କଟକଣା କୋହଳ ସହ ଏହି ରାଜ୍ୟରେ ଅଗଷ୍ଟ ୩୧ ଯାଏଁ ବଢ଼ିଲା ଲକ୍‌ଡାଉନ

ଚେନ୍ନାଇ,୩୦।୭: ଦେଶରେ କରୋନା ସଙ୍କଟକୁ ଦେଖି କେନ୍ଦ୍ର ସରକାର ବୁଧବାର ଅନ୍‌ଲକ-୩ ଘୋଷଣା କରିଛନ୍ତି। ଜୁଲାଇ ୩୧ରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ଶେଷ ହେଉଥିବା ବେଳେ ଅଗଷ୍ଟ ୧ରୁ ଅଗଷ୍ଟ ୩୧ ଯାଏ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ ଜାରି ରହିବ। ହେଲେ ଏହି ସମୟରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କେତେକ କଟକଣା ଉପରେ କୋହଳ କରାଯାଇଛି। ଇତିମଧ୍ୟରେ ଗୁରୁବାର ତାମିଲନାଡ଼ୁ ସରକାର ମଧ୍ୟ ରାଜ୍ୟରେ ଅଗଷ୍ଟ ୩୧ ଯାଏ ଲକ୍‌ଡାଉନ ବୃଦ୍ଧି ନେଇ ଘୋଷଣା କରିଛନ୍ତି। ରାଜ୍ୟରେ କରୋନା ଭାଇରସ୍‌ର ବଢ଼ୁଥିବା ମାମଲାକୁ ଦେଖି ମୁଖ୍ୟମନ୍ତ୍ରୀ ଏଡାପ୍ପାଡ଼ି କେ. ପାଲାନିସ୍ବାମୀ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ତେବେ ଏହି ସମୟରେ ପୂର୍ବରୁ ଲାଗୁ ହୋଇଥିବା କଟକଣା ଉପରେ କିଛିଟା କୋହଳ କରାଯାଇଛି। ଅନ୍‌ଲକ-୩ରେ ରାଜ୍ୟରେ ପ୍ରତି ରବିବାର ସମ୍ପୂର୍ଣ୍ଣ ଲକ୍‌ଡାଉନ ରହିବ। ଏଥିସହ ପୂର୍ବରୁ ଗ୍ରୋସରୀ ଓ ଅନ୍ୟାନ୍ୟ ଆବଶ୍ୟକୀୟ ଦୋକାନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ଖୋଲା ରହୁଥିବା ବେଳେ ଏବେ ସକାଳ ୬ଟାରୁ ସନ୍ଧ୍ୟା ୭ଟା ଯାଏଁ ଖୋଲାରହିବ। ସେହିପରି ଅନ୍ୟାନ୍ୟ ଦୋକାନଗୁଡ଼ିକୁ ମଧ୍ୟ ସକାଳ ୧୦ଟାରୁ ସନ୍ଧ୍ୟା ୭ଟା ଯାଏଁ ଖୋଲିବାକୁ ଅନୁମତି ଦିଆଯାଇଛି। ସୂଚନାଯୋଗ୍ୟ, ତାମିଲନାଡ଼ୁରେ ଏପର୍ଯ୍ୟନ୍ତ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୨,୩୪,୧୧୪ରେ ପହଞ୍ଚିଛି। ସେଥିମଧ୍ୟରୁ ୧,୭୨,୮୮୩ ଜଣ ସୁସ୍ଥ ହୋଇଥିବା ବେଳେ ୫୭,୪୯୦ ଚିକିତ୍ସାଧିନ ଅଛନ୍ତି। ସେହିପରି କରୋନା ଜନିତ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୩,୭୪୧କୁ ବୃଦ୍ଧି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀନଗରରେ ପୁଣି ଟାର୍ଗେଟ କିଲିଂ

ଶ୍ରୀନଗର,୧୬ ।୧୦: ଜମ୍ମୁ-କଶ୍ମୀରରେ ଲାଗାତାର ଭାବେ ଆତଙ୍କବାଦୀମାନେ ସାଧାରଣ ଲୋକଙ୍କୁ ଟାର୍ଗେଟ କରି ଚାଲିଛନ୍ତି । ଏହି କ୍ରମରେ ଶନିବାର ପୁରୁଣା ଶ୍ରୀନଗରର ଇର୍ଦଗାହ ଇଲାକାରେ...

୮୬ ପ୍ରତିଶତ ବିନା ଲକ୍ଷଣ ବ୍ୟକ୍ତି ସାଜୁଛନ୍ତି କରୋନାର ‘ସାଇଲେଣ୍ଟ୍‌ ସ୍ପ୍ରେଡର’

ଲଣ୍ଡନ, ୧୦।୧୦: କରୋନା ମହାମାରୀ ସଂକ୍ରମଣରେ ବିନା ଲକ୍ଷଣ ବ୍ୟକ୍ତି ‘ସାଇଲେଣ୍ଟ୍‌ ସ୍ପ୍ରେଡର’ ସାଜୁଛନ୍ତି। ଏନେଇ ବ୍ରିଟେନ୍‌ର ଲଣ୍ଡନ କଲେଜ ୟୁନିଭରସିଟିର ଗବେଷକଙ୍କ ପକ୍ଷରୁ ପ୍ରକାଶିତ...

ଜୟପୁର ଗଲେ କଂଗ୍ରେସ ବିଧାୟକ

ଜୟପୁର,୧୨ା୩(ପି.ଟି.): ପୂର୍ବତନ ଏମ୍‌ପି ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ିବା ପରେ ମଧ୍ୟପ୍ରଦେଶରେ ରାଜନୈତିକ ସଙ୍କଟ ଦେଖାଦେଇଛି। ଘୋଡ଼ାବେପାର ଏଡାଇବା ପାଇଁ ପାଖାପାଖି ୯୦ କଂଗ୍ରେସ ବିଧାୟକଙ୍କୁ...

ଲୋକୋମୋଟିଭ୍‌ କାରଖାନାରେ ବିସ୍ଫୋରଣ

କାନପୁର,୧୩।୮: ଉତ୍ତରପ୍ରଦେଶ କାନପୁରଠାରେ ଥିବା ଲୋକୋମୋଟିଭ୍‌ କାରଖାନାରେ ମଙ୍ଗଳବାର ପ୍ରଚଣ୍ଡ ବିସ୍ଫୋରଣ ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କୁ...

ଜମ୍ମୁରୁ ଫେରାଇ ଦିଆଗଲା ଗୁଲାମ ନବି ଆଜାଦଙ୍କୁ

ନୂଆଦିଲ୍ଲୀ,୨୦।୮: କଂଗ୍ରେସର ରାଜ୍ୟ ସଭା ସଦସ୍ୟ ତଥା ବିରୋଧୀ ଦଳ ନେତା ଗୁଲାମ ନବି ଆଜାଦଙ୍କୁ ମଙ୍ଗଳବାର ଜମ୍ମୁ ବିମାନ ବନ୍ଦରରେ ଅଟକାଇ ଦିଆଯାଇଛି। ଏହାପରେ...

ଲଭ୍‌ ଜିହାଦ: କେନ୍ଦ୍ର ସରକାରଙ୍କ ପାଖରେ ନାହିଁ କୌଣସି ସୂଚନା

ନୂଆଦିଲ୍ଲୀ,୩୧।୧୨: ଲଭ୍‌ ଜିହାଦ ନେଇ ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇଛି। ଇତିମଧ୍ୟରେ ଉତ୍ତରପ୍ରଦେଶରେ ଲଭ୍‌ ଜିହାଦ ଆଇନ ପ୍ରଣୟନ ହୋଇସାରିଛି। ମଧ୍ୟପ୍ରଦେଶ...

ଗୁରୁନାନକ ଜୟନ୍ତୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୩୦।୧୧: ସାରା ଦେଶରେ ସୋମବାର କାର୍ତ୍ତିକ ପୂର୍ଣ୍ଣିମା ସହ ଗୁରୁନାନକ ଜୟନ୍ତୀ ପାଳନ କରାଯାଉଛି। ଗୁରୁ ନାନକ ଦେବ ହେଉଛନ୍ତି ଶିଖ୍‌ ଧର୍ମର ପ୍ରତିଷ୍ଠାତା ଏବଂ...

ଚିଦାମ୍ବରମ ଗିରଫ

ନୂଆଦିଲ୍ଲୀ,୨୧ା୮:  ଦୁଇଦିନର ଡ୍ରାମାବାଜି ପରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ ଗିରଫ ହୋଇଛନ୍ତି। ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ବୁଧବାର ରାତିରେ ସିବିଆଇ ଓ ଇଡି...

Advertisement


Archives

Model This Week