କରୋନା ଭାଇରସ୍‌

କରୋନା ରୋଗୀଙ୍କ ନିକଟରେ ରେକ୍ଟାଲ୍‌ ବ୍ଲିଡିଂ ଭୟ

ନୂଆଦିଲ୍ଲୀ,୩୦।୬: ବ୍ଲାକ୍‌ ଫଙ୍ଗସ୍‌ ପରେ ଏବେ କରୋନା ରୋଗୀଙ୍କ ନିକଟରେ ସାଂଘାତିକ ରେକ୍ଟାଲ ବ୍ଲିଡିଂ ବିପଦ ବଢ଼ିବାରେ ଲାଗିଛି। ଗତ କିଛି ଦିନରୁ ରାଜଧାନୀ ଦିଲ୍ଲୀର ୨ଟି ହସ୍ପିଟାଲରେ ଏଭଳି ୫ଟି ମାମଲା ସାମ୍ନାକୁ ଆସିଥିବା ବେଳେ ଏଥିରେ ଜଣଙ୍କର ମୃତ୍ୟୁ…

ଖୁସି ଖବର, ଡେଲ୍ଟା-ଆଲ୍ଫା ଭାରିଆଣ୍ଟ୍‌ ବିରୋଧରେ ପ୍ରଭାବଶାଳୀ ସାବ୍ୟସ୍ତ ହେଉଛି କୋଭାକ୍ସିନ୍‌…

ଓ୍ବାଶିଂଟନ/ନୂଆଦିଲ୍ଲୀ,୩୦।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭାକ୍ସିନ୍‌ ଡେଲ୍ଟା( ବି-୧-୬୧୭) ଏବଂ ଆଲ୍ଫା( ବି-୧-୧-୭)…

କେତେ ଟଙ୍କା କ୍ଷତି ପୂରଣ ଦିଆଯିବ ନିଶ୍ଚିତ କରନ୍ତୁ ସରକାର, ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ..

ନୂଆଦିଲ୍ଲୀ,୩୦।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ମୃତ୍ୟୁ ଘଟିଥିବା ମୃତକଙ୍କ ପରିବାର ସଦସ୍ୟଙ୍କୁ ଅନୁକମ୍ପାମୂଳକ ଆର୍ଥିକ ସହାୟତା ଯୋଗାଇ ଦେବା ନେଇ ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ତେବେ ଅନୁକମ୍ପାମୂଳକ ଆର୍ଥିକ ସହାୟତା କେତେ ଟଙ୍କା ଦିଆଯିବ…

ବ୍ରାଜିଲରେ କୋଭାକ୍ସିନ ଝଡ଼

ରିଓ ଡି ଜେନିରୋ/ବ୍ରାସିଲିଆ,୩୦ା୬: ବ୍ରାଜିଲରେ କରୋନା ମହାମାରୀ ୫.୧୩ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଇଥିବାବେଳେ ସମସ୍ତଙ୍କୁ ଚକିତ କରିଦେବା ଭଳି ଦୁର୍ନୀତି ମାମଲା ସାମ୍ନାକୁ ଆସିଛି। କୋଭାକ୍ସିନ ଟିକା ମଗାଇବା ପାଇଁ ଆର୍ଥିକ ଅନିୟମିତତାକୁ ପ୍ରଶ୍ରୟ ଦେବା ନେଇ ବିବାଦୀୟ…

ଦୈନିକ ମୃତ୍ୟୁ ସଂଖ୍ୟା କମିଲା, ପୁଣି ବଢ଼ିଲେ ନୂଆ ଆକ୍ରାନ୍ତ …

ନୂଆଦିଲ୍ଲୀ,୩୦।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ମୃତ୍ୟୁ ସଂଖ୍ୟା ୯ ଶହରୁ କମ୍‌ ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢ଼ି ୪୫ ହଜାର ୯୫୧ ରେ…

ରାଜ୍ୟରେ ପୁଣି ବଢିଲା ସଂକ୍ରମଣ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୩୦।୬(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ବୁଧବାର ରାଜ୍ୟରେ ୩,୩୭୧କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କାଲି କମ୍‌ ଥିବାବେଳେ ଆଜି ପୁଣି ହଠାତ୍‌ ବଢିଯାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ…

୫୦ପ୍ରତିଶତରେ ଖୋଲିବ ବାର, ପବ୍‌

ଚଣ୍ଡିଗଡ଼,୨୯।୬: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହରର ଏବେ ଧୀରେ ଧିରେ ନିୟନ୍ତ୍ରଣକୁ ଆସୁଛି। ବର୍ତ୍ତମାନ ଦୈନିକ ସଂକ୍ରମଣ ହାର ହ୍ରାସ ପାଇଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ କମିଛି। ହେଲେ ଏବେ ବି ସଙ୍କଟ ଜାରି ରହିଛି। ସମ୍ଭାବ୍ୟ ତୃତୀୟ ଲହରକୁ…

ଭାରତରେ ମର୍ଡେନା ଭାକ୍ସିନକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ,୨୯।୬: ଖୁବ୍‌ଶୀଘ୍ର ଭାରତକୁ ଆସିବ ଆଉ ଏକ ବିଦେଶୀ ଟିକା। ଏଥିପାଇଁ ବାଟ ଫିଟିଥିବା ବେଳେ ଆମେରିକୀୟ କମ୍ପାନୀ ମର୍ଡେନା ଟିକା ଖୁବଶୀଘ୍ର ଭାରତ ଆସିବ ବୋଲି ଜଣାପଡ଼ିଛି। ଏନେଇ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ(ଡିସିଜିଆଇ) ମର୍ଡେନାକୁ ଅନୁୁମତି ଦେଇଥିବା…

ଜୁଲାଇ ୧୯ରୁ ଆରମ୍ଭ ହୋଇପାରେ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ,୨୯।୬: ଦେଶରେ କରୋନା ଭାଇରସ୍‌ର ଦ୍ୱିତୀୟ ଲହର ଏବେ ବହୁ ପରିମାଣରେ ନିୟନ୍ତ୍ରଣକୁ ଆସିଛି। ତେଣୁ ସଂସଦର କାର୍ଯ୍ୟକୁ ପୁଣି ଥରେ ଆରମ୍ଭ କରିବାକୁ ବିଚାର କରାଯାଉଛି। ମଙ୍ଗଳବାର ସଂସଦୀୟ ବ୍ୟାପାର କମିଟି (ସିସିପିଏ) ଜୁଲାଇ ୧୯ରୁ ଅଗଷ୍ଟ ୧୩ପର୍ଯ୍ୟନ୍ତ ସଂସଦର…

ଚାରିଧାମ ଯାତ୍ରା: ରାଜ୍ୟ ସରକାରଙ୍କ ୟୁ-ଟର୍ନ

ଡେରାଡୁନ,୨୯।୬: ଉତ୍ତରାଖଣ୍ଡରେ ଚାରିଧାମ ଯାତ୍ରାକୁ ନେଇ ରାଜ୍ୟ ସରକାର ଏବେ ୟୁ-ଟର୍ନ ନେଇଛନ୍ତି। ଆଗାମୀ ଆଦେଶ ଆସିବା ପର୍ଯ୍ୟନ୍ତ ଚାରିଧାମ ଯାତ୍ରାକୁ ଉତ୍ତରାଖଣ୍ଡ ସରକାର ସ୍ଥଗିତ ରଖିଛନ୍ତି। ସୋମବାର ଉତ୍ତରାଖଣ୍ଡ ହାଇକୋର୍ଟ ଯାତ୍ରା ଉପରେ ରୋକୋ ଲଗାଇବାକୁ ନିର୍ଦ୍ଦେଶ ଦେବା ପରେ…

ଗର୍ଭବତୀଙ୍କ ପାଇଁ ସୁରକ୍ଷିତ ଭାକ୍ସିନ୍‌, ମାର୍ଗଦର୍ଶିକା ଜାରି କଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ…

ନୂଆଦିଲ୍ଲୀ,୨୯।୬: ଭାରତରେ କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତୃତୀୟ ଲହରକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗର୍ଭବତୀମାନେ ଭାକ୍ସିନ୍‌ ନେବାକୁ ନେଇ ମାର୍ଗଦର୍ଶିକା ଜାରି କରାଯାଇଛି। ଭାକ୍ସିନ୍‌ ଗର୍ଭବତୀଙ୍କ…

କୋଭାକ୍ସିନ୍‌-କୋଭିଶିଲ୍ଡ ତୁଳନାରେ ଅଧିକ ପ୍ରଭାବଶାଳୀ ଫାଇଜର-ମଡର୍ନା …

ଓ୍ବାଶିଂଟନ,୨୯।୬: ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭାକ୍ସିନ୍‌ ଏବଂ ସିରମ୍‌ ଇନଷ୍ଟିଚ୍ୟୁଟର କୋଭିଶିଲ୍ଡ ଭାକ୍ସିନ୍‌ ତୁଳନାରେ ଫାଇଜର-ମଡର୍ନା ଅଧିକ ପ୍ରଭାବଶାଳୀ ବୋଲି ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଫାଇଜର ଏବଂ ମଡର୍ନା ଭାକ୍ସିନ୍‌ ଜୀବନବ୍ୟାପି ସୁରକ୍ଷା ପ୍ରଦାନ କରିବାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri