କାର୍ପେଟ୍‌ର ଯତ୍ନ

ଘରର ଡିଜାଇନ୍‌କୁ ବେଶ୍‌ ସୁନ୍ଦର କରିଥାଏ କାର୍ପେଟ। ତେବେ ସବୁଦିନ ଏହାକୁ ସୁନ୍ଦର କରି ରଖିବାକୁ ହେଲେ ଏହାର ଠିକ୍‌ ଭାବେ ଯତ୍ନ ନେବାକୁ ହେବ…

ଉପରେ ସମସ୍ତେ ଚାଲିବା ଫଳରେ ସେଥିରେ ବହୁତ ଧୂଳି ଜମି ଯାଇଥାଏ। ତେଣୁ ସପ୍ତାହକୁ ଅତି କମ୍‌ରେ ଦୁଇଥର ଭାକ୍ୟୁମ୍‌ କ୍ଲିନର ସାହାଯ୍ୟରେ କାର୍ପେଟକୁ ସଫା କରନ୍ତୁ।
କିଛି ତରଳ ପଦାର୍ଥ ଢାଳି ଦାଗ ହୋଇଗଲେ ତୁରନ୍ତ ତାକୁ ସଫା କରନ୍ତୁ। ଦାଗ ହୋଇଥିବା ସ୍ଥାନରେ ସଫା କରିବା ପାଇଁ ଘରେ ଥିବା ଯେକୌଣସି ଫର୍ମୁଲା ବ୍ୟବହାର କରନ୍ତୁ। ଦାଗ ସଫା କରିବା ପରେ ସେହି ସ୍ଥାନରେ କିଛି ପେପର କିମ୍ବା ସଫା କପଡା ରଖି ଦିଅନ୍ତୁ। ଫଳରେ ସଫା ହୋଇଥିବା ସ୍ଥାନ ଶୀଘ୍ର ଶୁଖିଯିବ।
ସଫା କରିବା ପାଇଁ କ୍ଲବ ସୋଡା ବ୍ୟବହାର କରିପାରିବେ। ଏହାକୁ ବ୍ୟବହାର କଲେ ଅତି ସହଜରେ ଚା, କଫି କିମ୍ବା ଜୁସ୍‌ ଆଦିର ଦାଗ ଛାଡି ଯାଇଥାଏ। ତେଣୁ କାର୍ପେଟର ଅରିଜିନାଲ୍‌ ଲୁକ୍‌ ଆସିଥାଏ।
ଭାକ୍ୟୁମ୍‌ କରିବା ପୂର୍ବରୁ ତା’ ଉପରେ କିଛି ବେକିଂ ସୋଡା ପକାଇ ଦିଅନ୍ତୁ। କିଛି ସମୟ ପରେ ଭାକ୍ୟୁମ୍‌ କ୍ଲିନରରେ ସଫା କଲେ ତାହା ଅଧିକ ସୁନ୍ଦର ଦେଖାଯାଏ।
ଉପରେ ଜୋତା ପିନ୍ଧି ଚାଲନ୍ତୁ ନାହିଁ। ଏଥିରେ ଲାଗିଥିବା ମଇଳା ଯୋଗୁଁ କାର୍ପେଟ ଶୀଘ୍ର ଖରାପ ହୋଇଥାଏ।
ବର୍ଷକୁ ଅତି କମ୍‌ରେ ଦୁଇଥର ବାହାରକୁ ଆଣି ଭଲଭାବେ ଧୋଇ ସଫା କରନ୍ତୁ। ଫଳରେ ଏହା ସଫା ଦିଶିବ।
ସଫା କରିବା ପାଇଁ କାର୍ପେଟ ବ୍ରଶ ବ୍ୟବହାର କରନ୍ତୁ। ଫଳରେ କାର୍ପେଟରେ ଲାଗିଥିବା ଧୂଳି ଠିକ୍‌ ଭାବେ ବାହାରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri