କରୋନା ଭାଇରସ୍‌

ଦିଲ୍ଲୀର କରୋନା ସ୍ଥିତି: ରିପୋର୍ଟ ତଲବ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୨୩।୧୧: ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁନି। ଏପରିସ୍ଥଳେ ରାଜ୍ୟରେ କରୋନା ସ୍ଥିତି ନେଇ ସୁପ୍ରିମ୍‌କୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସରକାରଙ୍କଠାରୁ ରିପୋର୍ଟ ତଲବ କରିଛନ୍ତି। ଗତ କିଛି ଦିନ ଧରି ରାଜ୍ୟରେ ସ୍ଥିତି ସଙ୍କଟ ଜନକ…

୧୦ ରାଜ୍ୟରେ କରୋନା ସ୍ଥିତି ଅସମ୍ଭାଳ: ଦିଲ୍ଲୀ ଶୀର୍ଷରେ

ନୂଆଦିଲ୍ଲୀ,୨୩।୧୧: ଭାରତର ୧୦ ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏସବୁ ରାଜ୍ୟରେ ୭୭ ପ୍ରତିଶତ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏସବୁ ରାଜ୍ୟରେ କରୋନା ମୃତ୍ୟୁ ୭୬ ପ୍ରତିଶତ ରହିଛି। ଦିଲ୍ଲୀ କରୋନା…

ସ୍ବାସ୍ଥ୍ୟମନ୍ତ୍ରୀ କରୋନା ପଜିଟିଭ୍‌

ଜୟପୁର,୨୩।୧୧: ରାଜସ୍ଥାନ ସ୍ବାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସେ ଟୁଇଟ୍‌ କରି ଏସମ୍ପର୍କରେ ସୂଚନା ଦେଇଛନ୍ତି। କରୋନା ଲକ୍ଷଣ ପ୍ରକାଶ ପାଇବାରୁ ସେ ନମୁନା ପରୀକ୍ଷା କରାଇଥିଲେ। ଏବେ…

କରୋନା ନିୟମ ନ ମାନିଲେ ରାଜ୍ୟରେ ଲାଗୁ ହେବ ଲକ୍‌ଡାଉନ୍‌: ଠାକରେ

ମୁମ୍ବାଇ,୨୩ ।୧୧: ମହାରାଷ୍ଟ୍ରରେ ପୁଣିଥରେ କରୋନାର ପ୍ରକୋପ ଦେଖିବାକୁ ମିଳିଛି । ଏହାପରେ ରାଜ୍ୟ ସରକାର ଜନସାଧାରଣଙ୍କୁ ସତର୍କ କରାଇ ଦେଇଛନ୍ତି । ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାର କହିଛନ୍ତି ଯଦି କେହି କରୋନା ନିୟମ ନ ମାନନ୍ତି ତେବେ ପୁଣିଥରେ…

୨୦୨୧ର ପ୍ରଥମ ୩ ମାସ ମଧ୍ୟରେ ମିଳିବ କରୋନା ଟିକା: ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୩।୧୧: ଦେଶରେ କରୋନା ମହାମାରୀ ଆତଙ୍କ ଥମିବାର ନାଁ ଧରୁନି। ପୁଣି କେତେକ ଅଞ୍ଚଳରେ ସଂକ୍ରମଣ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ସ୍ବାସ୍ଥ୍ୟ ହର୍ଷବର୍ଦ୍ଧନ କହିଛନ୍ତି ଯେ, ଦେଶରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ସଂଖ୍ୟା ଅଧିକ ରହିଛି। ତେବେ କେତେକ ରାଜ୍ୟରେ…

ଅଷ୍ଟ୍ରା-ଅକ୍ସଫୋର୍ଡ ଟିକା ଭରସା

ନୂଆଦିଲ୍ଲୀ, ୨୩।୧୧:ଫାଇଜର ଏବଂ ମଡର୍ନା ଟିକାର ସଫଳ ପରୀକ୍ଷା ପରେ ଖୁବ୍‌ଶୀଘ୍ର ଏହା ଉପଲବ୍ଧ ହେବା ନେଇ ଆଶା ସଞ୍ଚାର ହୋଇଥିବାବେଳେ ଆମେରିକା ଭଳି କେତେକ ଧନୀ ରାଷ୍ଟ୍ରଙ୍କୁ ବାଦ୍‌ ଦେଲେ ଅଧିକାଂଶ ଦେଶ କରୋନା ସଙ୍କଟରୁ ମୁକ୍ତି ପାଇଁ ଅଷ୍ଟ୍ରାଜେନିକା…

