କ୍ୟାରିୟର ସ୍ବପ୍ନ

ଆତ୍ମନିର୍ଭରଶୀଳ ହେବା ସହିତ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଏବେ ମହିଳାମାନେ କ୍ୟାରିୟରକୁ ବେଶି ଗୁରୁତ୍ୱ ଦେଉଛନ୍ତି। ହେଲେ ଅନେକଙ୍କ କ୍ଷେତ୍ରରେ କ୍ୟାରିୟର ଚୟନ କରିବା ଅତ୍ୟନ୍ତ କଷ୍ଟକର ହୋଇପଡ଼େ। ବେଳେବେଳେ ପରିବାରର ଆବଶ୍ୟକତା ତ ଆଉ କେବେ ତରବରରେ ଅନ୍ୟ କାହାର ପ୍ରରୋଚନାରେ ପସନ୍ଦ କରିଥିବା କ୍ୟାରିୟରରେ ମନମାନେନା। ହୁଏତ ସେହି କ୍ୟାରିୟରରେ ଭଲ ଅର୍ଥ ଓ ସମ୍ମାନ ମିଳୁଥାଇପାରେ, କିନ୍ତୁ କିଛି ଦିନ ପରେ ମନେହୁଏ ଆଉ କିଛି କରିଥିଲେ ଭଲ ହୋଇଥାନ୍ତା।
ପାରିବାରିକ କାରଣ : କମ୍‌ ବୟସରେ କ୍ୟାରିୟର ନିଷ୍ପତ୍ତି ନେବା କିମ୍ବା ଘର ଲୋକଙ୍କ କହିବା ଅନୁସାରେ କ୍ୟାରିୟର ବାଛିବା ଫଳରେ ଅନେକ ସମୟରେ ତାହା ଭୁଲ ପରି ମନେହୁଏ। ବିଶେଷକରି ମହିଳାଙ୍କ ଜୀବନଶୈଳୀ ବିବାହ ପରେ କିପରି ରହିବ ତାହା ଚିନ୍ତା କରି ସେମାନଙ୍କୁ କ୍ୟାରିୟର ଗଢିବା ପାଇଁ ଚାପ ପକାଯାଏ। ବିଶେଷକରି ଶାଶୁଘର କିମ୍ବା ସ୍ବାମୀଙ୍କ ପରିସ୍ଥିତି ହିସାବରେ ତାକୁ କ୍ୟାରିୟର ବାଛିବା ପାଇଁ ବିଭିନ୍ନ ଆଡୁ ଚାପ ପକାଯାଏ। ତେଣୁ ସବୁ ସମ୍ପର୍କରେ ସମନ୍ବୟ ରଖିବା ପାଇଁ ସେମାନେ ବାଧ୍ୟ ବାଧକତାରେ ବି କ୍ୟାରିୟର ବାଛିଥାନ୍ତି। କିନ୍ତୁ ମନପସନ୍ଦର କ୍ୟାରିୟର କରି ନ ପାରିଲେ ହୁଏତ ପର ମୁହୂର୍ତ୍ତରେ ମାନସିକ ଅଶାନ୍ତି ଏମିତି କି ଡିପ୍ରେସନ ଭଳି ସମସ୍ୟା ବି ଦେଖା ଦେଇପାରେ। କ୍ୟାରିୟରରେ ସନ୍ତୁଷ୍ଟି ନ ଥିଲେ ଏଭଳି ଅନେକ ସମସ୍ୟା ଜୀବନର ଶାନ୍ତି ନଷ୍ଟ କରିଦିଏ। ତେଣୁ ଏଭଳି ପରିସ୍ଥିତିରେ କ୍ୟାରିୟର ବଦଳେଇବାର ଚିନ୍ତା କରିବା ଉଚିତ।
