ମୃତ ନିର୍ମାଣ ଶ୍ରମିକଙ୍କ ନାଁରେ କାର୍ଡ ପଞ୍ଜୀକରଣ

ରାୟଗଡ଼ା,୨୪।୮(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଶ୍ରମ କାର୍ଯ୍ୟାଳୟରେ ପିଛା ଛାଡ଼ୁନି ଦୁର୍ନୀତି ଓ କେଳେଙ୍କାରୀ। ନିର୍ମାଣ ଶ୍ରମିକ କାର୍ଡରେ ମୃତ୍ୟୁକାଳୀନ ବୀମା ଅର୍ଥ ହେରଫେର ଘଟଣାରେ ଜିଲା ଶ୍ରମ ଅଧିକାରୀ ଜସ୍ମିନ ଶୁଭଦର୍ଶିନୀ ସାହୁ ନିଲମ୍ବିତ ହୋଇଥିଲେ। ଏବେ ପୁଣି ଏକ ଦୁର୍ନୀତି ସାମ୍ନାକୁ ଆସିଛି। ଜିଲା ଶ୍ରମ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ସହକାରୀ ଶ୍ରମ ଅଧିକାରୀ ମୃତକଙ୍କ ନାଁରେ ନିର୍ମାଣ ଶ୍ରମିକ କାର୍ଡକୁ ଅନୁମୋଦନ କରିଥିବା ଘଟଣା ନଜରକୁ ଆସିଛି। କଲ୍ୟାଣସିଂହପୁର ବ୍ଲକ୍‌ର ଜଣେ ମୃତ ମହିଳା ଓ କାଶୀପୁର ବ୍ଲକ୍‌ର ଜଣେ ମୃତ ପୁରୁଷଙ୍କ ନାଁରେ ନିର୍ମାଣ ଶ୍ରମିକ କାର୍ଡ ପଞ୍ଜୀକରଣ ହୋଇଥିବା ଜଣାପଡ଼ିଛି। କେବଳ ଏହି ୨ ଜଣ ନୁହନ୍ତି, ଏଭଳି ଅନେକ ମୃତକଙ୍କ ନାମରେ ନିର୍ମାଣ ଶ୍ରମିକ କାର୍ଡ ପଞ୍ଜୀକରଣ ହୋଇଥିବା ସନ୍ଦେହ ଘେରକୁ ଆସିଥିବା ନେଇ ସାମାଜିକ କର୍ମୀ ବଳରାମ ପଣ୍ଡା ସୂଚନା ଦେଇଛନ୍ତି।
ଘଟଣାରୁ ପ୍ରକାଶ, କଲ୍ୟାଣସିଂହପୁର ବ୍ଲକ୍‌ କଦଳୀଚୁଆଁ ଗ୍ରାମର ପ୍ରମିଳା କୌଶଲିଆ ୨୦୨୩ ନଭେମ୍ବର ୧୫ରେ ମୃତ୍ୟୁବରଣ କରିଥିବା ତାଙ୍କ ମୃତ୍ୟୁ ପ୍ରମାଣପତ୍ର ପଞ୍ଜୀକରଣ ସଂଖ୍ୟା ୬୨୮/୨୦୨୩ରେ ଉଲ୍ଲେଖ ରହିଛି। ହେଲେ ଉକ୍ତ ମୃତ ମହିଳାଙ୍କ ନାଁରେ ୨୦୨୩ ଡିସେମ୍ବର ୩୦ରେ ନିର୍ମାଣ ଶ୍ରମିକ କାର୍ଡ ନମ୍ବର(ଓଡିଆର୍‌ଜିଡି ୦୦୧୦୯୪୩୫୯)ରେ ପଞ୍ଜୀକରଣ କରାଯାଇଥିଲା। ଜିଲା ଶ୍ରମ କାର୍ଯ୍ୟାଳୟରେ କାର୍ଯ୍ୟରତ ସହକାରୀ ଶ୍ରମ ଅଧିକାରୀ ସଞ୍ଜୟ କୁମାର ରଇତ କୌଣସି ଅନୁଧ୍ୟାନ ନ କରି ଏହାକୁ ଅନୁମୋଦନ କରିଛନ୍ତି। ସେହିଭଳି କାଶୀପୁର ବ୍ଲକ୍‌ ପାଞ୍ଚାଲି ଗ୍ରାମର ଇଙ୍ଗୁ ମାଝିଙ୍କର ୨୦୨୩ ଅକ୍ଟୋବର ୧୫ରେ ମୃତ୍ୟୁ ହୋଇଥିବା ବେଳେ ୨୦୨୩ ଅକ୍ଟୋବର ୧୭ରେ ତାଙ୍କ ନାଁରେ ନିର୍ମାଣ ଶ୍ରମିକ କାର୍ଡ ନଂ.(ଓଡିଆର୍‌ଜିଡି ୦୦୧୦୯୫୨୬୨) ପଞ୍ଜୀକରଣ ହୋଇଛି। ଇଙ୍ଗୁଙ୍କ ମୃତ୍ୟୁ ପ୍ରମାଣପତ୍ର ପଞ୍ଜୀକରଣ ସଂଖ୍ୟା ୯୬୨/୨୦୨୩କୁ ଦେଖିଲେ ସହଜେ ଏହା ଅନୁମେୟ। ତେବେ ଏହି ଦୁଇଟି ନିର୍ମାଣ ଶ୍ରମିକ କାର୍ଡ ଆବେଦନ ପରେ ସହକାରୀ ଶ୍ରମ ଅଧିକାରୀ ରଇତ କେଉଁ ଆଧାରରେ ତଦନ୍ତକରି ଅନୁମୋଦନ କରିଛନ୍ତି ତାହା ତଦନ୍ତ ସାପେକ୍ଷ। ଏ ସମ୍ପର୍କରେ ସହକାରୀ ଶ୍ରମ ଅଧିକାରୀ ସଞ୍ଜୟ ରଇତଙ୍କୁ ପଚାରିବାରୁ ଏହା ଟ୍ରେଡ୍‌ ୟୁନିୟନ କର୍ମକର୍ତ୍ତାମାନେ ପଞ୍ଜୀକରଣ ପାଇଁ ଆବେଦନ କରିଥିଲେ। ତେଣୁ ତାହାକୁ ଅନୁମୋଦନ ଦିଆଯାଇଛି। ତେବେ ଟ୍ରେଡ୍‌ ୟୁନିୟନ ଆବେଦନ କରାଇଲେ ଏହାର ତଦନ୍ତ ନ କରିବା ପାଇଁ କୌଣସି ନିୟମ ଅଛି କି ପଚାରିବାରୁ ସେଭଳି କିଛି ନ ଥିବା କହିଥିଲେ। ଜିଲା ଶ୍ରମ ଅଧିକାରୀ ଗୋପାଳ ମଙ୍ଗରାଜଙ୍କୁ ପଚାରିବାରୁ ଏ ନେଇ ଯାଞ୍ଚ ଚାଲିଛି ବୋଲି କହିଛନ୍ତି। ଜିଲା ଶ୍ରମ ଅଧିକାରୀ ମୃତ୍ୟୁକାଳୀନ ବୀମାରାଶି ହେରଫେର ଘଟଣାରେ ନିଲମ୍ବିତ ହେବା ସହ ଜିଲା ଶ୍ରମ ବିଭାଗ ତାଙ୍କ ନାଁରେ ଥାନାରେ ମାମଲା ରୁଜୁ କରିଛି। ତେବେ ମୃତ୍ୟୁ ପରେ ନିର୍ମାଣ ଶ୍ରମିକ କାର୍ଡ ପଞ୍ଜୀକରଣ ହୋଇଥିବା ଘଟଣାରେ ଥାନାରେ କାହିଁକି ମାମଲା ରୁଜୁ କରୁନାହିଁ ଶ୍ରମ ବିଭାଗ। ତେଣୁ ଜିଲା ପ୍ରଶାସନ ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟିଦେଇ ଏହାର ନିରପେକ୍ଷ ତଦନ୍ତକଲେ ଏହି ଦୁର୍ନୀତିରେ ଲିପ୍ତ ରହିଥିବା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଅସଲ ମୁଖା ଖୋଲିଯିବ ବୋଲି ସାମାଜିକ କର୍ମୀ ବଳରାମ ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ପଞ୍ଚାୟତ ନିର୍ବାଚନ: ଜିତିବା ପାଇଁ ଭାଜପା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,୪ା୧୦: ରାଜ୍ୟରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଗ୍ରାମାଞ୍ଚଳରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ନିର୍ବାଚନୀ ମଇଦାନରେ ସଫଳତା ହାସଲ କରିବା ପାଇଁ ଭାରତୀୟ…

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

IND vs WI:‘ବର୍ତ୍ତମାନ ପରୀକ୍ଷା-ନିରୀକ୍ଷା କରିବାର ସମୟ ନୁହେଁ’ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ଶୁବମନ ଗିଲ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ, ବିଶେଷକରି ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ…

ଡବଲ ପର୍ସନାଲିଟିର ଶିକାର ହୋଇଛନ୍ତି ବୈଭବ ସୂର୍ଯ୍ୟବଂଶୀ! ଶ୍ରେୟସ ଆୟର ଖୋଲିଲେ ବିସ୍ଫୋରକ ବ୍ୟାଟରଙ୍କ ରାଜ

ନୂଆଦିଲ୍ଲୀ,୪।୧୦: ଯୁବ ଭାରତୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଧୂଆଁଧାର ବ୍ୟାଟିଂ ପାଇଁ ଜଣାଶୁଣା; ଯେତେବେଳେ ସେ ଲୟକୁ ଆସନ୍ତି, ସେତେବେଳେ ତାଙ୍କ ପ୍ରଭାବ ସାରା ବିଶ୍ୱରେ…

Chanakya Niti: ସ୍ତ୍ରୀଙ୍କ ପାଖରେ ସବୁବେଳେ ସ୍ବାମୀ ଏହି ୫ କଥା ଲୁଚାଇ ରଖିବା ଜରୁରୀ, ନଚେତ୍‌…

ସଫଳ ଏବଂ ସୁଖମୟ ଜୀବନ ବିତାଇବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅତ୍ୟନ୍ତ ମାର୍ଗଦର୍ଶକ ସାବ୍ୟସ୍ତ ହୋଇଥାଏ। ନିଜର ଆତ୍ମସମ୍ମାନ, ସମ୍ପର୍କ ଏବଂ ସାମାଜିକ ପ୍ରତିଷ୍ଠାକୁ ବଜାୟ…

ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଲା: ପେଶାଦାର ଅପରାଧୀଙ୍କୁ ହତ୍ୟା

ବ୍ରହ୍ମପୁର, ୪/୧୦ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଛି। ଘଟଣାଟି ନିମଖଣ୍ଡି ଗାଁ ମୁଣ୍ଡରେ ଘଟିଛି। ଜଣେ ପେଶାଦାର ଅଭିଯୁକ୍ତଙ୍କ ବେକ କାଟି…

ଶେଖ ହାସିନା କେବେ ବାଂଲାଦେଶ ଫେରିବେ? ଉତ୍ତର ଦେଲା ଭାରତ

ନୂଆଦିଲ୍ଲୀ/ଢାକା,୪।୧୦: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେଇ ଭାରତ କହିଛି ଯେ ତାଙ୍କ ଫେରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା…

ମଶାଣି ଗୃହ ନଥିବାରୁ ହଟହଟା ଗ୍ରାମବାସୀ: ନିଜ ପାଇଁ ନିଜେ ଶ୍ମଶାନ ଜମି ସଫେଇ କଲା ଗ୍ରାମ୍ୟ କମିଟି

ଦାରିଙ୍ଗବାଡ଼ି, ୪/୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ପଞ୍ଚାୟତର ଗ୍ରାମ୍ୟ କମିଟି ପକ୍ଷରୁ ନିଜ ଗାଁ ଶ୍ମଶାନ ଜମିକୁ ନିଜେ ସଫେଇ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?