କରୋନା ଭାଇରସ୍‌

ନିମାପଡ଼ାକୁ ଛୁଇଁଲା କରୋନା: ୬ ପଜିଟିଭ ଚିହ୍ନଟ

ନିମାପଡ଼ା, ୧୬।୬(ଡି.ଏନ୍‌.ଏ.): ପୁରୀ ଜିଲାରେ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଜିଲାରୁ ୧୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ପ୍ରଥମ ଥର ପାଇଁ ନିମାପଡ଼ାକୁ କରୋନା ଛୁଇଁଛି। ନିମାପଡ଼ା ବ୍ଲକରୁ ୬ ଜଣ…

ନିଗମ ବୋଧ ଘାଟରେ ରାତିସାରା ହେବ ଅନ୍ତିମ ସଂସ୍କାର !

ନୂଆଦିଲ୍ଲୀ,୧୬।୬: ଦେଶରେ କରୋନା ସଂକ୍ରମଣ ମାମଲା ଦିନକୁ ଦିନ ବିପଦଜନ୍ନକ ହେବାରେ ଲାଗିଛି। ଏଥିରେ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ହୁ ହୁ ବଢ଼ିବାରେ ଲାଗିିଛି। ତେବେ କରୋନାଜନିତ ବୃଦ୍ଧି ପାଉଥିବା ମୃତ୍ୟୁ ସଂଖ୍ୟାକୁ ଦେଖି ଦିଲ୍ଲୀ ନଗର ନିଗକ ଏକ…

ସ୍ବଦେଶୀ ଭେଣ୍ଟିଲେଟର ନିର୍ମାଣ ସ୍ବପ୍ନ ସତ ହେଲା

ନୂଆଦିଲ୍ଲୀ,୧୬।୬: କରୋନା ମହାମାରୀ ସହ ଲଢିବାକୁ ପ୍ରାୟ ସବୁ ଦେଶ ଆପ୍ରାଣ ଉଦ୍ୟମ କରି ଚାଲିଥିବା ବେଳେ ଭାରତ ମଧ୍ୟ ଏଥିରେ ପଛରେ ପଡିନାହିଁ। ମେକ୍‌ ଇନ୍‌ ଇଣ୍ଡିଆ ପ୍ରୋଜେକ୍ଟ ଅଧିନରେ ଏବେ ସତ ହୋଇଛି ସ୍ବଦେଶୀ ଭେଣ୍ଟିଲେଟର ନିର୍ମାଣ ସ୍ବପ୍ନ।…

ଭୁବନେଶ୍ୱରରେ ପୁଣି ୫ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୬।୬(ବ୍ୟୁରୋ): ଭୁବନେଶ୍ୱରରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ରାଜଧାନୀ ଭୁବନେଶ୍ୱରର ବୋଲି ଜଣାପଡ଼ିଛି। ଏନେଇ ବିଏମସି ଟୁଇଟ କରି ସୂଚନା ଦେଇଛି। ଏହି ପାଞ୍ଚ ଜଣ…

ଜୁନ୍‌ ୨୧ ସୂର୍ଯ୍ୟପରାଗ ପରେ ନଷ୍ଟ ହେବ କରୋନା ଭୂତାଣୁ : ଭାରତୀୟ ବୈଜ୍ଞାନିକ

ଚେନ୍ନାଇ, ୧୬।୬: କରୋନା ମହାମାରୀ ଯୋଗୁ ପୃଥିବୀରେ ସଙ୍କଟ ଦେଖାଦେଇଛି। ତେବେ ଚଳିତ ଜୁନ ୨୧ରେ ହେବାକୁ ଥିବା ସୂର୍ଯ୍ୟପରାଗ ପରେ କରୋନା ଭୂତାଣୁ ନଷ୍ଟ ହୋଇଯିବ ବୋଲି ଜଣେ ଭାରତୀୟ ବୈଜ୍ଞାନିକ ଦାବି କରିଛନ୍ତି। ଚେନ୍ନାଇର ନ୍ୟୁକ୍ଲିୟର ଆଣ୍ଡ ଆର୍ଥ…

ଗଞ୍ଜାମରେ ପୁଣି ୮ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୯୮କୁ ବୃଦ୍ଧି

ଛତ୍ରପୁର, ୧୬।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ମଙ୍ଗଳବାର ପୁଣି ୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୯୮କୁ ବୃଦ୍ଧି ପାଇଛି। ତେବେ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବେଲଗୁଣ୍ଠା ବ୍ଲକର ୫୧, ୫୪, ୨୩ ଓ…

କରୋନାକୁ ପୂରିଲା ୧୩୫ ଦିନ: ସାମାନ୍ୟ ଅସାବଧାନତା ନେଇପାରେ ଅନେକଙ୍କ ଜୀବନ !

ନୂଆଦିଲ୍ଲୀ,୧୬।୬: କରୋନା ଭାଇରସକୁ ଏକ ଅଜଣା ବିଶ୍ୱାସଘାତୀ ଶତ୍ରୁ ବୋଲି କହି ଭାରତୀୟ ବିଶେଷଜ୍ଞମାନେ କହିଛନ୍ତି ସାମାନ୍ୟ ଅବହେଳା ପରିସ୍ଥିତିକୁ ଆହୁଳି ଜଟିଳ କରିଦେଇପାରେ। ଦେଶରେ କରୋନା ତା’ର ସ୍ଥିତି ଜାରିର କରିବାର ୧୩୫ ଦିନ ପୂରଣ ହୋଇସାରିଲାଣି। ହେଲେ ଏବେ…

ଜୁଲାଇ ୧୫ ସୁଦ୍ଧା ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୮ ଲକ୍ଷ ଛୁଇଁବା ଆଶଙ୍କା

ନୂଆଦିଲ୍ଲୀ, ୧୬।୬: ଭାରତରେ କରୋନା ମହାମାରୀ ଥମିବାର ନାଁ ଧରୁନି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜୁଲାଇ ୧୫ ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ଛୁଇଁବ। ହୋଇଥିବା ଏକ ସର୍ଭେ ରିପୋର୍ଟରେ…

ଫ୍ରାନ୍ସରେ ଖୋଲିଲା ବର୍ଡର, ବାର, କାଫେ, ସ୍କୁଲ

ପ୍ୟାରିସ,୧୬।୬: କରୋନା ଭାଇରସ୍‌ ମହାମାରୀ ସାରା ବିଶ୍ୱକୁ ଏକ ଆହ୍ବାନ ଦେଇଛି, ଯେଉଁଥିରୁ ମୁକୁଳିବା ପାଇଁ କୌଣସି ଦେଶ ଏଯାଏଁ ସଫଳ ହୋଇପାରିନାହାନ୍ତି। ପରିସ୍ଥିତି ଏପରି ହୋଇଛି ଯେ, ମାସ ମାସ ଧରି ଚାଲିଆସୁଥିବା ଲକ୍‌ଡାଉନ ଯୋଗୁ ସମସ୍ତଙ୍କ ଜୀବିକାରେ ସଙ୍କଟ…

ସାତଫେରା ପରେ କ୍ୱାରାଣ୍ଟାଇନ୍‌ରେ କନ୍ୟା-ବର-ବରଯାତ୍ରୀ

ଭୋପାଳ, ୧୬।୬: ମଧ୍ୟପ୍ରଦେଶରେ ସାତଫେରା ପରେ କନ୍ୟା, ବର ଏବଂ ୮୫ ବରଯାତ୍ରୀଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ସ୍ଥାନୀୟ ଛତ୍ରପୁର ଅଞ୍ଚଳରେ ସେମାନଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଗୁରୁଗ୍ରାମ୍‌ରୁ ବରଯାତ୍ରୀ ଘୁବରା ସହରକୁ ଆସିଥିଲେ। ତେବେ ବିବାହରେ ଯୋଗଦେଇଥିବା…

ସଙ୍ଗରୋଧରୁ ବାହାରିବାର ୨ ଦିନ ପରେ କରୋନା ପଜିଟିଭ ଚିହ୍ନଟ: ନପଙ୍ଗ ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

ଭଣ୍ଡାରିପୋଖରୀ, ୧୬।୬ (ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନପଙ୍ଗ ପଞ୍ଚାୟତକୁ ପ୍ରଶାସନ ପକ୍ଷରୁ ସୋମବାର କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। କୋଲକାତାରୁ ଫେରି ଜଣେ ପ୍ରବାସୀ ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ। ସେଠାରେ ଅବଧି ଶେଷ ହେବା ପରେ ସେ…

୨୦ ସେକେଣ୍ଡରେ ଚିହ୍ନଟ ହେବେ କରୋନା ପଜିଟିଭ୍‌ !

ପ୍ରୟାଗରାଜ, ୧୬।୬: କରୋନା ସଂକ୍ରମଣ ନେଇ ଭାରତରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ କରୋନା ପଜିଟିଭ୍‌ଙ୍କୁ କିଭଳି ଶୀଘ୍ର ଚିହ୍ନଟ କରାଯିବ ସେନେଇ ଉଦ୍ୟମ ଜାରି ରହିଛି। ପ୍ରୟାଗରାଜର ମୋତିଲାଲ ନେହେରୁ ରାଷ୍ଟ୍ରୀୟ ପ୍ରାଦ୍ୟୋଗିକ ସଂସ୍ଥାନ ପକ୍ଷରୁ ଏକ ନୂଆ ପ୍ରଣାଳୀ ଡିପ୍‌-ଏକ୍ସ୍‌ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?