କ୍ୟାରିୟର ସ୍ବପ୍ନ

ଆତ୍ମନିର୍ଭରଶୀଳ ହେବା ସହିତ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଏବେ ମହିଳାମାନେ କ୍ୟାରିୟରକୁ ବେଶି ଗୁରୁତ୍ୱ ଦେଉଛନ୍ତି। ହେଲେ ଅନେକଙ୍କ କ୍ଷେତ୍ରରେ କ୍ୟାରିୟର ଚୟନ କରିବା ଅତ୍ୟନ୍ତ କଷ୍ଟକର ହୋଇପଡ଼େ। ବେଳେବେଳେ ପରିବାରର ଆବଶ୍ୟକତା ତ ଆଉ କେବେ ତରବରରେ ଅନ୍ୟ କାହାର ପ୍ରରୋଚନାରେ ପସନ୍ଦ କରିଥିବା କ୍ୟାରିୟରରେ ମନମାନେନା। ହୁଏତ ସେହି କ୍ୟାରିୟରରେ ଭଲ ଅର୍ଥ ଓ ସମ୍ମାନ ମିଳୁଥାଇପାରେ, କିନ୍ତୁ କିଛି ଦିନ ପରେ ମନେହୁଏ ଆଉ କିଛି କରିଥିଲେ ଭଲ ହୋଇଥାନ୍ତା।
ପାରିବାରିକ କାରଣ : କମ୍‌ ବୟସରେ କ୍ୟାରିୟର ନିଷ୍ପତ୍ତି ନେବା କିମ୍ବା ଘର ଲୋକଙ୍କ କହିବା ଅନୁସାରେ କ୍ୟାରିୟର ବାଛିବା ଫଳରେ ଅନେକ ସମୟରେ ତାହା ଭୁଲ ପରି ମନେହୁଏ। ବିଶେଷକରି ମହିଳାଙ୍କ ଜୀବନଶୈଳୀ ବିବାହ ପରେ କିପରି ରହିବ ତାହା ଚିନ୍ତା କରି ସେମାନଙ୍କୁ କ୍ୟାରିୟର ଗଢିବା ପାଇଁ ଚାପ ପକାଯାଏ। ବିଶେଷକରି ଶାଶୁଘର କିମ୍ବା ସ୍ବାମୀଙ୍କ ପରିସ୍ଥିତି ହିସାବରେ ତାକୁ କ୍ୟାରିୟର ବାଛିବା ପାଇଁ ବିଭିନ୍ନ ଆଡୁ ଚାପ ପକାଯାଏ। ତେଣୁ ସବୁ ସମ୍ପର୍କରେ ସମନ୍ବୟ ରଖିବା ପାଇଁ ସେମାନେ ବାଧ୍ୟ ବାଧକତାରେ ବି କ୍ୟାରିୟର ବାଛିଥାନ୍ତି। କିନ୍ତୁ ମନପସନ୍ଦର କ୍ୟାରିୟର କରି ନ ପାରିଲେ ହୁଏତ ପର ମୁହୂର୍ତ୍ତରେ ମାନସିକ ଅଶାନ୍ତି ଏମିତି କି ଡିପ୍ରେସନ ଭଳି ସମସ୍ୟା ବି ଦେଖା ଦେଇପାରେ। କ୍ୟାରିୟରରେ ସନ୍ତୁଷ୍ଟି ନ ଥିଲେ ଏଭଳି ଅନେକ ସମସ୍ୟା ଜୀବନର ଶାନ୍ତି ନଷ୍ଟ କରିଦିଏ। ତେଣୁ ଏଭଳି ପରିସ୍ଥିତିରେ କ୍ୟାରିୟର ବଦଳେଇବାର ଚିନ୍ତା କରିବା ଉଚିତ।
ବଦଳାଇବା ପୂର୍ବରୁ: କ୍ୟାରିୟରକୁ ନେଇ ଟେନସନ୍‌ ଥିଲେ ପ୍ରଥମେ ଭଲଭାବେ ଚିନ୍ତା କରିବା ଉଚିତ କି ପ୍ରକୃତରେ ଅସୁବିଧା କେଉଁଠି। ନିଜକୁ ଆତ୍ମ ସମୀକ୍ଷା କରି ଜାଣିବା ପାଇଁ ଚେଷ୍ଟା କରିବା ଦରକାର କି ପ୍ରକୃତରେ କ୍ୟାରିୟର ଭଲ ଲାଗୁନି ଅବା ଅଫିସ ପରିବେଶ। କାରଣ ଅନେକ ସମୟରେ ଅଫିସରେ ବସ୍‌ଙ୍କ ବ୍ୟବହାର ଭଲ ଲାଗେନି କିମ୍ବା ବୃତ୍ତି ଅନୁସାରେ ମିଳୁଥିବା ଦରମାରେ କମ୍‌ ଲାଗିଥାଏ। ଏମିତି କିଛି କାରଣରୁ ମଧ୍ୟ ବିରକ୍ତ ଲାଗେ। ତେଣୁ କ୍ୟାରିୟର ବଦଳେଇବା ଆଗରୁ ଭଲଭାବେ ଚିନ୍ତା କରି ନିଅନ୍ତୁ।
ନିଜକୁ ଅପଡେଟ୍‌ ରଖନ୍ତୁ: ସମାଜର ସବୁ ଘଟଣା ସମ୍ପର୍କରେ ଅପଡେଟ୍‌ ରୁହନ୍ତୁ। ତେଣୁ କେଉଁ କ୍ୟାରିୟର ବାଛିଲେ ଆପଣଙ୍କ ଭାବମୂର୍ତ୍ତି ଅନୁସାରେ ଠିକ୍‌ ହେବ ସେସମ୍ପର୍କରେ ଜାଣିପାରିବେ। ତା’ ଛଡା କେଉଁ କ୍ୟାରିୟର ପାଇଁ କିଭଳି ପ୍ରସ୍ତୁତ ହେବାକୁ ପଡିବ ସେସମ୍ପର୍କରେ ବି ଜାଣିବା ଆବଶ୍ୟକ।
ପୁଣିଥରେ ଆରମ୍ଭ: କ୍ୟାରିୟରକୁ ନେଇ ଖୁସି ନ ଥିଲେ ଯେକୌଣସି ମୁହୂର୍ତ୍ତରେ ନୂଆ କ୍ୟାରିୟର ଆରମ୍ଭ କରିହେବ। ଏକ ନିର୍ଦ୍ଦିିଷ୍ଟ ବୟସରେ ନୂଆ କରି ଆରମ୍ଭ କରିବା କଷ୍ଟ ଏବଂ ସଫଳତା ମିଳିବା ସମ୍ଭବ ନୁହେଁ ଏକଥା ଭାବିବା ଭୁଲ୍‌। କାହିଁକି ନା ଯେକୌଣସି ବୟସ ଓ ଯେକୌଣସି ସମୟରେ ପୁଣି ଥରେ ଆରମ୍ଭ କରାଯାଇପାରେ। ନୂଆ କରି କ୍ୟାରିୟର ଆରମ୍ଭ କରିବା ଫଳରେ ବରଂ ଅଧିକ ଖୁସି ଅନୁଭବ ହୋଇପାରିବ। ଏମିତି ଅନେକ ବ୍ୟକ୍ତିତ୍ୱ ଅଛନ୍ତି, ଯେଉଁମାନେ ବହୁ ବିଳମ୍ବରେ କ୍ୟାରିୟର ବଦଳାଇ ସଫଳ ହୋଇ ପାରିଛନ୍ତି।
କାମ ଛାଡ଼ିବା ଆଗରୁ: କ୍ୟାରିୟରକୁ ନେଇ ନିରାଶା ଥିଲେ ହଠାତ୍‌ ଚାକିରି ଛାଡ଼ିଦେବା ଠିକ୍‌ ନୁହେଁ। ବରଂ ଛାଡ଼ିବା ପୂର୍ବରୁ ଭାବିବା ଦରକାର କି ନୂଆ କ୍ୟାରିୟରରେ କ’ଣ ସବୁ ସମସ୍ୟା ହୋଇପାରେ। ହୁଏତ ତରବରରେ ନିଆଯାଇଥିବା ନିଷ୍ପତ୍ତି ଭବିଷ୍ୟତରେ ବହୁ ସମସ୍ୟା ସୃଷ୍ଟି କରିପାରେ। ଏହା ବ୍ୟତୀତ ହଠାତ୍‌ ଚାକିରି ଛାଡ଼ିଲେ ହୁଏତ ଆର୍ଥିକ ସମସ୍ୟା କାରଣରୁ ଅସୁବିଧା ଆସିପାରେ। ତେଣୁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀ: ଧୂଆଁଧାର ବ୍ୟାଟିଂ କରୁ କରୁ…

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରୋମାଞ୍ଚକର ମୁକାବିଲା ଜାରି ରହିଛି। ମ୍ୟାଚ୍ରେ ଭାରତ ପାଇଁ ପାଳି ଆରମ୍ଭ କରିଥିବା…

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

କ୍ୟାନସରକୁ ହରାଇ ୧୦ ବର୍ଷ ପରେ ଦଳକୁ ଫେରିଲେ ଏହି କ୍ରିକେଟର୍‌: ଅଚାନକ ମିଳିଲା..

ସିଡନୀ,୨।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ଦଳରେ ବଡ଼ ପରିବର୍ତ୍ତନ ହୋଇଛି। ଟେଷ୍ଟିକୁଲାର କ୍ୟାନସର ଭଳି ଗୁରୁତର ରୋଗକୁ ପରାସ୍ତ କରି…

ଟିଏମ୍‌ସିର ଜବତ ବ୍ୟାଙ୍କ ଆକାଉଣ୍ଟ ମାମଲା, ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୧୦: ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସି ଗୋଷ୍ଠୀର ପ୍ରାୟ ୮୦୪ କୋଟି ଟଙ୍କା ଥିବା ୪ଟି ଜବତ (ଡେବିଟ୍‌-ଫ୍ରିଜ) ବ୍ୟାଙ୍କ ଆକାଉଣ୍ଟକୁ ପରିଚାଳନା କରିବାକୁ ଅନୁମତି ଦେବା…

କାର୍ଯ୍ୟକାରୀ ହେଲା ଜନ୍ମ, ମୃତ୍ୟୁ ସଂଶୋଧନ ଆଇନ

ନୂଆଦିଲ୍ଲୀ,୨।୧୦: ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ଆଇନ, ୨୦୨୬ ଗୁରୁବାରଠାରୁ ଦେଶରେ ଲାଗୁ ହୋଇଛି । ଏଥିରେ ନିର୍ଦ୍ଧାରିତ ସମୟସୀମା ପରେ ଜଣାଯାଇଥିବା ଜନ୍ମ ଓ…

ହାଇଭୋଲଟେଜ୍‌ ଡ୍ରାମା କଲେ ରିଷଭ ପନ୍ତ: ଅମ୍ପାୟରଙ୍କ ସହ ଯୁକ୍ତିତର୍କ ପରେ ଘଟିଲା…

ନୂଆଦିଲ୍ଲୀ,୨।୧୦:ଭାରତୀୟ କ୍ରିକେଟ ଦଳର ଉଇକେଟକିପର-ବ୍ୟାଟର ଋଷଭ ପନ୍ତଙ୍କ ପାଇଁ ଇରାନୀ କପ୍‌ର ପ୍ରଥମ ଦିନ ମଇଦାନରେ ହାଇଭୋଲଟେଜ୍‌ ଡ୍ରାମା କରିଛନ୍ତି। ରେଷ୍ଟ ଅଫ ଇଣ୍ଡିଆର ଅଧିନାୟକ ଭାବେ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ଘର ଘର ବୁଲି କ୍ଷୀର ବିକୁଥିଲେ ନିତେଶ: ଏବେ ୬୪ ବର୍ଷର ଇତିହାସ ବଦଳାଇଦେଲେ ନିତେଶ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ କୁସ୍ତି ପାଇଁ ଆସିଛି ଐତିହାସିକ ସଫଳତା। ଗ୍ରୀକୋ-ରୋମାନ କୁସ୍ତିର ୯୭+ କିଲୋଗ୍ରାମ ବର୍ଗରେ ଭାରତର ନିତେଶ ସିୱାଚ ରୌପ୍ୟ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?