ତିର୍ତ୍ତୋଲ ବିଧାୟକଙ୍କ ନାମରେ ମାମଲା ରୁଜୁ

ଜଗତ୍‌ସିଂହପୁର ଅଫିସ, ୪ା୨: ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ପ୍ରେମ ପ୍ରତାରଣା ଅଭିଯୋଗ ଉପରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜଗତ୍‌ସିଂହପୁର ଥାନାରେ ମାମଲା (ନଂ. ୯୫/୨୩) ରୁଜୁ କରାଯାଇଛି। ଏନେଇ ଜଗତ୍‌ସିଂହପୁର ଥାନା ଆଇଆଇସିଙ୍କୁ ଆଉ ଥରେ ସଦ୍ୟ ଅଭିଯୋଗ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶନାମା ପାଇ ସୋମାଲିକା ଦାଶ ଜଗତ୍‌ସିଂହପୁର ଥାନା ଆଇଆଇସିଙ୍କୁ ସାକ୍ଷାତ କରି ଅଭିଯୋଗପତ୍ର ଦାଖଲ କରିଛନ୍ତି।
ଏ ସମ୍ପର୍କରେ ଏସ୍‌ଡିପିଓ ରମେଶ ଚନ୍ଦ୍ର ସିଂହ କହିଛନ୍ତି, ଥାନାରେ ମାମଲା ରୁଜୁ ପରେ ତଦନ୍ତ ଭାର ଇନ୍ସପେକ୍ଟର ବବିତା ଦଳେଇଙ୍କୁ ଦିଆଯାଇଛି। ତଦନ୍ତରେ ଯାହା ଅଗ୍ରଗତି ହେବ ତାହା ସମୟକ୍ରମେ ଗଣମାଧ୍ୟମକୁ ଅବଗତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ବିଜୟଶଙ୍କର ଓ ସୋମାଲିକାଙ୍କ ପ୍ରେମ ସମ୍ପର୍କକୁ ନେଇ ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତା’ପରେ ଉଭୟଙ୍କ ମଧ୍ୟରେ ବିବାହ ନିଷ୍ପତ୍ତି ହୋଇଥିଲା। କିନ୍ତୁ ପରେ ପରିସ୍ଥିତି ବିଗିଡ଼ି ଯାଇଥିଲା। ଏପରି କି ସୋମାଲିକାଙ୍କ ବାପା ସଂଗ୍ରାମ କିଶୋର ମଧ୍ୟ ବିଜୟଶଙ୍କରଙ୍କ ଜାତିକୁ ନେଇ ଗାଳିଗୁଲଜ କରିବା ସହ ହତ୍ୟା କରିବେ ବୋଲି ଜଣେ ବ୍ୟକ୍ତିଙ୍କୁ ଧମକାଇଥିବା ଅଡିଓ ଭାଇରାଲ ହୋଇଥିଲା। ଏଥିସହ ବିଧାୟକଙ୍କ ଚରିତ୍ରକୁ ନେଇ ସୋମାଲିକା ସଙ୍ଗିନ ଅଭିଯୋଗ କରିବା ସହ ଜଗତ୍‌ସିଂହପୁର ଥାନାରେ ୧୩ା୫ା୨୨ରେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ ତାଙ୍କ ଅଭିଯୋଗ ଉପରେ ମାମଲା ରୁଜୁ କରି ନ ଥିଲା। ଏପରିକି ତତ୍କାଳୀନ ଏସ୍‌ପି ମଧ୍ୟ ତାଙ୍କ କଥା ଶୁଣି ନ ଥିବା ଅଭିଯୋଗ କରି ସୋମାଲିକା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏଥିରେ ସେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ସଚିବ, ଡିଜିପି, ଜଗତ୍‌ସିଂହପୁର ଏସ୍‌ପି ଓ ଆଇଆଇସିଙ୍କୁ ପକ୍ଷଭୁକ୍ତ କରିଥିଲେ। ଏବେ ମାମଲା ରୁଜୁ ହେବା ପରେ ସୋମାଲିକାଙ୍କୁ ଆଶ୍ୱସ୍ତି ମିଳିଛି।
