ଲକ୍‌ଡାଉନ୍‌: ୫ ମାସରେ ଶରୀର ଓଜନ ୧୭୭ କିଲୋରୁ ହେଲା ୨୭୮ କିଲୋ

ଉହାନ, ୧୭।୬: ଚାଇନାର ଉହାନ ସହର କରୋନା ସଂକ୍ରମଣର ଏନ୍ତୁଡ଼ିଶାଳ। ସଂକ୍ରମଣ ଯୋଗୁ ଏଠାରେ ଲକ୍‌ଡାଉନ୍‌ ଜାରି ହୋଇଥିଲା। ଲକ୍‌ଡାଉନ୍‌ ସମୟରେ କେବଳ ଘରେ ବସି ଖାଇବା ପିଇବା ଛନା ଅନ୍ୟ କାମ ନ ଥିବାରୁ ଉହାନର ଜଣେ ୨୬ ବର୍ଷ ବୟସ୍କ ଯୁବକ ଝାଓଙ୍କର ଓଜନ ୧୭୭ କିଲୋରୁ ବଢ଼ି ୨୭୮ କିଲୋରେ ପହଞ୍ଚିଛି। ୨୦୧୯ ଡିସେମ୍ବରରେ ତାଙ୍କର ଓଜନ ୧୭୭ କିଲୋ ଥିଲା। କରୋନା ସଂକ୍ରମଣ ରୋକିବା ଲାଗି ସହରରେ ଲକ୍‌ଡାଉନ୍‌ ଘୋଷଣା ହୋଇଥିଲା। ସାଇବର କେଫ୍‌ରେ କାମ କରୁଥିବା ଝାଓ ଘରେ ବସି ରହିଥିଲେ। ଫଳରେ ଗତ ୫ ମାସ ମଧ୍ୟରେ ତାଙ୍କ ଓଜନ ୧୦୧ କିଲୋ ବଢ଼ି ୨୭୮ କିଲୋରେ ପହଞ୍ଚିଥିଲା। ଏପ୍ରିଲ୍‌ ୮ରେ ସହରରୁ ଲକ୍‌ଡାଉନ୍‌ ହଟିଥିଲା। ତେବେ ଅଧିକ ଓଜନ କାରଣରୁ ଝାଓ ଚାଲବୁଲ କରିବା ସ୍ଥିତିରେ ନ ଥିଲେ। ନିଶ୍ୱାସ ନେବାରେ ସେ କଷ୍ଟ ଅନୁଭବ କରୁଥିଲେ। ମେ ୩୧ରେ ସେ ଝାଗ୍ନନେଗ୍‌ ହସ୍ପିଟାଲକୁ ଏନେଇ ଫୋନ୍‌ କରିଥିଲେ। ସେ ୪୮ ଘଣ୍ଟା ଧରି ଶୋଇ ନ ଥିବା ଜଣାଇଥିଲେ। ଜୁନ୍‌ ୧ରେ ସ୍ବାସ୍ଥ୍ୟକର୍ମୀ ଝାଓଙ୍କ ଘରେ ପହଞ୍ଚିଥିଲେ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ଲାଗି ୧୦ ଜଣ ଲୋକଙ୍କର ସହାୟତା ଲୋଡ଼ା ଯାଇଥିଲା। ଇତିମଧ୍ୟରେ ତାଙ୍କ ପେଟର ଏକ ଅଂଶକୁ ଅପରେଶନ କରି ବାହାର କରାଯାଇଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri