କରୋନା ଭାଇରସ୍‌

CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୭୩ କରୋନା ଆକ୍ରାନ୍ତ; ମୋଟ ଆରୋଗ୍ୟ ସଂଖ୍ୟା ୩ ହଜାର ଟପିଲା

ଭୁବନେଶ୍ୱର,୧୭।୬(ବ୍ୟୁରୋ): ରାଜ୍ୟରେ ପୁଣି ସୁସ୍ଥ ହେଲେ ୭୩ କରୋନା ଆକ୍ରାନ୍ତ। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବୁଧବାର ଟୁଇଟ୍‌ କରି ସୂଚନା ଦିଆଯାଇଛି। ତେବେ ଆରୋଗ୍ୟ ଲାଭ କରିଥିବା କୋଭିଡ ସଂକ୍ରମିତଙ୍କ ମଧ୍ୟରେ କନ୍ଧମାଳର ସର୍ବାଧିକ ୧୪…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ପ୍ରତି ପଞ୍ଚାୟତରେ ହେବ ‘କୋଭିଡ୍‌ କେୟାର ହୋମ୍‌’; ପ୍ରାଥମିକ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ରଖାଯିବ

ଭୁବନେଶ୍ୱର,୧୭।୬(ବ୍ୟୁରୋ): କରୋନା ମୁକାବିଲା ନେଇ ପରବର୍ତ୍ତୀ ରଣକୌଶଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଘୋଷଣା କରିଛନ୍ତି। ସେ କହିଛନ୍ତି, ରାଜ୍ୟର ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ୍‌ କରାଯିବ। ଏଥିରେ ୧୦ରୁ ୨୦ଜଣ ବ୍ୟକ୍ତି ରହିପାରିବେ। କୋଭିଡ କେୟାର ହୋମ୍‌ରେ ସାରା…

ଲକ୍‌ଡାଉନ୍‌: ୫ ମାସରେ ଶରୀର ଓଜନ ୧୭୭ କିଲୋରୁ ହେଲା ୨୭୮ କିଲୋ

ଉହାନ, ୧୭।୬: ଚାଇନାର ଉହାନ ସହର କରୋନା ସଂକ୍ରମଣର ଏନ୍ତୁଡ଼ିଶାଳ। ସଂକ୍ରମଣ ଯୋଗୁ ଏଠାରେ ଲକ୍‌ଡାଉନ୍‌ ଜାରି ହୋଇଥିଲା। ଲକ୍‌ଡାଉନ୍‌ ସମୟରେ କେବଳ ଘରେ ବସି ଖାଇବା ପିଇବା ଛନା ଅନ୍ୟ କାମ ନ ଥିବାରୁ ଉହାନର ଜଣେ ୨୬ ବର୍ଷ…

ବରଗଡ଼ରୁ ୧୧ କରୋନା ପଜିଟିଭ ଚିହ୍ନଟ: ଅଛନ୍ତି ୨ ସେନା କର୍ମଚାରୀ, ଗର୍ଭବତୀ

ବରଗଡ଼ ଅଫିସ, ୧୭।୬: ବରଗଡ଼ ଜିଲାରୁ ବୁଧବାର ପୁଣି ୧୧ ନୂଆ କରୋନା (କୋଭିଡ -୧୯) ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଭଟଲି ବ୍ଲକ ଅନ୍ତର୍ଗତ ନଳାଚୂଆଂରୁ ୩ଜଣ ଚିହ୍ନଟ ହୋଇଥିବା ବେଳେ ବଡ଼ମାଳରୁ ୨, ବେହେରାପାଲିର ୧, ବରଗଡ଼…

ପ୍ରତି ୫ ଜଣରେ ଜଣଙ୍କୁ କରୋନା ସଂକ୍ରମଣର ରହିଛି ଆଶଙ୍କା: ପୃଥିବୀର ୧୭୦ କୋଟି ଲୋକ ବିପଦରେ

ପ୍ୟାରିସ୍‌, ୧୭।୬: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ଲାସେଣ୍ଟ୍‌ ପତ୍ରିକା ପକ୍ଷରୁ ହୋଇଥିବା ଏକ ଅଧ୍ୟୟନ ରିପୋର୍ଟରେ ଉଲ୍ଲେଖ ହୋଇଛି ଯେ, ପୃଥିବୀର ୧୭୦ ଲୋକଙ୍କୁ କରୋନା ସଂକ୍ରମଣ ହେବାର ଆଶଙ୍କା ରହିଛି। ଯାହାକି ପୃଥିବୀର…

ଲୋକଙ୍କୁ କରାଉଥିଲେ କରୋନା ସଚେତନ, ନିଜେ ହୋଇଗଲେ କରୋନା ରୋଗୀ; ବ୍ରହ୍ମଗିରି ଗାଁ ୪୮ ଘଣ୍ଟା ପାଇଁ ଶଟ୍‌ଡାଉନ୍

