୧୦ ରାଜ୍ୟରେ କରୋନା ସ୍ଥିତି ଅସମ୍ଭାଳ: ଦିଲ୍ଲୀ ଶୀର୍ଷରେ

ନୂଆଦିଲ୍ଲୀ,୨୩।୧୧: ଭାରତର ୧୦ ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏସବୁ ରାଜ୍ୟରେ ୭୭ ପ୍ରତିଶତ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏସବୁ ରାଜ୍ୟରେ କରୋନା ମୃତ୍ୟୁ ୭୬ ପ୍ରତିଶତ ରହିଛି। ଦିଲ୍ଲୀ କରୋନା ସଂକ୍ରମଣ ତାଲିକାର ଶୀର୍ଷରେ ରହିଛି। ରାଜ୍ୟ ତାଲିକାରେ ଦିଲ୍ଲୀ, କେରଳ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ରାଜସ୍ଥାନ, ଉତ୍ତରପ୍ରଦେଶ, ହରିୟାଣା, ଛତିଶଗଡ଼, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଆଦି ରହିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୬,୭୪୬ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି କେରଳରେ ୫,୨୫୪, ମହାରାଷ୍ଟ୍ରରେ ୫,୭୫୩, ପଶ୍ଚିମବଙ୍ଗରେ ୩,୫୯୧, ରାଜସ୍ଥାନ ୩,୨୬୦, ଉତ୍ତରପ୍ରଦେଶରେ ୨,୫୮୮, ହରିୟାଣାରେ ୨,୨୭୯, ଛତିଶଗଡ଼ରେ ୧,୭୪୮, ତାମିଲନାଡୁରେ ୧,୬୫୫, ଆନ୍ଧ୍ରପ୍ରଦେଶରେ ୧,୨୨୧ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଅପରପକ୍ଷରେ ଏହି ସମୟ ମଧ୍ୟରେ ଦିଲ୍ଲୀରେ ୧୨୧ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି କେରଳରେ ୫୦, ମହାରାଷ୍ଟ୍ରରେ ୪୯, ପଶ୍ଚିମବଙ୍ଗରେ ୩୫, ରାଜସ୍ଥାନରେ ୨୭, ଉତ୍ତରପ୍ରଦେଶରେ ୨୫, ହରିୟାଣାରେ ୧୯, ଛତିଶଗଡ଼ରେ ୧୯, ତାମିଲନାଡୁରେ ୧୯ ଏବଂ ଆନ୍ଧ୍ରପ୍ରଦେଶରେ ୧୯ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ରାଜ୍ୟଗୁଡ଼ିକରେ କରୋନା ମାର୍ଗଦର୍ଶିକା ପାଳନକୁ କଡ଼ାକଡ଼ି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିଏମ୍‌ସି ଅଭିଯୋଗରେ ସତ୍ୟତା ନାହିଁ : ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୧୨।୩ : ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନ ଲାଗି ନନ୍ଦିଗ୍ରାମରୁ ନାମାଙ୍କନ ଦାଖଲ କରିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା।...

ରାଜନୀତି ଛାଡ଼ିଲେ ଶଶିକଳା

ଚେନ୍ନାଇ,୩।୩ : ତାମିଲନାଡୁ ସରକାରରେ ଥିବା ଏଆଇଏଡିଏମ୍‌କେ ମୁଖ୍ୟ ପଦରୁ ବିଦା ହୋଇଥିବା ଭି.କେ. ଶଶିକଳା ବୁଧବାର ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି। ବିଧାନସଭା ନିର୍ବାଚନର କିଛି...

ବିଧାୟକ କିଣାବିକା ମାମଲାରେ ଭାଜପା ମହାସଚିବଙ୍କ ନାମ…

ହାଇଦ୍ରାବାଦ,୨୪।୧୧ : ତେଲେଙ୍ଗାନା ପୋଲିସର ଏସଆଇଟି ଗୁରୁବାର ତେଲେଙ୍ଗାନାର ଶାସକ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ)ର ଚାରିଜଣ ବିଧାୟକଙ୍କ କିଣାବିକା କାରବାର ମାମଲାରେ ଭାଜପା ଜାତୀୟ...

‘ମୁସଲମାନ ବୋଲି ଟାର୍ଗେଟ କରାଯାଉଛି’

ନୂଆଦିଲ୍ଲୀ, ୨୯ା୬: ଧର୍ମୀୟ ଭାବାବେଗକୁ ଆଘାତ ଦେବା ଅଭିଯୋଗରେ ଗିରଫ ହୋଇଥିବା ଅଲ୍ଟ ନ୍ୟୁଜ୍‌ ଓ୍ବେବସାଇଟ ଖବରଦାତା ମହମ୍ମଦ ଜୁବୈରଙ୍କୁ ୪ ଦିନ ପାଇଁ ରିମାଣ୍ଡରେ...

ଗୁରୁଦିବସର ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୫।୯: ଗୁରୁ ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତିି। ଦେଶର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ...

ଆଜିଠାରୁ ୧୮ରୁ ୪୪ଙ୍କୁ ଦ୍ୱିତୀୟ ଡୋଜ୍‌ ଟିକା

ଭୁବନେଶ୍ୱର,୭।୬ (ବ୍ୟୁରୋ): ୧୮ରୁ ୪୪ବର୍ଷ ବୟସ୍କଙ୍କ ଟିକାକରଣକୁ ନେଇ ଉପୁଜିଥିବା ଆଶଙ୍କା ଶେଷରେ ଦୂର ହେବାକୁ ଯାଉଛି। ଏହି ବର୍ଗର ହିତାଧିକାରୀଙ୍କ ଦ୍ୱିତୀୟ ଡୋଜ୍‌ ପାଇଁ...

୨୨ରେ ପୁଡୁଚେରୀ ସରକାରଙ୍କ ଶକ୍ତି ପରୀକ୍ଷା

ନୂଆଦିଲ୍ଲୀ, ୧୮।୨ : ପୁଡୁଚେରୀରେ କଂଗ୍ରେସ ସରକାର ସୋମବାର ଶକ୍ତି ପରୀକ୍ଷାର ସମ୍ମୁଖୀନ ହେବେ। ଏ ନେଇ ଉପରାଜ୍ୟପାଳ ଟି. ସୁନ୍ଦରରାଜନ କହିଛନ୍ତି। ସରକାରୀ ଦଳ...

ପେଟ୍ରୋଲ ଢାଳି ୪ ଜଣଙ୍କୁ ଜାଳିଦେଲେ

ବିକାନେର,୯ା୩: ରାଜସ୍ଥାନର ବିକାନେ ଜିଲା ନୋଖାରେ ରବିବାର ୪ ଜଣ ବ୍ୟକ୍ତିଙ୍କ ଉପରେ ପୋଟ୍ରୋଲ ଢାଳି ଜାଳିଦେବା ଭଳି ଅଭାବନୀୟ କାଣ୍ଡ ସାମ୍ନାକୁ ଆସିଛି। ନିଆଁରେ...

Advertisement
Archives

Model This Week