ସୂଚନାଯୋଗ୍ୟ, ୨୦୨୨ ମେ’ ୧୭ରେ ଜଗତ୍‌ସିଂହପୁର ସ୍ବତନ୍ତ୍ର ବିବାହ ଅଧିକାରୀ (ଡିଏସ୍‌ଆର୍‌)ଙ୍କ କୋର୍ଟରେ ବିଧାୟକ ଦାସ ଓ ସୋମାଲିକା ବିବାହ ପାଇଁ ଆବେଦନ କରିଥିଲେ। ଆବେଦନର ୩୦ ଦିନ ଭିତରେ କାହାରି କିଛି ଆପତ୍ତି ଅଭିଯୋଗ ନ ଥିଲେ ୩୧ ଦିନରୁ ୯୦ ଦିନ ମଧ୍ୟରେ ଯେ କୌଣସି ସମୟରେ ଉଭୟ ବିବାହ କରିପାରିବେ ବୋଲି ନିୟମ ରହିଛି। କିନ୍ତୁ ଆବେଦନର ୩୧ ଦିନ ବିବାହ ପାଇଁ ସୋମାଲିକା ତାଙ୍କ ସମ୍ପର୍କୀୟମାନଙ୍କ ସହ ଡିଏସ୍‌ଆର୍‌ଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ସକାଳୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବିଧାୟକ ବିଜୟଶଙ୍କରଙ୍କୁ ଅପେକ୍ଷା କରି ନିରାଶ ହେଲା ପରେ ସେମାନେ ଫେରି ଯାଇଥିଲେ। ଏହି ସମୟରେ ବିଜୟଶଙ୍କର ଫୋନ ନ ଉଠାଇବାରୁ କେହି ତାଙ୍କୁ ଅପହରଣ କରି ଥାଇପାରନ୍ତି କିମ୍ବା ଜାଣିଶୁଣି ଠକିବାକୁ ଚେଷ୍ଟା କରୁଥାଇପାରନ୍ତି, ନଚେତ ଅନ୍ୟ କେଉଁଠି ତାଙ୍କର ଆଫେୟାର ଥାଇପାରେ ବୋଲି ସୋମାଲିକା ଅଭିଯୋଗ କରିଥିଲେ। କେବଳ ଏତିକି ନୁହେଁ ବିଧାୟକ ଭୁବନେଶ୍ୱରରେ ବେଶ୍ୟାଳୟ ଖୋଲିଥିବା ଭଳି ଅଭିଯୋଗ କରିବାକୁ ପଛାଇ ନ ଥିଲେ। ଏହାର ବହୁ ପୂର୍ବରୁ ସେ ବିଜୟଶଙ୍କରଙ୍କ ନାଁରେ ଜଗତ୍‌ସିଂହପୁର ଥାନା ଓ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଥିବାରୁ ପୁଣି ମାମଲା ଚାଲୁ କରିବାକୁ ଚେତାବନୀ ଦେଇଥିଲେ। କିନ୍ତୁ ମା’ଙ୍କ ଦେହ ଖରାପ କାରଣ ଦର୍ଶାଇ ବିଜୟଶଙ୍କର ପରବର୍ତ୍ତୀ ସମୟରେ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇ ଦୀର୍ଘ ଦିନ ପର୍ଯ୍ୟନ୍ତ କୌଣସି ଆଗ୍ରହ ପ୍ରକାଶ କରିନାହାନ୍ତି। ଫଳରେ ଉଭୟଙ୍କ ମଧ୍ୟରେ ତିକ୍ତତା ପର୍ଯ୍ୟାୟକ୍ରମେ ବଢ଼ି ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

‘ମାଆଙ୍କ ସହ ଚା ପିଇଲେ, ତାଙ୍କ ପାଦ ଧୋଇଲେ…’, ଭାବ ବିହ୍ବଳ କରୁଛି ପାହାଡ଼ରୁ ଡେଇଁ ଜୀବନ ହାରିଥିବା କୁନାଲଙ୍କ ପୁରୁଣା ଭିଡିଓ

ମୁମ୍ବାଇ,୨୩।୮: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ, ଆଇଫୋନ ଇଏମଆଇକୁ ନେଇ ବିବାଦ ପରେ ୧୮ ବର୍ଷୀୟ କୁନାଲ ନାମକ ଜଣେ ନାବାଳକ ଏବଂ ତାଙ୍କ ବାପାମାଆ ଯେଉଁମାନେ ତାଙ୍କୁ…

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri