Posted inଜାତୀୟ

କେବଳ ଜାତି ନାଁ ଧରିବା ଅପରାଧ ନୁହେଁ: ହାଇକୋର୍ଟ

ବେଙ୍ଗାଲୁରୁ,୩୦।୧ : ଅପମାନିତ କରିବା ଉଦ୍ଦେଶ୍ୟ ନ ଥାଇ କେବଳ ଜଣେ ବ୍ୟକ୍ତିଙ୍କ ଜାତି ନାଁ ଧରିବା ଅନୁସୂଚିତ ଜାତି, ଜନଜାତି(ଅତ୍ୟାଚାର ପ୍ରତିକାର) ଆଇନ, ୧୯୮୯ ଅନୁଯାୟୀ ଅପରାଧ ନୁହେଁ ବୋଲି କର୍ନାଟକ ହାଇକୋର୍ଟ ନିକଟରେ ଟିପ୍ପଣୀ ଦେଇଛନ୍ତି। ଅତ୍ୟାଚାର ଆଇନର ବ୍ୟବସ୍ଥା ଅନୁଯାୟୀ ହାଇକୋର୍ଟ ଅଭିଯୁକ୍ତଙ୍କ ବିରୋଧରେ ମୋକଦ୍ଦମାକୁ ଖାରଜ କରିଦେଇଛନ୍ତି।

ନିୟମ ୭ ଅନୁଯାୟୀ ଅତ୍ୟାଚାର ମାମଲାର ତଦନ୍ତ ଡିଏସ୍‌ପିରୁ କମ୍‌ ପାହ୍ୟାର ପୋଲିସ ଅଧିକାରୀଙ୍କ ଦ୍ୱାରା ହୋଇପାରିବ ନାହଁ ବୋଲି ଅଦାଲତ କହିଛନ୍ତି। ଉକ୍ତ ମାମଲାରେ ଜଣେ ସବ୍‌ଇନ୍ସପେକ୍ଟର ତଦନ୍ତ କରିଥିବାରୁ ଏହା ଆଇନର ଉଲ୍ଲଂଘନ। ତେବେ ଅଭିଯୁକ୍ତଙ୍କୁ ଆଇପିସି ଅନୁଯାୟୀ ଆକ୍ରମଣ ଓ ଧମକ ଦେବା ଅପରାଧରେ ତଦନ୍ତର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଜଷ୍ଟିସ୍‌ ଏମ୍‌. ନାଗପ୍ରସନ୍ନ କହିଛନ୍ତି। ୨୦୨୦ ଜୁନ୍‌ ୧୪ରେ ଏକ କ୍ରିକେଟ ମ୍ୟାଚ୍‌ ପରେ ଦୁଇ ଟିମ୍‌ ମଧ୍ୟରେ ବଚସା ହୋଇଥିଲା। ପରେ ଗୋଟିଏ ଟିମ୍‌ ଓ ସେମାନଙ୍କ ଲୋକମାନେ ଅନ୍ୟ ଟିମ୍‌ର ଦୁଇଜଣଙ୍କ ଉପରେ ଆକ୍ରମଣ କରିଥିଲେ। ପୋଲିସ ତଦନ୍ତ ପରେ ୨୦୨୧ ମାର୍ଚ୍ଚ ୧ରେ ଅତ୍ୟାଚାର ଆଇନ ଏବଂ ଆଇପିସି ଅନୁଯାୟୀ ଚାର୍ଜଶିଟ୍‌ ଦାଖଲ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri