Posted inଜାତୀୟ

କେନ୍ଦ୍ର ମନ୍ତ୍ରୀ ଗଡ଼କରୀଙ୍କ ବଡ଼ ଘୋଷଣା: ଦୁର୍ଘଟଣାରେ ଆହତଙ୍କର ହେବ କ୍ୟାସଲେସ୍‌ ଚିକିତ୍ସା, ଜାଣନ୍ତୁ ଯୋଜନା ନେଇ ସବୁକିଛି…

ନୂଆଦିଲ୍ଲୀ,୯।୧: ମୋଦି ସରକାର ସଡକ ଦୁର୍ଘଟଣାରେ ପୀଡ଼ିତଙ୍କୁ ଆଶ୍ୱସ୍ତି ଦେବାର ଯୋଜନା କରୁଛନ୍ତି। ଏନେଇ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ବଡ଼ ଘୋଷଣା କରିଛନ୍ତି। ସରକାର ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ଲାଗି କ୍ୟାଶଲେସ୍‌ ଯୋଜନା ଆଣିବାକୁ ଯାଉଛନ୍ତି। ଏହି ଯୋଜନା ଅଧିନରେ ୧ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ମାଗଣା ଚିକିତ୍ସା ମିଳିବ। ତେବେ ମାର୍ଚ୍ଚ ମଧ୍ୟରେ ସଂଶୋଧିତ ଯୋଜନା ଆଣିବାର ପ୍ରସ୍ତୁତି କରାଯାଉଥିବା ସେ କହିଛନ୍ତି।

ଗଡକରୀ କହିଛନ୍ତି, ଏହି ଯୋଜନା କୌଣସି ବାହନ ଦ୍ୱାରା ହୋଇଥିବା ସମସ୍ତ ସଡ଼କ ଦୁର୍ଘଟଣା ଉପରେ ଲାଗୁ ହେବ। ପାଇଲଟ କାର୍ଯ୍ୟକ୍ରମର ଯୋଜନା ମୁତାବକ, ଆହତମାନଙ୍କୁ ଦୁର୍ଘଟଣା ହେବା ତାରିଖରୁ ୭ ଦିନ ଅବଧି ଯାଏ ଅଧିକରୁ ଅଧିକ ୧.୫ ଲକ୍ଷ ଯାଏ କ୍ୟାଶଲେସ୍‌ ଚିକିତ୍ସାର ହକଦାର ଅଟନ୍ତି।

୧୪ ମାର୍ଚ୍ଚ, ୨୦୦୪ରେ ସଡକ ଦୁର୍ଘଟଣାରେ ଆହତମାନଙ୍କୁ କ୍ୟାଶଲେସ୍‌ ଚିକିତ୍ସା ପ୍ରଦାନ କରିବା ଲାଗି ଏକ ପାଇଲଟ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଚଣ୍ଡିଗଡ଼ରେ ଆରମ୍ଭ କରାଯାଇଥିବା ପାଇଲଟ୍‌ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସଡ଼କ ଦୁର୍ଘଟଣାରେ ଆହତଙ୍କୁ ସମୟ ଥାଇ ଚିକିତ୍ସା ସୁବିଧା ପ୍ରଦାନ କରିବା ଲାଗି ଏକ ପରିବେଶ ସୃଷ୍ଟି କରିବା ଥିଲା। ଏହି ପ୍ରୋଜେକ୍ଟକୁ ପରେ ୬ ରାଜ୍ୟ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

କେନ୍ଦ୍ର ସରକାର ଅଗଷ୍ଟ ୨୦୨୪ରେ ସୂଚନା ଦେଇଥିଲେ ଯେ, ଯୋଜନା ଅନ୍ତର୍ଗତ ଆସିବାକୁ ଥିବା ଆହତମାନଙ୍କୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧିନରେ ତାଲିକାଭୂକ୍ତ ଡାକ୍ତରଖଶନାରେ ଦୁର୍ଘଟଣା ଘଟିବା ତାରିଖରୁ ୭ ଦିନ ଅବଧି ଯାଏ ଟ୍ରମା ଏବଂ ପଲିଟ୍ରମା ଚିକିତ୍ସା ସମ୍ବନ୍ଧୀୟ ୧.୫ ଲକ୍ଷ ଟଙ୍କା ଯାଏ ସ୍ବାସ୍ଥ୍ୟ ଲାଭ ପ୍ୟାକେଜ୍‌ ଦିଆଯାଇଥାଏ।

PIB ପକ୍ଷରୁ ଜାରି ବିଜ୍ଞପ୍ତି ମୁତାବକ, ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନ୍ତର୍ଗତ ଏନ୍‌ଏଚ୍‌ଏ, ସ୍ଥାନୀୟ ପୋଲିସ, ତାଲିକାଭୁକ୍ତ ଡାକ୍ତରଖାନା, ରାଜ୍ୟ ସ୍ବାସ୍ଥ୍ୟ ଏଜେନ୍ସି, ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର ଏବଂ ସାମାନ୍ୟ ବୀମା ପରିଷଦ ସହ ସମାନ ବ୍ୟୟ କାର୍ଯ୍ୟକ୍ରମ ଲାଗୁ କରିବା ଲାଗି ଦାୟୀ ଅଟନ୍ତି।

ଗଡ଼କରୀ କହିଛନ୍ତି, ଯଦି ପୋଲିସକୁ ଦୁର୍ଘଟଣା ହେବାର ୨୪ ଘଣ୍ଟା ମଧ୍ୟରେ ସୂଚୀତ କରାଯାଏ, ତେବେ ସରକାର ଚିକିତ୍ସା ଖର୍ଚ୍ଚ ଉଠାଇବେ। ସଡ଼କ ସୁରକ୍ଷା ସରକାରଙ୍କ ପ୍ରାଥମିକତା ଅଟେ। ୨୦୨୪ରେ ପ୍ରାୟ ୧.୮୦ ଲକ୍ଷ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଏଥିରୁ ୩୦ ହଜାର ମୃତ୍ୟୁ ହେଲମେଟ ନ ପିନ୍ଧିବା ଯୋଗୁ ହୋଇଛି। ହିଟ୍‌ ଆଣ୍ଡ ରନ୍‌ ସ୍ଥିତିରେ ମୃତ୍ୟୁ ହେଲେ ପୀଡ଼ିତ ପରିବାରକୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?