୫୦ପ୍ରତିଶତରେ ଖୋଲିବ ବାର, ପବ୍‌

ଚଣ୍ଡିଗଡ଼,୨୯।୬: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହରର ଏବେ ଧୀରେ ଧିରେ ନିୟନ୍ତ୍ରଣକୁ ଆସୁଛି। ବର୍ତ୍ତମାନ ଦୈନିକ ସଂକ୍ରମଣ ହାର ହ୍ରାସ ପାଇଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ କମିଛି। ହେଲେ ଏବେ ବି ସଙ୍କଟ ଜାରି ରହିଛି। ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଲାକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଇତିମଧ୍ୟରେ ଦେଶରେ କରୋନାର ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ ମାମଲା ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ରାଜ୍ୟରେ ଜାରି ରହିଥିବା କରୋନା କଟକଣା ଅବଧିକୁ ବୃଦ୍ଧି କରିଛନ୍ତି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ କରୋନା କଟକଣା ଅବଧିକୁ ଜୁଲାଇ ୧୦ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ରାଜ୍ୟରେ କରୋନା ସଂକ୍ରମଣ ମାମଲା ହ୍ରାସ ପାଉଥିବାରୁ କଟକଣାରେ କିଛିଟା କୋହଳ କରାଯାଇଛି। ଏନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। ଏହି ନୂଆ ଗାଇଡ୍‌ଲାଇନ ଅନୁସାରେ ରାଜ୍ୟରେ ଜୁଲାଇ ୧ରୁ ୫୦ ପ୍ରତିଶତରେ ବାର୍‌ ଓ ପବ୍‌ ଖୋଲିବାକୁ ଅନୁମତି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍ଯ୍ୟନଙ୍କ ଅପହରଣ ଯୋଜନାକୁ ଫେଲ୍‌ କରିଦେଇଥିଲା ସେଲ୍‌ଫି

ମୁମ୍ବାଇ,୭।୧୧: ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଟଙ୍କା ପାଇଁ ଅପହରଣ କରାଯାଇଥିଲା। କିନ୍ତୁ ଏହି ଯୋଜନାରେ ସବୁ କିଛି ଭଣ୍ଡୁର କରି ଦେଇଥିଲା...

ହିରୋଶିମା: ଯୁଦ୍ଧ, ଯନ୍ତ୍ରଣାର ଦସ୍ତାବିଜ

ନୂଆଦିଲ୍ଲୀ: ବିଶ୍ୱ ଇତିହାସରେ ପରମାଣୁ ଯୁଦ୍ଧର ଏକମାତ୍ର ମୂଖସାକ୍ଷୀ ହେଉଛି ଜାପାନ। ୧୯୪୫ରେ ଆମେରିକା କେବଳ ଯୁଦ୍ଧକୁ ଅବଦମିତ କରିବାକୁ ଜାପାନ ଉପରେ ପରମାଣୁ ଆକ୍ରମଣ...

ଦ୍ରୁତ ବେଗରେ ବଢ଼ୁଛି ସଂକ୍ରମଣ

ନୂଆଦିଲ୍ଲୀ, ୬।୪(ପି.ଟି.): କରୋନା ସଂକ୍ରମଣର ଦ୍ୱିତୀୟ ଲହର ପୂର୍ବାପେକ୍ଷା ଅଧିକ ଦ୍ରୁତ ବେଗରେ ମାଡ଼ିଚାଲିଛି। ଦୈନିକ ସଂକ୍ରମଣ ୨୦ହଜାରରୁ ୧ ଲକ୍ଷରେ ପହଞ୍ଚତ୍ବାକୁ ମାତ୍ର ୨୫...

ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ମୃତି ସର୍ବ କନିଷ୍ଠା

ନୂଆଦିଲ୍ଲୀ,୩୧।୫: ଦ୍ୱିତୀୟ ଥର ଲାଗି ନରେନ୍ଦ୍ର ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ମୋଦିଙ୍କୁ ପଦ ଓ...

ଆଜି ରାଜଧାନୀରୁ ୧୨ ନୂଆ ପଜିଟିଭ୍‌ ଚିହ୍ନଟ, ସୁସ୍ଥ ହେଲେ ୧୬

ଭୁବନେଶ୍ୱର,୯ା୧(ବ୍ୟୁରୋ): ରାଜଧାନୀରୁ ଶନିବାର ୧୨ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବିଏମ୍‌ସି ଟୁଇଟ୍‌ କରି ସୂଚନା...

ଏଥର କିଛି ଅଲଗା କରି ଦେଖାଅ: ଗୁଜରାଟ ଭୋଟରଙ୍କୁ କେଜରିଓ୍ବାଲଙ୍କ ଅନୁରୋଧ…

ଅହମଦାବାଦ,୫।୧୨ : ଗୁଜରାଟର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଭୋଟରମାନେ ଧାଡ଼ି ବାନ୍ଧି ମତଦାନ କେନ୍ଦ୍ରରେ ଭୋଟ ଦେଉଛନ୍ତି। ଏହି ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ...

କୋଇଲା ଚୋରି ମାମଲା: ମମତାଙ୍କ ପୁତୁରାଙ୍କୁ ପଚରାଉଚରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

କୋଲକାତା,୧୭।୫: ପଶ୍ଚିମବଙ୍ଗ କୋଇଲା ଚୋରି ମାମଲାରେ ଫଶିଯାଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଓ ତାଙ୍କ ବୋହୂ। ଖୁବଶୀଘ୍ର ଉଭୟଙ୍କୁ ୨୪ ଘଣ୍ଟାର ନୋଟିସ ଦେଇ...

ଚାଷୀଙ୍କ ପୁଅଙ୍କୁ ଆମେରିକା ପ୍ରଦାନ କରିବ ଗ୍ରେନେଲ୍‌ ପୁରସ୍କାର: ମିଳିବ ୭୦ ଲକ୍ଷ ଟଙ୍କା

ପାଟନା, ୩।୮: ବିହାରରେ ଜଣେ ଚାଷୀଙ୍କ ପୁଅଙ୍କୁ ଉଲ୍ଲେଖନୀୟ ସାମାଜିକ କାର୍ଯ୍ୟ ପାଇଁ ସମ୍ମାନ ଜନକ ଗ୍ରେନେଲ୍‌ ପୁରସ୍କାର ପ୍ରଦାନ କରାଯିବ। ଗୟା ଜିଲାର ହମ୍‌ଜାପୁର...

Advertisement
Archives

Model This Week