ସ୍ଥିତି ସମୀକ୍ଷା ପରେ ଲକ୍‌ଡାଉନ ନେଇ ନିଆଯିବ ନିଷ୍ପତ୍ତି: ପାଓ୍ବାର

ମୁମ୍ବାଇ,୨୨।୧୧: ଭାରତରେ କରେନା ସଂକ୍ରମଣ ଥମିବାରେ ନାଁ ନେଉନି। କିଛି ଦିନର ବ୍ୟବଧାନ ପରେ ଭାରତରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ଶୀତ ଋତୁରେ ଏହାକୁ ନେଇ ବହୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ବୋଲି କୁହାଯାଉଛି।…

ପୁଣି ଏହି ରାଜ୍ୟରେ ହୋଇପାରେ ଲକ୍‌ଡାଉନ!

ଚଣ୍ଡିଗଡ଼,୨୨।୧୧: ଦେଶରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ପୁଣି ଥରେ ଏହାର ଆତଙ୍କ ଦେଖିବାକୁ ମିଳିଛି। ଭାରତର କେତୋଟି ରାଜ୍ୟରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବର୍ଦ୍ଧିତ କରୋନା ମାମଲାକୁ ଦେଖି ସୁରକ୍ଷା ଦୃଷ୍ଟିରୁ କେତେକ…

ଭୁବନେଶ୍ୱରରୁ ଆଜି ପୁଣି ୪୩ ପଜିଟିଭ୍‌ ଚିହ୍ନଟ: ସଂଖ୍ୟା କମିଲେ ବି କମୁନି ଲୋକାଲ କେସ୍‌

ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ରବିବାର ଆଉ ୪୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୨ ଜଣ ରହିଥିବା ବେଳେ ଲୋକାଲ କେସ୍‌ ୩୧ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୫୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ…

କରୋନାକୁ ନେଇ କେନ୍ଦ୍ର ସତର୍କ: ୟୁପି, ପଞ୍ଜାବ, ହିମାଚଳରେ ନିଯୁକ୍ତ ହେବେ କେନ୍ଦ୍ରୀୟ ଟିମ୍‌

ନୂଆଦିଲ୍ଲୀ,୨୨ ।୧୧: ଦେଶରେ ବଢି ଚାଲିଥିବା କରୋନା ସଂକ୍ରମଣକୁ ଦେଖି କେନ୍ଦ୍ର ସରକାର ସତର୍କ ହୋଇଯାଇଛନ୍ତି । ଯେଉଁ ରାଜ୍ୟରେ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି ସେହି ରାଜ୍ୟରେ କେନ୍ଦ୍ରର ସ୍ୱତନ୍ତ୍ର ଟିମକୁ ନିଯୁକ୍ତ କରାଯିବ । ଏହି ଟିମ୍ କରୋନା…

ଲକ୍‌ଡାଉନ୍‌ ମୁହାଁ ଭାରତ: ପୁଣି ଫେରିଲା କରୋନା

ନୂଆଦିଲ୍ଲୀ,୨୨।୧୧: ଭାରତରେ କରୋନା ମହମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଦେଶରେ ପୁଣି ଥରେ କରୋନା ଆତଙ୍କ ଫେରିଛି। ସୁରକ୍ଷା ଦୃଷ୍ଟିରୁ କେତେକ ରାଜ୍ୟର ବଡ଼ ବଡ଼ ସହରରେ ରାତ୍ରକାଳୀନ କର୍ଫ୍ୟୁ ଜାରି କରାଯାଇଛି। ଏହାଦ୍ୱାରା ଭାରତ ପୁଣି ଲକ୍‌ଡାଉନ୍‌ ମୁହାଁ…

ଆଜି ଆଉ ୧୫ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୬୪୦କୁ ବୃଦ୍ଧି

ଭୁବନେଶ୍ୱର,୨୨ା୧୧(ବ୍ୟୁରୋ): ରବିବାର ରାଜ୍ୟରୁ ଆଉ ୧୫ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୬୪୦କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?