ଇଣ୍ଡିଗୋର ନୂଆ ସିଇଓ ହେଲେ ପିଟର ଏଲବର୍ସ
ନୂଆଦିଲ୍ଲୀ,୧୮।୫: ଇଣ୍ଡିଗୋର ନୂତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଭାବେ ପିଟର ଏଲବର୍ସଙ୍କୁ ନିଯୁକ୍ତି ମିଳିଛି। ଅନୁମୋଦନ ପରେ ଆସନ୍ତା ଅକ୍ଟୋବର ୧ କିମ୍ବା ପୂର୍ବରୁ ସେ ବିଧିବଦ୍ଧ ଭାବେ କାର୍ଯ୍ୟଭାର ଗ୍ରହଣ କରିବେ। ତେବେ ଏଲବର୍ସ ୨୦୧୪ରୁ କେଏଲ୍ଏମ୍ ରୟାଲ ଡଚ୍…
କୋଇଲା ଅଭାବ, ରେଲଓ୍ବେ ପକ୍ଷରୁ ଚଳାଚଳ କରୁଛି ୩ କିଲୋମିଟର ଲମ୍ବ ଡ୍ରାଗନ ର଼୍ୟାକ…
ନୂଆଦିଲ୍ଲୀ, ୧୭।୫ : ଦେଶରେ ତାତି ବଢ଼ିବା ସହିତ ବିଦ୍ୟୁତ୍ ସଙ୍କଟ ଦେଖାଦେଇଛି। ତେବେ ରେଳଓ୍ବେ ପକ୍ଷରୁ ଉତ୍ତର ଭାରତରେ ବିଦ୍ୟୁତ୍ ସଙ୍କଟର ମୁକାବିଲା ପାଇଁ ନୂତନ ପରୀକ୍ଷଣ କରୁଛି। ନୂତନ ରେଳ ଚଳାଚଳ ଠାରୁ ଆରମ୍ଭ କରି କ୍ଷମତା ବୃଦ୍ଧି…
ବିକ୍ରୟ ଟିମ୍କୁ ସମ୍ମାନିତ କଲା ନାଇନ୍
ନୂଆଦିଲ୍ଲୀ,୧୭।୫ ସ୍ବଚ୍ଛତା ଓ ବ୍ୟକ୍ତିଗତ ଯତ୍ନ କ୍ଷେତ୍ରରେ ବିଭିନ୍ନ ଉତ୍ପାଦ ପ୍ରସ୍ତୁତ କରୁଥିବା ଦେଶର ପ୍ରମୁଖ କମ୍ପାନୀ ନାଇନ୍ ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କମ୍ପାନୀ ତା’ର ବିକ୍ରୟ ଦଳକୁ ସମ୍ମାନିତ କରିଥିଲା। ଫଳରେ…
ପରିଚୟ ଦେଇଛି ‘ଫୁଡ୍ ଷ୍ଟାର୍ଟଅପ୍’
ଭୁବନେଶ୍ୱର,୧୭।୫ ଦେଶର ବଡ଼ ବଡ଼ କମ୍ପାନୀ ଓ ହୋଟେଲରେ କାମ କରୁଥିବା ୪ ଓଡ଼ିଆ ଯୁବକ କୋଭିଡ ସଂକ୍ରମଣରେ ନିଜ ଜୀବନ ବଞ୍ଚାଇବା ସହ ଜୀବିକା ପାଇଁ ଚିନ୍ତିତ ଥାଇ ମଧ୍ୟ ଘରକୁ ଚାଲିଆସିଥିଲେ। ହେଲେ ସେମାନେ ଘରେ ବସି ରହିବା…
ବିଶ୍ୱ ବଜାରରେ ଗହମ ମୂଲ୍ୟ ବୃଦ୍ଧି
ନୂଆଦିଲ୍ଲୀ,୧୭।୫ ଭାରତ ସରକାରଙ୍କ ପକ୍ଷରୁ ଶନିବାର ଗହମ ରପ୍ତାନି ଉପରେ କଟକଣା ଲଗାଯିବା ପରେ ସୋମବାର ବିଶ୍ୱ ବଜାରରେ ଏହାର ଦର ରେକର୍ଡ ସ୍ତରରେ ପହଞ୍ଚିଛି। ଅନ୍ୟପଟେ ୟୁକ୍ରେନ୍-ରୁଷ୍ ଯୁଦ୍ଧ ହେବା ପରଠାରୁ ଗହମ ଦରରେ ଲଗାତର ବୃଦ୍ଧି ଦେଖିବାକୁ ମିଳିଥିଲା।…
ତାପସୀ ପନ୍ନୁ ଗାଇନୋବେଦର ବ୍ରାଣ୍ଡ୍ ଆମ୍ବାସାଡର
ନୂଆଦିଲ୍ଲୀ,୧୬।୫: ଅଗ୍ରଣୀ ଆୟୁର୍ବେଦିକ ଫେମଟେକ୍ ବ୍ରାଣ୍ଡ ‘ଗାଇନୋବେଦ’ ନିକଟରେ ଅଭିନେତ୍ରୀ ତାପସୀ ପନ୍ନୁଙ୍କୁ ନିଜର ବ୍ରାଣ୍ଡ୍ ଆମ୍ବାସାଡର ଭାବେ ନିଯୁକ୍ତ କରିଛି। ଏହି ଡାଇରେକ୍ଟ ଟୁ କଞ୍ଜ୍ୟୁମର୍ ବ୍ରାଣ୍ଡ କ୍ଲିନିକାଲ୍ ଗବେଷଣା କରାଯାଇଥିବା ବିରଳ ଚେରମୂଳରେ ତିଆରି ନିଜର ଅତ୍ୟନ୍ତ ପ୍ରଭାବଶାଳୀ…
ବ୍ୟାଙ୍କ ଘରୋଇକରଣକୁ ସବୁ ସ୍ତରରେ ବିରୋଧ କର
ଭୁବନେଶ୍ୱର,୧୬।୫: ବ୍ୟାଙ୍କ ଅଫ୍ ଇଣ୍ଡିଆ (ବିଓଆଇ)ର ଅଫିସର୍ସ ଆସୋସିଏଶନ ଓଡ଼ିଶା ୟୁନିଟ୍ର ୪୧ତମ ବାର୍ଷିକ ବୈଠକ ରବିବାର ସ୍ଥାନୀୟ କିଟ୍ ଅଡିଟୋରିୟମ ହଲ୍ଠାରେ ଅନୁଷ୍ଠିତ ହୋଇଯାଇଛି। ବିଓଆଇ ଅଫିସର୍ସ ଆସୋସିଏଶନ ଓଡ଼ିଶା ୟୁନିଟ୍ର ସଭାପତି କମ୍ରେଡ୍ ସ୍ମୃତିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ…
ଓଡ଼ିଶାର ଡିଏସ୍ ଶିଳ୍ପରେ୧୩.୩% ଅଭିବୃଦ୍ଧି
ଭୁବନେଶ୍ୱର,୧୬।୫: ଓଡ଼ିଶାରେ ଡାଇରେକ୍ଟ ସେଲିଂ (ଡିଏସ୍) ଶିଳ୍ପ କୋଭିଡ-୧୯ ମହାମାରୀ ସତ୍ତ୍ୱେ ୧୩.୩% ଅଭିବୃଦ୍ଧି ହାର ହାସଲ କରିଛି। ଏପରିକି ୨୦୨୦-୨୧ଆର୍ଥିକ ବର୍ଷରେ ଏହା ସର୍ବକାଳୀନ ସବୋର୍ଚ୍ଚ ସ୍ତର ୧୦୩୪ କୋଟି ଟଙ୍କାରେ ପହଞ୍ଚତ୍ଥିବା ଇଣ୍ଡିଆନ ଡାଇରେକ୍ଟ ସେଲିଂ ଆସୋସିଏଶନ (ଆଇଡିଏସଏ)…
ସୋମ ଅଟୋ: ପ୍ରତିଦିନ ନୂଆ ଅଭିଜ୍ଞତା
ଢେଙ୍କାନାଳ ରାଜ ପରିବାର ସଦସ୍ୟ ହର୍ଷବର୍ଦ୍ଧନ ସିଂହଦେଓ। ଉଚ୍ଚଶିକ୍ଷା ସମାପ୍ତ କରି ପରିବାରର ପରାମର୍ଶକ୍ରମେ ସେ ବ୍ୟବସାୟ କ୍ଷେତ୍ରରେ ମନୋନିବେଶ କରିଥିଲେ। ଜଣେ ଭ୍ରମଣପ୍ରିୟ ମଣିଷ ହୋଇଥିବାରୁ ମନରେ ଗାଡ଼ି ବ୍ୟବସାୟ ପ୍ରତି ଆଗ୍ରହ ଜନ୍ମିଥିଲା। ଲୋକଙ୍କୁ ଚାକିରି ଯୋଗାଇଦେବା ଲକ୍ଷ୍ୟରେ…
ମହଙ୍ଗା ହେବ ବିମାନ ଯାତ୍ରା…
ନୂଆଦିଲ୍ଲୀ, ୧୬।୫ : ବିମାନ ଯାତ୍ରା ବର୍ତ୍ତମାନ ଅଧିକ ମହଙ୍ଗା ହେବାର ଆଶଙ୍କା ରହିଛି। ସରକାରୀ ତୈଳ କମ୍ପାନୀଗୁଡିକ ବିମାନ ଇନ୍ଧନର ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଟିଏଫ ଦାମରେ ୫ ପ୍ରତିଶତ ବୃଦ୍ଧି କରାଯାଇଛି। ଏହି ବୃଦ୍ଧି ପରେ…
ଘନେଇଲା କୋଇଲା ସଙ୍କଟ, ଚିନ୍ତାରେ ମନ୍ତ୍ରଣାଳୟ …
ନୂଆଦିଲ୍ଲୀ, ୧୬।୫ : ଘରୋଇ କୋଇଲା ଚାହିଦା ପୂରଣ କରିବାରେ ଦେଶ ଅସୁବିଧାର ସମ୍ମୁଖୀନ ହେଉଛି ବୋଲି କୋଇଲା ମନ୍ତ୍ରଣାଳୟ କହିଛି। କୋଇଲା ଅଭାବକୁ ଦୂର କରିବାରେ ଉଭୟ ବ୍ୟବସାୟୀ ଏବଂ କୋଇଲା ବ୍ଲକଧାରୀଙ୍କ ପ୍ରମୁଖ ଭୂମିକା ରହିଛି ବୋଲି ମନ୍ତ୍ରଣାଳୟ…
ମୁକେଶ ଅମ୍ବାନୀଙ୍କ ପାଇଁ ପ୍ରତିବନ୍ଧକ ସାଜିଛନ୍ତି ଦୁଇ ଭାଇ
ନୂଆଦିଲ୍ଲୀ: ବ୍ରିଟିଶ କମ୍ପାନୀ ବୁଟ୍ସ କାରବାର ପାଇଁ ପ୍ରାୟ ୬୫,୮୬୫ କୋଟି ଟଙ୍କା (୮.୫ ବିଲିୟନ ଡଲାର)ର ମୂଲ୍ୟ ରଖାଯାଇଛି। ଏହି ଡିଲ୍ ଦୁନିଆର ସବୁଠୁ ବଡ଼ ବ୍ୟବସାୟ ହେବାକୁ ଯାଉଛି। ଏହି କାରଣରୁ ମୁକେଶ ଅମ୍ବାନୀଙ୍କ ପରି ଅନେକ ଭେଟେରାନ…

