ଦୈନିକ ମୃତ୍ୟୁ ସଂଖ୍ୟା କମିଲା, ପୁଣି ବଢ଼ିଲେ ନୂଆ ଆକ୍ରାନ୍ତ …

ନୂଆଦିଲ୍ଲୀ,୩୦।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ମୃତ୍ୟୁ ସଂଖ୍ୟା ୯ ଶହରୁ କମ୍‌ ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢ଼ି ୪୫ ହଜାର ୯୫୧ ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୮୧୭ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୬୦ ହଜାର ୭୨୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୬. ୯୨ ପ୍ରତିଶତ ରହିଛି। ଅପରପକ୍ଷରେ ୫ ଲକ୍ଷ ୩୭ ହଜାର ୬୪ଜଣ ଚିକିତ୍ସିତ ହେଉଛନ୍ତି। ସେହିପରି ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୩ ଲକ୍ଷ ୯୮ ହଜାର ୪୫୪ ଛୁଇଁଛି। ବର୍ତ୍ତମାନ ସୁଦ୍ଧା ୩୩ କୋଟି ୨୮ ଲକ୍ଷ ୫୪ ହଜାର ୫୨୭ ଲୋକଙ୍କୁ ଟିକାଦାନ କରାଯାଇ ସାରିଛି। ଅପରପକ୍ଷରେ ଇତିମଧ୍ୟରେ ୪୦ କୋଟି ୮୧ ଲକ୍ଷ ୩୯ ହଜାର ୨୮୭ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତୁଷାର ଝଡ଼: ୩ ଯବାନ ଶହୀଦ୍‌; ୫ ସାଧାରଣ ଲୋକଙ୍କ ମୃତ୍ୟୁ

ଶ୍ରୀନଗର,୧୪।୧: ଉତ୍ତର କଶ୍ମୀରରେ ଦୀର୍ଘ ୪୮ ଘଣ୍ଟା ଧରି ଜାରି ରହିଥିବା ତୁଷାର ଝଡ଼ରେ ସାଧାରଣ ଜୀବନ ଯାତ୍ରା ଠପ୍‌ ହୋଇ ଯାଇଛି। ତୁଷାର ଝଡ଼...

କୋଭିଡ୍‌-୧୯ ବିଜ୍ଞାପିତ ବିପତ୍ତି ଘୋଷିତ: ମୃତକଙ୍କ ସମ୍ପର୍କୀୟଙ୍କୁ ମିଳିବ ୪ ଲକ୍ଷ ଟଙ୍କାର ସହାୟତା

ନୂଆଦିଲ୍ଲୀ,୧୪।୩(ପି.ଟି.): ବିଶ୍ୱର ୧୪୫ ଦେଶରେ ଏବେ କରୋନା ତାଣ୍ଡବ ଦେଖିବାକୁ ମିଳିଛି। ମୃତ୍ୟୁସଂଖ୍ୟା ଶନିବାର ସୁଦ୍ଧା ୫,୪୩୬ରେ ପହଞ୍ଚିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧.୪୫ ଲକ୍ଷରୁ...

ଲିଭ୍‌ଇନ୍‌ରେ ଲଢ଼େଇ, ବୃଦ୍ଧଙ୍କୁ ରାସ୍ତାରେ ନିସ୍ତୁକ ପିଟିଲେ ମହିଳା…

ମୁଜାଫରପୁର,୨୫।୫: ଜଣେ ବୃଦ୍ଧଙ୍କ ପାଇଁ ଲିଭ୍‌ଇନ୍‌ ରିଲେଶନଶିପ୍‌ରେ ରହିବା ମହଙ୍ଗା ପଡ଼ିଛି। କୌଣସି କାରଣରୁ ବୃଦ୍ଧ ଏବଂ ତାଙ୍କ ସହିତ ଲିଭ୍‌ଇନ୍‌ରେ ରହୁଥିବା ମହିଳାଙ୍କ ମଧ୍ୟରେ...

ମଣିପୁର ଗସ୍ତ କରିବେ ଅମିତ ଶାହା

ନୂଆଦିଲ୍ଲୀ,୨୫।୫: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ହିଂସା ପ୍ରଭାବିତ ମଣିପୁର ଗସ୍ତ କରିବେ। ଆସାମର ଗୁଆହାଟୀରେ ଶାହା କହିଛନ୍ତି, ସମସ୍ତ ବିବାଦର ସମାଧାନ ପାଇଁ...

ସମ୍ପୂର୍ଣ୍ଣ ସୁସ୍ଥ ନ ହେଲେ କରୋନା ଫେରିବାର ଭୟ ଅଧିକ !

ନୂଆଦିଲ୍ଲୀ,୨୭।୭: ଏବେ ଅଡୁଆରେ ପଡିଛନ୍ତି ଚିକିତ୍ସକ। କାରଣ ହେଉଛି କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କଠାରେ ପୁଣିଥରେ ସଂକ୍ରମଣ ଦେଖାଯାଇଛି। ଦିଲ୍ଲୀ ସମେତ ଅନ୍ୟ କିଛି ରାଜ୍ୟରେ...

କୋଭିଡ୍‌ ଟିକା ନ ବାହାରିବା ପର୍ଯ୍ୟନ୍ତ ମାସ୍କ ପିନ୍ଧନ୍ତୁ: ମୋଦି

ନୂଆଦିଲ୍ଲୀ,୨୬ା୬: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ଟପିଥିବା ବେଳେ ଶୁକ୍ରବାର ୧୭,୨୯୬ଟି ନୂଆ କେସ୍‌ ରହିଛି। ଅନ୍ୟପକ୍ଷରେ ୧୫ ହଜାରରୁ ଊର୍ଦ୍ଧ୍ୱ କରୋନା...

ମୋଦିଙ୍କ ଜୁଲମ ଯୋଗୁ ଉତ୍ତର କୋରିଆ ପାଲଟିଛି ଦିଲ୍ଲୀ, ସୃଷ୍ଟି ହୋଇଛି ଜରୁରୀକାଳୀନ ସ୍ଥିତି: ଏଏପି…

ନୂଆଦିଲ୍ଲୀ,୧୬।୪ : ଅବକାରୀ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସିବିଆଇ ପଚରାଉଚରା କରୁଛି। ଏନେଇ ଏଏପି ନେତା ଜସ୍ମିନ ଶାହା ଭାଜପାକୁ କଡ଼ା ସମାଲୋଚନା...

ଉପସ୍ଥିତ ବୁଦ୍ଧି ଯୋଗୁ ବୃଦ୍ଧଙ୍କ ଜୀବନ ବଞ୍ଚାଇଲେ ଜିଆର୍‌ପି ପୋଲିସ

ମୁମ୍ବାଇ,୮।୨: ମୁମ୍ବାଇ ଘାଟକୋପର ରେଳ ଷ୍ଟେଶନରେ ଜଣେ ଯବାନଙ୍କ ସାହସିକତା ଯୋଗୁ ଜଣେ ବୃଦ୍ଧଙ୍କ ଜୀବନ ବଞ୍ଚିଯାଇଛି। ବୃଦ୍ଧ ଜଣଙ୍କର ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ...

Advertisement
Archives

Model This Week