଜବତ କରାଯାଇଥିବା ପଲିଥିନକୁ ବ୍ୟବସାୟୀମାନେ ଛଡ଼ାଇ ନେଇଥିବା ଜଣାଯାଇଛି। ଅପରାହ୍ନ...

ଧନେଇ ଡ୍ୟାମରେ ବୁଡି ନାବାଳକ ମୃତ

ପୋଲସରା/ହାତୀଓଟ,୨୯ା୯- ପୋଲସରା ବ୍ଲକ ଧନେଇ ଡ୍ୟାମରେ ରବିବାର ଗାଧୋଇଯିବାବେଳେ ଗୋଡ ଖସିଯିବାରୁ ପଥରତଳେ ଚାପି ହୋଇ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଚିରିକିପଡା...

ବରିଷ୍ଠ ନାଗରିକମାନେ ସମାଜର ପଥ ପ୍ରଦର୍ଶକ

ଟିଟିଲାଗଡ଼,୧୦।୮ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ଦୀର୍ଘବର୍ଷ ପରେ ରାଜ୍ୟ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ପଦ ହାସଲ କରିଛି। ବିଧାୟିକା ଟୁକୁନୀ ସାହୁ...

Advertisement
Archives

Model This Week