୨୦୨୧ର ପ୍ରଥମ ୩ ମାସ ମଧ୍ୟରେ ମିଳିବ କରୋନା ଟିକା: ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୩।୧୧: ଦେଶରେ କରୋନା ମହାମାରୀ ଆତଙ୍କ ଥମିବାର ନାଁ ଧରୁନି। ପୁଣି କେତେକ ଅଞ୍ଚଳରେ ସଂକ୍ରମଣ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ସ୍ବାସ୍ଥ୍ୟ ହର୍ଷବର୍ଦ୍ଧନ କହିଛନ୍ତି ଯେ, ଦେଶରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ସଂଖ୍ୟା ଅଧିକ ରହିଛି। ତେବେ କେତେକ ରାଜ୍ୟରେ ସ୍ଥିତି ଚିନ୍ତା ଜନକ ରହିଛି। ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିତ ଭାବେ ଉଦ୍ୟମ ଜାରି ରହିଥିବା ସେ କହିଛନ୍ତି। ଲୋକଙ୍କ ସଚେତନ କରାଇବା ଲାଗି ପ୍ରୟାସ କରାଯାଉଛି। ଅମାନିଆଙ୍କ ପାଇଁ କେତେକ ଅଞ୍ଚଳରେ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଛି। ଦିଲ୍ଲୀର କରୋନା ମହାମାରୀ ସ୍ଥିତି ନେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ,ଏହାକୁ ନିୟନ୍ତ୍ରଣ କରିବା ଲାଗି ଉଦ୍ୟମ କରାଯାଉଛି। ଯେଉଁ ସବୁ ରାଜ୍ୟରେ କରୋନା ପୁଣି ଫେରିଛି, ସେସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୀଘ୍ର ଆଲୋଚନା କରିବେ ବୋଲି ସେ କହିଛନ୍ତି। ୨୦୨୧ର ପ୍ରଥମ ୩ ମାସ ମଧ୍ୟରେ ଦେଶରେ କରୋନା ଟିକା ମିଳିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି। ସେପ୍ଟେମ୍ବର ୨୦୨୧ ସୁଦ୍ଧା ୨୫ରୁ ୩୦ କୋଟି ଭାରତୀୟଙ୍କୁ କରୋନା ଟିକା ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ୯ଟାରେ ଚତୁର୍ଥ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବରାଜ

ଭୋପାଳ,୨୩।୩: ପାଖାପାଖି ମାସେ ହେବ ମଧ୍ୟପ୍ରଦେଶ ରାଜନୀତିରେ ଦେଖାଦେଇଥିବା ହାଇଡ୍ରାମା ସୋମବାର ରାତି ୯ଟାରେ ଶେଷ ହେବାକୁ ଯାଉଛି। ଭାରତୀୟ ଜନତା ପାର୍ଟି(ଭାଜପା)ର ହାଇକମାଣ୍ଡ ମଧ୍ୟପ୍ରଦେଶ...

ଆଉ ରକ୍ଷା ନାହିଁ: ସ୍ଥିତି ହେଲା ଅସମ୍ଭାଳ…

ନୂଆଦିଲ୍ଲୀ,୧୯।୪: ଦେଶରେ କରୋନା ସଂକ୍ରମଣ ଅସମ୍ଭାଳ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ବେଲଗାମ ହେବା ଯୋଗୁ ଲୋକଙ୍କ ମଧ୍ୟ ଆତଙ୍କ ସୃଷ୍ଟି ହୋଇଛି। କରୋନା ସଂକ୍ରମଣ...

ତୃତୀୟ କୃଷି ବିଧେୟକକୁ ରାଜ୍ୟ ସଭାରେ ମଞ୍ଜୁରୀ

ନୂଆଦିଲ୍ଲୀ, ୨୨।୯: ନିଲମ୍ବିତ ଏମ୍‌ପିଙ୍କୁ ବିରୋଧୀ ଦଳ ସଦସ୍ୟ ମଙ୍ଗଳବାର ଗୃହତ୍ୟାଗ କରିବା ପରେ ତୃତୀୟ କୃଷି ବିଧେୟକକୁ ଧ୍ୱନି ମତରେ ମଞ୍ଜୁରୀ ମିଳିଛି। ଶାସକ...

କୃଷକଙ୍କୁ ମୋଦିଙ୍କ ପଶ୍ନ: କୃଷକଙ୍କୁ ଏତେ ଅଧିକାର ମିଳିବା ପରେ ଆଇନରେ କ’ଣ ରହିଛି ଭୁଲ

ନୂଆଦିଲ୍ଲୀ,୨୫ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କିଷାନ ସମ୍ମାନ ନିଧି ଯୋଜନାର ନୂଆ କିସ୍ତି ଜାରି କରିଛନ୍ତି । ଏଥିରେ ୯ କୋଟି କୃଷକଙ୍କ...

ଇନସୁଲିନ୍‌ସ୍ତରକୁ ସ୍ବାଭାବିକ କରେ ଏହି ପାଣି …

ପ୍ରତିଦିନ ସକାଳେ ଜୁଆଣି ପାଣିରେ ଲେମ୍ବୁ ରସ ମିଶାଇ ପିଇଲେ ଅନେକ ଉପକାର ମିଳିଥାଏ। ଏହାଦ୍ୱାରା ରକ୍ତ ସଞ୍ଚାଳନ ସ୍ବାଭାବିକ ହୋଇ ହାର୍ଟ ଆଟାକ୍‌ରୁ ମୁକ୍ତି...

ମଉଳିଲା ଉଦ୍ଧବଙ୍କ ଆଶା

ମୁମ୍ବାଇ,୧।୫: ମହାରାଷ୍ଟ୍ରରେ ଖାଲିପଡ଼ିଥିବା ୯ ବିଧାନ ପରିଷଦ ଆସନ ପାଇଁ ନିର୍ବାଚନ କରାଇବାକୁ ରାଜ୍ୟପାଳ ଭଗତ ସିଂ କୋଶ୍ୟାରି ଗୁରୁବାର ଇସିଙ୍କୁ ଅନୁରୋଧ କରିଛନ୍ତି। ଫଳରେ...

ବୋହୂଙ୍କ ଇଚ୍ଛା ପୂରଣ ପାଇଁ ଶ୍ୱଶୁର ନେଲେ ଏଭଳି ନିଷ୍ପତ୍ତି

ବିବାହରେ କନ୍ୟା ବିଦାୟ ଏକ ଭାବପ୍ରବଣ ମୂହୁର୍ତ୍ତ। ରାଜସ୍ଥାନର ଭରତପୁରରେ ଜଣେ କନ୍ୟାଙ୍କ ବିଦାୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଛତ୍ରପୁରର ଗାଁର ଝିଅ ହେଲିକପ୍ଟରରେ...

ସରକାର ଗଠନ ପାଇଁ ଅଣ୍ଟାଭିଡ଼ା: ଶୁକ୍ରବାର ଶିବସେନା-ଏନ୍‌ସିପି-କଂଗ୍ରେସ ବୈଠକ

ମୁମ୍ବାଇ,୨୧।୧୧: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଅଣ୍ଟା ଭିଡ଼ିଛନ୍ତି ଶିବସେନା, ଏନ୍‌ସିପି ଏବଂ କଂଗ୍ରେସ। ଏନେଇ ଶୁକ୍ରବାର ଏହି ତିନି ଦଳଙ୍କ ମଧ୍ୟରେ ବୈଠକ ହେବାର...

Advertisement


Archives

Model This Week

Why Dharitri