ବ୍ରହ୍ମଗିରି,୧୭ା୬(ଡି.ଏନ୍‌.ଏ.): ପୁରୀ ଜିଲା ବ୍ରହ୍ମଗିରି ଅଞ୍ଚଳର ଜଣେ ବରିଷ୍ଠ ଆଇନଜୀବୀଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ବୁଧବାର ବ୍ରହ୍ମଗିରି ଗାଁକୁ ୪୮ ଘଣ୍ଟା ପାଇଁ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସରପଞ୍ଚ । ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ଗ୍ରାମର ଆଇନଜୀବୀ…

ପୁରୀରୁ ପୁଣି ୧୮ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୮ ଛୁଇଁଲା

ପୁରୀ ଅଫିସ, ୧୭।୬: ପୁରୀ ଜିଲାରୁ ବୁଧବାର ପୁଣି ୧୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ସଂକ୍ରମିତଙ୍କୁ ମିଶାଇ ଜିଲାର ମୋଟ ପଜିଟିଭ ସଂଖ୍ୟା ୧୮୮ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୧୦୩ ଜଣ ସୁସ୍ଥ ହୋଇଥିବା ବେଳେ ୮୫ଜଣ…

CORONAVIRUS UPDATE: ରାଜ୍ୟରେ ପୁଣି ୧୭୫ କରୋନା ପଜିଟିଭ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୪୩୩୮ରେ ପହଞ୍ଚିଲା

ଭୁବନେଶ୍ୱର, ୧୭।୬(ବ୍ୟୁରୋ): ରାଜ୍ୟରେ ବୁଧବାର ପୁଣି ୧୭୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩୩୮ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ…

ରାଜ୍ୟରେ ୩୫୭୬ ପୁରୁଷ, ୫୮୭ ମହିଳା ଆକ୍ରାନ୍ତ

ଭୁବନେଶ୍ୱର, ୧୭।୬(ବ୍ୟୁରୋ): ରାଜ୍ୟରେ ଆଉ ୧୦୮ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୧୬୩ରେ ପହଞ୍ଚତ୍ଥିବାବେଳେ ୫୮୭ଜଣ ମହିଳା ଓ ୩୫୭୬ଜଣ ପୁରୁଷ ରହିଛନ୍ତି। ସେପଟେ ଦିନକୁ ଦିନ ଛୋଟପିଲା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ…

ରାଜଧାନୀରେ ବଢ଼ୁଛି ବସ୍ତି ସଂକ୍ରମଣ ଆଶଙ୍କା: ସାଲିଆ ସାହିରୁ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୬।୬(ବ୍ୟୁରୋ): ରାଜଧାନୀର ସବୁଠାରୁ ବଡ଼ ବସ୍ତି ସାଲିଆ ସାହିରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସାଲିଆ ସାହି ମଧ୍ୟରେ ଥିବା ନିରାଙ୍କାରୀ ନଗରରେ ଜଣେ ୨୨ ବର୍ଷୀୟ ଯୁବକ କରୋନା ସଂକ୍ରମିତ ହୋଇଛନ୍ତି। ଯୁବକ ଦିଲ୍ଲୀରୁ ଫେରିଥିବା ବେଳେ…

CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୧୨୦ ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୨,୯୭୪କୁ ବୃଦ୍ଧି

ଭୁବନେଶ୍ୱର,୧୬।୬(ବ୍ୟୁରୋ): ରାଜ୍ୟରେ ସୁସ୍ଥ ହୋଇଛନ୍ତି ଆଉ ୧୨୦ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରେ ଯାଜପୁରର ୧୯, କଟକର ୧୫, ମୟୂରଭଞ୍ଜର ୧୧, ଖୋର୍ଦ୍ଧାର ୧୧, ନୂଆପଡ଼ାର ୯, ସୁନ୍ଦରଗଡ଼ର ୭, କନ୍ଧମାଳର ୬, ବଲାଙ୍ଗୀରର ୫, ନୟାଗଡ଼ର ୫, ବାଲେଶ୍ୱର ୪,…

କରୋନାରେ ଜଣଙ୍କର ବି ମୃତ୍ୟୁ ଦୁଃଖଦାୟକ: ମୋଦି

ନୂଆଦିଲ୍ଲୀ,୧୬।୬: ବିଶ୍ୱ ପାଇଁ ଏବେବି ଚିନ୍ତାର କାରଣ ପାଲଟିଛି କରୋନା ସଂକ୍ରମଣ। ଦେଶରେ ୨୪ ଘଣ୍ଟାରେ ୧୦ ହଜାରୁ ଅଧିକ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ମଧ୍ୟ ଚିନ୍ତାର ବିଷୟ। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୨୧ ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?