୧୩ ସୁନାଖଣି ବିକିବ କେନ୍ଦ୍ର

ନୂଆଦିଲ୍ଲୀ,୧୫ା୮: କେନ୍ଦ୍ର ସରକାର ଆନ୍ଧ୍ର ପ୍ରଦେଶ ଓ ଉତ୍ତର ପ୍ରଦେଶରେ ଥିବା ୧୩ଟି ସୁନାଖଣି ବିକ୍ରି କରିବା ପାଇଁ ମସୁଧା ଚଳାଇଛନ୍ତି। ଗତ ବର୍ଷ ମାଇନିଂ ଆକ୍ଟ, ୨୦୧୫ରେ ସଂଶୋଧନ ଅଣାଯିବା ପରେ ଏବେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ପାଇଁ ଏହି ସୁନାଖଣିଗୁଡ଼ିକୁ ନିଲାମ କରିବାକୁ ସରକାର ଲକ୍ଷ୍ୟ ରଖିଥିବା କେତେକ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।
ରିପୋର୍ଟ ଅନୁସାରେ ନିଲାମ ହେବାକୁ ଥିବା ସୁନାଖଣିଗୁଡ଼ିକ ମଧ୍ୟରୁ ୧୦ଟି ଆନ୍ଧ୍ରରେ ଥିବାବେଳେ ୩ଟି ୟୁପିରେ ରହିଛି। ଆନ୍ଧ୍ରର ୧୦ ଗୋଲ୍ଡ ବ୍ଲକ୍‌ ମଧ୍ୟରୁ ୫ଟି ଆସନ୍ତା ୨୬ ତାରିଖରେ ନିଲାମ ହୋଇପାରେ। ଅବଶିଷ୍ଟ ୫ ସୁନାଖଣିକୁ ଅଗଷ୍ଟ ୨୯ରେ ନିଲାମ କରାଯାଇପାରେ ବୋଲି ଏଥିରେ ଦର୍ଶାଯାଇଛି। ଆନ୍ଧ୍ରର ସୁନାଖଣିଗୁଡ଼ିକ ମଧ୍ୟରେ ରହିଛି ରାମଗିରି ନର୍ଥ ବ୍ଲକ୍‌, ବୋକ୍‌ସାମ୍‌ପଲ୍ଲୀ ନର୍ଥ ବ୍ଲକ୍‌, ବୋକ୍‌ସାମ୍‌ପଲ୍ଲୀ ସାଉଥ୍‌ ବ୍ଲକ୍‌, ଜାଭାକୁଲା-ଏ ବ୍ଲକ୍‌, ଜାଭାକୁଲା-ବି ବ୍ଲକ୍‌, ଜାଭାକୁଲା-ସି ବ୍ଳକ୍‌, ଜାଭାକୁଲା-ଡି ବ୍ଲକ୍‌, ଜାଭାକୁଲା-ଇ ବ୍ଲକ୍‌ ଏବଂ ଜାଭାକୁଲା-ଏଫ୍‌ ବ୍ଲକ୍‌। ଏହି ସୁନାଖଣିଗୁଡ଼ିକର ନିଲାମି ପାଇଁ ଗତ ମାର୍ଚ୍ଚରେ ଟେଣ୍ଡର ଆହ୍ବାନ କରାଯାଇଥିଲା। ସେହିପରି ଉତ୍ତର ପ୍ରଦେଶର ସୋନଭଦ୍ରା ସ୍ଥିତ ସୋନାପାହାଡ଼ି ବ୍ଲକ୍‌ ଓ ବିଅଦଣ୍ଡ ବ୍ଲକ୍‌ ସମେତ ୩ଟି ଖଣି ମଧ୍ୟ ଚଳିତ ମାସରେ ନିଲାମ କରାଯିବ। କିନ୍ତୁ ଏଥିଲାଗି କୌଣସି ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ କରାଯାଇନାହିଁ। ଏହି ୩ ସୁନାଖଣି ନିଲାମ ପାଇଁ ଗତ ମେ’ ୨୧ରେ ଟେଣ୍ଡର ଆହ୍ବାନ କରାଯାଇଥିଲା।
ଖନନ ଆଇନ, ୨୦୧୫ରେ ସଂଶୋଧନ ପରେ ନିଲାମି ଜରିଆରେ ଖଣିଜ ବ୍ଲକ୍‌ଗୁଡ଼ିକର ଆବଣ୍ଟନ କରାଯାଉଛି। ଅଗଷ୍ଟ ୪ ସୁଦ୍ଧା ରାଜ୍ୟଗୁଡ଼ିକ ପକ୍ଷରୁ ମୋଟ ୧୯୯ ଖଣିଜ ବ୍ଲକ୍‌ ନିଲାମ କରାଯାଇଥିଲା। ଗତ ଆର୍ଥିକବର୍ଷରେ ୪୫ ଖଣିଜ ବ୍ଲକ୍‌କୁ ନିଲାମି ପାଇଁ ରଖାଯାଇଥିଲା। କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ଏଥିରୁ ପର୍ଯ୍ୟାପ୍ତ ରାଜସ୍ବ ପାଉଥିବା କହିଥିଲେ। ଖଣି ମନ୍ତ୍ରଣାଳୟ ୨୦୧୫ର ଆଇନରେ ସଂଶୋଧନ ଲାଗି ମିନେରାଲ୍ସ (ଏଭିଡେନ୍ସ ଅଫ୍‌ ମିନେରାଲ କଣ୍ଟେଣ୍ଟ୍‌ସ) ସେକେଣ୍ଡ ଆମେଣ୍ଡମେଣ୍ଟ ରୁଲସ୍‌-୨୦୨୧, ମିନେରାଲ (ଅକ୍ସନ) ଫୋର୍ଥ ଆମେଣ୍ଡମେଣ୍ଟ ରୁଲ୍ସ-୨୦୨୧ ଉପରେ ବିଜ୍ଞପ୍ତି ଜାରି କରିଥିଲା। ଖଣି ନିଲାମି ନିୟମରେ ସଂଶୋଧନ ଫଳରେ ବ୍ଲକ୍‌ଗୁଡ଼ିକୁ ବିକ୍ରି ପ୍ରକ୍ରିୟାରେ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବ ବୋଲି ପୂର୍ବରୁ ଖଣି ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ କୁହାଯାଇଥିଲା। ରାଜ୍ୟଗୁଡ଼ିକ, ଶିଳ୍ପ ସଂଘ, ଖନନକାରୀ, ଅନ୍ୟ ପକ୍ଷ ଓ ଜନସାଧାରଣଙ୍କ ସହ ବିଚାରବିମର୍ଶ ପରେ ଏହି ସଂଶୋଧନ ଅଣାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri