ବରଗଡ଼ ଗୁଳିକାଣ୍ଡ ଘଟଣା: ଆଉ ୩ ଅଭିଯୁକ୍ତ ଗିରଫ

ବରଗଡ଼ ଅଫିସ,୨୨ା୩: ବରଗଡ଼ ସହରର ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ଗତ ୯ ତାରିଖ ରାତିରେ ସଂଘଟିତ ଗୁଳିକାଣ୍ଡ, ଭୁଜାଲି ମାଡ଼ ଘଟଣାରେ ସମ୍ପୃକ୍ତ ଆଉ ୩ ଅଭିଯୁକ୍ତଙ୍କୁ ସ୍ଥାନୀୟ ଟାଉନ ଥାନା ପୋଲିସ ବୁଧବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ବିହାରର ଭୋଜପୁର ଜିଲା ସଲନିର ଥାନା ଇନୋର୍କି ଗ୍ରାମର ମୂଳବାସିନ୍ଦା ତଥା ବର୍ତ୍ତମାନ ବରଗଡ଼ ଟାଉନ ଥାନା ପାଣିଛତର ଗୌଲାପଡ଼ାରେ ରହୁଥିବା ରୋହିତ ଯାଦବ(୨୧), ରେଳଷ୍ଟେଶନ ପଡ଼ାର ବିଜୟ କେତନ ମହାନ୍ତି(୪୮) ଏବଂ ବରଗଡ଼ ସଦର ଥାନା ଅନ୍ତର୍ଗତ ଲାଉନସରାର କ୍ଷୀରୋଦ୍ର ବିଶ୍ୱାଳ(୨୫)। ଏମାନଙ୍କୁ ମିଶାଇ ଏହି ଘଟଣାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୧ରେ ପହଞ୍ଚିଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତଙ୍କ ପାଖରୁ ପିସ୍ତଲ, ଟାଙ୍ଗିଆ, ବାଇକ୍‌ ଆଦି ଜବତ ହୋଇଛି । ବୁଧବାର ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୭ ଜଣଙ୍କୁ ନେଇ ପୋଲିସ ଘଟଣାସ୍ଥଳରେ ସିନ୍‌ ରିକ୍ରିଏଟ୍‌ କରିଥିଲା । ଏହାପରେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ବରଗଡ଼ ଟାଉନ ଥାନାରେ ବିଭିନ୍ନ ଦଫାରେ କେସ୍‌ ନଂ ୧୬୬/୨୩ରେ ଏକ ମାମଲା ରୁଜୁ ହୋଇଛି।
ସୂଚନାଯୋଗ୍ୟ, ଗତ ୯ ତାରିଖ ରାତିରେ ବରଗଡ଼ ହାଟପଦାର ଜଗନ୍ନାଥ କର୍ଣ୍ଣ ତାଙ୍କ ବନ୍ଧୁ ଲକ୍ଷ୍ମଣ ସାହୁଙ୍କ ସହିତ ବରଗଡ଼ ସରକାରୀ ବସ୍‌ଷ୍ଟାଣ୍ଡ ପାଖରେ ରହିଥିବା ଏକ କୁକୁଡ଼ା ଦୋକାନ ପାଖରେ ବସିଥିଲେ। ଏହି ସମୟରେ ଅଭିଯୁକ୍ତମାନେ ବନ୍ଧୁକ, ଭୁଜାଲି ଆଦି ମାରଣାସ୍ତ୍ର ଧରି ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ ଜଗନ୍ନାଥ ଗୁରୁତର ହୋଇଥିବାବେଳେ ଲକ୍ଷ୍ମଣ ସାମାନ୍ୟ ଆହତ ହୋଇଥିଲେ। ଲକ୍ଷ୍ମଣଙ୍କ ଏତଲାକ୍ରମେ ପୋଲିସ ଉପରୋକ୍ତ ମାମଲା ରୁଜୁ କରି ତଦନ୍ତ ଚଲାଇଥିଲା। ଏହି ଘଟଣାରେ ପୋଲିସ ଗତ ୧୦ ତାରିଖରେ ବରଗଡ଼ ରେଳ ଷ୍ଟେଶନ ପଡ଼ାର ବିଷ୍ଣୁରଞ୍ଜନ ମହାପାତ୍ର(୩୩), ମନାବନ୍ଧ ପଡ଼ାର ପ୍ରମୋଦ ମଲ୍ଳିକ(୪୨ଙ୍କୁ ଗିରଫ କରିଥିବା ବେଳେ ଗତ ୧୨ ତାରିଖରେ ବରଗଡ଼ ରେଳ ଷ୍ଟେଶନ ପଡ଼ାର ସୁଜିତ ସ୍ବାଇଁ(୨୬), ଦୁଷ୍ମନ୍ତ ମହାନ୍ତି(୨୮), ସରୋଜ ମଲ୍ଲିକ(୨୮),ଦିବ୍ୟରଞ୍ଜନ ଦାଶ(୨୭), ଅମିତ କୁମାର ନାୟକ(୨୪) ଏବଂ ଇନ୍ଦ୍ରଜିତ ସ୍ବାଇଁ(୨୭) ପୋଲିସ ହାତରେ ଧରାପଡ଼ି କୋର୍ଟଚାଲାଣ ହୋଇଥିଲେ। ଜାମିନ ନାମଞ୍ଜୁର ହେବାରୁ ସେମାନେ ବରଗଡ଼ ସବ୍‌ଜେଲ ହାଜତରେ ଥିଲେ। ତେବେ ଗତ ୨୦ ତାରିଖରେ ପୋଲିସ ସବ୍‌ଜେଲରେ ରହିଥିବା ଅଭିଯୁକ୍ତ ବିଷ୍ଣୁରଞ୍ଜନ, ପ୍ରମୋଦ, ସୁଜିତ ଏବଂ ଦିବ୍ୟରଞ୍ଜନଙ୍କୁ ରିମାଣ୍ଡରେ ଆଣିଥିଲା। ଏହି ୪ ଅଭିଯୁକ୍ତଙ୍କ ସହିତ ରୋହିତ, ବିଜୟକେତନ ଏବଂ କ୍ଷୀରୋଦ୍ରଙ୍କୁ ନେଇ ବୁଧବାର ପୋଲିସ ଘଟଣାସ୍ଥଳରେ ସିନ୍‌ ରିକ୍ରିଏଟ୍‌ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ମେଷ ସମେତ ୩ ରାଶିର ବଢ଼ିବ ଚିନ୍ତା, ପଳାଇବ ଚାକିରି! ସମ୍ପର୍କରେ ପଡିବ ଭଟ୍ଟା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟ ଓ ରାହୁଙ୍କ ଯୁତିକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ସେହିପରି ସୂର୍ଯ୍ୟଙ୍କ ରାହୁଙ୍କ ନକ୍ଷତ୍ରରେ ପ୍ରବେଶକୁ ମଧ୍ୟ ଜ୍ୟୋତିଷ ଦୃଷ୍ଟିରୁ…

୪୨ କଲେଜକୁ ସ୍ବୟଂଶାସିତ ମାନ୍ୟତା ପ୍ରସ୍ତାବ: ତାଲିକାରେ ଗଞ୍ଜାମର ୧୧ କଲେଜ

ଭଞ୍ଜନଗର,୧୩।୧୦(ବାବୁଲା ପ୍ରଧାନ): ରାଜ୍ୟର ୪୨ଟି ମହାବିଦ୍ୟାଳୟକୁ ସ୍ବୟଂଶାସିତ ମାନ୍ୟତା ପ୍ରଦାନ ନେଇ ରାଜ୍ୟ ସରକାର ଯୋଜନା ରଖିଥିବା ଜଣାପଡ଼ିଛି। ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ…

୫ ଥର ଟାଇଟଲ ଜିତି ଇତିହାସ ରଚିଲେ ଗିଲ, ଏହି ତାଲିକାରେ କୋହଲିଙ୍କ ସ୍ଥାନ କେଉଁଠି? ଲିଷ୍ଟ ଦେଖିଲେ ଚମକିଯିବେ

ନୂଆଦିଲ୍ଲୀ,୧୩।୧୦: ଶୁଭମନ ଗିଲ ସର୍ବାଧିକ ଥର ‘ପ୍ଲେୟର ଅଫ ଦ ମନ୍ଥ’ ଟାଇଟଲ ଜିତିଥିବା ଭାରତୀୟ ଖେଳାଳି। ମଙ୍ଗଳବାର (ଅକ୍ଟୋବର ୧୩) ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)…

ଗର୍ଭବତୀ ମହିଳା ସାମ୍ବାଦିକାଙ୍କୁ ଧକ୍କା ଦେଲେ ରାହୁଲ! ଭାଜପା ନେତାଙ୍କ ସାଂଘାତିକ ଅଭିଯୋଗ, କହିଲେ- ତାଙ୍କ ଗର୍ଭ…

ନୂଆଦିଲ୍ଲୀ,୧୩।୧୦: କଂଗ୍ରେସ ସାଂସଦ ତଥା ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଏକ ମାର୍ଚ୍ଚ କରିଥିଲେ। ଏହି ମାର୍ଚ୍ଚରେ ଇଣ୍ଡିଆ…

ବନ୍ଧୁକ ଦେଖାଇ ମାଗୁଥିଲେ ସୁନା ଗହଣା: ପନିକି ଫୋପାଡିଲେ ମହିଳା, ପରେ…

ପାଟଣା, ୧୩/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ମୁରୁସୁଆଁ ଗ୍ରାମରେ ମଙ୍ଗଳବାର ମଧ୍ୟାହ୍ନରେ ବନ୍ଧୁକ ଦେଖାଇ ଲୁଟ୍‌ ଉଦ୍ୟମ ହୋଇଛି। ଘରେ…

ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା, ଆଳି କଲେଜରେ ସାଇନ୍‌ ଡାଏ ଘୋଷଣା

କେନ୍ଦ୍ରାପଡ଼ା/ଆଳି, ୧୩।୧୦(ଜଗନ୍ନାଥ ଧଳ/ବନମାଳୀ ସେନାପତି) କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ୍‌ ଅନ୍ତର୍ଗତ ଆୟତପୁରସ୍ଥିତ ଲକ୍ଷ୍ମୀବରାହ ଜୀଉ ଡିଗ୍ରୀ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା ଦେଖାଦେଇଛି।…

ଝୁଲିପଡ଼ିଲେ +୨ ଛାତ୍ର, କାରଣ ଜାଣିଲେ…

ଡେରାବିଶ,୧୩ା୧୦(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଳକ ବାରିମୂଳ ପଞ୍ଚାୟତ ରାୟପୁର ଗ୍ରାମର ବିରକିଶୋର ମଳିକଙ୍କ ପୁଅ ଚନ୍ଦନ(୧୭) ବେକରେ ରଶି ଲଗାଇ…

ସାନଖେମୁଣ୍ଡିରେ ଅଙ୍ଗନୱାଡି କର୍ମୀ ସଂଘ ପକ୍ଷରୁ ପ୍ରତିବାଦ ସଭା: ୧୪ ଦଫା ଦାବି ସମ୍ବଳିତ…

ଦିଗପହଣ୍ଡି,୧୩|୧୦(ଅଶେଷ ନାଥ ମିଶ୍ର: )ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର ଆସୋସିଏସନ୍ ବ୍ଲକ ଶାଖା କମିଟି ପକ୍ଷରୁ ପାଟପୁର ଠାରେ ସଭା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?