ତିର୍ତ୍ତୋଲ ବିଧାୟକଙ୍କ ନାମରେ ମାମଲା ରୁଜୁ

ଜଗତ୍‌ସିଂହପୁର ଅଫିସ, ୪ା୨: ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ପ୍ରେମ ପ୍ରତାରଣା ଅଭିଯୋଗ ଉପରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜଗତ୍‌ସିଂହପୁର ଥାନାରେ ମାମଲା (ନଂ. ୯୫/୨୩) ରୁଜୁ କରାଯାଇଛି। ଏନେଇ ଜଗତ୍‌ସିଂହପୁର ଥାନା ଆଇଆଇସିଙ୍କୁ ଆଉ ଥରେ ସଦ୍ୟ ଅଭିଯୋଗ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶନାମା ପାଇ ସୋମାଲିକା ଦାଶ ଜଗତ୍‌ସିଂହପୁର ଥାନା ଆଇଆଇସିଙ୍କୁ ସାକ୍ଷାତ କରି ଅଭିଯୋଗପତ୍ର ଦାଖଲ କରିଛନ୍ତି।
ଏ ସମ୍ପର୍କରେ ଏସ୍‌ଡିପିଓ ରମେଶ ଚନ୍ଦ୍ର ସିଂହ କହିଛନ୍ତି, ଥାନାରେ ମାମଲା ରୁଜୁ ପରେ ତଦନ୍ତ ଭାର ଇନ୍ସପେକ୍ଟର ବବିତା ଦଳେଇଙ୍କୁ ଦିଆଯାଇଛି। ତଦନ୍ତରେ ଯାହା ଅଗ୍ରଗତି ହେବ ତାହା ସମୟକ୍ରମେ ଗଣମାଧ୍ୟମକୁ ଅବଗତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ବିଜୟଶଙ୍କର ଓ ସୋମାଲିକାଙ୍କ ପ୍ରେମ ସମ୍ପର୍କକୁ ନେଇ ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତା’ପରେ ଉଭୟଙ୍କ ମଧ୍ୟରେ ବିବାହ ନିଷ୍ପତ୍ତି ହୋଇଥିଲା। କିନ୍ତୁ ପରେ ପରିସ୍ଥିତି ବିଗିଡ଼ି ଯାଇଥିଲା। ଏପରି କି ସୋମାଲିକାଙ୍କ ବାପା ସଂଗ୍ରାମ କିଶୋର ମଧ୍ୟ ବିଜୟଶଙ୍କରଙ୍କ ଜାତିକୁ ନେଇ ଗାଳିଗୁଲଜ କରିବା ସହ ହତ୍ୟା କରିବେ ବୋଲି ଜଣେ ବ୍ୟକ୍ତିଙ୍କୁ ଧମକାଇଥିବା ଅଡିଓ ଭାଇରାଲ ହୋଇଥିଲା। ଏଥିସହ ବିଧାୟକଙ୍କ ଚରିତ୍ରକୁ ନେଇ ସୋମାଲିକା ସଙ୍ଗିନ ଅଭିଯୋଗ କରିବା ସହ ଜଗତ୍‌ସିଂହପୁର ଥାନାରେ ୧୩ା୫ା୨୨ରେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ ତାଙ୍କ ଅଭିଯୋଗ ଉପରେ ମାମଲା ରୁଜୁ କରି ନ ଥିଲା। ଏପରିକି ତତ୍କାଳୀନ ଏସ୍‌ପି ମଧ୍ୟ ତାଙ୍କ କଥା ଶୁଣି ନ ଥିବା ଅଭିଯୋଗ କରି ସୋମାଲିକା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏଥିରେ ସେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ସଚିବ, ଡିଜିପି, ଜଗତ୍‌ସିଂହପୁର ଏସ୍‌ପି ଓ ଆଇଆଇସିଙ୍କୁ ପକ୍ଷଭୁକ୍ତ କରିଥିଲେ। ଏବେ ମାମଲା ରୁଜୁ ହେବା ପରେ ସୋମାଲିକାଙ୍କୁ ଆଶ୍ୱସ୍ତି ମିଳିଛି।
ସୂଚନାଯୋଗ୍ୟ, ୨୦୨୨ ମେ’ ୧୭ରେ ଜଗତ୍‌ସିଂହପୁର ସ୍ବତନ୍ତ୍ର ବିବାହ ଅଧିକାରୀ (ଡିଏସ୍‌ଆର୍‌)ଙ୍କ କୋର୍ଟରେ ବିଧାୟକ ଦାସ ଓ ସୋମାଲିକା ବିବାହ ପାଇଁ ଆବେଦନ କରିଥିଲେ। ଆବେଦନର ୩୦ ଦିନ ଭିତରେ କାହାରି କିଛି ଆପତ୍ତି ଅଭିଯୋଗ ନ ଥିଲେ ୩୧ ଦିନରୁ ୯୦ ଦିନ ମଧ୍ୟରେ ଯେ କୌଣସି ସମୟରେ ଉଭୟ ବିବାହ କରିପାରିବେ ବୋଲି ନିୟମ ରହିଛି। କିନ୍ତୁ ଆବେଦନର ୩୧ ଦିନ ବିବାହ ପାଇଁ ସୋମାଲିକା ତାଙ୍କ ସମ୍ପର୍କୀୟମାନଙ୍କ ସହ ଡିଏସ୍‌ଆର୍‌ଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ସକାଳୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବିଧାୟକ ବିଜୟଶଙ୍କରଙ୍କୁ ଅପେକ୍ଷା କରି ନିରାଶ ହେଲା ପରେ ସେମାନେ ଫେରି ଯାଇଥିଲେ। ଏହି ସମୟରେ ବିଜୟଶଙ୍କର ଫୋନ ନ ଉଠାଇବାରୁ କେହି ତାଙ୍କୁ ଅପହରଣ କରି ଥାଇପାରନ୍ତି କିମ୍ବା ଜାଣିଶୁଣି ଠକିବାକୁ ଚେଷ୍ଟା କରୁଥାଇପାରନ୍ତି, ନଚେତ ଅନ୍ୟ କେଉଁଠି ତାଙ୍କର ଆଫେୟାର ଥାଇପାରେ ବୋଲି ସୋମାଲିକା ଅଭିଯୋଗ କରିଥିଲେ। କେବଳ ଏତିକି ନୁହେଁ ବିଧାୟକ ଭୁବନେଶ୍ୱରରେ ବେଶ୍ୟାଳୟ ଖୋଲିଥିବା ଭଳି ଅଭିଯୋଗ କରିବାକୁ ପଛାଇ ନ ଥିଲେ। ଏହାର ବହୁ ପୂର୍ବରୁ ସେ ବିଜୟଶଙ୍କରଙ୍କ ନାଁରେ ଜଗତ୍‌ସିଂହପୁର ଥାନା ଓ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଥିବାରୁ ପୁଣି ମାମଲା ଚାଲୁ କରିବାକୁ ଚେତାବନୀ ଦେଇଥିଲେ। କିନ୍ତୁ ମା’ଙ୍କ ଦେହ ଖରାପ କାରଣ ଦର୍ଶାଇ ବିଜୟଶଙ୍କର ପରବର୍ତ୍ତୀ ସମୟରେ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇ ଦୀର୍ଘ ଦିନ ପର୍ଯ୍ୟନ୍ତ କୌଣସି ଆଗ୍ରହ ପ୍ରକାଶ କରିନାହାନ୍ତି। ଫଳରେ ଉଭୟଙ୍କ ମଧ୍ୟରେ ତିକ୍ତତା ପର୍ଯ୍ୟାୟକ୍ରମେ ବଢ଼ି ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri