ଲକ୍‌ଡାଉନ୍‌ ମୁହାଁ ଭାରତ: ପୁଣି ଫେରିଲା କରୋନା

ନୂଆଦିଲ୍ଲୀ,୨୨।୧୧: ଭାରତରେ କରୋନା ମହମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଦେଶରେ ପୁଣି ଥରେ କରୋନା ଆତଙ୍କ ଫେରିଛି। ସୁରକ୍ଷା ଦୃଷ୍ଟିରୁ କେତେକ ରାଜ୍ୟର ବଡ଼ ବଡ଼ ସହରରେ ରାତ୍ରକାଳୀନ କର୍ଫ୍ୟୁ ଜାରି କରାଯାଇଛି। ଏହାଦ୍ୱାରା ଭାରତ ପୁଣି ଲକ୍‌ଡାଉନ୍‌ ମୁହାଁ ହେବାରେ ଲାଗିଛି ବୋଲି ଚର୍ଚ୍ଚା ହେଉଛି। ମଧ୍ୟପ୍ରଦେଶର ଇନ୍ଦୋର, ଗୁଜରାଟର ସୁରଟ ଏବଂ ରାଜକୋଟରେ ନଭେମ୍ବର ୨୧ଠାରୁ ରାତ୍ରକାଳୀନ କର୍ଫ୍ୟୁ ଆରମ୍ଭ ହୋଇଛି। ଇନ୍ଦୋରରେ ରାତ୍ର ୧୦ରୁ ସକାଳ ୬ ପର୍ଯ୍ୟନ୍ତ ଲୋକେ ଘରୁ ବାହାରକୁ ବାହାରି ପାରିବେ ନାହିଁ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଗୁଜରାଟର ଦୁଇ ସହରରେ ରାତ୍ର ୯ରୁ ସକାଳ ୬ ପର୍ଯ୍ୟନ୍ତି କର୍ଫ୍ୟୁ ଘୋଷଣା କରାଯାଇଛି। ସେହିପରି ରାଜସ୍ଥାନର ୮ ସହରରେ ରାତ୍ରକାଳୀନ କର୍ଫ୍ୟୁ ଜାରି ହୋଇଛି। ମାସ୍କ୍‌ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଅମାନିଆଙ୍କୁ ୫୦୦ ଟଙ୍କାର ଜରିମାନା ଦେବା ଲାଗି ନିୟମ ପ୍ରଣୟଣ କରାଯାଇଛି। ଜୟପୁର, ଯୋଧପୁର, କୋଟା, ବିକାନେର, ଉଦୟପୁର, ଅଜମେର, ଅଲଓ୍ବଲ ଏବଂ ଭୀଲଓ୍ବାଡ଼ାରେ ରାତ୍ରକାଳୀନ କର୍ଫ୍ୟୁ ଲଗାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉନ୍ନାଓ ପୀଡ଼ିତା ବାପାଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ

ଉନ୍ନାଓ,୧୩।୧: ଉତ୍ତରପ୍ରଦେଶ ଉନ୍ନାଓର ବଳାତ୍କାରୀ ପୀଡ଼ିତାଙ୍କ ବାପାଙ୍କ ଚିକିତ୍ସା କରିଥିବା ଡାକ୍ତର ପ୍ରଶାନ୍ତ ଉପାଧ୍ୟାୟଙ୍କ ସୋମବାର ସନ୍ଦେହଜନକ ମୃତ୍ୟୁ ହୋଇଛି। ମଙ୍ଗଳବାର ତିସ୍‌ ହଜାରି କୋର୍ଟରେ...

ଟିକେଟ୍‌ ନ ମିଳିବା ପରେ କାନ୍ଦି ପକାଇଲେ ଏହି ବିଧାୟକ

ପାଟନା, ୧୨।୧୦: ବିହାର ପାଟନାର ଓରାଇ ବିଧାନସଭାର ଆର୍‌ଜେଡି ବିଧାୟକ ସୁରେନ୍ଦ୍ର କୁମାରଙ୍କ ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଯେଉଁଥିରେ...

ଜେଟ ଏୟାରଓ୍ବେଜର ସଂସ୍ଥାପକଙ୍କ ଘରେ ଇଡିର ଚଢ଼ାଉ

ନୁଆଦିଲ୍ଲୀ,୨୩।୮: ଜେଟ ଏୟାରଓ୍ବେଜ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ଦିଲ୍ଲୀ ଓ ମୁମ୍ବାଇରେ ଚଢ଼ାଉ କରିଛି। ଜେଟ ଏୟାରଓ୍ବେଜର ସଂସ୍ଥାପକ ନରେଶ ଗୋଏଲଙ୍କ ବାସଭବନ...

ତୈଳଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ରାହୁଲ

ନୂଆଦିଲ୍ଲୀ,୨୪ ।୧: ତୈଳ ଦର ବୃଦ୍ଧିକୁ ନେଇ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ମୋଦି...

ସ୍ବାମୀଙ୍କ ମୃତ୍ୟୁ ପରେ ମଲ୍‌ର ତୃତୀୟ ମହଲାରୁ ଡେଇଁଲେ ସ୍ତ୍ରୀ, ଆଉ ତା’ ପରେ…

ଭୋପାଳ,୧୨ା୯: ଇନ୍ଦୋରର ବିଜୟନଗର ଥାନା ଅନ୍ତର୍ଗତ ସି-୨୧ ମଲ୍‌ର ତୃତୀୟ ମହଲାରୁ ଜଣେ ମହିଳା ଡେଇଁ ଆତ୍ମହତ୍ୟା ପାଇଁ ଚେଷ୍ଟା କରି ଗୁରୁତର ହୋଇଛନ୍ତି। କାରଣ...

ଭାଜପା ବିଧାୟକଙ୍କ ବିବାଦୀୟ ବୟାନ: ୫୦ ମହିଳାଙ୍କୁ ରଖିଲେ ଜନ୍ମନେବେ ୧୦୫୦ ଶିଶୁ

ବଲିଆ,୧୫।୭: ବିଭିନ୍ନ ସମୟରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା ବଲିଆର ଭାଜପା ବିଧାୟକ ସୁରେନ୍ଦ୍ର ସିଂହ ପୁଣି ବିବାଦ ଘେରକୁ ଚାଲିଆସିଛନ୍ତି। ଏଥର ସେ...

ଅମରିନ୍ଦରଙ୍କୁ ଜବାବ ମାଗିଲା ଏଆଇସିସି

ନୂଆଦିଲ୍ଲୀ, ୨୩ା୬: ପଞ୍ଜାବ କଂଗ୍ରେସରେ ଅନ୍ତର୍ଦ୍ୱନ୍ଦ୍ୱ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ନବଜୋତ ସିଂ ସିଦ୍ଧୁ ଓ ଅନ୍ୟ କେତେଜଣ...

ଡ୍ରଗ୍ସ ପାଇଁ ପୁଅକୁ ବିକିଦେଲେ ବାପା

ଗୁଆହାଟୀ,୯ା୮: ଡ୍ରଗ୍ସ ଖାଇବା ପାଇଁ ଅଢ଼େଇ ବର୍ଷର ଶିଶୁ ପୁତ୍ରଙ୍କୁ ଆସାମର ଜଣେ ବ୍ୟକ୍ତି ୪୦ ହଜାର ଟଙ୍କାରେ ବିକ୍ରି କରିଛନ୍ତି। ମୋରିଗାନ୍‌ ଜିଲାର ଲହରିଘାଟ...

Advertisement
Archives

Model This Week