Odisha Elections 2024

ପୁଣି ବନ୍ଦ ହେଲା ‘କାର୍‌ ଖାନା’

ଭୁବନେଶ୍ୱର, ୨୦।୨ (ବନ୍ଦନା ସେଠୀ):ପୁଣି ଥରେ ବନ୍ଦ ହେଲା ‘କାର୍‌ଖାନା’। ଆଇଜି ପାର୍କ ରାସ୍ତାକଡ଼ରେ କାର୍‌ରେ ଖାଦ୍ୟ ଆଣି ବିକ୍ରି କରି ଚର୍ଚ୍ଚାକୁ ଆସିଥିଲେ ଦୁଇ ଯାଆ ରଶ୍ମିତା ଓ ନେହା ପାଣିଗ୍ରାହୀ। କମ୍‌ ଦାମ୍‌ରେ ଘରୋଇ ତଥା ଭଲ ଖାଦ୍ୟ ହୋଇଥିବାରୁ ଲୋକେ ଏହାକୁ ପସନ୍ଦ କରୁଥିଲେ। କାର୍‌ ଯୋଗେ ଖାଦ୍ୟ ଆଣି ପାର୍କ କଡ଼ରେ ବିକ୍ରି କରିବାରୁ ଏହାର ନାଁ ‘କାର୍‌ଖାନା’ ରଖାଯାଇଥିଲା। ତେବେ ବିନା ଟ୍ରେଡ୍‌ ଲାଇସେନ୍ସରେ ବେପାର କରୁଥିବାରୁ ଭୁବନେଶ୍ବର ମହାନଗର ନିଗମ (ବିଏମସି) ସେମାନଙ୍କୁ ୫ ହଜାର ଫାଇନ କାଟି ବେପାର ବନ୍ଦ କରାଇଥିଲା। ତେବେ କିଛିଦିନ ତଳେ ସ୍ମାର୍ଟ ଜନପଥ କଡ଼ରେ ଥିବା ଭେଣ୍ଡିଂ ଜୋନ୍‌ ନଂ. ୮୯ ଓ ୯୦କୁ ଭଡ଼ାରେ ନେଇ ବେପାର ଆରମ୍ଭ କରିଥିଲେ ଦୁଇ ଯାଆ। ମାତ୍ର ପୁଣିଥରେ ବିଏମସି ଉକ୍ତ ‘କାର୍‌ଖାନା’ ପୋଷ୍ଟର ଲାଗିଥିବା ୨ ଭେଣ୍ଡିଂଜୋନ୍‌କୁ ସିଲ୍‌ କରିଛି। କାର୍‌ଖାନା ନାଁରେ ୨ ଯାଆ ଚଳାଉଥିବା ଦୋକାନକୁ ବନ୍ଦ କରାଯିବା ସହ ଏହି ୨ ଭେଣ୍ଡିଂ ଜୋନର ମୂଳ ମାଲିକଙ୍କୁ ନୋଟିସ ଜାରି ହୋଇଥିବା ବିଏମ୍‌ସି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ଜନପଥ କଡ଼ରେ ଥିବା ଭେଣ୍ଡିଂ ଜୋନ୍‌ ପଲିସି ଅନୁଯାୟୀ, ବିଏମସି ଦ୍ବାରା ହସ୍ତଗତ ଭେଣ୍ଡିଂ ଜୋନକୁ ବିନା ଅନୁମତିରେ କେହି ଭଡ଼ାରେ ଲଗାଇପାରିବେ ନାହିଁ। ପୂର୍ବରୁ ବହୁ ଲୋକ ଜନପଥ କଡ଼ରେ ଥିବା ଭେଣ୍ଡିଂଜୋନ ହାତେଇବା ସହ ଭଡ଼ା ସୂତ୍ରରେ ନେବା ପାଇଁ ଚେଷ୍ଟା କରୁଥିଲେ ମଧ୍ୟ ନିୟମ ନ ଥିବାରୁ ତାଙ୍କୁ ଏନେଇ ଅନୁମତି ମିଳୁନାହିଁ। ଏଭଳି କ୍ଷେତ୍ରରେ ବିଏମସି ପକ୍ଷରୁ କାରଖାନାକୁ କୌଣସି ଭେଣ୍ଡିଂଜୋନ ଆବଣ୍ଟନ କରାଯାଇ ନଥିବାବେଳେ ଏହାକୁ ବେଆଇନ ଭାବେ ଭଡ଼ା ସୂତ୍ରରେ ନେଇ ବ୍ୟବସାୟ କରୁଥିଲେ। ଅଭିଯୋଗ ପାଇବା ପରେ ଉକ୍ତ ୨ଭେଣ୍ଡିଂ ଜୋନକୁ ସିଲ୍‌ କରାଯାଇଛି। ଏଥିସହ ଭେଣ୍ଡିଂଜୋନ୍‌ର ମୂଳ ମାଲିକ ଯଥାକ୍ରମେ ଧଳରେନ୍ଦ୍ର ଓଝା ଓ ଅଜୟ ଦାସଙ୍କୁ ବିଏମସି ସୋ-କଜ୍‌ ନୋଟିସ ଜାରି କରିଥିବା ବିଏମସି ମାର୍କେଟ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି। ଉଭୟ ଭେଣ୍ଡିଂଜୋନ ମାଲିକ ବିଏମସି ପକ୍ଷରୁ ରଖାଯାଇଥିବା ସର୍ତ୍ତ ଖିଲାପ କରିଛନ୍ତି। ତେଣୁ ବିଏମସି କାହିଁକି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବ ନାହିଁ ବୋଲି ଉତ୍ତର ରଖିବାକୁ କୁହାଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଉତ୍ତର ନ ରଖିଲେ ଉକ୍ତ ଭେଣ୍ଡିଂଜୋନ୍‌ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ, ସମ୍ପୃକ୍ତ ଭେଣ୍ଡିଂଜୋନ୍‌କୁ ବିଏମସି ପୁନର୍ବାର ନିଜ ଅଧୀନକୁ ଆଣିବ। ଏଥିସହ ଉଚ୍ଛେଦ ହୋଇଥିବା ବ୍ୟବସାୟୀଙ୍କୁ ଏଠାରେ ଥଇଥାନ କରାଯିବ। ତେବେ ଶନିବାରଠାରୁ କାର୍‌ ଖାନାକୁ ସିଲ୍‌ କରାଯାଇଥିବାବେଳେ ଏଯାବତ୍‌ ଏନେଇ କୌଣସି ଉତ୍ତର ହସ୍ତଗତ ହୋଇ ନ ଥିବା ସୂଚନା ମିଳିଛି। ସେହିପରି ଘଟଣା ନେଇ ସମ୍ପୃକ୍ତ ୨ଯାଆଙ୍କର ମଧ୍ୟ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଜିଲେ ଶାହା, କହିଲେ…

ରାଉରକେଲା,୧୭।୫: ରାଉରକେଲାରେ ପହଞ୍ଚି ବିଜେଡିକୁ ଆକ୍ରମଣାତ୍ମକ ଢଙ୍ଗରେ ଟାର୍ଗେଟ କରିଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହା। ସିଧାସଳଖ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି...

ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ପୁରୀରେ କରିବେ…

ଭୁବନେଶ୍ୱର,୧୭।୫: ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ । ୧୯ତାରିଖ ରବିବାର...

ଓଡିଶା ବିକାଶ କରିବାରେ ବିଜେଡି ବିଫଳ ହୋଇଛି: ହେମା ମାଳିନୀ

ଭୁବନେଶ୍ୱର,୧୭।୫: ଗତ ୨୫ ବର୍ଷ ମଧ୍ୟରେ ଓଡିଶାର ବିକାଶ ପାଇଁ କିଛି କରି ନ ଥିବା ଅଭିଯୋଗ କରି ପୁଣିଥରେ ଭାଜପା ଶାସକ ବିଜେଡିକୁ ଟାର୍ଗେଟ...

ନେତାଙ୍କ କଥାରେ ଭଳୁ ନାହାନ୍ତି ଭୋଟର

ବରଗଡ଼ରୁ ଅନିଲ ଦାସ,୧୭ା୫: ଖରାତାତି ସାଙ୍ଗକୁ ବଢ଼ିଚାଲିଛି ନିର୍ବାଚନୀ ଉଷ୍ମତା। ଆଉ ଦୁଇଦିନ ପରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ...

ପ୍ରାର୍ଥୀ କିଏ ଆମେ ଜାଣିନୁ, ଚିହ୍ନ ଦେଖି ଭୋଟ୍‌ ଦେବୁ

ବରଗଡ଼ରୁ ଅନିଲ ଦାସ,୧୭ା୫: ବର୍ତ୍ତମାନ ଚାରିଆଡ଼େ ନିର୍ବାଚନ ଉଷ୍ମତା। ରାଜନେତାମାନେ ଘନଘନ ପ୍ରଚାରରେ ଆସୁଛନ୍ତି। ମାତ୍ର ଭୋଟରମାନେ ଏଥର ଆଉ ମିଥ୍ୟା ପ୍ରତିଶ୍ରୁତିକୁ ବିଶ୍ୱାସ କରୁନାହାନ୍ତି।...

ଖଲ୍ଲିକୋଟ ମର୍ଡର କେସ୍‌ର ତଦନ୍ତ କରିବ ଏସ୍‌ଆଇଟି

କଟକ,୨୭।୫(କାର୍ତ୍ତିକ ସାହୁ): ପୋଲିସ ମୁଖ୍ୟାଳୟ ପକ୍ଷରୁ ଗଠିତ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଖଲ୍ଲିକୋଟ ମର୍ଡର କେସ୍‌ର ତଦନ୍ତ କରିବ ବୋଲି ଜଣାପଡିଛି। ଏହି ସ୍ବତନ୍ତ୍ର...

ଗଙ୍ଗାଧର ମେହେରଙ୍କୁ ସନ୍ଥ କବି କହିଦେଲେ ପାଣ୍ଡିଆନ୍‌:ଦେଖନ୍ତୁ ଭିଡିଓ

ସମ୍ବଲପୁର,୧୭।୫: ଏବେ ଚାଲିଛି ନିର୍ବାଚନୀ ଋତୁ। ଚାରିଆଡେ ନିର୍ବାଚନ ପ୍ରଚାର। ଗୋଟିଏ ପଟେ କେନ୍ଦ୍ରୀୟ ନେତା ଓଡ଼ିଶାରେ ଘନ ଘନ ପ୍ରଚାର କରୁଥିବାବେଳେ ବିଜେଡି ମଧ୍ୟ...

ସୁଭଦ୍ରା ଯୋଜନାରେ ମୋଦି ମହିଳାଙ୍କୁ ୫୦ ହଜାର ଟଙ୍କା ଦେବେ: ଅପରାଜିତା

ଭୁବନେଶ୍ୱର,୧୭।୫: ଲୋକଙ୍କୁ ମାତ୍ର ୫୪ ପଇସା ଦେଇ ଭୋଟ୍‌ କିଣିବାକୁ ବସିଛି ବିଜେଡି। ସାଲିଆସାହି ସମାବେଶରେ ଏଭଳି ଅଭିଯୋଗ ଆଣିଛନ୍ତି ଅପରାଜିତା ଷଡ଼ଙ୍ଗୀ। ଅପରାଜିତା କହିଛନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri