କଙ୍ଗାରୁ କେୟାର

ଶିଶୁର ଉତ୍ତମ ସ୍ବାସ୍ଥ୍ୟ ତଥା ବିଭିନ୍ନ ସମସ୍ୟା ଦୂର କରିବା ନିମନ୍ତେ କଙ୍ଗାରୁ କେୟାର ବା କେଏମ୍‌ସି ଏକ ସୁନ୍ଦର ବିକଳ୍ପ। ନବଜାତ ଶିଶୁକୁ କଙ୍ଗାରୁ ଭଳି ନିଜ ତ୍ୱଚା ସହ ଲଗାଇ ରଖିବାକୁ ହୋଇଥାଏ। ମାଆମାନଙ୍କୁ ପରିଷ୍କାର ପରିଚ୍ଛନ ଉପରେ ଅଧିକ ଧ୍ୟାନ ଦେବାକୁ ହେବ। ମା’କୁ କୌଣସି ପ୍ରକାରର ରୋଗ ହୋଇ ନ ଥିବ, ସେ ପୋଷାକ ବଦଳାଉଥିବେ ଏବଂ ହାତକୁ ସଫା ରଖିବାକୁ ହେବ। ଯଦି ମାଆଟିଏ କେଏମ୍‌ସି ଦେବାକୁ ଅକ୍ଷମ ତେବେ ଶିଶୁର ପିତା କିମ୍ବା ଦାଦା ଅଥବା ପରିବାରର ଅନ୍ୟ ସଦସ୍ୟ ବି ଶିଶୁକୁ କେଏମ୍‌ସି ଦେଇପାରିବେ।
କିପରି ଦେବେ କେଏମ୍‌ସି
କେଏମ୍‌ସି ଦେବା ସମୟରେ ଆଗପଟରୁ ଖୋଲା ହୋଇପାରୁଥିବା ପୋଷାକ ପିନ୍ଧନ୍ତୁ। ଶିଶୁକୁ ମଧ୍ୟ ନ୍ୟାପକିନ୍‌ ପିନ୍ଧାଇବା ସହିତ ଆଗପଟରୁ ଖୋଲା ଥିବା ପୋଷାକ ପିନ୍ଧାନ୍ତୁ। ଶିଶୁକୁ କେଏମ୍‌ସି ଦେଉଥିବା ବ୍ୟକ୍ତି ପୋଷାକ ଖୋଲି ଛାତିରେ ଜାକି ଧରନ୍ତୁ। ଏହି ପ୍ରକ୍ରିୟା ବସିବାବେଳେ କିମ୍ବା ଶୋଇବାବେଳେ ଦେଇପାରିବେ। ପ୍ରଥମେ ଅତିକମରେ ୧ଘଣ୍ଟା ଏବଂ ପରେ ସମୟ ବଢାଇ ପୂରା ଦିନ ଶିଶୁକୁ କେଏମ୍‌ସି ଦେବା ଉଚିତ। ଶିଶୁର ଓଜନ ଅଢେଇ କିଲୋଗ୍ରାମରୁ ଅଧିକ ହେଲେ କେଏମ୍‌ସି ବନ୍ଦ କରି ଦିଆଯାଇପାରେ।
କେଏମ୍‌ସିର ଲାଭ:କଙ୍ଗାରୁ କେୟାର ପଦ୍ଧତି ଦ୍ୱାରା ଶିଶୁର ଶୀଘ୍ର ଓଜନ ବୃଦ୍ଧି ହୋଇଥାଏ। ମା’ର କ୍ଷୀର ବଢ଼ିଥାଏ। ଶିଶୁର ତାପମାତ୍ରା ଠିକ୍‌ ରହିଥାଏ ଏବଂ ଇନ୍‌ଫେକସନରୁ ମୁକ୍ତି ମିଳିଥାଏ। ଠିକ୍‌ଭାବେ ପ୍ରକ୍ରିୟା କରିଲେ ମାତ୍ର ୩ ଦିନରେ ନବଜାତ ଶିଶୁର ବିକାଶ ହୋଇଥାଏ। ନବଜାତ ଶିଶୁର ମୃତ୍ୟୁହାର ବି କମ୍‌ ହୋଇଥାଏ।ବିଶେଷଜ୍ଞଙ୍କ କହିବା ଅନୁସାରେ ଇନ୍‌କ୍ୟୁବେଟର ତୁଳନାରେ କେଏମ୍‌ସି ଅତ୍ୟନ୍ତ ଫଳପ୍ରଦ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri