ରାଜଧାନୀରେ ଆନ୍ତଃରାଜ୍ୟ କାର ଚୋରି ର଼୍ୟାକେଟ୍‌

ଭୁବନେଶ୍ୱର,୧୩।୧୨(ବ୍ୟୁରୋ): ବାହାର ରାଜ୍ୟରୁ ଚୋରି, ଭୁବନେଶ୍ୱରରେ ବିକ୍ରି। ସକ୍ରିୟ ରହିଥିବା ଏକ ଆନ୍ତଃରାଜ୍ୟ କାର୍‌ ଚୋରି ର଼୍ୟାକେଟକୁ ଧରିଛି କମିଶନରେଟ୍‌ ପୋଲିସ। ରବିବାର ଶହୀଦନଗର ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ର଼୍ୟାକେଟର ରହସ୍ୟ ଉନ୍ମୋଚନ କରିଛି। ଗିରଫ ଅଭିଯୁକ୍ତ ହେଲେ ଚନ୍ଦକା ଥାନା ଗୋଠପାଟଣାରେ ରହୁଥିବା ଛତିଶଗଡ଼ କାଙ୍କେର ଜିଲା ସଦର ଥାନାଞ୍ଚଳର ଅବଦୁଲ୍‌ ସକୁର୍‌ ଜନ୍‌କବିର୍‌(୪୮)। ତାଙ୍କଠାରୁ ପୋଲିସ ଦୁଇଟି ଚୋରା କାର ଜବତ କରିଛି। ପୋଲିସ ଆଇପିସିର ୩୭୯/୪୧୧/୪୧୪/୪୮୨ ଦଫାରେ ଏକ ମାମଲା (ନଂ.୫୦୫/୨୧) ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅବଦୁଲ୍‌ ମଧ୍ୟପ୍ରେଦଶ ଓ ଛତିଶଗଡ଼ରୁ ୪୦ଟି ଚୋରା କାର୍‌ ଆଣି ଭୁବନେଶ୍ୱରରେ ବିକ୍ରି କରିଛି। ଏହି ର଼୍ୟାକେଟ୍‌ରେ ଦୁଇ ରାଜ୍ୟର ଲୁଟେରା ଗ୍ୟାଙ୍ଗ୍‌ ସମ୍ପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଛି। ତେବେ ଏଥିରେ ଓଡ଼ିଶାରୁ କେହି ସାମିଲ ଅଛନ୍ତି ନା ନାହିଁ ସେନେଇ ପୋଲିସ ଖୋଳତାଡ଼ ଚଳାଇଛି।

ଜବତ ଫାଇନାନ୍ସ ଗାଡ଼ିର ନମ୍ବର ଲଗାଇ ବିକୁଥିଲେ
ଅବ୍‌ଦୁଲ୍‌ ବିଭିନ୍ନ ଫାଇନାନ୍ସ କମ୍ପାନୀରେ ପଡ଼ି ରହି ନଷ୍ଟ ହେଉଥିବା ଜବତ କାର୍‌କୁ କିଣି ବିକ୍ରି କରୁଥିଲେ। ଏହି ସମୟରେ ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ଗାଡି ଲୁଟେରାଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ସେଠାରୁ ଚୋରି କାର୍‌କୁ ଭୁବନେଶ୍ୱରରେ ବିକ୍ରି କରିବାକୁ ସେମାନେ ଅଦବୁଲ୍‌କୁ ଅଫର୍‌ ଦେଇଥିଲେ। ଅଧିକ ଟଙ୍କା ରୋଜଗାର କରିବା ଲୋଭରେ ଅବଦୁଲ ଉକ୍ତ ଗ୍ୟାଙ୍ଗ୍‌ ସହ ଯୋଡ଼ି ହୋଇ ଚୋରି ଗାଡ଼ି ବିକ୍ରିର ନୂଆ ବ୍ୟବସାୟ ଆରମ୍ଭ କରିଥିଲେ। ଅବଦୁଲ୍‌ ଫାଇନାନ୍ସ କମ୍ପାନୀରୁ ଆଣୁଥିବା ଭଙ୍ଗା କାରର ନମ୍ବର ପ୍ଲେଟ୍‌ କାଢି ରଖୁଥିଲେ। ତେବେ ଲୁଟେରାମାନେ ଯେଉଁ ଚୋରା କାର୍‌ ଦେଉଥିଲେ ସେଥିରେ ସେ ଉକ୍ତ ନମ୍ବର ଲଗାଇ ବିକ୍ରି କରୁଥିଲେ। ଚୋରା କାର୍‌ର ବିକ୍ରି ଟଙ୍କାକୁ ସେ ଲୁଟେରା ଗ୍ୟାଙ୍ଗକୁ ଦେବା ସହ ନିଜ କମିଶନ ମଧ୍ୟ କାଟି ରଖୁଥିଲେ।

ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ ମଧ୍ୟପ୍ରଦେଶ ପୋଲିସ
କମିଶନରେଟ ପୋଲିସ ଅବଦୁଲଙ୍କୁ ଧରିବା ପରେ ମଧ୍ୟପ୍ରଦେଶ ପୋଲିସକୁ ଖବର ଦେଇଥିଲା। ମଧ୍ୟପ୍ରଦେଶ ପୋଲିସ ଶହୀଦନଗର ଥାନାରେ ପହଞ୍ଚତ୍ ତଦନ୍ତ କରିବା ସହ ସେଠାରେ ସକ୍ରିୟ ଥିବା କାର୍‌ ଲୁଟେରା ଗ୍ୟାଙ୍ଗଙ୍କ ସମ୍ପର୍କରେ ତଥ୍ୟ ହାସଲ ପାଇଁ ଅଭିଯୁକ୍ତ ଅବ୍‌ଦୁଲକୁ ରିମାଣ୍ଡରେ ନେବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୌଳିକ ସୁବିଧା ଅପହଞ୍ଚ ଗାଁ କମାରଖୋଲ: କୂଅ-ଝରଣା ପାଣି ଉପରେ ନିର୍ଭର

ନୂଆପଡ଼ା,୨୫ା୮ (ମକାରୁ ବେମାଲ):ସ୍ବାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ନୂଆପଡ଼ା ଜିଲା ବୋଡେନ ବ୍ଲକ ଖଇରା ପଞ୍ଚାୟତ କମାରଖୋଲ ଗଁାରେ ମୌଳିକ ସୁବିଧା ଅପହଞ୍ଚ ହୋଇରହିଛି। ଗଁାରେ ୨୦…

ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ: ମମତାଙ୍କୁ ଧମକ ଦେଲେ ମୁଖ୍ୟମନ୍ତ୍ରୀ! ଘରୁ ବାହାରିବାକୁ….

କୋଲକାତା,୨୫ା୮: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ସେୟାର କରି ଶୁଭେନ୍ଦୁ…

ଗରିମା କନକ୍ଲେଭ୍‌, ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ

ଛତ୍ରପୁର,୨୫।୮( ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ‘ଗରିମା ଯୋଜନା’ର ସଫଳ ରୂପାୟନ ପାଇଁ ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ…

ଧାନ ବିକ୍ରି ପଞ୍ଜୀକରଣବେଳେ ଚାଷୀଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ): ଖରିଫ ୨୦୨୬-୨୭ ଧାନ ବିକ୍ରି ପାଇଁ ପାକ୍ସଗୁଡ଼ିକରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଥିବାବେଳେ ଆଗଲପୁର ବ୍ଲକ ମୁରୁଶୁଣ୍ଡି ପାକ୍ସରେ ଧାନ କିଣାବିକାକୁ ନେଇ ଏକ…

ଦୁର୍ଗମ ଅଞ୍ଚଳରେ ‘ଦମନ’ ଟିମ୍‌: କମୁଛି ମ୍ୟାଲେରିଆ ଜ୍ୱର ଭୟ

ଦାରିଙ୍ଗବାଡି, ୨୫।୮ (ଅରୁଣ ସାହୁ): ମ୍ୟାଲେରିଆ ମୁକ୍ତ ଲକ୍ଷ୍ୟରେ ଦୁର୍ଗମ ଅଞ୍ଚଳରେ ଅପରେଶନ ଦମନ କାର୍ଯ୍ୟକ୍ରମ ଜୋରଦାର କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ଜଳ ନିଷ୍କାସନ ଫେଲ୍‌, ବେହାଲ ବରଗଡ଼ ସହର

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍‌(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri