Posted inଜାତୀୟ

ବରଫରେ ଖାଲକୁ ଖସିଲା କାର୍‌, ଭିଡିଓ ଦେଖିଲେ…

ଶ୍ରୀନଗର,୨୭ା୧୨: ବର୍ତ୍ତମାନ ଦେଶର ଅନେକ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଏହି ସମୟରେ କଶ୍ମୀରର ଚାରିଆଡ଼େ ବରଫ ପଡ଼ିଛି। ଯଦିଓ ଶୀତଋତୁରେ କଶ୍ମୀର ସବୁଠାରୁ ସୁନ୍ଦର ଦେଖାଯାଏ, କିନ୍ତୁ ଅସୁବିଧା ମଧ୍ୟ ସୃଷ୍ଟି ହୋଇଥାଏ। ନିକଟରେ ଜମ୍ମୁ କାଶ୍ମୀରର ଗୁଲମର୍ଗରୁ ଏକ ସଡ଼କ ଦୁର୍ଘଟଣାର ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ବରଫ ରାସ୍ତା ଯୋଗୁ ଏକ କାର୍‌ ରାସ୍ତାପାର୍ଶ୍ୱ ବାଡ଼ା ଭାଙ୍ଗି ଖାଲ ମଧ୍ୟକୁ ଖସିପଡ଼ିଥିଲା। ବର୍ତ୍ତମାନ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ସୂଚନାନୁଯାୟୀ, ଜମ୍ମୁ କଶ୍ମୀରର ଗୁଲମର୍ଗରେ ଏହି ଘଟଣା ଘଟିଛି। ଏଠାରେ ତୁଷାରପାତ ରାସ୍ତା ଥିବାରୁ ଏକ କାର୍‌ ଖସି ଖାଲରେ ପଡ଼ିଯାଇଛି। ଏହି ଦୁର୍ଘଟଣାରେ ଅତି କମ୍‌ରେ ୫ ଜଣ ଆହତ ହୋଇଥିବା କୁହାଯାଉଛି। ରାସ୍ତା କଡ଼ରେ ଥିବା ବାଡ଼ାକୁ ଭାଙ୍ଗିବା ପରେ କାର୍‌ଟି ଖାଲ ମଧ୍ୟକୁ ଖସିପଡ଼ିଥିଲା। ଦୁର୍ଘଟଣାର ଭିଡିଓ ପଛରେ ଆଉ ଏକ କାର୍‌ରେ ବସିଥିବା ଲୋକମାନେ ରେକର୍ଡ କରିଛନ୍ତି। ଭିଡିଓରେ ରାସ୍ତାରେ ବରଫ ଦେଖାଯାଉଛି, ଯେଉଁଥିପାଇଁ କାରଟି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ଫଳରେ ଏହି ଦୁର୍ଘଟଣା ଘଟିଥିଲା।

ଘଟଣାର ଭିଡିଓ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଟୁଇଟ୍‌ କରିଛନ୍ତି। ସେ ଲେଖିଛନ୍ତି- ଶୀତଦିନେ କଶ୍ମୀରରେ ଗାଡ଼ି ଚଳାଇବା ଏକ ଦୁଃସ୍ବପ୍ନ ହୋଇପାରେ। ମୁଁ ଆଶା କରୁଛି ଏହି ଗାଡ଼ିରେ ଥିବା ସମସ୍ତ ଲୋକ ନିଶ୍ଚିତ ସମୟ ପୂର୍ବରୁ ବାହାରକୁ ଆସିଥିବେ। ଭିଡିଓ ସୋସିଆଲ ମିଡିଆରେ ଶେୟାର ହେବା ମାତ୍ରେ ତୀବ୍ର ବେଗରେ ଲୋକମାନେ ଦେଖୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମା ମାଗନ୍ତୁ ରାହୁଲ, ସଂସଦରେ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ…

ନୂଆଦିଲ୍ଲୀ,୧୩।୩ : ଲଣ୍ଡନରେ ରାହୁଲ ଗାନ୍ଧୀଙ୍କ ବିବୃତ୍ତି ନେଇ ସୋମବାର ଲୋକସଭା ଓ ରାଜ୍ୟସଭାରେ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ ହୋଇଛି। ଭାଜପା ଏମପିମାନେ ଗୋଟିଏ ସ୍ବରରେ...

ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ହୁଅନ୍ତୁ, ୧୦୦୧ ଶିଡ଼ି ଚଢି ମନ୍ଦିରରେ ପ୍ରାର୍ଥନା କଲେ ଭାଜପା ଏମ୍‌ପି

ବେଙ୍ଗାଲୁରୁ, ୧୯।୭: କର୍ନାଟକରେ ଏବେ ଚାଲିଛି ରାଜନୈତିକ ନାଟକ। କ୍ଷମତା ପାଇଁ ଚାଲିଛି ଜୋରଦାର ଲଢେଇ। ବିଧାନସଭାରେ ଆସ୍ଥା ଭୋଟ ପୂର୍ବରୁ ଭାଜପା ସାଂସଦ ଶୋଭା...

ମୋଦିଙ୍କୁ ଛାଡ଼ିଛନ୍ତି ମୁସଲମାନ

ନୂଆଦିଲ୍ଲୀ,୨୨ା୫: ଦେଶର ସମସ୍ତ ସରକାରୀ ସଂସ୍ଥା ଉପରେ ଭାରତୀୟ ମୁସଲମାନମାନଙ୍କ ଅଗାଧ ବିଶ୍ୱାସ ରହିଛି। କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସରକାରଙ୍କ ଉପରେ...

ସରକାରୀ ବାବୁ ଉଠାଉ ନାହାନ୍ତି ଫୋନ୍‌: ରିପୋର୍ଟ ତଲବ କଲେ ଯୋଗୀ

ଲକ୍ଷ୍ନୌ,୧୬।୩: ଉତ୍ତରପ୍ରଦେଶରେ ସରକାରୀ ଅଫିସରେ କୌଣସି ଅଫିସର ଫୋନ୍‌ ଉଠାଉ ନାହାନ୍ତି। ଖୋଦ୍‌ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟର ଅବସ୍ଥା ମଧ୍ୟ ସମାନ। ଏନେଇ ଅଭିଯୋଗ...

ପ୍ଲାଷ୍ଟିକ କାରଖାନାରେ ଅଗ୍ନିକାଣ୍ଡ

କୋଲକାତା, ୧୨।୧୦-ଉତ୍ତର କୋଲକାତାର ଚିତ୍‌ପୁର ଅଞ୍ଚଳରେ ଥିବା ଏକ ପ୍ଲାଷ୍ଟିକ କାରଖାନାରେ ସୋମବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଖବରପାଇ ଅଗ୍ନିଶମ ବିଭାଗର ୧୦ଟି ଗାଡି ଘଟଣାସ୍ଥଳରେ...

ବ୍ଲଡ୍‌ କ୍ୟାନସର ପୀଡ଼ିତା ଯୁବତୀ ହେଲେ ଗୋଟିଏ ଦିନ ପାଇଁ ପୋଲିସ କମିଶନର

ହାଇଦ୍ରାବାଦ୍‌,୩୦।୧୦: ତେଲେଙ୍ଗାନାରେ ପୋଲିସ ବିଭାଗ ପକ୍ଷରୁ ଜଣେ ବ୍ଲଡ୍‌ କ୍ୟାନସର ପୀଡ଼ିତା ଯୁବତୀଙ୍କର ସ୍ବପ୍ନକୁ ପୂରଣ କରିବା ପାଇଁ ଉଦ୍ୟମ କରାଯାଇଛି। ସ୍ଥାନୀୟ ରାଚାକୋଣ୍ଡା ପୋଲିସ...

ସୁଶାନ୍ତଙ୍କ ଘରେ ଲାଗି ନ ଥିଲା ସିସିଟିଭି କ୍ୟାମେରା: ସାମ୍ନାକୁ ଆସିଲା ପୋଲିସର ଚାଞ୍ଚଲ୍ୟକର ବୟାନ

ମୁମ୍ବାଇ,୭।୭: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଘଟଣାରେ ଆଉ ଏକ ନୂଆ ମୋଡ ଆସିଛି। ସୁଶାନ୍ତଙ୍କ ଘରେ କୌଣସି ସିସିଟିଭି କ୍ୟାମେରା ଲାଗି...

ଆଜି ଶପଥ ନେବେ ମନ୍ତ୍ରୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ,୧୮।୩: ପଞ୍ଜାବରେ ଭଗୱନ୍ତ ମାନଙ୍କ ନେତୃତ୍ୱଧୀନ ସରକାର ଗଠନ ହେବା ପରେ ଏବେ କ୍ୟାବିନେଟ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ। ଆଜି ଦିନ ୧୧ଟାରେ ଶପଥ...

Advertisement
Archives

Model This Week