ଜୁଲାଇରେ ପାଇକାରୀ ମୁଦ୍ରାସ୍ଫୀତି ୧୩.୯୩%କୁ ହ୍ରାସ

ନୂଆଦିଲ୍ଲୀ,୧୭।୮: ଚଳିତ ବର୍ଷ ଜୁଲାଇ ପାଇଁ ଭାରତର ହୋଲ୍‌ସେଲ ମୁଦ୍ରାସ୍ଫୀତି କ୍ରମାଗତ ଭାବେ ୧୩.୯୩ % କୁ ହ୍ରାସ ପାଇଛି। କାରଣ ଏହି ସମୟରେ ପନିପରିବା, କ୍ଷୀର ଏବଂ ଇନ୍ଧନ ଆଦି ଦର ହ୍ରାସ ଯୋଗୁ ଏଭଳି ହୋଇଥିବା କୁହାଯାଇଛି। କିନ୍ତୁ ୧୬ ମାସ ହେବ ଏହା ଦୁଇ ଅଙ୍କରେ ରହିଛି। ସେହିପରି ହୋଲ୍‌ସେଲ ମୂଲ୍ୟ ସୂଚକାଙ୍କ ଭିତ୍ତିକ (ଡବ୍ଲ୍ୟୁପିଆଇ) ବା ପାଇକାରୀ ମୁଦ୍ରାସ୍ଫୀତି ଗତ ମାସରେ ୧୫.୧୮% ରହିଥିଲା। ଏପରିକି ଏହା ମେ ୨୦୨୨ରେ ସର୍ବାଧିକ ୧୬.୬୩% ରେକର୍ଡ ପରିମାଣର ଦର ରହିଥିଲା। ୨୦୨୧ ଜୁଲାଇରେ ଏହା ୧୧.୫୭ % ଥିଲା।
୨୦୨୨ ମେ ପାଇଁ ପାଇକାରୀ ମୁଦ୍ରାସ୍ଫୀତି ହାର ପୂର୍ବ ବର୍ଷର ଆନୁମାନିକ ୧୫.୮୮ % ରୁ ୧୬.୬୩ % ରେକର୍ଡକୁ ବୃଦ୍ଧି କରାଯାଇଥିଲା। ୨୦୨୨ ଜୁଲାଇରେ ମୁଦ୍ରାସ୍ଫୀତି ମୁଖ୍ୟତଃ ଖଣିଜ ତେଲ, ଖାଦ୍ୟ ପଦାର୍ଥ, ଅଶୋଧିତ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍‌, ମୌଳିକ ଧାତୁ, ବିଦ୍ୟୁତ୍‌, ରାସାୟନିକ ପଦାର୍ଥ, ଖାଦ୍ୟ ପଦାର୍ଥ ଆଦିର ମୂଲ୍ୟ ଯୋଗୁ ପୂର୍ବ ବର୍ଷର ଅନୁରୂପ ମାସ ତୁଳନାରେ ଏହା କମ୍‌ ହୋଇଥିବା ଏକ ସରକାରୀ ସୂତ୍ରରୁ ଜଣାପଡ଼ିଛି।
ସମ୍ପର୍କରେ ଆଇସିଆର୍‌ଏର ମୁଖ୍ୟ ଅର୍ଥନୀତିଜ୍ଞ ଆଦିତ୍ୟ ନାୟାର କହିଛନ୍ତି, ଖାଦ୍ୟ ସାମଗ୍ରୀ, କୋର-ପାଇକାରୀ, ଅଶୋଧିତ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍‌ ଏବଂ ପ୍ରାଥମିକ ଅଣ ଖାଦ୍ୟ ପଦାର୍ଥ ପାଇଁ ମୁଦ୍ରାସ୍ଫୀତି ହେତୁ ପାଇକାରୀ ମୁଦ୍ରାସ୍ଫୀତି ନରମ ହୋଇଥିବା ଆକଳନ କରାଯାଉଛି।
ଅପରପକ୍ଷରେ ପ୍ରାଥମିକ ପ୍ରବନ୍ଧଗୁଡିକ, ଯାହା ପାଇକାରୀ ସୂଚକାଙ୍କର ୨୨.୬% ।
୨୦୨୨ ଜୁଲାଇରେ ୧୫.୦୪% ବୃଦ୍ଧି ପାଇଛି। ୨୦୨୧ ଜୁଲାଇରେ ୬.୩୪ % ତୁଳନାରେ ଜୁନ୍‌ ୨୦୨୨ରେ ୧୯.୨୨% ଏବଂ ଜୁଲାଇ ୨୦୨୨ରେ ୧୫.୦୪% ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ବର୍ଷ ପ୍ରଥମ ଦିନରେ ହେବ ଏହି ୫ ବଡ଼ ପରିବର୍ତ୍ତନ; ଆପଣଙ୍କ ପକେଟରେ ପଡ଼ିବ ପ୍ରଭାବ…!

ନୂଆଦିଲ୍ଲୀ,୨୮।୧୨: ଶେଷ ହେବାକୁ ଯାଉଛି ବର୍ଷ ୨୦୨୨। ନୂତନ ବର୍ଷ ୨୦୨୩କୁ ସ୍ବାଗତ କରିବା ଲାଗି ପ୍ରସ୍ତୁତି ଜୋରଦାର ହୋଇଛି। ଏସବୁ ମଧ୍ୟରେ ନୂଆ ବର୍ଷର...

ରାୟଗଡ଼ା,ବ୍ୟାସନଗରରେ ଟ୍ରୁ-୫ଜି

ଭୁବନେଶ୍ୱର,୨୨ା୩: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶାର ରାୟଗଡ଼ା ଓ ବ୍ୟାସନଗରଠାରେ ମଙ୍ଗଳବାର ଟ୍ରୁ-୫ଜିର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ସେନ୍‌ସେକ୍ସ ୩୬୭ ପଏଣ୍ଟ ବୃଦ୍ଧି

ମୁମ୍ବାଇ: ଚଳିତ ସପ୍ତାହର କ୍ରମାଗତ ୩ୟ ଦିନ ଲାଗି ଶେୟାର ବଜାରରେ ଉସତ୍ାହ ବୃଦ୍ଧି ପାଉଛି। କୋଭିଡ କଟକଣା ଓ ଓମିକ୍ରନର ଭୟ ମଧ୍ୟରେ ଷ୍ଟକ...

ଓ୍ବାଲ୍‌ମାର୍ଟ ପକ୍ଷରୁ କ୍ଷୁଦ୍ରଚାଷୀଙ୍କୁ ସହାୟତା

ନୂଆଦିଲ୍ଲୀ: ଭାରତ କୋଭିଡ୍‌ ମହାମାରୀ କାରଣରୁ ଅନେକ ସମସ୍ୟା ସାମ୍ନା କରୁଛି। ଏହି ମହାମାରୀ ସମୟରେ ଦେଶର କ୍ଷୁଦ୍ରଚାଷୀମାନଙ୍କର ବିକାଶ ଲାଗି ଓ୍ବାଲ୍‌ମାର୍ଟ ଫାଉଣ୍ଡେଶନ ପକ୍ଷରୁ...

ପାଶ୍ଚାତ୍ୟ ଦେଶଙ୍କୁ ଟକ୍କର ଦେବାକୁ ଚାଇନାର ପ୍ରସ୍ତୁତି: ପ୍ରଥମ ସ୍ବଦେଶୀ ବିମାନର ଉଡ଼ାଣ ଆରମ୍ଭ…

ବେଜିଂ,୨୯।୫ : ଚାଇନାର ପ୍ରଥମ ସ୍ବଦେଶୀ ଯାତ୍ରୀବାହୀ ବିମାନ ସି-୯୧୯ ଏହାର ପ୍ରଥମ ବାଣିଜି୍ୟକ ବିମାନ ଉଡ଼ାଣ ସଫଳତାର ସହିତ ଆରମ୍ଭ କରିଛି। ଏହା ସହିତ...

ବାୟାବନ୍ଧନ ଯୋଜନା ଲାଗି ଆଧାର ଅନିବାର୍ଯ୍ୟ

ନୂଆଦିଲ୍ଲୀ,୨୭-୧୨: ବରିଷ୍ଠ ନାଗରିକଙ୍କ ପେନସନ ସ୍କିମ ପ୍ରଧାନମନ୍ତ୍ରୀ ବାୟାବନ୍ଧନ ଯୋଜନା ଲାଗି ସରକାର ଆଧାରକୁ ଅନିବାର୍ଯ୍ୟ କରିଛନ୍ତି। ଏହି ଯୋଜନାରେ ୮% ନିଶ୍ଚିତ ସୁଧହାର ପ୍ରଦାନ...

କୋର୍‌ ସେକ୍ଟର ଅଭିବୃଦ୍ଧି ୨୩.୪% ଖସିଲା

ନୂଆଦିଲ୍ଲୀ,୧।୭: ଦେଶର ୮ କୋର୍‌ ସେକ୍ଟର ଅଭିବୃଦ୍ଧି ଗତ ୩ ମାସ ଧରି ହ୍ରାସ ଘଟିଛି। ମେ ମାସରେ ଏହା ୨୩.୪% ଖସିଥିବା ଜଣାପଡ଼ିଛି। ଲକ୍‌ଡାଉନ...

ପୁଞ୍ଜି ବଜାରରେ ଏଫ୍‌ପିଆଇଙ୍କ ୧୮୪୧ କୋଟି ନିବେଶ

ମୁମ୍ବାଇ,୧୬।୯: ବିଦେଶୀ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ) ସେପ୍ଟେମ୍ବର ୧୩ ସୁଦ୍ଧା ପୁଞ୍ଜି ବଜାରରେ ୧୮୪୧ କୋଟି ଟଙ୍କା ନିବେଶ କରିଛନ୍ତି। ଏଥିପୂର୍ବରୁ ସେମାନେ କ୍ରମାଗତ ଦୁଇ ମାସ...

Advertisement
Archives

Model This Week