Posted inଫୁରସତ

କାର୍ଟୁନ୍‌ ପ୍ରିଣ୍ଟ ଫ୍ୟାଶନ

ଯୁବପିଢ଼ି ସବୁବେଳେ କ୍ଲାସି ଲୁକ୍‌ ପାଇଁ ନୂଆ ନୂଆ ଭେରାଇଟିର ଡ୍ରେସ୍‌, ଶୁଜ୍‌, ଶାଢ଼ି ଇତ୍ୟାଦି ଟ୍ରାଏ କରିଥାଆନ୍ତି। ତେବେ ମାର୍କେଟ୍‌ରେ ଏବେ କାର୍ଟୁନ୍‌ ପ୍ରିଣ୍ଟ ଆଉଟ୍‌ଫିଟ୍‌ ଟ୍ରେଣ୍ଡ କରୁଛି। ଏହାକୁ ପିନ୍ଧିଲେ ଆପଣ ସମସ୍ତଙ୍କଠାରୁ ଆଟ୍ରାକ୍ଟିଭ୍‌, ଷ୍ଟାଇଲିଶ୍‌ ଏବଂ ଟ୍ରେଣ୍ଡି ଲୁକ୍‌ ମଧ୍ୟ ପାଇପାରିବେ…

ଟି-ଶାର୍ଟ: ଆପଣ ଫର୍ମାଲ ଟି-ଶାର୍ଟ ପିନ୍ଧିବାକୁ ଭଲ ପାଉଛନ୍ତି କି? ତେବେ କାର୍ଟୁନ୍‌ ପ୍ରିଣ୍ଟର ଟି-ଶାର୍ଟ ଆପଣଙ୍କ ପାଇଁ ବେଷ୍ଟ ଅପ୍ସନ। ଏହାକୁ ପିନ୍ଧି ଆପଣ ସମସ୍ତଙ୍କଠାରୁ ୟୁନିକ୍‌ ଦେଖାଯିବେ। ଯୁବକ ହୁଅନ୍ତୁ କି ଯୁବତୀ, ଏହି ଟି-ଶାର୍ଟ ପିନ୍ଧି ଟ୍ରେଣ୍ଡି ଲୁକ୍‌ ପାଇପାରିବେ। କୌଣସି ଟ୍ରିପ୍‌ରେ ଯାଉଥିଲେ ଏଥିରେ ଶଟର୍‌ସ କିମ୍ବା ଜିନ୍ସ ପେୟାର ଅପ୍‌ କରିପାରିବେ। ଯଦି ଆପଣଙ୍କୁ କଲାର ଥିବା ଟି-ଶାର୍ଟ ପସନ୍ଦ, କାର୍ଟୁନ୍‌ ପ୍ରିଣ୍ଟରେ କଲାର ଥିବା ଟି-ଶାର୍ଟ ମାର୍କେଟରେ ଉପଲବ୍ଧ। ଏଥିସହିତ ବିଭିନ୍ନ ଜିଜାଇନ୍‌ର କାର୍ଟୁନ୍‌ ପ୍ରିଣ୍ଟ ଟପ୍ସ ଏବଂ ଟିଜ୍‌ ମଧ୍ୟ ଟ୍ରେଣ୍ଡି ଲୁକ୍‌ ଦେବ।
କାର୍ଟୁନ୍‌ ପ୍ରିଣ୍ଟ ଶାଢ଼ି: ଯଦି ଆପଣ କାଜୁଆଲ କିମ୍ବା ଗର୍ଜିୟସ୍‌ ଶାଢ଼ି ପିନ୍ଧି ବୋର ହୋଇଗଲେଣି, ତେବେ କାର୍ଟୁନ୍‌ ପ୍ରିଣ୍ଟର ଶାଢ଼ି ବାଛିପାରିବେ। ଏଥିରେ ସବୁପ୍ରକାର କାର୍ଟୁନ୍‌ ଚରିତ୍ରକୁ ଅତି ସୁନ୍ଦର ଭାବରେ ପ୍ରିଣ୍ଟ କରାଯାଇଛି। ଆପଣଙ୍କର ମନପସନ୍ଦ ଉଭୟ କଲର୍‌ ସାଙ୍ଗକୁ କାର୍ଟୁନ୍‌ ପ୍ରିଣ୍ଟ ଶାଢ଼ି ମାର୍କେଟରେ ଉପଲବ୍ଧ ହେଉଛି। ଏହାକୁ ଆପଣ ଯେକୌଣସି ପାର୍ଟି ଫଙ୍କସନ୍‌ କିମ୍ବା ଟ୍ରିପ୍‌ରେ ପିନ୍ଧି ସମସ୍ତଙ୍କଠାରୁ ଅଲଗା ଦେଖାଯିବେ। ଏଥିସହ ଶାଢ଼ି ସହ ମ୍ୟାଚ୍‌ କରି ଆପଣ କାର୍ଟୁନ୍‌ ପ୍ରିଣ୍ଟ ବ୍ଲାଉଜ୍‌ ଟ୍ରାଏ କରିପାରିବେ। ଏହାକୁ ଆପଣ ଚାହିଁଲେ ଅନ୍‌ଲାଇନ୍‌ରୁ ଅର୍ଡର କରିପାରିବେ କିମ୍ବା ଶାଢ଼ିରେ ପ୍ରିଣ୍ଟ ହୋଇଥିବା କାର୍ଟୁନ୍‌ କ୍ୟାରେକ୍ଟର ଅନୁଯାୟୀ ବ୍ଲାଉଜ୍‌ ତିଆରି ବି କରିପାରିବେ। ଏହି ବ୍ଲାଉଜ୍‌କୁ ଆପଣ ଅନ୍ୟ ଶାଢ଼ିରେ ବି ଟିମ୍‌ଅପ୍‌ କରିପାରିବେ।
ଶୁଜ୍‌: କାଜୁଆଲ ଶୁ କିମ୍ବା ସ୍ନିକର୍ସ ପିନ୍ଧି ବୋର୍‌ ହୋଇଗଲେଣି କି, ତେବେ ଟ୍ରାଏ କରନ୍ତୁ କାର୍ଟୁନ୍‌ ପ୍ରିଣ୍ଟର ସ୍ନିକର୍ସ। ଏହା ଆପଣଙ୍କୁ ଫନ୍‌ ଲୁକ୍‌ ଦେବ। କାଜୁଆଲ୍‌ ଲୁକ୍‌ ପାଇଁ କାର୍ଟୁନ୍‌ ପ୍ରିଣ୍ଟର ସ୍ଲିପର୍‌ ପରଫେକ୍ଟ। ଏଥିସହିତ ହିଲ୍ସ ପିନ୍ଧିବାକୁ ପସନ୍ଦ କରୁଥିବା ଯୁବତୀମାନଙ୍କ ପାଇଁ କାର୍ଟୁନ୍‌ ପ୍ରଣ୍ଟର ହିଲ୍ସ ମଧ୍ୟ ମାର୍କେଟ୍‌ରେ ଉପଲବ୍ଧ। ଯୁବତୀମାନେ ଏହାକୁ ନିନ୍ଧି ଗର୍ଜିୟସ୍‌ ଲୁକ୍‌ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri