କରୋନା ଭାଇରସ୍‌

ମନ୍ଦିର ଦର୍ଶନକୁ ନେଇ ପୋଲିସ-ପୁରୋହିତ ମୁହାଁମୁହିଁ

ମିର୍ଜାପୁର,୨୧।୬: ଉତ୍ତରପ୍ରଦେଶର ବିନ୍ଧ୍ୟାଞ୍ଚଳରେ ଥିବା ପ୍ରସିଦ୍ଧ ମା’ ବିନ୍ଧବାସିନି ମନ୍ଦିରରେ ଦର୍ଶନ ଓ ପୂଜାକୁ ନେଇ ରବିବାର ପୋଲିସ ଓ ପୁରୋହିତ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି। କରୋନା କଟକଣା ଯୋଗୁ ଶନିବାର ଓ ରବିବାର ରାଜ୍ୟରେ ସମସ୍ତ ଧାର୍ମିକ ସ୍ଥଳ ବନ୍ଦ…

ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ୨ ଲକ୍ଷର ସ୍ବାସ୍ଥ୍ୟ ବୀମା: ବିଶେଷଜ୍ଞ କମିଟି ପକ୍ଷରୁ ପ୍ରସ୍ତାବ…

ବେଙ୍ଗାଲୁରୁ,୨୧।୬: ଦେଶରେ କରୋନା ମହାମାରୀର ତୃତୀୟ ଲହର ଆଶଙ୍କା ଘନେଇ ଆସୁଛି। ଏପରିସ୍ଥଳେ ସ୍କୁଲ ଖୋଲାଯିବା ନେଇ ମଧ୍ୟ ଯୋଜନା କରାଯାଉଛି। ତେବେ ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ୨ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ଲାଗି କର୍ନାଟକ ସରକାରଙ୍କୁ କରୋନା ତୃତୀୟ…

ଆଜି ଆଉ ୪୩ ଜୀବନ ନେଲା କରୋନା, ୩୬୦୦ ଟପିଲା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର,୨୧ା୬(ବ୍ୟୁରୋ): ସୋମବାର ରାଜ୍ୟରୁ କରୋନା ମହାମାରୀ ଆଉ ୪୩ ଜଣଙ୍କ ଜୀବନ ନେଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୬୩୩କୁ ବୃଦ୍ଧି ପାଇଛି। ସୂଚନାଯୋଗ୍ୟ, ରାଜ୍ୟରେ…

୨୦୨୨ରେ ଭୋଟ୍‌ ପ୍ରଚାର କରିବ ରୋବୋ

ନୂଆଦିଲ୍ଲୀ, ୨୧।୬: ଗତ ମାର୍ଚ୍ଚ, ଏପ୍ରିଲରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। କୋଭିଡ୍‌ ମହାମାରୀ ସମୟରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆୟୋଜିତ ପ୍ରଚାର ସଭାରେ ଲକ୍ଷାଧିକ ଲୋକଙ୍କ ସମାବେଶ ହେବାରୁ ସଂକ୍ରମଣ ବଢ଼ିଥିଲା। ନେତାମାନଙ୍କ ନିର୍ବାଚନୀ ସଭା…

ଆଜି ରାଜ୍ୟରୁ ୩୦୩୧ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୧।୬(ବ୍ୟୁରୋ): ସୋମବାର ରାଜ୍ୟରୁ ୩୦୩୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮,୮୦,୫୩୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୭୩୮ ଜଣ ଚିହ୍ନଟ…

୮୮ ଦିନ ପରେ ସର୍ବନିମ୍ନ ନୂଆ ଆକ୍ରାନ୍ତ ଚିହ୍ନଟ…

ନୂଆଦିଲ୍ଲୀ,୨୧।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଲକ୍‌ଡାଉନ୍‌ ପ୍ରଭାବରୁ ସଂକ୍ରମଣ କମିବାରେ ଲାଗିଛି। ୮୮ ଦିନ ପରେ ସୋମବାର ଦେଶରେ ନୂଆ ଆକାନ୍ତଙ୍କ ସଂଖ୍ୟା ସର୍ବନିମ୍ନ ରହିଛି। ଲଗାତାର ୨ ଦିନ ଧରି ଦୈନିକ ଆକ୍ରାନ୍ତଙ୍କ…

