କରୋନା ଭାଇରସ୍‌

ରାଜଧାନୀରେ ମାଡି ଚାଲିଛି କରୋନା: ଆଉ ୧୦୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୩୦।୭(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରେ ମାଡି ଚାଲିଛି କରୋନା। ଗୁରୁବାର ଆଉ ୧୦୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୫୯ ଜଣ କ୍ୱାରାଣ୍ଟାଇନରୁ ହୋଇଥିବାବେଳେ ୪୬ ଲୋକାଲ କଣ୍ଟାକ୍ଟ କେସ ରହିଛି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଟୁଇଟ କରି…

ଆମ୍ବୁଲାନ୍ସ ମିଳିଲାନି, ପିପିଇ କିଟ୍‌ ପିନ୍ଧି ବାଇକ୍‌ ଚଲାଇ ହସ୍ପିଟାଲରେ ପହଞ୍ଚିଲେ କରୋନା ରୋଗୀ

ଭୋପାଳ,୩୦ା୭: ମଧ୍ୟପ୍ରଦେଶର ସିହୋର ଜିଲାର ବୁଦ୍ଧନୀ ସ୍ବାସ୍ଥ୍ୟ ବିଭାଗର ବେପରୁଆ ନୀତି ସାମ୍ନାକୁ ଆସିଛି। ଜଣେ କରୋନା ରୋଗୀ ଆମ୍ବୁଲାନ୍ସ ଡାକିଥିଲେ ମଧ୍ୟ ନ ଆସିବାରୁ ନିଜେ ବାଇକ୍‌ ଚଲାଇ ହସ୍ପିଟାଲରେ ପହଞ୍ଚିବା ଘଟଣା ବେଶ୍‌ ଚର୍ଚ୍ଚା ହେଉଛି। ହୋଶଙ୍ଗାବାଦ ଜିଲାର…

୯ ଦିନ ପରେ କରୋନା ଆକ୍ରାନ୍ତଙ୍କଠାରୁ ହୁଏନା ସଂକ୍ରମଣ

ଲଣ୍ଡନ, ୩୦।୭: କରୋନା ମହାମାରୀ ସଂକ୍ରମଣ ନେଇ ପୃଥିବୀରେ ସଙ୍କଟ ଦେଖାଦେଇଛି। ଏପରିସ୍ଥଳେ ଆକ୍ରାନ୍ତଙ୍କଠାରୁ ସଂକ୍ରମଣ କେତେ ଦିନ ପର୍ଯ୍ୟନ୍ତ ହୋଇଥାଏ ସେ ସମ୍ପର୍କରେ ନୂଆ ଗବେଷଣା ରିପୋର୍ଟ ପ୍ରକାଶ ପାଇଛି। ୯ ଦିନ ପରେ ଆକ୍ରାନ୍ତଙ୍କଠାରୁ ଅନ୍ୟଙ୍କୁ କୌଣସି ସଂକ୍ରମଣ…

କଟକଣା କୋହଳ ସହ ଏହି ରାଜ୍ୟରେ ଅଗଷ୍ଟ ୩୧ ଯାଏଁ ବଢ଼ିଲା ଲକ୍‌ଡାଉନ

ଚେନ୍ନାଇ,୩୦।୭: ଦେଶରେ କରୋନା ସଙ୍କଟକୁ ଦେଖି କେନ୍ଦ୍ର ସରକାର ବୁଧବାର ଅନ୍‌ଲକ-୩ ଘୋଷଣା କରିଛନ୍ତି। ଜୁଲାଇ ୩୧ରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ଶେଷ ହେଉଥିବା ବେଳେ ଅଗଷ୍ଟ ୧ରୁ ଅଗଷ୍ଟ ୩୧ ଯାଏ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ ଜାରି ରହିବ। ହେଲେ…

ଗୋପାଳପୁର ଏନ୍‌ଏସି ସମ୍ପୂର୍ଣ୍ଣ କରୋନା ମୁକ୍ତ: ସୂଚନା ଦେଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର,୩୦ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଗୋପାଳପୁର ଏନ୍‌ଏସି ସମ୍ପୂର୍ଣ୍ଣ ରୂପେ କରୋନା ପଜିଟିଭ୍‌ ମୁକ୍ତ ହୋଇଛି। ଗତ ୧୫ରୁ ୨୯ ତାରିଖ ମଧ୍ୟରେ ଏଠାରୁ କେହି କରୋନା ପଜିଟିଭ୍‌ ଚି଼ହ୍ନଟ ହୋଇନାହାନ୍ତି। ଏହି ଏନ୍‌ଏସି ରେଡ୍‌ରୁ ଗ୍ରୀନ ୱାର୍ଡରେ ପରିଣତ କରିବା ପାଇଁ…

ଭୂମିପୂଜା ପୂର୍ବରୁ ଅଯୋଧ୍ୟାରେ କରୋନା ସଙ୍କଟ: ରାମଲଲାଙ୍କ ପୂଜାରୀ ସମେତ ୧୬ ପୋଲିସ କର୍ମଚାରୀ ପଜିଟିଭ୍‌

ଅଯୋଧ୍ୟା,୩୦।୭: ଆଯୋଧ୍ୟାରେ ରାମ ଜନ୍ମଭୂମି ମନ୍ଦିରର ଭୂମିପୂଜା କାର୍ଯ୍ୟକ୍ରମ ଉପରେ କରୋନା ସଙ୍କଟ ଦେଖାଦେଇଛି। ରାମ ଜନ୍ମଭୂମିର ପୂଜାରୀ ପ୍ରଦୀପ ଦାସ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେ ହେଉଛନ୍ତି ମୁଖ୍ୟ ପୁଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ଶିଷ୍ୟ। ରାମ ଜନ୍ମଭୂମିରେ…

କରୋନାରେ ପ୍ରାଣ ହରାଇଥିଲେ ୨ ସାମ୍ବାଦିକ: ପରିବାରକୁ ୧୫ ଲକ୍ଷ ଟଙ୍କା ଲେଖାଏ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୦।୭(ବ୍ୟୁରୋ): କରୋନାରେ ମୃତ ଦୁଇ ସାମ୍ବାଦିକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ରାଶି ଘୋଷଣା କରିଛନ୍ତି। ଉଭୟ ସାମ୍ବାଦିକଙ୍କ ପରିବାର ପିଛା ୧୫ ଲକ୍ଷ ଟଙ୍କା ଲେଖାଏ ମଞ୍ଜୁର କରାଯାଇଛି। ଗଞ୍ଜାମର ଦିବଙ୍ଗତ ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକ ଓ ଗଜପତିର…

କରୋନାକୁ ହରାଇଲେ ଗଞ୍ଜାମର ୮୫ ବର୍ଷୀୟ ଅଭିମନ୍ୟୁ: ମୁଖ୍ୟମନ୍ତ୍ରୀ କଲେ ପ୍ରଶଂସା

ଛତ୍ରପୁର,୩୦ା୭(ଡି.ଏନ୍‌.ଏ.): ଗଞ୍ଜାମର ଜଣେ ୮୫ ବର୍ଷୀୟ ବୃଦ୍ଧ କରୋନାକୁ ହରାଇ ସୁସ୍ଥ ହୋଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଟୁଇଟ୍‌ କରି କହିଛନ୍ତି ଯେ, ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡିର ୮୫ ବର୍ଷୀୟ ବୃଦ୍ଧ ଅଭିମନ୍ୟୁ ସାହୁ କୋଭିଡ୍‌-୧୯ରୁ ସୁସ୍ଥ ହେବା…

କରୋନା ଟୀକା ପ୍ରଥମେ ଏହି ଦେଶର ଲୋକଙ୍କୁ ଦିଆଯିବ…

ମସ୍କୋ, ୩୦।୭: କରୋନା ମହାମାରୀ ସଂକ୍ରମଣ ନେଇ ପୃଥିବୀରେ ଗତ ୬ ମାସ ଧରି ଆତଙ୍କ ଦେଖାଦେଇଥିବାବେଳେ ଆଶାର କିରଣ ଦେଖାଦେଇଛି। ବିଭିନ୍ନ ଦେଶର ବହୁ କମ୍ପାନୀ କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତି ପରେ ଏହାର ଟ୍ରାଏଲ୍‌ ଜାରି ରଖିଛନ୍ତି। ତେବେ…

ଭଦ୍ରକରେ ୬୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭଦ୍ରକ ଅଫିସ,୩୦ା୭: ଗୁରୁବାର ଭଦ୍ରକ ଜିଲାରେ ଆଉ ୫୩ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬୦୬ରେ ପହଞ୍ଚିଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଆକ୍ରାନ୍ତମାନଙ୍କ ମଧ୍ୟରୁ ୧୮ ଜଣ କ୍ୱାରାଣ୍ଟାଇନ୍‌ରୁ…

ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୯୩୪ରେ ପହଞ୍ଚିଲା

ବାଲେଶ୍ୱର ଅଫିସ,୩୦ା୭: ଗୁରୁବାର ୨୦ କରୋନା ପଜିଟିଭ୍‌ ଚି଼ହ୍ନଟ ହେବା ପରେ ବାଲେଶ୍ୱର ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯୩୪ରେ ପହଞ୍ଚିଛି। ସେଥିମଧ୍ୟରୁ ୬୯୯ ଆରୋଗ୍ୟ ହୋଇ ଫେରିଥିବା ବେଳେ ୨୨୯ଜଣ ଚିକିତ୍ସିତ ହେଉଛନ୍ତି। ୩ ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିବା…

ମୁକ୍ତ ହେଲେଣି ୧୬,୭୮୯ କଏଦୀ

କଟକ ଅଫିସ,୩୦।୭: ରାଜ୍ୟରେ ଥିବା ଜେଲ୍‌ଗୁଡ଼ିକରେ ବର୍ତ୍ତମାନ କରୋନା ବ୍ୟାପିବାରେ ଲାଗିଛି। ପ୍ରାୟ ୮୫ଟି ଜେଲ୍‌ ମଧ୍ୟରୁ ୮ଟି ଜେଲ୍‌ରେ କରୋନା ପ୍ରବେଶ କରିସାରିଲାଣି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଜେଲ୍‌ରୁ କଏଦୀମାନଙ୍କୁ ମୁକ୍ତ କରାଯାଉଛି। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ଉଚ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?