ବଦଳାଇବା ପୂର୍ବରୁ: କ୍ୟାରିୟରକୁ ନେଇ ଟେନସନ୍‌ ଥିଲେ ପ୍ରଥମେ ଭଲଭାବେ ଚିନ୍ତା କରିବା ଉଚିତ କି ପ୍ରକୃତରେ ଅସୁବିଧା କେଉଁଠି। ନିଜକୁ ଆତ୍ମ ସମୀକ୍ଷା କରି ଜାଣିବା ପାଇଁ ଚେଷ୍ଟା କରିବା ଦରକାର କି ପ୍ରକୃତରେ କ୍ୟାରିୟର ଭଲ ଲାଗୁନି ଅବା ଅଫିସ ପରିବେଶ। କାରଣ ଅନେକ ସମୟରେ ଅଫିସରେ ବସ୍‌ଙ୍କ ବ୍ୟବହାର ଭଲ ଲାଗେନି କିମ୍ବା ବୃତ୍ତି ଅନୁସାରେ ମିଳୁଥିବା ଦରମାରେ କମ୍‌ ଲାଗିଥାଏ। ଏମିତି କିଛି କାରଣରୁ ମଧ୍ୟ ବିରକ୍ତ ଲାଗେ। ତେଣୁ କ୍ୟାରିୟର ବଦଳେଇବା ଆଗରୁ ଭଲଭାବେ ଚିନ୍ତା କରି ନିଅନ୍ତୁ।
ନିଜକୁ ଅପଡେଟ୍‌ ରଖନ୍ତୁ: ସମାଜର ସବୁ ଘଟଣା ସମ୍ପର୍କରେ ଅପଡେଟ୍‌ ରୁହନ୍ତୁ। ତେଣୁ କେଉଁ କ୍ୟାରିୟର ବାଛିଲେ ଆପଣଙ୍କ ଭାବମୂର୍ତ୍ତି ଅନୁସାରେ ଠିକ୍‌ ହେବ ସେସମ୍ପର୍କରେ ଜାଣିପାରିବେ। ତା’ ଛଡା କେଉଁ କ୍ୟାରିୟର ପାଇଁ କିଭଳି ପ୍ରସ୍ତୁତ ହେବାକୁ ପଡିବ ସେସମ୍ପର୍କରେ ବି ଜାଣିବା ଆବଶ୍ୟକ।
ପୁଣିଥରେ ଆରମ୍ଭ: କ୍ୟାରିୟରକୁ ନେଇ ଖୁସି ନ ଥିଲେ ଯେକୌଣସି ମୁହୂର୍ତ୍ତରେ ନୂଆ କ୍ୟାରିୟର ଆରମ୍ଭ କରିହେବ। ଏକ ନିର୍ଦ୍ଦିିଷ୍ଟ ବୟସରେ ନୂଆ କରି ଆରମ୍ଭ କରିବା କଷ୍ଟ ଏବଂ ସଫଳତା ମିଳିବା ସମ୍ଭବ ନୁହେଁ ଏକଥା ଭାବିବା ଭୁଲ୍‌। କାହିଁକି ନା ଯେକୌଣସି ବୟସ ଓ ଯେକୌଣସି ସମୟରେ ପୁଣି ଥରେ ଆରମ୍ଭ କରାଯାଇପାରେ। ନୂଆ କରି କ୍ୟାରିୟର ଆରମ୍ଭ କରିବା ଫଳରେ ବରଂ ଅଧିକ ଖୁସି ଅନୁଭବ ହୋଇପାରିବ। ଏମିତି ଅନେକ ବ୍ୟକ୍ତିତ୍ୱ ଅଛନ୍ତି, ଯେଉଁମାନେ ବହୁ ବିଳମ୍ବରେ କ୍ୟାରିୟର ବଦଳାଇ ସଫଳ ହୋଇ ପାରିଛନ୍ତି।
କାମ ଛାଡ଼ିବା ଆଗରୁ: କ୍ୟାରିୟରକୁ ନେଇ ନିରାଶା ଥିଲେ ହଠାତ୍‌ ଚାକିରି ଛାଡ଼ିଦେବା ଠିକ୍‌ ନୁହେଁ। ବରଂ ଛାଡ଼ିବା ପୂର୍ବରୁ ଭାବିବା ଦରକାର କି ନୂଆ କ୍ୟାରିୟରରେ କ’ଣ ସବୁ ସମସ୍ୟା ହୋଇପାରେ। ହୁଏତ ତରବରରେ ନିଆଯାଇଥିବା ନିଷ୍ପତ୍ତି ଭବିଷ୍ୟତରେ ବହୁ ସମସ୍ୟା ସୃଷ୍ଟି କରିପାରେ। ଏହା ବ୍ୟତୀତ ହଠାତ୍‌ ଚାକିରି ଛାଡ଼ିଲେ ହୁଏତ ଆର୍ଥିକ ସମସ୍ୟା କାରଣରୁ ଅସୁବିଧା ଆସିପାରେ। ତେଣୁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri