କରୋନା ଭାଇରସ୍‌

କରୋନା ରୋଗୀଙ୍କ ମେଡିକାଲ ବିଲ୍‌ ଆସିଲା ୧ କୋଟି ୫୨ ଲକ୍ଷ

କରୋନାରେ ସଂକ୍ରମିତ ହୋଇ ଲକ୍ଷ ଲକ୍ଷ ଲୋକ ଏବେ ଚିକିତ୍ସାଧୀନ ଅଛନ୍ତି। ଏଥିପାଇଁ ସରକାରୀ ହସ୍ପିଟାଲରେ ଲୋକଙ୍କ ଭିଡ଼ ଜମୁଛି। ମାତ୍ର ଅଧିକ ଖର୍ଚ୍ଚ ଭୟରେ ପ୍ରାଇଭେଟ୍‌ ହସ୍ପିଟାଲକୁ ଯିବାକୁ ଲୋକେ ଭୟ କରୁଛନ୍ତି। ଏମିତିରେ ଦୁବାଇର ଏକ ପ୍ରାଇଭେଟ ହସ୍ପିଟାଲରେ…

ଭୁବନେଶ୍ୱର @ ୯୧୯: ଆଜି ଚିହ୍ନଟ ହେଲେ ୬୦ ନୂଆ କରୋନା ଆକ୍ରାନ୍ତ; ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ରାଜଧାନୀରେ ଗୁରୁବାର ନୂଆ ୬୦ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରାଣ୍ଟାଇନ୍‌ କେନ୍ଦ୍ରରୁ ୪୦ ଜଣ ଥିବା ବେଳେ ୨୦ ଲୋକାଲ କେସ୍‌ ରହିଛି। ସେହିଭଳି ୧୮ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)…

ଭାରତରେ ଅଣାୟତ୍ତ କରୋନା: ୨୪ ଘଣ୍ଟାରେ ୧୦ ଲକ୍ଷ ଛୁଇଁବା ଆଶଙ୍କା

ମୁମ୍ବାଇ, ୧୬।୭: ଭାରତରେ କରୋନା ମହାମାରୀ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୨ ହଜାର ୬୯୫ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ…

ହାତ ଟେକିଦେଲେ କର୍ନାଟକ ସରକାର: ଏବେ କେବଳ ଭଗବାନ ଭରସା

ବେଙ୍ଗାଲୁରୁ,୧୬।୭: କରୋନା ଭାଇରସ ସଂକ୍ରମଣ ଧୀରେ ଧୀରେ ବଢିବାକୁ ଲାଗିଛି। ଏହି ସମୟରେ କର୍ନାଟକରେ ମଧ୍ୟ ସ୍ଥିତି ବେଳକୁ ବେଳ ଅଣାୟତ୍ତ ଆଡକୁ ଗତି କରୁଛି। ଏହାକୁ ଦେଖି ଗୁରୁବାର କର୍ନାଟକ ସ୍ବାସ୍ଥ୍ୟମନ୍ତ୍ରୀ ବି.ଶ୍ରୀରାମୁଲୁ କହିଛନ୍ତି, ଏବେ କେବଳ ଭଗବାନ ଭରସା।…

ପ୍ରଥମ ମହିଳା ନିର୍ବାଚନ କମିଶନଙ୍କ କରୋନା ସଂକ୍ରମଣରେ ମୃତ୍ୟୁ

ମୁମ୍ବାଇ, ୧୬।୭: ମହାରାଷ୍ଟ୍ରର ପ୍ରଥମ ମହିଳା ନିର୍ବାଚନ କମିଶନ ନୀଲା ସତ୍ୟନାରାୟଣନଙ୍କ କରୋନା ସଂକ୍ରମଣ ଯୋଗୁ ଗୁରୁବାର ମୃତ୍ୟୁ ଘଟିଛି। ସେ ମୁମ୍ବାଇର ସେଭେନ୍‌ ହିଲ୍ସ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ୧୯୭୨ ବ୍ୟାଚ୍‌ର…

ଯୋଗୀଙ୍କ ବାସଭବନରେ ପହଞ୍ଚିଲା କରୋନା

ଲକ୍ଷ୍ନୌ,୧୬।୭: ମହାମାରୀ କରୋନା ସଂକ୍ରମଣ ସାରା ଦେଶରେ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଏହାକୁ ରୋକିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ଯେତେ ପଦକ୍ଷେପ ଗ୍ରହଣ କଲେ ମଧ୍ୟ ଦିନକୁ ଦିନ ହଜାର ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି। କରୋନା କବଳରୁ ସାଧାରଣ…

ପ୍ଲାଜ୍‌ମା ଦାନ କଲେ ମିଳିବ ପୁରସ୍କାର ୫ ହଜାର

ବେଙ୍ଗାଲୁର, ୧୬।୭: ପ୍ଲାଜ୍‌ମା ଦାନ କରୁଥିବା ଲୋକଙ୍କ ପାଇଁ କର୍ନାଟକ ସରକାରଙ୍କ ପକ୍ଷରୁ ପୁରସ୍କାର ଘୋଷଣା କରାଯାଇଛି। ଯେଉଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ସେମାନଙ୍କଠାରୁ ପ୍ଲାଜ୍‌ମା ସଂଗ୍ରହ କରାଯାଇ ପ୍ଲାଜ୍‌ମା ଥେରାପିରେ ଚିକିତ୍ସା କରାଯିବ। ତେବେ ପ୍ଲାଜ୍‌ମା ଦାନ କରୁଥିବା…

ଟ୍ରଲିରେ ବସି କରୋନା ରୋଗୀଙ୍କ ଚିକିତ୍ସା କରିବାକୁ ହସ୍ପିଟାଲ ଗଲେ ଡାକ୍ତର: ଫଟୋ ଭାଇରାଲ

ପାଟନା,୧୬।୭: କରୋନା ସଂକ୍ରମଣ ସମସ୍ତଙ୍କ ମୁଣ୍ଡ ବିଗାଡି ଥିବା ବେଳେ ଏବେ ଏହି ଯୁଦ୍ଧରେ ଆଗଧାଡିର ଯୋଦ୍ଧା ସାଜିଥିବା ଡାକ୍ତର ମଧ୍ୟ ବେଳେ ବେଳେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରୁଥିବା ଦେଖାଯାଇଛି। ନିକଟରେ ଆସିଥିବା ଏକ ଫଟୋରୁ ଏହା ସ୍ପଷ୍ଟ ବାରି…

ପ୍ରବାସୀଙ୍କୁ ଘରକୁ ପଠାଇବାର ଅନୁଭୂତିକୁ ଶେୟାର କରିବେ ସୋନୁ

ମୁମ୍ବାଇ: କରୋନା ଭାଇରସ୍‌ ମହାମାରୀ ମଧ୍ୟରେ ହଜାର ହଜାର ପ୍ରବାସୀଙ୍କୁ ସହୟତା କରି ଚର୍ଚ୍ଚାକୁ ଆସିଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦ ଏବେ ନିଜର ଅନୁଭୂତିକୁ ବହିର ରୂପ ଦେବାକୁ ନିଷ୍ପତ୍ତି କରିଛନ୍ତି। ଏହି ବହି ଜରିଆରେ ପ୍ରବାସୀଙ୍କୁ ଘର ପଠାଇବା…

ଉଦ୍‌ଘାଟନର ୨୯ ଦିନ ଭିତରେ ଭାଙ୍ଗିଗଲା ୨୬୪କୋଟି ମୂଲ୍ୟର ପୋଲ

ପାଟନା,୧୬।୭: ଚଳିତ ବର୍ଷ ମୌସୁମୀ ଆସିବା ସହ ବିହାରରେ ବର୍ଷା ଓ ବନ୍ୟା ସାଧାରଣ ଜୀବନ ଯାତ୍ରାକୁ ଅସ୍ତବ୍ୟସ୍ତ କରି ଦେଇଛି। ବିହାରର ଗୋପାଳଗଞ୍ଜ ଜିଲାରେ ଗଣ୍ଡକ ନଦୀ ଉପରେ ନିର୍ମାଣ କରାଯାଇଥିବା ପୋଲ ବର୍ଷାରେ ଭାଙ୍ଗିଯାଇ ନଦୀରେ ଭାସି ଯାଇଛି।…

୧୦ ଲକ୍ଷ ମୁହାଁ କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ୩୨, ୬୯୫ ନୂଆ ସଂକ୍ରମିତ

ନୂଆଦିଲ୍ଲୀ,୧୬।୭: ଦେଶରେ କରୋନା ସଂକ୍ରମିତଙ୍କ ସଂଖା ବେଳକୁ ବେଳ ରେକର୍ଡ କରିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୩୨,୬୯୫ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯,୬୮,୮୭୬ରେ ପହଞ୍ଚିଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

ଭାରତରେ ୬ କୋଟି ଟପିପାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୧୬।୭: ଆସନ୍ତା ୨୦୨୧ ମାର୍ଚ୍ଚ ବେଳକୁ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ କୋଟି ୧୮ ଲକ୍ଷ ଟପିବ ବୋଲି ଭାରତୀୟ ବିଜ୍ଞାନ ସଂସ୍ଥାନ(ଆଇଆଇଏସ୍‌ସି) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଗଲେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?