ଆଜିଠୁ କ୍ୟାମ୍ପେନ୍‌ ମୋଡ୍‌ରେ ଟିକାକରଣ

ଭୁବନେଶ୍ୱର,୨୧।୬(ବ୍ୟୁରୋ): ସାରା ରାଜ୍ୟରେ ସୋମବାରଠାରୁ କ୍ୟାମ୍ପେନ୍‌ ମୋଡ୍‌ରେ ଟିକାକରଣ ଆରମ୍ଭ ହେବ। ପୂର୍ବରୁ ରାଜ୍ୟରେ ଦୈନିକ ଦେଢ଼ ଲକ୍ଷ ଲୋକଙ୍କୁ ଟିକାକରଣ କରାଯାଉଥିବାବେଳେ ଏହା ଦୁଇଗୁଣ ହେବ। ଅର୍ଥାତ୍‌ ଏଣିକି ଦୈନିକ ୩ ଲକ୍ଷ ଟିକାକରଣ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ…

ମାଲକାନଗିରି ଜିଲାପାଳଙ୍କୁ କରୋନା

ମାଲକାନଗିରି,୨୦ା୬(ଡି.ଏନ୍‌.ଏ.): ମାଲକାନଗିରି ଜିଲାପାଳ ଓ୍ବାଇ ବିଜୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ମାଲକାନଗିରି ଜିଲ୍ଲାପାଳ ଓ୍ବାଇ ବିଜୟଙ୍କ ପରିବାରର ୪ ଜଣ ସଦସ୍ୟଙ୍କ ସହ ତାଙ୍କ ସରକାରୀ ବାସଭବନର ମୋଟ୍‌ ୬…

କରୋନାରେ ଚାଲିଗଲେ ଆଉ ଜଣେ ଡାକ୍ତର

ସୋହେଲା,୨୦ା୬(ଡି.ଏନ୍‌.ଏ.): ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ଡୁମ୍ବେରପାଲି ଗ୍ରାମର ଡାକ୍ତର ପ୍ରଫୁଲ କୁମାର ବାରିକ(୫୧)ଙ୍କ ରବିବାର ଦେହାନ୍ତ ହୋଇଯାଇଛି। ସେ କରୋନାରେ ଆକ୍ରାନ୍ତ ହୋଇ ବରଗଡ଼ ବିକାଶ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ପରଲୋକ ହୋଇଛି।…

ସୋମବାରଠାରୁ ବାର୍‌-ପାର୍କ ଖୋଲା…

ନୂଆଦିଲ୍ଲୀ,୨୦।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦିଲ୍ଲୀରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ଏବେ ଧୀରେଧୀରେ ଅନ୍‌ଲକ୍‌ ଅନ୍ତର୍ଗତ କଟକଣା ହଟାଯାଉଛି। ସୋମବାରଠାରୁ ଦିଲ୍ଲୀରେ ବାର୍‌ ଏବଂ ପାର୍କ ଖୋଲା ଯିବ। ବାର୍‌ ଗୁଡ଼ିକ ୫୦ ପ୍ରତିଶତ କ୍ଷମତା ଆଧାରରେ ଖୋଲା ଯିବାକୁ…

ସମସ୍ତ କରୋନା ମୃତକଙ୍କୁ କରାଯିବ ଚିହ୍ନଟ: କେନ୍ଦ୍ର ସରକାର …

ନୂଆଦିଲ୍ଲୀ,୨୦।୬: ଦେଶରେ କରୋନା ସଂକ୍ରମଣରେ ଆକ୍ରାନ୍ତ ଯୋଗୁ ଘଟିଥିବା ସମସ୍ତ ମୃତକଙ୍କୁ ଚିହ୍ନଟ କରାଯିବ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ଦାଖଲ ହୋଇଥିବା ୧୮୩ ପୃଷ୍ଠାର ସତ୍ୟପାଠରେ ଉଲ୍ଲେଖ କରାଯାଇଛି। କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ତାଲିକାରେ ହସ୍ପିଟାଲରେ ଘଟିଥିବା ଲୋକଙ୍କୁ…

ରାଜ୍ୟରେ ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି କରୋନା: ଆଜି ୪୦ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୨୦।୬ (ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ରବିବାର ରାଜ୍ୟରେ କରୋନାରେ ଆଉ ୪୦ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୩୫୯୦କୁ ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?