ଚାବ୍ରିପାଲିରେ ଚାଞ୍ଚଲ୍ୟ: ଜ୍ୱାଇଁଙ୍କୁ ହତ୍ୟା ପରେ ମୃତଦେହ ଫିଙ୍ଗିବା ଉଦ୍ୟମ ବିଫଳ, ୫ ଅଟକ

ବଲାଙ୍ଗୀର ଅଫିସ/ଖପ୍ରାଖୋଲ,୯ା୩(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଚାବ୍ରିପାଲି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ବୁଧବାର ବିଳମ୍ବିତ ରାତିରେ ଖପ୍ରାଖୋଲ ପୋଲିସ ଏକ ଭ୍ୟାନ ଭିତରୁ ବସ୍ତାରେ ଭର୍ତ୍ତି ହୋଇଥିବା ମୃତଦେହ ଉଦ୍ଧାର କରିଛି। ଏହି ଘଟଣାରେ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି। ମୃତକ ଜଣକ ହେଲେ ପଦ୍ମପୁର ଥାନା ଗଡ଼ଭାଟି ଗାଁର ରୁଦ୍ର ମେହର (୩୮)। କୌଣସି ଘଟଣାକୁ ନେଇ ଘରୋଇ ବିବାଦରୁ ଏ ଭଳି ଜଘନ୍ୟ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି।

ସୂଚନା ଅନୁସାରେ, ଶ୍ୱଶୁର ଘର ଲୋକେ ପିଟି ପିଟି ଜ୍ୱାଇଁଙ୍କୁ ମାରିଦେବା ପରେ ଘଟଣାକୁ ଚପାଇ ଦେବା ପାଇଁ ଚେଷ୍ଟା କରି ଭ୍ୟାନ୍‌ରେ ଜରି ବସ୍ତାରେ ମୃତଦେହ ପୂରାଇ ପିଙ୍ଗିବାକୁ ଉଦ୍ୟମ କଳା ବେଳେ ଗ୍ରାମବାସୀ ସନ୍ଦେହ କରି ଗାଡ଼ି ଅଟକ ରଖିଥିଲେ। ଏନେଇ ଖପ୍ରାଖୋଲ ପୋଲିସ ସୂଚନା ପାଇ ଗାଡ଼ି ସହ ଅଭିଯୁକ୍ତଙ୍କୁ କାବୁ କରି ମୃତଦେହ ଜବତ କରିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁସାରେ ବରଗଡ଼ ଜିଲା ପଦ୍ମପୁର ଥାନା ଗଡ଼ଭାଟି ଗାଁର ରୁଦ୍ର ଗତ ୧୦ ବର୍ଷତଳେ ଚାବ୍ରିପାଲି ଗାଁର ଉଦ୍ଧବ ମେହେରଙ୍କ ଝିଅ ସରୋଜିନୀଙ୍କୁ ବିବାହ କରିଥିଲେ। ତାଙ୍କର ଦୀର୍ଘଦିନ ହେଲା ପାରିବାରିକ କଳହ ଲାଗି ରହିଥିଲା।  ବୁଧବାର ତାଙ୍କ ସ୍ତ୍ରୀ ଏକ ବିବାହ ଉତ୍ସବକୁ ଯାଇଥିଲେ। ଜ୍ବାଇଁ ଓ ଶ୍ୱଶୁର ଘର ଲୋକେ ଘରେ ଥିବା ସମୟରେ କୌଣସି କଥାକୁ ନେଇ କଳହ ସୃଷ୍ଟି ହୋଇଥିଲା। ଉକ୍ତ ସମୟରେ ହାତାହାତି ହୋଇ ଜ୍ବାଇଁଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନା ମିଳିଛି। ଅନ୍ୟପକ୍ଷରେ ଶ୍ୱଶୁର ଘର ଲୋକେ ଉକ୍ତ ହତ୍ୟା ଘଟଣାକୁ ଚପାଇ ଦେବା ପାଇଁ ଏକ ଭ୍ୟାନ୍‌ ନମ୍ବର ଓଡି ୦୩ ଏକ୍ସ ୭୦୦୬ ରେ ଜ୍ବାଇଁଙ୍କ ମୃତଦେହକୁ ଏକ ଜରି ବସ୍ତାରେ ଭରି କୌଣସି ସ୍ଥାନକୁ ଫିଙ୍ଗିବାକୁ ନେବା ଉଦ୍ୟମ ବିଫଳ ହୋଇଛି। ଅଟକ ଅଭିଯୁକ୍ତମାନେ ହେଲେ ମୃତକଙ୍କ ଶ୍ୱଶୁର ଉଦ୍ଧବ ମେହେର (୫୫), ଶଳା ଅନିରୁଦ୍ଧ ମେହେର (୧୫), ସୁନିଲ କୁମାର ମେହେର ଓ ଅନ୍ୟ ଦୁଇ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଜାରି ରହିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri